ଜୟ ଶ୍ରୀରାମ ନାରାରେ ଚିହିଁକି ଉଠିଲେ, ଭାଷଣ ଦେବାକୁ ମନା କଲେ ମମତା

1 min read

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଭିକ୍ୱୋରିଆ ମେମୋରିଆଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଜନତାଙ୍କୁ ସମ୍ୱୋଧିତ କରିବା ପାଇଁ ଆମନ୍ତ୍ରିତ ହେବା ବେଳକୁ ସେଠାରେ ଉପସ୍ଥିତ ଲୋକେ ଜୟ ଶ୍ରୀରାମ୍ ସ୍ଳୋଗାନ୍ ଦେଇଥିଲେ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ମମତା ।

ଏଥିସହିତ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସଂଯୋଜକ ମଧ୍ୟ ସରକାରୀ କାର୍ଯ୍ୟକ୍ରମର ମର୍ଯ୍ୟଦା ରହିବା ଆବଶ୍ୟକ ବୋଲି ସେ କହିଥିଲେ । ଏଥିସହିତ ମମତା ମଧ୍ୟ ସମାନ କଥା ଦୋହରାଇଥିଲେ । ସେ କହିଥିଲେ ଏହା କୌଣସି ରାଜେନୖତିକ କାର୍ଯ୍ୟକ୍ରମ ନୁହେଁ । ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ ସୁଭାଷ ବୋଷଙ୍କ ଜୟନ୍ତୀ ପଶ୍ଚିମବଙ୍ଗରେ ପାଳନ କରିଥିବାରୁ ମୁଁ ଖୁସି । କିନ୍ତୁ ଜଣଙ୍କୁ ଆମନ୍ତ୍ରିତ କରି ତାଙ୍କୁ ଅପମାନିତ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଏଥିସହିତ ଭାଷଣ ଦେବାକୁ ମନା କରିବା ସହ ଜୟ ହିନ୍ଦ ଓ ଜୟ ବାଙ୍ଗଳା କହି ନିଜ ଆସନ ଆଡ଼କୁ ଚାଲିଯାଇଥିଲେ ।

ଏଥିସହିତ ପଢ଼ନ୍ତୁ: ‘ନେତାଜୀଙ୍କ ଯୋଗଦାନକୁ ପିଢ଼ି ପରେ ପିଢ଼ି ଅବଗତ କରାଇବା ଆମ ସମସ୍ତଙ୍କ ଦାୟିତ୍ୱ’

Leave a Reply