ରାଉରକେଲା: ପୁଣି ଲୋକଙ୍କ ଆକ୍ରୋଶର ଶିକାର ହେଲା ପୋଲିସ । ରାଉରକେଲାରେ ଗାଡି ଚେକିଂକୁ ନେଇ ପୋଲିସ୍-ପବ୍ଲିକ୍ ଧସ୍ତାଧସ୍ତି । ଡିଏଭି ଛକରେ ୨ଜଣ ଟ୍ରାଫିକ୍ କନେଷ୍ଟବଳଙ୍କୁ ଆକ୍ରମଣ ଅଭିଯୋଗ । ଗାଡି ଚେକିଂକୁ ନେଇ ସାମାନ୍ୟ ବଚସାରୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଉଦ୍ଧାର ପାଇଁ ଆସିଥିବା ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ ଉତ୍ୟକ୍ତ ଲୋକେ । ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବେଶ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିବା କୁହାଯାଉଛି । ତେବେ ଖବରପାଇ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଲୋକଙ୍କୁ ବୁଝା ସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ହେଲେ ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଆଇନ୍ସୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।

ସୂଚନାଯୋଗ୍ୟ, କୋଭିଡ୍ କଟକଣା କୋହଳ ହେବା ପରେ ଟ୍ରାଫକ୍ ନିୟମ କଡ଼ାକଡ଼ି କରାଯିବ ବୋଲି ପରିବହନ ମନ୍ତ୍ରୀ କହିଥିଲେ । ଏହାପରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଚେକିଂକୁ କଡ଼ାକଡ଼ି କରାଯାଇଛି । କଟକ ଭୁବନେଶ୍ୱର ପରେ ଏବେ ରାଉରକେଲାରେ ମଧ୍ୟ କଡ଼ାକଡ଼ି ହୋଇଛି ଗାଡ଼ି ଚେକିଂ । ପ୍ରତି ଛକରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଉଛି । ହେଲ୍ମେଟ୍ ପିନ୍ଧି ନଥିବା ବାଇକ୍ ଚାଳକଙ୍କୁ କଡ଼ା ତାଗିଦ୍ କରାଯିବା ସହ ଜରିମାନା ଆଦାୟ କରାଯାଉଛି ।

ଲାଇସେନ୍ସ ଓ ଗାଡ଼ିର କାଗଜପତ୍ର ଠିକ୍ ନଥିଲେ ଚାଳକମାନେ ମୋଟାଅଙ୍କର ଜରିମାନା ଗଣୁଛନ୍ତି । ହେଲ୍ମେଟ୍ ନପିନ୍ଧି ବାଇକ୍ ଚଲାଉଥିବା କିଛି ଲୋକଙ୍କ ଲାଇସେନ୍ସ ରଦ୍ଦ କରିବାକୁ ପରିବହନ ବିଭାଗକୁ ସୁପାରିଶ କରାଯାଇଛି । ଆଗାମୀ ଦିନରେ ରାଉରକେଲାରେ ଏଭଳି ଯାଞ୍ଚ ଜାରି ରହିବ ବୋଲି ପୋଲିସ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।





ମୁମ୍ବାଇ କ୍ରାଇମ ବ୍ରାଞ୍ଚକୁ ସଲମାନ ଜଣେ ବୃଦ୍ଧ ମହିଳାଙ୍କୁ ଠକି ତାଙ୍କଠୁ ପାଞ୍ଚ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଥିବା ସୂଚନା ମିଳିଥିଲା। ଡେରାଡୁନର ପଟେଲ ନାଗର ପୋଲିସ ଷ୍ଟେସନରେ ଏ ସମ୍ପର୍କିତ ଏକ ମାମଲା ରୁଜୁ ହୋଇଥିଲା। ତେବେ ତଦନ୍ତ ପରେ ଅଭିଯୁକ୍ତ ମୁମ୍ବାଇର ଓଶିୱାରା ବୋଲି ଡେରାଡୁନ୍ ପୋଲିସ ଜାଣିବାକୁ ପାଇଥିଲା। ଏହି ସୂଚନାକୁ ଆଧାର କରି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସୋମବାର ସନ୍ଧ୍ୟାରେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ ତାଙ୍କ ଅପରାଧ ସ୍ୱୀକାର କରିଛି। ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଭିଯୁକ୍ତଙ୍କୁ ଡେରାଡୁନ ପୋଲିସକୁ ହସ୍ତାନ୍ତର କରାଯାଇଛି। କ୍ରାଇମ ବ୍ରାଞ୍ଚ ଡିସିପି ଆକବର ପଠାନ କହିଛନ୍ତି ଯେ ନାଗପୁର ସହରରେ ଅଭିଯୁକ୍ତଙ୍କ ବିରୋଧରେ ୩ଟି ଏବଂ ଉତ୍ତରାଖଣ୍ଡରେ ଦୁଇଟି ଅପରାଧିକ ମାମଲା ରୁଜୁ ହୋଇଛି। ଅନ୍ୟ ସାଥୀଙ୍କ ସନ୍ଧାନ ଚାଲିଥିବାବେଳେ ଅଭିଯୁକ୍ତ ସଲମାନଙ୍କୁ ଉତ୍ତରାଖଣ୍ଡ ପୋଲିସକୁ ହସ୍ତାନ୍ତର କରାଯାଇଛି।

