ସବୁ ଜିଲ୍ଲାରେ ବିଜେଡି ଆୟୋଜନ କରିବ କ୍ରିକେଟ ଓ ଫୁଟବଲ୍ ପ୍ରିମିୟର୍ ଲିଗ

1 min read

ବାରିପଦା/ଭୁବନେଶ୍ୱର: ଗାଁରେ ଥିବା କ୍ରୀଡ଼ାବିତକୁ ପ୍ରୋତ୍ସାହନ ଯୋଗାଇଦେବ ବିଜେଡି । ସବୁ ଜିଲ୍ଲାରେ ଦଳ କରିବ କ୍ରିକେଟ ଓ ଫୁଟବଲ୍ ପ୍ରିମିୟର୍ ଲିଗ । ମୟୂରଭଞ୍ଜ ଜିଲ୍ଲାରୁ ଆଜି ଏହାର ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ସବୁ ଜିଲ୍ଲାରେ କରିବା ପାଇଁ ଯୋଜନା କରିଛି ଦଳ । ବିଜେଡିର ଏପରି ଆୟୋଜନରେ ରାଜେନୖତିକ ଗନ୍ଧ ବାରିଛନ୍ତି ବିରୋଧୀ । ବିରୋଧୀ ଏହାକୁ ଭୋଟ୍ ରାଜନୀତି କହୁଥିବା ବେଳେ ବିଜେଡି କହିଛି ଯୁବକଙ୍କ ସାମଗ୍ରିକ ବିକାଶ ।

BJD To Host Cricket And Footbal League In All District Of Odisha

ରାଜ୍ୟର ବିଭିନ୍ନ ଜିଲ୍ଲାରେ କ୍ରିକେଟ ଓ ଫୁଟବଲ ଖେଳର ଆୟୋଜନ କରିବ ବିଜେଡି । ସବୁ ଜିଲ୍ଲାରେ ପ୍ରିମିୟର୍ ଲିଗ୍ କରାଯିବ । ଆଜି ମୟୂରଭଞ୍ଜ ଜିଲ୍ଲାରୁ ଶୁଭାରମ୍ଭ ହୋଇଛି ଏମପିଏଲ ବା ମୟୂରଭଞ୍ଜ ପ୍ରିମିୟର୍ ଲିଗ । ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଖେଳ ଆୟୋଜନ ହେବ । ବାରିପଦା ଷ୍ଟାଡିୟମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବା ବେଳେ ରାଇରଙ୍ଗପୁରରେ ହେବ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଖେଳ ମାଧ୍ୟମରେ ଯୁବକଙ୍କ ସହ ଅଧିକ ଯୋଡ଼ିହେବ ଦଳ । କେବଳ କ୍ରିକେଟ କି ଫୁଟବଲ ନୁହେଁ ଅନ୍ୟ ଅଞ୍ଚଳର ଲୋକପ୍ରିୟ ଖେଳକୁ ନେଇ ଯୁବକ ଯୁବତୀଙ୍କୁ ଦଳ ନିଜ ଆଡ଼କୁ ଆକୃଷ୍ଟ କରିବ ଦଳ ଆରମ୍ଭ କରିଛି ବ୍ଲୁପ୍ରିଣ୍ଟ । ଲକ୍ଷ୍ୟ କିନ୍ତୁ ଗାଁ ପ୍ରତିଭାଙ୍କୁ ଆଗକୁ ଆଣି ପ୍ରୋତ୍ସାହିତ କରିବା । ବିଜେଡିର ଏପରି ଆୟୋଜନକୁ ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।

BJD To Host Cricket And Footbal League In All District Of Odisha

ପ୍ରିମିୟର ଲିଗ ପ୍ରଥମେ ପଞ୍ଚାୟତ, ବ୍ଲକ ଏବଂ ପରେ ଜିଲ୍ଲା ସ୍ତରରେ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି- ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ା କାର୍ଯ୍ୟକ୍ରମ ରାଜ୍ୟରେ ସଫଳତାର ସହ ଆୟୋଜିତ ହେଉଛି । ଯେଉଁମାନେ ଏହାକୁ ବିରୋଧ ବା ସମାଲୋଚନା କରୁଛନ୍ତି ସେମାନେ ଯୁବକଙ୍କ ସାମଗ୍ରିକ ବିକାଶ ଚାହୁଁନାହାନ୍ତି ବୋଲି ବିଜେଡି କହିଛି ।

BJD To Host Cricket And Footbal League In All District Of Odisha

କ୍ରିକେଟ ଓ ଫୁଟବଲ ବିଜେତା ଟିମ୍ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ଥିବା ବେଲେ ରନର୍ସ ଅପ ପାଇଁ ୫୦ ହଜାର ଟଙ୍କାଷ । ମ୍ୟାନ୍ ଅଫ ଦି ସିରିଜ୍ ବିଜେତାଙ୍କୁ ହିରୋ ସିବିଜି ଏକ୍ସଟ୍ରିମ୍ ୧୬୦ ଆର ବାଇକ୍ ପୁରସ୍କାର ପ୍ରଦାନ କରାଯିବ । ୨୦୧୯ ନିର୍ବାଚନ ପୂର୍ବରୁ ଯୁବକମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିଜୁ ଯୁବ ବାହୀନି ଗଠନ ହୋଇଥିଲା ।

Leave a Reply