spot_img
Home Blog Page 6163

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,କରୋନା ଟିକା ମାଗଣା କିନ୍ତୁ…

ନୂଆଦିଲ୍ଲୀ: ଦେଶରେ କରୋନା ଟିକାର ଡ୍ରାଏ ରନ୍ ଆରମ୍ଭ ହୋଇ ସାରିଛି । ଦେଶର ୧୧୬ ଜିଲ୍ଲାର ୨୫୯ କେନ୍ଦ୍ରରେ ଭ୍ୟାକ୍ସିନର ଡ୍ରାଏ ରନ୍ ଚାଲିଛି । ଓଡ଼ିଶାର ୩୦ ଜିଲ୍ଲାରେ ମଧ୍ୟ ଡ୍ରାଏ ରନ୍ ଚାଲିଛି । ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି । ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।

ମାଗଣା କିନ୍ତୁ ସମସ୍ତଙ୍କୁ ଲଗାଯିବନି ଟିକା
ଯେଉଁମାନଙ୍କୁ କୋରନା ଟିକା ଦିଆଯିବା ସେମାନଙ୍କୁ ଏଥିପାଇଁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । କିନ୍ତୁ ଦେଶର ୧୩୦ କୋଟି ନାଗରିକଙ୍କୁ ଟିକା ଦିଆଯିବ ନାହିଁ । ସରକାର ପୂର୍ବରୁ ଏହା ସ୍ପଷ୍ଟ କରିଦେଇଛନ୍ତି ଯେ, ସମସ୍ତ ଭାରତୀୟଙ୍କୁ ଟିକା ଲଗାଯିବାର ଆବଶ୍ୟକତା ନାହିଁ । କେବଳ ସେତିକି ଲୋକଙ୍କୁ ଟିକା ଦିଆଯିବ ଯାହା ଦ୍ୱାରା ଦେଶରେ କରୋନା ବିରୋଧରେ ହର୍ଡ୍ ଇମ୍ୟୁନିଟି ବିକଶିତ ହୋଇ ପାରିବ । ହର୍ଡ ଇମ୍ୟୁନିଟିର ଅର୍ଥ ହେଉଛି କରୋନା ସଂକ୍ରମଣର ଚେନ୍ ଛିନ୍ନ କରିବା । ତେବେ ଏବେ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି ଯେ, ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କଠାରୁ କୌଣସି ଟଙ୍କା ନିଆଯିବ ନାହିଁ । ଟିକା କେଉଁମାନଙ୍କୁ ଦିଆଯିବ ତାହା ସରକାର ଚିହ୍ନଟ କରିବେ ।
ପ୍ରଥମ ପର୍ଯ୍ୟାୟର ୩ କୋଟି
ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ନାଗରିକଙ୍କ ଟୀକାକରଣ କରାଯିବ । ଏହି ୫୧ ଲକ୍ଷଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ,କରୋନା ଯୋଦ୍ଧା,୫୦ ବର୍ଷରୁ ସେହିଭଳି ଅଧିକ ବୟସ୍କ ବ୍ୟକ୍ତି ସାମିଲ ଅଛନ୍ତି,ଯେଉଁମାନେ କୌଣସି ପ୍ରକାରର ଗମ୍ଭୀର ରୋଗରେ ପୀଡିତ ।
ଗୁଜବରୁ ଦୁରେଇ ରହିବାକୁ ପରାମର୍ଶ
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦେଶବାସୀଙ୍କୁ କରୋନା ଟିକାକୁ ନେଇ ଉଡୁଥିବା ଗୁଜବକୁ ବିଶ୍ୱାସ ନକରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଲୋକେ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଟିକାର ସୁରକ୍ଷା ଓ ତା’ର ବିଶ୍ୱସନୀୟତା ସୁନିଶ୍ଚିତ କରିବା ସରକାରଙ୍କ କାମ । ପୋଲିଓ ଟୀକାକରଣ ସମୟରେ ମଧ୍ୟ ଅନେକ ଗୁଜବ ଉଡିଥିଲା କିନ୍ତୁ ଏବେ ଦେଶ ପୋଲିଓ ମୁକ୍ତ ।

ରାଜ୍ୟ ପଛୁଆ ବର୍ଗ କମିଶନ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ରଘୁନାଥ ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟ ପଛୁଆ ବର୍ଗ କମିଶନ ଭାବେ ଦାୟିତ୍ୱ ନେଇଛନ୍ତି ଜଷ୍ଟିସ ରଘୁନାଥ ବିଶ୍ୱାଳ । କମିଶନଙ୍କ ସହ ତିନିଜଣ ସଦସ୍ୟ ଡକ୍ଟର ନବନୀତା ରଥ, ଡକ୍ଟର ମିତାଲୀ ଚିନ୍ନାରା ଓ ଡକ୍ଟର ପ୍ରସନ୍ନ କୁମାର ପାତ୍ର ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ ୧୯୯୩ ଆଧାରରେ ପଛୁଆ ବର୍ଗ କମିଶନ ଗଠନ କରାଯାଇଛି । ଏହି କମିଶନ ପଛୁଆ ବର୍ଗର ସଂରକ୍ଷଣ ନେଇ ରହିଥିବା ବିବାଦର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବ ।

୧୯୯୩ରେ ଓଡିଶା ସରକାର ପ୍ରଥମ କରି କମିଶନ ଗଠନ କରିଥିଲେ । କୌଣସି ଜାତି ପଛୁଆ ବର୍ଗରେ ସାମିଲ ହୋଇନଥିଲେ ତାଙ୍କୁ ତାଲିକାଭୁକ୍ତ କରିବା ଦିଗରେ କାର୍ଯ୍ୟ କରିବ କମିଶନ । ସେହିପରି ଯେକୌଣସି ବର୍ଗର ଲୋକ ଚାହିଁଲେ ଓବିସି ବର୍ଗକୁ ଆସିପାରିବେ ବୋଲି କହିଛନ୍ତି କମିଶନ । ଏହାସହ ଓବିସିରେ ଥିବା ଲୋକଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଆସିଥିଲେ ସେମାନଙ୍କୁ ତାଲିକାରୁ ବାଦ ଦିଆଯିବ ବୋଲି ସେ କହିଛନ୍ତି ।

ଏହାସହ ରାଜ୍ୟରେ କେତେ ପଛୁଆ ବର୍ଗ ଲୋକ ଅଛନ୍ତି ତାର ସେନସସ କରାଯିବ ବୋଲି କମିଶନ କହିଛନ୍ତି । ସେହିଭଳି ସଂରକ୍ଷଣ ନେଇ ମଣ୍ଡଳ କମିଶନ ଯାହା ସୁପାରିଶ କରିଛନ୍ତି ତାକୁ କାର୍ଯ୍ୟକାରୀ କରିବା ଦିଗରେ କମିଶନ କାର୍ଯ୍ୟ କରିବ ବୋଲି କମିଶନ ଅଧ୍ୟକ୍ଷ କହିଛନ୍ତି ।

ଲିଫ୍ଟ ଦେଇ ଫସିଗଲେ ଯୁବକ: ଗଣିଲେ ୧ ହଜାର ତଣ୍ଡ

ଭୁବନେଶ୍ୱର: ସାରା ରାଜ୍ୟରେ ଡବଲ ହେଲମେଟର ଜୋରଦାର ଚେକିଂ ଆରମ୍ଭ ହୋଇଛି। ଆଜି ରାଜଧାନୀର ବିଭିନ୍ନ ଛକରେ ପୋଲିସ ଚେକିଂ କରୁଥିବାବେଳେ ଜଣେ ବ୍ୟକ୍ତି ଅନ୍ୟକୁ ଲିଫ୍ଟ ଦେଇ ଫସିଯାଇଛନ୍ତି। ସୂଚନା ମୁତାବକ ଲିଫ୍ଟ ଦେଇ ବ୍ୟକ୍ତି ହଜାର ଟଙ୍କା ଚାଲାଣ କାଟିଛନ୍ତି।

ସୂଚନା ମୁତକାବକ ଆଜି ସକାଳେ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ସକାଳୁ ସକାଳୁ ପୋଲିସ ଡବଲ ହେଲମେଟ ଚେକିଂ ଆରମ୍ଭ କରିଦେଇଛି। ତେବେ ଜଣେ ବ୍ୟକ୍ତି ଜଣେ ଅଚିହ୍ନା ବ୍ୟକ୍ତିଙ୍କୁ ବାଟରେ ଲିଫ୍ଟ ଦେଇଥିଲେ । ସେହି ବ୍ୟକ୍ତି ଜଣଙ୍କ ହେଲମେଟ ପିନ୍ଧିନଥିବାରୁ ପୁଲିସ୍ ଅଟାଇ ୧ ହଜାର ଟଙ୍କାର ଚାଲାଣ କାଟିଛି । ତଣ୍ଡ ଗଣିବା ପରେ ବ୍ୟକ୍ତି ଜଣକ ଆଉ କାହାକୁ ଲିଫ୍ଟ ଦେବେ ନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଏହି ବ୍ୟକ୍ତିଙ୍କ ବ୍ୟତୀତ ଆଜି ରାଜଧାନୀରେ ବହୁତ ଲୋକ ଡବଲ ହେଲମେଟ ନ ପିନ୍ଧିବା ଯୋଗୁ ତଣ୍ଡ ଗଣିଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ପହିଲାରୁ ଡବଲ୍‌ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି। ଚାଳକଙ୍କ ସହିତ ବାଇକ୍ ପଛରେ ବସୁଥିବା ଲୋକ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲମେଟ ନପିନ୍ଧିଲେ ୩ମାସ ଯାଏ ଡି.ଏଲ୍‌  ବାତିଲ ହେବ। କେବଳ ହେଲମେଟ ଚେକିଂ ନୁହେଁ, ମଦ୍ୟପାନ କରି ଗାଡ଼ି ଚଳାଇବା, ଦ୍ରୁତଗତିରେ ଗାଡି ଚଳାଇବା ଓ ବିନା ଇନସୁରାନ୍ସ ଓ ପଲ୍ୟୁସନ ପ୍ରମାଣପତ୍ର ବିନା ଗାଡି ଚଳାଇବା ଲୋକଙ୍କୁ ଆଉ ନିସ୍ତାର ମିଳିବ ନାହିଁ।

ବ୍ରିଟେନ ଓ ଭାରତ ମଧ୍ୟରେ ପୁଣି ଉଡ଼ିବ ବିମାନ

ନୂଆଦିଲ୍ଲୀ: ବ୍ରିଟେନ ଓ ଭାରତ ମଧ୍ୟରେ ପୁଣିଥରେ  ବିମାନ ସେବା ଆରମ୍ଭ ହେବ।  ଜାନୁଆରୀ ୮ରୁ ସର୍ତ୍ତମୂଳକ ଭାବରେ ବିମାନ ଚଳାଚଳ କରିବ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରୀ ସୂଚନା ଦେଇଛନ୍ତି।

ୟୁକେ ଓ ଭାରତ ମଧ୍ୟରେ ପୁଣିଥରେ ବିମାନ ଚଳାଚଳ ନେଇ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ଜାନୁଆରୀ ୮ରୁ ୨୩ ମଧ୍ୟରେ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଏବଂ ହାଇଦ୍ରାବାଦକୁ ସପ୍ତାହରେ ମାତ୍ର ୧୫ଟି ବିମାନ ଉଡ଼ିବ।

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ବିମାନ ଚଳାଚଳ ମନ୍ତ୍ରାଳୟ ବ୍ରିଟେନକୁ ବିମାନ ଚଳାଚଳ ଡିସେମ୍ବର ୩୧ ଯାଏ ସ୍ଥଗିତ ରଖିଥିଲା। ଏହାପରେ ଜାନୁଆରୀ ୭ ଯାଏ ବୃଦ୍ଧି କରାଯାଇଥିଲା। ତେବେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ କେବଳ ୧୫ଟି ବିମାନ ଉଡାଣକୁ ଅନୁମତି ମିଳିଛି।

ରିଲାଏନ୍ସ ଜିଓକୁ ଟକ୍କର ଦେବ ଏୟାରଟେଲ: ୧୯୯ ଟଙ୍କାର ରିଚାର୍ଜରେ ଏହି ସବୁ ସିବିଧା ପାଇବେ ଗ୍ରାହକ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓକୁ ଟକ୍କର ଦେବ ଭାରତୀ ଏୟାରଟେଲ୍ । ଏହି ପୁରୁଣା ଟେଲିକମ୍ ସଂସ୍ଥା ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ନିଜ ସହ ଅଧିକ ଲୋକଙ୍କୁ ଯୋଡ଼ିବାକୁ ନୂଆ ପ୍ଳାନ୍ ଲଞ୍ଚ କରିଛି । ଏଣିକି ମାତ୍ର ୧୯୯ ଟଙ୍କା ରିଚାର୍ଜା ଦୈନିକ ଦେଢ଼ ଜିବି ଡେଟା ପାଇପାରିବେ ଏୟାରଟେଲ ଉପଭୋକ୍ତା ।

          ସୂଚନା ଥାଉ କି କିଛି ଦିନ ପୂର୍ବେ ରିଲାଏନ୍ସ ସାରାଦେଶରେ ଡୋମାଷ୍ଟିକ୍ କଲିଂକୁ ଫ୍ରି କରିବାକୁ ଘୋଷଣା କରିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏୟାରଟେଲ ଓ ଭୋଡ଼ାଫୋନ୍-ଆଇଡିଆ ତୁଳନାରେ ଭଲ ପ୍ରି-ପେଡ୍ ପ୍ଳାନ୍ ରହିଛି ।

ଏଯାବତ୍ ଏୟାରଟେଲ୍ ମାତ୍ର ୧୯୯ ଟଙ୍କାରେ ୧ ଜିବି ଡେଟା ଦେଉଥିବା ବେଳେ ଏଣିକି ଦୈନିକ ୨୮ଦିନ ଯାଏଁ ୧.୫ ଜିବି ଡେଟା ପାଇପାରିବେ ଏୟାରଟେଲ୍ ଗ୍ରାହକ । ଏହାବ୍ୟତିତ ଦେଶସାରା ପ୍ରତ୍ୟେକ ନେଟଓ୍ୱର୍କକୁ ଅନଲିମିଟେଡ୍ ଭଏସ୍ କଲ୍ ଏବଂ ୧୦୦ ଏସ୍ଏମ୍ଏସ୍ (SMS) ଏବଂ ଏସ୍ଏମ୍ଏସ୍ (MMS) ପଠାଇପାରିବେ । ଏହି ରିଚାର୍ଜ ସହିତ ଗ୍ରାହକଙ୍କୁ ଫ୍ରି କଲରଟ୍ୟୁନ୍, ଓ୍ୱିଙ୍କ୍ ମ୍ୟୁଜିକ୍ ସବ୍‌ସ୍କ୍ରିପସନ୍ ଏବଂ ଏୟାରଟେଲ୍ ଏକ୍ସଟ୍ରିମ୍ ଆପର ସବ୍‌ସ୍କ୍ରିପସନ୍ ମଧ୍ୟ ଅଫର କରାଯାଉଛି ।

ଏଥିସହିତ ପଢ଼ନ୍ତୁ: Jio ୟୁଜର୍ସଙ୍କୁ ନୂଆବର୍ଷ ଉପହାର, ଏଣିକି ସବୁ ନେଟୱର୍କକୁ କଲ୍ ମାଗଣା

ଔଷଧ ଦେଲେନି ବୋଲି ପିଟି ପିଟି ମାରିଦେଲେ

କୋରାପୁଟ: ଔଷଧ ନ ଦେବାରୁ ପିଟିପିଟି ମାରିଦେଲା । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ନାରିଖିଲୁଆ ଗାଁର । ଚେରମୂଳି ଔଷଧ ନଦେବାରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ । ମୃତକ ହେଉଛନ୍ତି  ମୁକୁନା ହିକକା । ହତ୍ୟା ଅଭିଯୋଗରେ ୨ ଜଣଙ୍କୁ ସନ୍ଦେହ କରି ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି ।

ସୂଚନା ଅନୁସାରେ, ନାରିଖିଲୁଆ ଗାଁର ଦିନବନ୍ଧୁ ଶିରିକା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ବାପା ଦୀନବନ୍ଧୁଙ୍କ କଷ୍ଟର ନିବାରଣ ପାଇଁ ପୁଅ ରାତିରେ ଚେରମୂଳି ଔଷଧ ଆଣିବାକୁ ଯାଇଥିଲେ । ରାତିରେ ଚେରମୂଳି ଔଷଧ ନଥିବା ମୁକୁନା କହିଥିଲେ । ଏହାପରେ ଦୁଇଜଣଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା ।

ଏହିସମୟରେ ମୁକୁନା ଗୁଣିଗାରେଡି କରି ମାରିଦେବାକୁ ଧମକ ଦେଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ପାଟିତୁଣ୍ଡ ହୋଇଥିଲା । ଏବଂ କ୍ରୋଧରେ ମୁକୁନାଙ୍କୁ ପିଟି ପିଟି ମାରିଦିଆଯାଇଥିବା ଅଭିଯୋଗ ହୋଇଛି ।

ଜୀବନ ଦେଇ ଯମ ମୁହଁରୁ ଭଉଣୀକୁ ଟାଣି ଆଣିଲା ଭାଇ

କଳାହାଣ୍ଡି: ଭଉଣୀ ରାକ୍ଷୀର ମାନ ରଖିଲା ଭାଇ । ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ଭାଇ । ଘଟାଣାଟି ହେଉଛି କଳାହାଣ୍ଡି ଭବାନୀପାଟଣା ଭବାନୀପାଟଣା ପରମାନନ୍ଦପୁର ଗାଁର । ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଭାଇର ମୃତ୍ୟୁ ହୋଇଥିବା ସୂଚନା । ଘଟଣାରେ ଭାଇର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଭଉଣୀ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ,  ଭଉଣୀର ଜୀବନ ରକ୍ଷା କରିବାକୁ ଯାଇ ଭାଇର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଭଉଣୀ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ପରମାନ୍ଦ ଗାଁର ଭୁଜବଳ ବୈଶାଲ । ଛାତ ଉପରେ ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ମୃତକଙ୍କ ଭଉଣୀ । ଆଖି ଆଗରେ ଭଉଣୀର ଛଟପଟ  ହେଉଥିବା ବେଳେ ଭଉଣୀର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲା । ଏବଂ ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ଭାଇ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ  ।

ତେବେ ଘଟଣାରେ ଭାଇର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଭଉଣୀ  ଗୁରୁତର ହୋଇଥିଲେ । ଏବଂ ଗୁରୁତର ଅବସ୍ଥାରେ ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି  । ପରିବାର ଲୋକେ ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ।

ଔରଙ୍ଗାବାଦର ନାମ ପରିବର୍ତ୍ତନ କରିବାକୁ ଶିବସେନାର ପ୍ରସ୍ତୁତି: ଅସହମତି ପ୍ରକାଶ କଲା କଂଗ୍ରେସ

ନାଗପୁର: ମହାରାଷ୍ଟ୍ରରେ ଗଠିତ ମେଣ୍ଟ ସରକାର ମହାବିକାଶ ଅଘାଡ଼ି ଭିତରେ ମତାନ୍ତର ଦେଖିବାକୁ ମିଳିଛି ।ମହାରାଷ୍ଟ୍ରର ଔରଙ୍ଗବାଦର ନାମ ପରିବର୍ତ୍ତନ କରି ସାମ୍ଭାଜୀ ନଗର କରିବାକୁ ଦାବି କରୁଥିବା ବେଳେ ଏହାକୁ ନେଇ ଅସହମତି ପ୍ରକାଶ କରିଛି ସହଯୋଗୀ କଂଗ୍ରେସ । କମନ୍ ମିନିମନ୍ ପୋଗ୍ରାମ ଆଧାରରେ ହିଁ ସରକାର ସମସ୍ତ ନିର୍ଣ୍ଣୟ ନିଅନ୍ତୁ । ଏବଂ ସମସ୍ତ ନିଷ୍ପତ୍ତି ସର୍ବାସମ୍ମତି କ୍ରମେ ହେଉ ବୋଲି କଂଗ୍ରେସ କହିଛି ।

ପ୍ରସଂଗ ଦୃଷ୍ଟିରୁ ପ୍ରକାଶ ଯୋଗ୍ୟ ଯେ, ଶିବସେନା ଦୀର୍ଘଦିନ ହେଲା ଔରଙ୍ଗାବାଦର ନାମ ବଦଳାଇ ସମ୍ଭାଜୀ ନଗର କରିବାକୁ ଦାବି କରିଆସୁଛନ୍ତି । ଏନଡିଏ ସରକାରେ ଅଂଶୀଦାର ଥିବା ବେଳକୁ ଏହି ଦାବି କରିଆସୁଛି ଶିବସେନା । କିଛି ଦିନ ପୂର୍ବେ ମହାରାଷ୍ଟ୍ର ପ୍ରଶାସନ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ପଠାଇଥିଲେ । ଯାହାକୁ ନେଇ ଆପତ୍ତି ଉଠାଇ କହିଛି ଯେ, କେବଳ ନାମ ବଦଳାଇଦେଲେ ଔରଙ୍ଗାବାଦର ବିକାଶ ହେବନାହିଁ ।

ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ବାଲା ସାହେବ ଥୋରାଟ୍ ଔରଙ୍ଗାବାଦ ଗସ୍ତରେ ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇ କହିଛନ୍ତି ଯେ, ମହାବିକାଶ ଅଘାଡ଼ିର ଗଠନ ଏକ କମନ୍ ମିନିମମ୍ ପୋଗ୍ରାମ ଆଧାରରେ ହୋଇଛି । ଆମର ସମସ୍ତ ନିଷ୍ପତ୍ତି ଏହି ପୋଗ୍ରାମ ଆଧାରରେ ହେବା ଆବଶ୍ୟକ । ଔରଙ୍ଗାବାଦର ନାମ ବଦଳାଇବା ନେଇ ବର୍ତ୍ତମାନ କୌଣସି ପ୍ରସ୍ତାବ ମହାବିକାଶ ଅଘାଡ଼ିକୁ ଆସିନାହିଁ । ଯଦି ଏଭଳି କୌଣସି ପ୍ରସ୍ତାବ ଆସେ ତେବେ ଆମେ ଏହାକୁ ବିରୋଧ କରିବୁ ।

ଏଥିସହିତ ପଢ଼ନ୍ତୁ: ରାଜଧାନୀବାସୀଙ୍କୁ ସୁବିଧା, ମିସଡ କଲ କଲେ ଘରେ ପହଁଚିବ ଗ୍ୟାସ

 

ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୟୁରଭଞ୍ଜ/ବାଲେଶ୍ୱର: ଯାତ୍ରୀବାହୀ ବସ୍ ଦୁର୍ଘଟଣା । ଭୁବନେଶ୍ୱରକୁ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ବିଲ ଭିତରକୁ ଯାତ୍ରୀବାହୀ ବସ୍‌ ଖସିଥିବା ସୂଚନା । ଦୁର୍ଘଟଣାରେ ୪ଯାତ୍ରୀ ଆହତ ହୋଇଛନ୍ତି ସମସ୍ତ ଆହତଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

ବହଳଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଯାତ୍ରିବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ୪ଜଣ ଆହତମାନଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ନିଆଯାଇଛି । ତେବେ ଅଳ୍ପକେ ବର୍ତିଯାଇଛନ୍ତି ଅଧିକାଂଶ ଯାତ୍ରୀ । ରାଇରଙ୍ଗପୁର ଟାଉନ ଥାନା ଭାଲୁବସା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ।

ଅନ୍ୟପଟେ ବାଲେଶ୍ୱର ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତାର ଇଡକୋ ଛକ ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଭୋର ସମୟରେ ଭାରସାମ୍ୟ ହରାଇ ନିର୍ମାଣଧୀନ ବ୍ରିଜ ତଳକୁ ଖସି ପଡ଼ିଛି କାର । କାର ଭିତରେ ଥିବା ୪ ଜଣ ଗୁରୁତର ହୋଇ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟା କେନ୍ଦ୍ର ପରେ ବାଲେଶ୍ୱର ମଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ପୁର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପୁଅ ଦିବାକାନ୍ତ ମହାନ୍ତିଙ୍କ ସହିତ ତିନିଜଣ ଆହାତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ଘର ହାସିମପୁର ବୋଲି ଜଣାପଡିଛି ।

ଆଜିଠୁ ଦେଶବ୍ୟାପୀ କରୋନା ଟିକାର ଡ୍ରାଏ ରନ୍: ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛି ବ୍ୟବସ୍ଥା

ନୂଆଦିଲ୍ଲୀ:ଖୁବଶୀଘ୍ର ଦେଶବାସୀଙ୍କୁ ମିଳିବ କରୋନା ଟିକା  । ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର  । ଟିକାକରଣକୁ ସୁନିଶ୍ଚିତ କରିବା ପାଇଁ ଦେଶରେ ଆଜିଠୁ ଆରମ୍ଭ ହେଉଛି ଟିକାର ଡ୍ରାଏ ରନ  । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଡ୍ରାଏ ରନ୍ ହେଉଛି । ଭ୍ୟାକସିନର ଷ୍ଟୋରେଜ୍, ବିତରଣ ଓ ଟିକାକରଣର ପ୍ରକ୍ରିୟା ଡ୍ରାଏ ରନର ମୁଖ୍ୟ ଲକ୍ଷ୍ୟ । ପୂର୍ବରୁ ପଞ୍ଜାବ, ଆସାମ, ଗୁଜରାଟ ଓ ଆନ୍ଧ୍ରପଦେଶରେ ଟିକାକରଣ ପ୍ରକ୍ରିୟାର ଡ୍ରାଏ ରନ୍‌ ଶେଷ ହୋଇଛି । ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ  ।

ତେବେ କରୋନା ଟିକାର ଡ୍ରାଏରନ୍ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି । କ୍ୟାପିଟାଲ ହସ୍‌ପିଟାଲ୍‌ ସମେତ ରାଜ୍ୟର ୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଡ୍ରାଏରନ୍‌ କରାଯିବ । ପ୍ରତି ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ବାସ୍ଥ୍ୟକର୍ମୀ ସାମିଲ ହେବେ । କେନ୍ଦ୍ରରେ ଜଣେ ଭାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ୍‌ ରହିବେ । କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରି ଟିକା ଦିଆଯିବ । ଟିକା ଦେବା ପାଇଁ ପରିଚୟପତ୍ର ଯାଞ୍ଚ ପରେ ଭକ୍ସିନେଟରଙ୍କ ପାଖକୁ ପଠାଯିବ । ଭାକ୍ସିନ ନେବା ପରେ ୩୦ମିନିଟ  ଅବଜର୍ଭେସନରେ ରହିବେ । ଟିକାକରଣ ପାଇଁ ୨୧ ଲକ୍ଷ ସିରିଞ୍ଜ ଆସିଛି  । ଟିକା ଆସିଲେ ପ୍ରଥମେ ରାଜ୍ୟ ଷ୍ଟୋର ଏବଂ ପରେ ୯ଟି ଆଞ୍ଚଳିକ ଟିକା ଷ୍ଟୋର ଓ ତା’ପରେ ୩୨ଟି ଟିକା ଷ୍ଟୋରକୁ ପଠାଯିବ । ସେଠାରୁ ୧ ହଜାର ୨୨୨ଟି କୋଲ୍‌ଡ ଚେନ ପଏଣ୍ଟକୁ ପଠାଯିବ । ସେଠାରୁ ଯିବ ୨୯ ହଜାର ୨୭୨ ସେସନ ସାଇଟ୍‌କୁ । ଏହାପରେ ଟିକା ଦିଆଯିବ  । ରେଜିଷ୍ଟ୍ରେସନ ଲିଙ୍କ ଆସିବା ପରେ ସବୁ ଜିଲ୍ଲାରେ ଆରମ୍ଭ ହେବ ଡ୍ରାଏରନ । ସବୁ ଭଲ୍ୟୁଣ୍ଟରଙ୍କ ନାଁ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସରିଥିବା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ସ୍ବେଚ୍ଛାସେବୀଙ୍କ ଆଧାର ନମ୍ବର ଦେଖି ଡ୍ରାଏରନ କରାଯିବ ।

ଏଥିସହିତ ପଢ଼ନ୍ତୁ: କରୋନା ଟିକାକରଣକୁ ନେଇ ଆପଣଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପଢ଼ନ୍ତୁ…