ବ୍ରହ୍ମପୁରରେ ନକଲି ଗୁଟଖା କାରଖାନା, ଜଣେ ଅଟକ

Bramhapur Police Busted Duplicate Gutkha Factory, Held One

ବ୍ରହ୍ମପୁର: ନକଲି… ନକଲି… ନକଲି… । ବିଷକୁ ବି ନକଲି କରୁଛନ୍ତି ବ୍ୟବସାୟୀ । ବ୍ରହ୍ମପୁରରେ ପୁଣି ଥରେ ନକଲି ଗୁଟଖା କାରଖାନା ଠାବ ହୋଇଛି । ଆସ୍କା ରୋଡ୍ ଅଞ୍ଚଳରେ ରେଡ୍ କରି ବଡ଼ବଜାର ଥାନା ପୋଲିସ ଠାବ କରିଛି ନକଲି ଗୁଟଖା କାରଖାନା । ସେଠାରୁ ଲକ୍ଷାଧିକ ଟଙ୍କାର ପ୍ୟାକେଟ୍ ଗୁଟଖା ସହ ୧୦ରୁ ଅଧିକ ମେସିନ୍ ଜବତ କରିଛି ପୋଲିସ ।

Bramhapur Police Busted Duplicate Gutkha Factory, Held One

ମାମଲାରେ ପୋଲିସ ହାଉସିଂ ବୋର୍ଡ କଲୋନୀର ଇ.ରାଜେଶ୍ୱର ପାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି । କେବଳ ନକଲି ପୁଡ଼ିଆ ନୁହେଁ ନକଲି କୁରକୁରେ ସହ ଲେଜ୍ ଆଦି ସାମଗ୍ରୀ ଇ.ରାଜେଶ୍ୱର ପ୍ରସ୍ତୁତ କରୁଥିବା ପୋଲିସ ଜାଣିବାକୁ ପାଇଛି । ରାଜେଶ୍ୱରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Leave a Reply