‘ନେତାଜୀଙ୍କ ଯୋଗଦାନକୁ ପିଢ଼ି ପରେ ପିଢ଼ି ଅବଗତ କରାଇବା ଆମ ସମସ୍ତଙ୍କ ଦାୟିତ୍ୱ’

1 min read

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଶନିବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିକାର ଦିନକୁ ପରାକ୍ରମ ଦିବସଭାବେ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୋଦି ।

          ପ୍ରଧାନମନ୍ତ୍ରୀ ପ୍ରଥମେ କୋଲକାତାର ନ୍ୟାସନାଲ ଲାଇବ୍ରେରୀ ଗସ୍ତ କରି ସେଠାରେ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି  । ଏଥିସହିତ ଭିକ୍ୱୋରିଆ ମେମୋରିଆଲରେ ଆୟୋଜିତ ପ୍ରଦର୍ଶନୀରେ ମଧ୍ୟ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ସହିତ ରାଜ୍ୟପାଳ ଜଗଦୀପ ଧନଖଣ୍ଡ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଅଛନ୍ତି । ତେବେ ଏହି ଅବସରରେ ଡାକ ଟିକଟ ଜାରି କରାଯାଇଛି ।

ଭିକ୍ୱୋରିଆ ମେମୋରିଆଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ କୋଲକାତା ଗସ୍ତ ତାଙ୍କୁ ଭାବପ୍ରବଣ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ପିଲାବେଳେ ସେ ଯେବେ ବି ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ଶୁଣୁଥିଲେ ତାଙ୍କ ମଧ୍ୟରେ ଉତ୍ସାହ ଖେଳିଯାଉଥିଲା ।

ଆମ ସମସ୍ତଙ୍କର କର୍ତ୍ତବ୍ୟ ଯେ, ଆମେ ପିଢ଼ି ପରେ ପିଢ଼ିକୁ ସ୍ୱାଧୀନତା ସଂଗ୍ରାମରେ ସୁଭାଷଙ୍କ ଯୋଗଦାନ ନେଇ ଅବଗତ କରାଇବା । ଏଣୁ ଏହି ଧାରାକୁ ଆଗକୁ ମଧ୍ୟ ବଜାୟ ରଖିବା ନେଇ ଦେଶବାସୀ ନେତାଜୀ ଜୟନ୍ତୀଙ୍କୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ।

Leave a Reply