ଏମ୍ସ ସୁରକ୍ଷାକର୍ମୀଙ୍କୁ ମାରପିଟ୍ ମାମଲା: ‘ଆପ୍’ ବିଧାୟକଙ୍କୁ ୨ ବର୍ଷ ଜେଲ୍

1 min read

ନୂଆଦିଲ୍ଲୀ: ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ । ଦିଲ୍ଲୀ ଏମ୍ସ ସୁରକ୍ଷାକର୍ମୀଙ୍କୁ ମାରପିଟ୍ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆପ୍ ବିଧାୟକ ସୋମନାଥ ଭାରତୀ । ରାଉଜ୍ ଏଭେନ୍ୟୁ କୋର୍ଟ ସମ୍ପୃକ୍ତ ମାମଲାର ଶୁଣାଣି ବେଳେ ଆପ୍ ସୋମନାଥ ଭାରତୀ ଏମ୍ସ ସୁରକ୍ଷାକାର୍ମୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାରିପିଟ୍‌ କରିଥିବା କୋର୍ଟ ଜାଣିବାକୁ ପାଇଥିଲେ । ଏଣୁ ଦୋଷୀ ଶ୍ରୀ ଭାରତୀଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ରାଉଜ୍ ଏଭେନ୍ୟୁ କୋର୍ଟ । ତେବେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ଉପୁଜାଇବା ସହ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରମଣ କରିଥିବା ଏବଂ ସର୍ବସାଧାରଣଙ୍କ ସମ୍ପତି ନଷ୍ଟ କରିବା ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୧୬ରେ ଏମ୍ସ ସୁରକ୍ଷାକର୍ମୀଙ୍କୁ ମାରପିଟ୍ ଘଟଣା ଘଟିଥିଲା । ଏ ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା ।

ଅପରପକ୍ଷରେ ଅଭିଯୁକ୍ତ ସୋମନାଥ ଭାରତୀ ମାନ୍ୟବର କୋର୍ଟଙ୍କୁ ପ୍ରୋବେଶନରେ ଛାଡ଼ିବା ପାଇଁ ଅନୁରୋଧ କରିଛନ୍ତି । ଶନିବାର ସୋମନାଥ ଭାରତୀଙ୍କ ପକ୍ଷରୁ ଓକିଲ ଏନ୍ ହରିହରନ୍ କୋର୍ଟରେ ହାଜିର ହୋଇଥିଲେ । ସେ କୋର୍ଟରୁ ବିଧାୟକଙ୍କୁ ପ୍ରୋବେଶନରେ ଛାଡ଼ିବା ନେଇ ଯୁକ୍ତି ଉପସ୍ଥାପନ କରିଥିଲେ । କୁହାଯାଏ ସେ ଏକ ମାତ୍ର ବିଧାୟକ ଯିଏ ଫୋନ୍ ମାଧ୍ୟମରେ ଜନତାଙ୍କ ଅଭିଯୋଗ ଶୁଣନ୍ତି ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀ AIIMSକୁ ସ୍ଥାନାନ୍ତର ହେବେ ଲାଲୁ

ସୋମନାଥ ଭାରତୀଙ୍କ ଓକିଲ ଦଣ୍ଡାଦେଶ ନେଇ ଆଲୋଚନା ବେଳେ ସେ କହିଛନ୍ତି ଯେ, ଶ୍ରୀ ଭାରତୀ ମାମଲାର ତଦନ୍ତ ବେଳେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଏହା ବ୍ୟତୀତ ୨୦୧୬ରେ ହୋଇଥିବା ଏହି ଘଟଣା ଯୋଗୁଁ କାହାକୁ ଆଘାତ ପହଞ୍ଚାଇବାର କୌଣସି ଉଦ୍ଦେଶ୍ୟ ନଥିଲା । ଜନତାଙ୍କ ଡାକରାରେ ସେ ଏମ୍ସ ପହଞ୍ଚିଥିଲେ । ସେ ତାଙ୍କ ପରିବାର ଏକମାତ୍ର ବ୍ୟକ୍ତି । ତାଙ୍କ ମା’ ଅସୁସ୍ଥ ଥିବା ବେଳେ ତାଙ୍କ ଉପରେ ଛୋଟ ଛୋଟ ପିଲାଙ୍କ ମଧ୍ୟ ଦାୟିତ୍ୱ ରହିଛି । ତେବେ ସମାନ ମାମଲାରେ ଅନ୍ୟ ୪ ଅଭିଯୁକ୍ତ ମୁକ୍ତ ହୋଇସାରିଥିବେଳେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

Leave a Reply