BSFକୁ ବଡ଼ ସଫଳତା: କାଠୁଆ ଅଞ୍ଚଳରେ ଠାବ କଲା ଆତଙ୍କୀ ସୁଡ଼ଙ୍ଗ

1 min read

ଜମ୍ମୁ-କଶ୍ମୀର: କଠୁଆ ଅଞ୍ଚଳରେ ଠାବ ହେଲା ଆତଙ୍କୀ ସୁଡ଼ଙ୍ଗ । ଭାରତକୁ ଆତଙ୍କବାଦୀ ପଠାଇବା ପାଇଁ ପାକିସ୍ତାନ କରିଥିବା ହୀନ ଯୋଜନାକୁ ପଣ୍ଡ କରିଛନ୍ତି ବିଏସ୍ଏଫ୍‌ (ସୀମା ସୁରକ୍ଷା ବଳ) ଯବାନ । କଠୁଆର ପଂସାର ଅଞ୍ଚଳରେ ଏହି ସୁନଙ୍ଗ ଠାବ ହୋଇଛି । ୩୦ଫୁଟ ଗାଢ଼ ବିଷିଷ୍ଟ ୧୫୦ ମିଟର ଲମ୍ବର ଏହି ସୁଡ଼ଙ୍ଗ ଠାବ କରାଯାଇଛି । ଦଶ ଦିନ ପୂର୍ବରୁ ଭାରତୀୟ ଯବାନ ସମାନ ଏକ ସୁଡ଼ଙ୍ଗ ଠାବ କରିଥିଲେ । ଏବେ ପୁଣି ପାକିସ୍ତାନ ପଟୁ କରାଯାଇଥିବା ସମାନ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି । ବର୍ଡର ଆଉଟପୋଷ୍ଟରେ ଆଣ୍ଟି ଟନେଲିଂ ଅପରେଶନ ବେଳେ ଏହି ୧୫୦ ମିଟର ଲମ୍ବର ଏହି ସୁଡ଼ଙ୍ଗ ଠାବ କରାଯାଇଛି । ଏହି ସୁଡ଼ଙ୍ଗ ୬ରୁ ୮ବର୍ଷ ପୁରୁଣା ବୋଲି ଜଣାପଡ଼ିଛି । ଆତଙ୍କବାଦୀମାନେ ସୀମା ପାର କରି ଯିବା ଆସିବା ପାଇଁ ଏହି ସୁଡ଼ଙ୍ଗର ବ୍ୟବହାର କରାଯାଉଥିବା ଅନୁମାନ କରାଯାଉଛି । ସୁଡ଼ଙ୍ଗ ଠାବ ହୋଇଥିବା ଅଞ୍ଚଳରେ ଗତ କିଛିବର୍ଷ ହେବ ଆତଙ୍କବାଦୀ ଗତିବିଧି ନଜରକୁ ଆସିଛି । ଦଶ ଦିନ ପୂର୍ବରୁ ଭାରତୀୟ ଯବାନ ସମାନ ଏକ ସୁଡ଼ଙ୍ଗ ଠାବ କରିଥିଲେ । ଗତ ୬ମାସ ମଧ୍ୟରେ ସୀମା ସୁରକ୍ଷା ବଳର ଯବାନମାନେ ଜମ୍ମୁରେ ୧୦ଟି ସୁରଙ୍ଗର ସନ୍ଧାନ ପାଇ ଏହାକୁ ବନ୍ଦ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜୟ ଶ୍ରୀରାମ ନାରାରେ ଚିହିଁକି ଉଠିଲେ, ଭାଷଣ ଦେବାକୁ ମନା କଲେ ମମତା

Leave a Reply