spot_img
Home Blog Page 6241

ଦେଶର ୫ ରାଜ୍ୟରେ ରହିଛି ୫୬ ପ୍ରତିଶତ କରୋନା ସକ୍ରିୟ ମାମଲା

ନୂଆଦିଲ୍ଲୀ: ଦେଶର ୫ ରାଜ୍ୟରେ ୫୬ ପ୍ରତିଶତ କରୋନା ସକ୍ରିୟ ମାମଲା ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଯେଉଁ ରାଜ୍ୟ ଭିତରେ ଉତ୍ତର ପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ ଓ ମହାରାଷ୍ଟ୍ର ରହିଛି ।

 

କରୋନା ସଂକଟରେ ଆଶ୍ୱସ୍ତି ଆଣିଛି ଆରୋଗ୍ୟ ହାର । ଦେଶରେ ୯୫ ପ୍ରତିଶତ ଟପିଛି ସୁସ୍ଥତା ହାର।  ଉତ୍ତର ପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ ଓ ମହାରାଷ୍ଟ୍ରରେ ଅଧାରୁ ଅଧିକ ସଂକ୍ରମିତ ଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ମହାରାଷ୍ଟ୍ରରେ କରୋନା ସକ୍ରିୟ ସଂଖ୍ୟା ବର୍ତ୍ତମାନ ୭୧ ହଜାର ୩୫୬ ରହିଥିବା ବେଳେ ୧୭ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି।

57 Trainee IAS Officer OF Lal Bahadur Shastri National Academy of Administration Tested Corona Positive

ସେହିପରି କେରଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ଉପରେ ରହିଛି । ଉତ୍ତରପ୍ରଦେଶରେ ୧୮ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହଛି। ଛତିଶଗଡ଼ରେ କରୋନା ସକ୍ରିୟ ସଂକ୍ରମିତ ସଂଖ୍ୟା ୧୭ ହଜାର ଉପରେ ରହିଛି । ଏହାବ୍ୟତୀତ ପଶ୍ଚିମବଙ୍ଗରେ ୨୦ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି ।

ମାତ୍ର ୧୩ ଦିନରେ ଭାଙ୍ଗି ପଡିଥିଲା ପାକିସ୍ତାନ, ଆଜାଦ୍ ଦେଶ ହୋଇଥିଲା ବାଂଲାଦେଶ

ନୂଆଦିଲ୍ଲୀ: ପ୍ରତିବର୍ଷ ଡିସେମ୍ବର୧୬ ତାରିଖରେ ବିଜୟ ଦିବସ ପାଳନ କରାଯାଇଥାଏ । ୧୯୭୧ ମସିହା ଆଜିର ଦିନରେ ଭାରତ ଆଗରେ ହାର ମାନିଥିଲା ପାକିସ୍ତାନ । ଆଉ ଭାରତୀୟ ସେନାବାହିନୀର ଏହି ବିଜୟକୁ ମନେ ପକାଇବା ପାଇଁ ପ୍ରତିବର୍ଷ ପାଳିତ ହେଉଛି ‘ବିଜୟ ଦିବସ’ ।

୧୯୭୧ ମସିହା ଭାରତ-ପାକ୍ ଯୁଦ୍ଧ ପରେ ପାକିସ୍ତାନ ଠାରୁ ଅଲଗା ହୋଇ ଜନ୍ମ ନେଇଥିଲା ବାଂଲାଦେଶ । ଏହି ଅବସରରେ ଆସନ୍ତୁ ଜାଣିବା ସେହି ଯୁଦ୍ଧ ସମ୍ପର୍କରେ କିଛି- 

୧୯୭୧ ମସିହାରେ ହୋଇଥିବା ଭାରତ-ପାକ୍ ଯୁଦ୍ଧ ପ୍ରାୟ ୧୩ ଦିନ ଧରି ଚାଲିଥିଲା ​​ବେଳେ ଡିସେମ୍ବର ୧୬ରେ ଶେଷ ହୋଇଥିଲା। ପାକିସ୍ତାନର ଆର୍ମି ଜେନେରାଲ ଅମୀର ଅବଦୁଲ୍ଲା ଖାନ୍ ନିଆଜୀ ତାଙ୍କର ୯୩,୦୦୦ ପାକିସ୍ତାନୀ ସେନା ସହିତ ଭାରତୀୟ ସେନା ଓ ମୁକ୍ତି ବାହିନୀ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ବାଂଲାଦେଶ ମଧ୍ୟ ଏହି ଦିନକୁ ସ୍ୱାଧୀନତା ଦିବସ ତଥା ବିଜୟ ଦିବସ ଭାବେ ପାଳନ କରିଥାଏ ।

ଏହି ଦିନ ଦେଶବାସୀ ଭାରତ ଏବଂ ବାଂଲାଦେଶର ବୀର ଯବାନଙ୍କୁ ମନେପକାଇବା ସହ ଓ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି।

ତତ୍କାଳୀନ ପୂର୍ବ ପାକିସ୍ତାନର ଲୋକଙ୍କ ପ୍ରତି ଅସଦାଚରଣ ଓ ଦୁର୍ବ୍ୟବହାରର ପ୍ରତିବାଦରେ ବାଂଲାଦେଶର ମୁକ୍ତି ସଂଗ୍ରାମ ଦ୍ୱାରା ମୁକ୍ତି ଯୁଦ୍ଧ ପାଇଁ ସଂଘର୍ଷ ଆରମ୍ଭ ହୋଇଥିଲା । ଯାହାକୁ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବାଂଲାଦେଶର ମୁକ୍ତି ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।

‘ସ୍ୱର୍ଣ୍ଣିମ ବିଜୟ ବର୍ଷ’-

ଏହି ବର୍ଷ ପାକିସ୍ତାନ ଉପରେ ଭାରତର ବିଜୟକୁ ୫୦ ବର୍ଷ ହେବାକୁ ଯାଉଛି । ନୂଆଦିଲ୍ଲୀର ନେସନାଲ୍ ଓ୍ୱାର୍ ମେମୋରିଆଲରେ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ କାର୍ଯ୍ୟକ୍ରମ ଆୟୋଜିତ ହେବ। ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବାନଙ୍କ ସ୍ମୃତିରେ ମଶାଲ୍ ପ୍ରଜ୍ୱଳନ କରିବେ । ଏହାସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ , ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ ପ୍ରମୁଖ ଉପସ୍ଥିତ ରହିବେ ।

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ହାଇକୋର୍ଟରେ ହାଜର ହେବେ ପୋଲିସ ଡିଜି ଅଭୟ ଓ କ୍ରାଇମବ୍ରାଞ୍ଚ ଏଡିଜି

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ଆଜି ହାଇକୋର୍ଟରେ ହାଜର ହେବେ ପୋଲିସ ଡିଜି ଅଭୟ ଓ କ୍ରାଇମବ୍ରାଞ୍ଚ ADG । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାମଲାର ସବିଶେଷ ରିପୋର୍ଟ ଦାଖଲ କରିବେ । ହାଇକୋର୍ଟଙ୍କ ତାଗିଦ୍ ପରେ ଆକ୍ସନ୍ ମୋଡ୍‌କୁ ଆସିଥିଲା କ୍ରାଇମବ୍ରାଞ୍ଚ । ଡେଡ୍‌ଲାଇନ୍‌ ପୂର୍ବରୁ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଗିରଫଙ୍କ ମଧ୍ୟରେ ଓଟିଭିର ଅନିରୁଦ୍ଧ ପଣ୍ଡା, କୃଷ୍ଣ ବେହେରାଙ୍କ ସହ ଦୁଇଜଣ ସୁରକ୍ଷାକର୍ମୀ ରହିଛନ୍ତି । ସେମାନେ ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି ।

ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି । ଗଣଦୁଷ୍କର୍ମ ଘଟଣାର ୪ମାସ ପରେ ମାମଲା ରୁଜୁ ହୋଇଥିବା ବେଳେ ତାର ୪ମାସ ପରେ ୪ଜଣଙ୍କୁ ଗିରଫ କରାଯାଇଛି । ବିଳମ୍ବିତ ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟ ପୋଲିସକୁ ଭର୍ତ୍ସନା କରିଥିଲେ । ଆଜି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ବ୍ୟାପୁଛି କରୋନା ସଂକ୍ରମଣ, ଲଣ୍ଡନରେ କଟକଣା ଲାଗୁ

ଲଣ୍ଡନ: ଲଣ୍ଡନରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ବୁଧବାର ଦିନ ଲକ୍‌ଡାଉନ୍‌ ଭଳି କଟକଣା ଲାଗୁ କରାଯାଇଛି।

ବ୍ରିଟେନରେ କରୋନା ପ୍ରକୋପ କମିନଥିବା ବେଳେ କୋଭିଡ୍‌ର ଆଉ ଏକ ଷ୍ଟ୍ରେନ୍ ନେଇ ହାଇଆଲର୍ଟ ଜାରି କରାଯାଇଛି।  ଏହି ଭାଇରସ କରୋନାର ଅନ୍ୟ ରୂପଠୁ ଅଧିକ ଶକ୍ତିଶାଳୀ । ଖୁବ୍ କମ୍ ସମୟରେ ଏକାଧିକ ଲୋକଙ୍କୁ ଏହା ସଂକ୍ରମିତ କରୁଛି ବୋଲି ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ମେଟ୍ ହେନକକ୍ ଚେତାବନୀ ଦେଇଛନ୍ତି। ଭାଇରସର ଭୟାବହତାକୁ ନଜରରେ ରଖି ପୁଣି ବ୍ରିଟେନ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି।

57 Trainee IAS Officer OF Lal Bahadur Shastri National Academy of Administration Tested Corona Positive

ବୈଜ୍ଞାନିକମାନେ କରୋନାର ଏହି ନୂଆରୂପ ବ୍ୟାପୁଥିବା ଜାଣିବା ପରେ ସରକାରଙ୍କୁ ଏନେଇ ପରାମର୍ଶ ଦେଇଛନ୍ତି।  ଦକ୍ଷିଣ ଇଂଲଣ୍ଡରେ ଏଭଳି ମାମଲା ହଜାରେରୁ ଅଧିକ ଦେଖିବାକୁ ମିଳିଛି।

ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସ୍ଥିତି ଉପରେ ନଜରରେ ରଖିଛି । କେବଳ ବ୍ରିଟେନ ନୁହଁ, ଅନ୍ୟ କିଛି ଦେଶରେ ମଧ୍ୟ କରୋନାର ଏହି ନୂଆରୂପ ଦେଖିବାକୁ ମିଳିଛି । କରୋନାର ବିଭିନ୍ନ ରୂପ ଭିତରୁ ଏହି ରୂପ ବା ପ୍ରକାର ଅତି ସାଂଘାତିକ ବୋଲି ବିଶେଷଜ୍ଞ କହିଛନ୍ତି ।

ତେବେ ଦେଶରେ ଫାଇଜର ପକ୍ଷରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଭାଇରସର ନୂଆରୂପ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ଆକାଶଙ୍କ ପରେ ବିଧାୟକ ପ୍ରଦୀପଙ୍କ ରିମାଣ୍ଡ ଡେ-ଟୁ, ଖୋଲୁଛି ପି-ସିଣ୍ଡିକେଟ ଗୁମର କଥା

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ରିମାଣ୍ଡର ଡେ- ଟୁ । ଗତକାଲି ପ୍ରଦୀପଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ୍ । ପ୍ରଥମ ଦିନରେ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମୁହାଁମୁହିଁ ଜେରା କରିଛି ତଦନ୍ତକାରୀ ଟିମ୍ । ଦୁଇଦିନିଆ ଜେରାରେ ସତ ଓଗାଳିବ କ୍ରାଇମବ୍ରାଞ୍ଚ । ଜେରା ବେଳେ ସାମ୍ନାକୁ ଆସିପାରେ ପ୍ରଦୀପଙ୍କ ସହଯୋଗୀଙ୍କ ଭୂମିକା । ଖୋଲିପାରେ ବେଆଇନ ଆର୍ଥିକ କାରବାର ଲିଙ୍କ । ଜୁନିୟର ପାଠକଙ୍କୁ କିପରି ଠକେଇର ପାଠ ପଢାଉଥିଲେ ପ୍ରଦୀପ ? ପଦାକୁ ଆସିବ ପାଠକ-ପ୍ରଦୀପ ଠକେଇ ସ୍କିମର ଅସଲ ମୁଖା ।

ଫେକ୍ ଜବ୍ ରାକେଟରେ ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ରାଓ ପରି କେତେ ଜଣ ଅଛନ୍ତି ମିଡିଲ ମ୍ୟାନ ? ପ୍ରଦୀପଙ୍କ ଭାଇ, ଶଳା, ଭଣଜା ଓ ସହଯୋଗୀଙ୍କ ଭୂମିକା କଣ ଥିଲା ? ଲକଡାଉନ ସମୟରେ ଆକାଉଣ୍ଟକୁ ପ୍ରାୟ ୨ କୋଟି ୪୦ ଲକ୍ଷ କେଉଁଠୁ ଆସିଲା ? ଏହି ଟଙ୍କା ଆୟର ଉତ୍ସ କଣ ? ଆକାଶଙ୍କ ଆକାଉଣ୍ଟକୁ ପ୍ରଦୀପ କାହିଁକି ୫୦ ଲକ୍ଷ ଟଙ୍କା ଦେଇଥିଲେ? ଠକେଇ ସ୍କିମରେ କେତେ ଜଣ ବୋର୍ଡ ମେମ୍ବର ଥିଲେ ? ୬୮ ଜଣ ବାଦ ଆଉ କେତେ ଜଣଙ୍କୁ ଠକିଛି ? କ୍ରାଇମବ୍ରାଞ୍ଚ ତିଆରି କରି ରଖିଛି ଏପରି ପୁଳା ପୁଳା ପ୍ରଶ୍ନ । ଏବେ ଏସବୁର ଡିଟେଲ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ ।

ଗତକାଲି ଥିଲା ବାହାଘରର ରିସେପସନ ତାରିଖ, ଏକଥା ଭାବି ଗୁମୁରୀ କାନ୍ଦୁଛି ଆକାଶ

ଭୁବନେଶ୍ୱର: ସରିଲା ରିମାଣ୍ଡ ଅବଧି । ଆଜି ଆକାଶ ପାଠକଙ୍କୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ । ୫ ଦିନିଆ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ କରିଛି ଘନଘନ ଜେରା । ଜେରା ସମୟରେ ସାମ୍ନାକୁ ଆସିଛି ଟାଟା କମ୍ପାନୀରେ ମିଛ ନିଯୁକ୍ତିର ସତ ଜାଲିଆତି । ଶେଷ ଦିନରେ ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀଙ୍କ ସହ ଫେସ୍‌ ଟୁ ଫେସ୍‌ ଜେରା କରିଛି ଟିମ୍ ।

ତେବେ ଗତକାଲି ସ୍ୱପ୍ନର ବାହାଘର ରିସେପସନ ତାରିଖ ଥିବାରୁ ସେକଥା ଭାବି ଗୁମୁରି କାନ୍ଦିଥିଲେ ଆକାଶ । ଡିସେମ୍ବର ୧୧ରେ ଥିଲା ବାହାଘର ତାରିଖ । ଆଉ ୧୫ ତାରିଖ ଥିଲା ରିସେପସେନ । ରାଜସ୍ଥାନ ଉଦୟପୁରର ତାଜ୍ ଲେକ୍ ପ୍ୟାଲେସ୍‌ ବୁକ୍‌ ହୋଇସାରିଥିଲା । କୋଟି କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ ହୋଇ ସାରିଥିଲା । ହେଲେ ଅଙ୍କ ସବୁ ବିଗିଡ଼ି ଯାଇଛି । ଏହାରି ଭିତରେ ପିଏସ ପିଟର, ପ୍ରଦୀପଙ୍କ ସହ ସାମ୍ନାସାମ୍ନି ଜେରା କରିଛି ସାଇବର ସେଲ୍। ବିଧାୟକ ପ୍ରଦୀପଙ୍କ ସହ ମିଶି କିଭଳି ଠକେଇର ଷଡଯନ୍ତ୍ର ରଚିଥିଲେ, ତାର ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ ।

ଏନସିବିରେ ହାଜର ହେବେ ବଲିଉଡ ଅଭିନେତା ଅର୍ଜୁନ୍ ରାମପାଲ

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ବୁଧବାର ଦିନ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ରେ ହାଜର ହେବେ ବଲିଉଡ ଅଭିନେତା ଅର୍ଜୁନ୍ ରାମପାଲ। ଏହା ପୂର୍ବରୁ ନଭେମ୍ବର ୧୩ ତାରିଖରେ ଅର୍ଜୁନଙ୍କୁ ଏନସିବି ପଚରାଉଚରା କରିଥିଲା।

Arjun Rampals Residence At Bandra Being Raided By NCB

ନିକଟରେ ଅର୍ଜୁନଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କୁ ମଧ୍ୟ ପଚରାଉଚରା କରିଥିଲା ଏନସିବି। ଏହାସହିତ ଅର୍ଜୁନଙ୍କ ଡ୍ରାଇଭରଙ୍କୁ ଗିରଫ କରି ଏନସିବି ଜେରା କରିଥିଲା। ଗେବ୍ରିଏଲାଙ୍କ ଭାଇ ଅଗିସିୟାଲୋସ ମଧ୍ୟ ଗିରଫ ହୋଇଥିଲେ।

ତାଙ୍କ ପାଖରୁ ହସିଷ ଓ ଏଲ୍‌ପ୍ରୋଜୋଲନର୍‌ ଟାବଲେଟ୍ ଜବତ ହୋଇଥିଲା। ନଭେମ୍ବର ୯ରେ ଅର୍ଜୁନଙ୍କ ଘରେ ଏନସିବି ଚଢ଼ାଉ କରି ଉଭୟ ଅର୍ଜୁନ୍ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ପଚରାଉଚରା କରିଥିଲା।

ଏହି ରାଶିର ବ୍ୟବସାୟ କରୁଥିବା ଲୋକମାନଙ୍କର ଆଜି ଦିନଟି ଭଲ ରହିବ…

୧୬ ଡିସେମ୍ବର, ବୁଧବାର,୨୦୨୦

ମାର୍ଗଶିର ଶୁକ୍ଳପକ୍ଷ, ଦ୍ବିତୀୟା ତିଥି

ପୂର୍ବଷାଢ଼ା ନକ୍ଷତ୍ର

ସୂର୍ଯ୍ୟ ଏବଂ ଚନ୍ଦ୍ର ଧନୁ ରାଶିରେ ଅବସ୍ଥିତ

ଯୋଗିନୀ ୪/୫୮ ପର୍ଯ୍ୟନ୍ତ ଉତ୍ତର ଦିଗରେ ଅବସ୍ଥିତ

ତାପରେ ଆଗ୍ନେୟକୁ ଯିବେ

ମୃତ ବ୍ୟକ୍ତିଙ୍କୁ ପୁସ୍କର ଦୋଷ ନାହିଁ

ଅନ୍ୟ ସମୟ ପାଇଁ ୧ ପାଦ ଦୋଷ

ଅନ୍ନ ତିଳକାଞ୍ଚନ ଦାନ କରନ୍ତୁ

ଶୁଭ ସମୟସକାଳ ୮ଟା ୨୭ ରୁ ଦିନ ୧୧ ଟା ୨୧ ପର୍ଯ୍ୟନ୍ତ

ସନ୍ଧ୍ୟା ୬ ଟା ୩ ରୁ ରାତି ୧୦ ଟା ୨୫ ମଧ୍ୟରେ

ଅଶୁଭ ସମୟ- ଦିନ ୧୧ ଟା ୪୨ ରୁ ଦିନ ୧ ଟା ୪ ମଧ୍ୟରେ

ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ପୁରୁଷ

ଘାତଚନ୍ଦ୍ର- ବୃଷ ମିଥୁନ ରାଶିର ମହିଳା

 

ମେଷ ରାଶି

ଅଶ୍ବିନୀ- କୌଣସି କଥାକୁ ନେଇ ଚିନ୍ତାରେ ରହିବେ, ସ୍ବାସ୍ଥ୍ୟ ପିଡ଼ା ଅନୁଭବ କରିବେ

ଦ୍ବିଜା- ଦିନଟି ଭଲ ରହିବ, ପୂଜାର୍ଚ୍ଚନା କରି ଆତ୍ମସନ୍ତୋଷ ଲାଭ କରିବେ

କୃତ୍ତିକା- କୌଣସି ଲୋକଙ୍କୁ ସାହାଯ୍ୟ କରି ସମାଲୋଚନାର ଶିକାର ହେଇପାରନ୍ତି

ହନୁମାନଙ୍କ ମନ୍ଦିରରେ ନାଲି ଲଡ଼ୁ ଭୋଗ କରି ଛୋଟ ପିଲାଙ୍କୁ ଦିଅନ୍ତୁ

ବୃଷ ରାଶି

କୃତ୍ତିକା – ଯେଉଁମାନେ ନୂଆ କର୍ମକ୍ଷେତ୍ର ପାଇଁ ଆଶାବାଦୀ ଅଛନ୍ତି, ଦିନଟି ଭଲ ରହିବ

ରୋହିଣୀ- କୌଣସି ନିଜ ଲୋକ ଆପଣଙ୍କର ଚୁଗୁଲି କରିବେ, ସମ୍ମାନରେ ଆଞ୍ଚ ଆସିପାରେ

ମୃଗଶିରା- ଛାତ୍ରଛାତ୍ରୀମାନେ ଆଜି ପଢ଼ାକ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ

ଠେକୁଆକୁ ଘାସ ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- ବଡ଼ ଭଉଣୀଙ୍କ ସହ ଯେଉଁ ମତାନ୍ତର ଥିଲା ଆଜି ସମାଧାନ ହୋଇପାରେ

ଆର୍ଦ୍ରା- ବିଶେଷ କରି କର୍ମକ୍ଷେତ୍ରରେ ମତାନ୍ତର ହେବାର ସୁଯୋଗ ରହିଛି

ପୁନର୍ବସୁ- ଯେଉଁମାନେ ଡାଲି କିମ୍ବା ଫୁଲ ବ୍ୟବସାୟ କରୁଛନ୍ତି, ଆଶାନୁଯାୟୀ ଫଳ ମିଳିବ

ସବୁଜ ରଙ୍ଗର ବ୍ୟବହାର ଆଜି ଅଧିକ କରନ୍ତୁ

କର୍କଟ ରାଶି

ପୁନର୍ବସୁ- ଯେଉଁମାନେ ଆପଣଙ୍କୁ ଭୁଲ ବୁଝିଛନ୍ତି, ସେମାନେ ଆଜି ବୁଝାମଣା କରିବେ

ପୁଷ୍ୟା- ପିଲାମାନଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ, ଅସମ୍ମାନିତ ହୋଇପାରନ୍ତି

ଅଶ୍ଲେଷା- ପରିବାରର ଝଗଡ଼ାକୁ ନେଇ ଅନୁତାପ କରିବେ, ପରିବାରର ସ୍ନେହ ପାଇବେ

କୌଣସି ବ୍ରାହ୍ମଣକୁ ଧଳା ବସ୍ତ୍ର ଦାନ କରନ୍ତୁ

ସିଂହ ରାଶି

ମଘା- ଶାରୀରିକ ପରିଶ୍ରମ ସହିତ ଭ୍ରମଣ କରିବେ, ପ୍ରଶଂସା ପାଇବେ

ପୂର୍ବାଫାଲଗୁନି- ସଚେତନ ରୁହନ୍ତୁ, ସାମନ୍ୟ ଦୁର୍ଘଟଣା ହୋଇପାରେ

ଉତ୍ତରାଫାଲଗୁନି- ବାପାଙ୍କ ଠାରୁ ଆଜି କିଛି ଆର୍ଥିକ ସହାୟତା ପାଇବେ

ପ୍ରବାହିତ ଜଳରେ ମନ୍ଦାର ଫୁଲ + ଗୁଡ଼ ଭସେଇ ଦିଅନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି- ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟ ସହଜରେ ହୋଇଯିବ

ହସ୍ତା- ଛୋଟ ପିଲାଙ୍କୁ ଧ୍ୟାନ ରଖନ୍ତୁ, କଣ୍ଟାରେ ଆଘାତ ଲାଗିପାରେ

ଚିତ୍ରା- କର୍ମକ୍ଷେତ୍ରରେ ସାହାଯ୍ୟ ସହିତ ସମ୍ମାନ ପାଇବେ

ଗାଈକୁ ବିରି ଜାତୀୟ ଦ୍ରବ୍ୟ ପାଣିରେ ଭିଜେଇ ଖାଇବାକୁ ଦିଅନ୍ତୁ

ତୁଳା ରାଶି

ଚିତ୍ରା- ରୂପା ଦ୍ରବ୍ୟ ଉପହାର ସ୍ବରୁପ ନିଜର ପରିବାର ଠାରୁ ପାଇ ପାରନ୍ତି

ସ୍ବାତୀ- ସଚେତନ ରୁହନ୍ତୁ, କୌଣସି ଦ୍ରବ୍ୟ ହଜିଯାଇପାରେ

ବିଶାଖା- ଯେଉଁମାନଙ୍କ କୋର୍ଟ କଚେରୀ ମାମଲା ଚାଲିଛି, ଦିନଟି ଭଲ ରହିବ

ମା’ ଲକ୍ଷ୍ମୀଙ୍କ ପାଖେ ଛେନା ଭୋଗ ଲାଗି କରନ୍ତୁ

ବିଛା ରାଶି

ବିଶାଖା- କୌଣସି କାମ ପାଇଁ ଆଜି ସାହାସ ବାନ୍ଧିବେ, କାମଟି ଭଲରେ ହୋଇଯିବ

ଅନୁରାଧା- ଅଧିକ ପରିଶ୍ରମ କରିବେ, କିନ୍ତୁ ବିଶେଷ ଫଳ ମିଳିବ ନାହିଁ

ଜ୍ୟେଷ୍ଠା- ବାରମ୍ବାର ବିଫଳ ହେଉଥିବା କାର୍ଯ୍ୟରେ ଆଜି ସଫଳ ହେବେ

କଫି ରଙ୍ଗର ଚପଲ ଚଣ୍ଡାଳକୁ ଦାନ କରନ୍ତୁ

ଧନୁ ରାଶି

ମୂଳା- ପିତୃଜନିତ ସମ୍ପତ୍ତିରେ ଚାଲିଥିବା ଗଣ୍ଡଗୋଳ ଆଜି ସମାଧାନ ହୋଇପାରେ

ପୂର୍ବାଷାଢା- ମିଛ ପ୍ରଶଂସା କରି ପରିଜନ ମାନେ ଅର୍ଥ ସମ୍ବନ୍ଧିତ ଠକେଇ କରିବେ

ଉତ୍ତରାଷାଢା- ଗୁରୁଜନଙ୍କର ସହଯୋଗ ପାଇଁ ଅସୁବିଧାରୁ ମୁକ୍ତି ପାଇବେ

ଗୋଲାପ ଫୁଲର ଡେମ୍ଫରେ କୌଣସି ବୁଢ଼ିଆଣି ଜାଲ ଛିଡ଼େଇ ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ

ମକର ରାଶି

ଉତ୍ତରାଷାଢା- କୌଣସି ନହେଉଥିବା କାର୍ଯ୍ୟରେ ଆଜି ମାମୁଁଙ୍କ ସାହାଯ୍ୟ ପାଇବେ

ଶ୍ରବଣା- ଯେଉଁମାନେ ଗାଈଗୋରୁ ରଖିଛନ୍ତି ସତର୍କ ରୁହନ୍ତୁ, ହଜିଯାଇ ପାରନ୍ତି

ଧନିଷ୍ଠା- ଆଣ୍ଠୁ ରୋଗରେ ପିଡ଼ିତ ଥିବା ବ୍ୟକ୍ତି ସୁସ୍ଥ ଅନୁଭବ କରିବେ

ଡାଳିମ୍ବ ଶନି ମନ୍ଦିରରେ ଭୋଗ ଲଗାଇ ଗରିବଙ୍କୁ ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ବ୍ୟୟ କରିଥିବା ଅର୍ଥ ଆଜି ଫେରିପାଇବେ, ଦିନଟି ଭଲ ରହିବ

ଶତଭିଷା- ଅଜଥା ଖର୍ଚ୍ଚ ବଢ଼ିବା ସହିତ ଡାହାଣ ହାତ ପାଦରେ ପୀଡ଼ା ଅନୁଭବ କରିବେ

ପୂର୍ବଭାଦ୍ର- ବ୍ୟବସାୟ କରୁଥିବା ଲୋକଙ୍କର ଆଜି ଦିନଟି ଭଲ ରହିବ

କିନ୍ନରଙ୍କୁ ସବୁଜ ରଙ୍ଗର ବସ୍ତ୍ର ଦାନ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର- ପାରିବାରିକ ଅଶାନ୍ତି ଦୂର ହେଇ ପରସ୍ପର ସ୍ନେହ ବଢ଼ିବ

ଉତ୍ତରଭାଦ୍ର- ଅଜଥା ଯୁକ୍ତି ଯୋଗୁଁ ଦାମ୍ଫତ୍ୟ ଜୀବନରେ କଳି ସୃଷ୍ଟି ହୋଇପାରେ

ରେବତୀ- କୌଣସି କାର୍ଯ୍ୟରେ ପରିବାରର ସାହାଯ୍ୟ ପାଇ ସଫଳ ରହିବେ

ମୁଠେ କର୍ପୁର ନିଜ ଉପରେ ବୁଲେଇ ଜଳେଇ ଦିଅନ୍ତୁ

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ ନମ୍ବର- ୮୪୫୬୦୧୪୪୭୭

କରୋନା ମୁକ୍ତ ହେଲା ରାଜ୍ୟର ଏହି ଜିଲ୍ଲା…

 

ଭୁବନେଶ୍ୱର: ସଫଳ ହେଉଛି କରୋନା ମୁକାବିଲା ରଣନୀତି । ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ ସୁବର୍ଣ୍ଣପୁର ଜିଲ୍ଲାକୁ ମିଳିଲା ସଫଳତା । ମାର୍ଚ୍ଚ ୧୬ରୁ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେବେଠୁ ଚାଲିଛି କରୋନା ବିରୋଧୀ ଲଢ଼େଇ । ଲକଡାଉନ୍, ସଟଡାଉନ୍ ଭଳି କୋଭିଡ୍ ନିୟମ ଭିତରେ ଜୀବନ ବିତୁଥିବା ବେଳେ ମାସ୍କ ଓ ସାମାଜିକ ଦୂରତା କୋଭିଡ୍ ବିରୋଧରେ ଅସ୍ତ୍ର ପାଲଟିଛି । କଠୋର ଭାବେ ନିୟମ ଅନୁପାଳନ ଓ ଜନସାଧାରଣଙ୍କ ସହଯୋଗ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଆଣି ଦେଇଛି ସଫଳତା ।

Subarnapur First Covid19 Free Dist Of Odisha

ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ ୱେବସାଇଟ୍ ମୁତାବକ, ସୁବର୍ଣ୍ଣପୁର ଜିଲ୍ଲାରେ ଡିସେମ୍ବର ୧୫ ତାରିଖ ମଙ୍ଗଳବାର ସୁଦ୍ଧା କେହି କରୋନା ଆକ୍ରାନ୍ତ ନାହାଁନ୍ତି । ଅର୍ଥାତ୍ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ସୁବର୍ଣ୍ଣପୁର କରୋନା ମୁକ୍ତ ହୋଇଛି । ଜିଲ୍ଲାରେ ଏଯାବତ୍ ୪ ହଜାର ୬୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୬୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଜିଲ୍ଲାରେ ମୋଟ ୨୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Subarnapur First Covid19 Free Dist Of Odisha

ସୁବର୍ଣ୍ଣପୁର ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କରୋନା ମୁକ୍ତ ହୋଇଥିବା ବେଳେ ଗଜପତି, କନ୍ଧମାଳ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ତଳେ ରହିଛି । ଆଶ୍ୱସ୍ତିର କଥା ହେଉଛି ଗତ ୨ ଦିନ ହେଲା ଏହି ୨ ଜିଲ୍ଲାରୁ କେହି ବି ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି ।

କଟକ ପରେ ଢେଙ୍କାନାଳରେ ଏଟିଏମ ଲୁଟେରା ବୁଲାଇଲେ କଳାକନା

ଢେଙ୍କାନାଳ: ଶତ ଆକ୍ସନ ସତ୍ୱେ କମୁନି ଲୁଟ । ଥମୁନି ଅପରାଧ । କଟକ ପରେ ଏବେ ଢେଙ୍କାନାଳରେ କଳାକନା ବୁଲାଇଛନ୍ତି ଏଟିଏମ ଲୁଟେରା । ମୋଟଙ୍ଗା ଥାନା ନିମବାହାଲିରେ ଏଟିଏମ୍‌ରୁ ଆଜି ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟ୍‌ କରିଛନ୍ତି ଲୁଟେରା ।

ଖବର ଅନୁଯାୟୀ ଗ୍ୟାସ କଟରରେ କାଟି ଏଟିଏମ୍‌ରୁ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଘଟଣାସ୍ଥଳରେ ସଦର ଏସଡିପିଓ ପହଁଚି ତଦନ୍ତ କରୁଛନ୍ତି। ଢେ଼ଙ୍କାନାଳ ଏସପି ଓ ଆଇଜି ମଧ୍ୟ ଅନୁଧ୍ୟାନ କରିଛନ୍ତି । ଲୁଟେରାଙ୍କୁ ଧରିବା ପାଇଁ ୩ଟି ଟିମ ତନାଘନା କରୁଛି। ଗତକାଲି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରାଯାଇଥିଲାବେଳେ ଆଜି ଘଟିଛି ଏଭଳି ସାଙ୍ଘାତିକ ଲୁଟ ।