spot_img
Home Blog Page 6164

କ୍ରୋଧରେ ନିୟନ୍ତ୍ରଣ ରଖନ୍ତୁ ନ ହେଲେ ଏମିତି ହୋଇପାରେ ଅବସ୍ଥା

ଆଜିର ପଞ୍ଚାଙ୍ଗ:

୦୨,ଜାନୁଆରୀ, ୨୦୨୧, ଶନିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ଧନୁ ୧୯ ଦିନ,ପୌଷ ମାସ,କୃଷ୍ଣପକ୍ଷ,

ଦିନ ୯ଟା ୧୨ ପର୍ଯ୍ୟନ୍ତ ତୃତୀୟା ତିଥି, ଏହା ପରେ ଚତୁର୍ଥୀ

କର୍କଟ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଅଶ୍ଳେଷା ନକ୍ଷତ୍ର

– ଯୋଗିନୀ ଆଗ୍ନେୟରେ ରହିବେ ଦିନ ୯ଟା ୧୨ ମିନିଟ୍ ପର୍ଯ୍ୟନ୍ତ

ଦିନ ୯ଟା ୧୨ ପରେ ନୈଋତକୁ ଯାତ୍ରା ନିଷେଧ

-ଘାତଚନ୍ଦ୍ର- ରାତି ୮ଟା ପରେ କର୍କଟ,ମକର ରାଶିର ଘାତଚନ୍ଦ୍ର

– ଘାତ ବାର- ବୃଷ,ସିଂହ,କନ୍ୟା ରାଶିର

– ଶୁଭ ସମୟ –

ଦିନ ୧୦ଟା ୪୫ ମିନିଟ୍ ରୁ ଦିନ ୧ଟା ୪୨ ମିନିଟ୍

– ଅଶୁଭ ସମୟ –

ଦିନ ୯ଟା ଠାରୁ ଦିନ ୧୦ଟା ୩୬ ମିନିଟ୍ ପର୍ଯ୍ୟନ୍ତ

ଆଜି ପୋଟଳ,ମୂଳା ଖାଇବା ମନା

ମେଷ

ଅଶ୍ୱିନୀ ନକ୍ଷତ୍ର -ଦିନଟି ଖୁସିରେ କଟିବ, ପରିବାରରେ ଖୁସି ରହିବ ।

ଦ୍ୱିଜା ନକ୍ଷତ୍ର -ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।

କୃତ୍ତିକା ନକ୍ଷତ୍ର – ଆଜି ଦିନରେ ସତର୍କ ରୁହନ୍ତୁ, ଛୋଟ କଥାକୁ ନେଇ ଜୀବନସାଥୀଙ୍କ ସହ ମତାନ୍ତର ହେବ ।

ଉପାୟ- ହନୁମାନଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ ।

ବୃଷ

କୃତ୍ତିକା ନକ୍ଷତ୍ର – ସତର୍କ ରୁହନ୍ତୁ, କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ରୋହିଣୀ ନକ୍ଷତ୍ର – ସ୍ଥଗିତ ଥିବା କାମ ତ୍ୱରାନ୍ୱିତ ହେବ, ସ୍ୱାସ୍ଥ୍ୟ ଭଲ ରହିବ ।

ମୃଗଶିରା ନକ୍ଷତ୍ର – ନିଜ ଚେଷ୍ଟାରେ ସଫଳ ରହିବେ, ଭଗବାନଙ୍କ ପ୍ରତି ଆସ୍ଥା ବଢିବ ।

ଉପାୟ- ଅସହାୟ ଗରିବ ବ୍ୟକ୍ତିକୁ ଖାଦ୍ୟ ଦାନ କରନ୍ତୁ ।

ମିଥୁନ

ମୃଗଶିରା ନକ୍ଷତ୍ର – କ୍ୟାରିଅର,ପ୍ରଫେସନକୁ ନେଇ ରହୁଥିବା ବାଧା ଦୂର ହେବ ।

ଆଦ୍ରା ନକ୍ଷତ୍ର – ସତର୍କ ରୁହନ୍ତୁ, ବାହାର ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ ।

ପୁନର୍ବସୁ ନକ୍ଷତ୍ର – ପଜିଟିଭ ଚିନ୍ତାକୁ ନେଇ ଆଗକୁ ବଢନ୍ତୁ, କାର୍ଯ୍ୟ ସଫଳ ରହିବ ।

ଉପାୟ- ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ ।

କର୍କଟ

ପୂନର୍ବସୁ ନକ୍ଷତ୍ର – ଗୁରୁଜନଙ୍କ ଠାରୁ ଆଶିର୍ବାଦ୍‌ ମିଳିବ, ନିଜ କାମ ପାଇଁ ନିଷ୍ପତ୍ତି ନେଇ ପାରନ୍ତି ।

ପୁଷ୍ୟା ନକ୍ଷତ୍ର – ଜୀବନସାଥିଙ୍କର ପୂର୍ଣ୍ଣ ସହଯୋଗ ପାଇବେ ।

ଅଶ୍ଳେଷା ନକ୍ଷତ୍ର – ମିତ୍ରବନ୍ଧୁଙ୍କର ସହଯୋଗ ମିଳିବ ।

ଉପାୟ- ବୁଲା କୁକୁରକୁ ମିଠା କିଛି ଖାଇବାକୁ ଦିଅନ୍ତୁ ।

ସିଂହ

ମଘା ନକ୍ଷତ୍ର – ନିଜର ସଫଳତା ପାଇଁ କିଛି ନୂଆ ଯୋଜନା କରିପାରନ୍ତି ।

ପୂର୍ବା ଫାଲଗୁନୀ- ଆର୍ଥିକସ୍ଥିତି ଖରାପ ରହିବ, ଆୟ ଅପେକ୍ଷା ବ୍ୟୟ ବଢିବ

ଉତ୍ତରା ଫାଲଗୁନୀ- ଆଗକୁ ବଢିବା ପାଇଁ ସୁପରାମର୍ଶ, ସହଯୋଗ ପାଇବେ ।

ଉପାୟ- ଲାଲ ବସ୍ତ୍ର ପରିଧାନ କରନ୍ତୁ ।

କନ୍ୟା

ଉତ୍ତରା ଫାଲଗୁନୀ – ପ୍ରଫେସନକୁ ନେଇ ରହିଥିବା ନିରାଶ ଭାବ ଦୁର ହେବ ।

ହସ୍ତା ନକ୍ଷତ୍ର – ବ୍ୟସ୍ତତା ମଧ୍ୟରେ ସମୟ କଟିବ, ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାରେ ପକାଇପାରେ ।

ଚିତ୍ରା ନକ୍ଷତ୍ର –ଜୀବନସାଥୀଙ୍କର ସହଯୋଗ ପାଇବେ ।

ମହାପ୍ରଭୁ ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରନ୍ତୁ ।

ତୁଳା

ଚିତ୍ରା ନକ୍ଷତ୍ର – ମନରେ ନୂଆ ନୂଆ ବିଚାର ଆସିବ, କାର୍ଯ୍ୟରେ ସଫଳତା ମିଳିବ ।

ସ୍ୱାତୀ ନକ୍ଷତ୍ର -ସାବଧାନ ହୋଇ ଚଳନ୍ତୁ, ଠକାମୀରେ ପଡିପାରନ୍ତି ।

ବିଶାଖା ନକ୍ଷତ୍ର -ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ ।

ଉପାୟ- ତ୍ରିଶାଖା ବେଲପତ୍ର ମହାଦେବଙ୍କୁ ଅର୍ପଣ କରନ୍ତୁ ।

ବିଛା

ବିଶାଖା ନକ୍ଷତ୍ର- ଆର୍ଥିକ,ପାରିବାରିକସ୍ଥିତିରେ ବଡ ପରିବର୍ତ୍ତନ ଆସିବ ।

ଅନୁରାଧା ନକ୍ଷତ୍ର- ଦୃଢତାର ସହ ଆଗକୁ ବଢନ୍ତୁ ।

ଜ୍ୟେଷ୍ଠା ନକ୍ଷତ୍ର – ମିତ୍ରବନ୍ଧୁଙ୍କର ସହଯୋଗ ପାଇବେ ।

ଉପାୟ- ବିଷ୍ଣୁ ସହସ୍ରନାମ ଶ୍ରବଣ କରନ୍ତୁ ।

ଧନୁ

ମୂଳା ନକ୍ଷତ୍ର – କର୍ମକ୍ଷେତ୍ରକୁ ନେଇ କିଛି ଶୁଭ ଖବର ପାଇବେ ।

ପୂର୍ବାଷାଢ଼ା ନକ୍ଷତ୍ର – କୌଣସି ବିଷୟକୁ ନେଇ ନିଷ୍ପତି ନେଇ ପାରିବେ ନାହିଁ ।

ଉତ୍ତରାଷାଢ଼ା ନକ୍ଷତ୍ର – ପ୍ରେମ ଜୀବନକୁ ନେଇ ଖୁସିରେ ରହିବେ, କିଛି ଉପହାର ପାଇବେ ।

ଉପାୟ- ଅଦା ଖାଇ ଜଳପାନ କରନ୍ତୁ ।

ମକର

ଉତ୍ତରାଷାଢା ନକ୍ଷତ୍ର – ଆର୍ଥିକସ୍ଥିତିରେ ପରିବର୍ତ୍ତନ ଆସିବ ।

ଶ୍ରବଣା ନକ୍ଷତ୍ର – ସତର୍କ ହୋଇ ଚଳନ୍ତୁ, କିଛି କଥାକୁ ନେଇ ପରିବାର ମଧ୍ୟରେ କଳହ ହୋଇପାରେ ।

ଧନିଷ୍ଠା ନକ୍ଷତ୍ର – ନିଜ କାମକୁ ନେଇ ପ୍ରଶଂସା ପାଇବେ ।

ଉପାୟ- ଡାଲଚିନି ନିଜ ପାଖରେ ରଖନ୍ତୁ ।

କୁମ୍ଭ

ଧନିଷ୍ଠା ନକ୍ଷତ୍ର – ବ୍ୟବସାୟରେ ସଫଳତା ପାଇବେ, ପରିବାର ସହ ଉତ୍ତମ ସଂପର୍କ ରହିବ ।

ଶତଭିଷା ନକ୍ଷତ୍ର – ସତର୍କ ହୋଇ ଚଳନ୍ତୁ, ଶରୀର ପ୍ରତି ବିପଦ ରହିଛି ।

ପୂର୍ବଭାଦ୍ର ନକ୍ଷତ୍ର – ପ୍ରତିଟି କାମରେ ସଫଳତା ପାଇବେ ।

ଉପାୟ- ମହାଦେବଙ୍କ ମନ୍ଦିରରେ କିଛି କର୍ପୂର ଦାନ କରନ୍ତୁ ।

ମୀନ

ପୂର୍ବଭାଦ୍ର ନକ୍ଷତ୍ର – ମନରେ ଉତ୍ସାହ ବଢିବ, ପରିବାର ସହିତ ସମୟ କଟିବ ।

ଉତ୍ତରଭାଦ୍ର ନକ୍ଷତ୍ର – କୌଣସି କ୍ଷେଚ୍ରରେ ଅର୍ଥ ଲଗାନ୍ତୁ ନାହିଁ ।

ରେବତୀ ନକ୍ଷତ୍ର – ପାରିବାରିକ ଶାନ୍ତି ସହ ଆର୍ଥିକ ଲାଭ ମିଳିବ ।

ଉପାୟ- ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ପାଠ କରନ୍ତୁ ।

ମହାଉପାୟ

ଦୁଇଟି ଦୀପରେ ପରିବର୍ତ୍ତନ ହେବ ଆପଣଙ୍କର ଭାଗ୍ୟ । ଦୂର ହେବ ଜୀବନର ସମସ୍ତ ଦଃଖ ଓ ଦୁର୍ଭାଗ୍ୟ । ୨୧ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ଲଗାଇ ରଖନ୍ତୁ । ଠାକୁର ଘରେ ଏହି ଦୀପକୁ ରଖନ୍ତୁ । ଧଳା ସୋରିଷ ଓ ରାଶିତେଲରେ ଦୀପ ଲଗାନ୍ତୁ । ୨୧ ଦିନ ପର୍ଯ୍ୟନ୍ତ ଏକ ଘିଅ ଦୀପ ଠାକୁର ଘରେ ପ୍ରଜ୍ଜଳନ କରି ରଖନ୍ତୁ । ଦୀପରେ ୨ଟି ଗୁଜୁରାତି ଏବଂ ଶ୍ରୀକର୍ପୂର ପକାଇ ରଖନ୍ତୁ ।

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଜାନୁଆରୀ ୧୨ରୁ ଦୁଇ ସ୍ଥାନକୁ ଉଡ଼ିବ ବିମାନ : ଟାଇମ୍ ସ୍ଳଟ୍ ମାଗିଛି ସ୍ପାଇସଜେଟ୍

ଝାରସୁଗୁଡ଼ା: ନୂଆବର୍ଷରେ ଝାରସୁଗୁଡାବାସୀଙ୍କ ପାଇଁ ଖୁସି ଖବର  । ଝାରସୁଗୁଡା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଜାନୁଆରୀ ୧୨ତାରିଖରୁ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ସେବା ଆରମ୍ଭ ହେବ ବୋଲି ନିର୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି l ଏହି ବିମାନ ସାପ୍ତାହିକୁ ଚାରିଦିନ ଚାଲିବ l

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଜାନୁଆରୀ ୧୨ ତାରିଖରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଚଳାଚଳ କରିବା ନେଇ ସୃଷ୍ଟି ହୋଇଛି  ସମ୍ଭାବନା  । ଝାରସୁଗୁଡା ବିମାନ ବନ୍ଦରରୁ ଉଡାଣ ଭରିବା ପାଇଁ ଟାଇମ ସ୍ଲଟ ମାଗଛି ସ୍ପାଇସଜେଟ ବିମାନ କର୍ତ୍ତୃପକ୍ଷ  । ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ସପ୍ତାହକୁ ଚାରିଦିନ ଚଳାଚଳ କରିବା ପାଇଁ ଟାଇମ ସ୍ଲଟ ମଗାଯାଇଛି  । ଏନେଇ ଝାରସୁଗୁଡା ବିମାନ ବନ୍ଦର ପକ୍ଷରୁ ବି ଅନୁମତି ପ୍ରଦାନ କରାଯାଇଛି  । ପୂବର୍ରୁ ମାର୍ଚ୍ଚ ସମର ସିଡ୍ୟୁଲରେ ବିମାନ ଚଳାଚଳ କରିବା ପାଇଁ ସ୍ପାଇସ ଜେଟ ଅନୁମତି ନେଇ ସାରିଛି । ତେବେ ଜାନୁଆରି କି ମାର୍ଚ୍ଚରେ ବିମାନ ଚଳାଚଳ ସେନେଇ ନିଷ୍ପତ୍ତି ନେବେ ସ୍ପାଇସଜେଟ କର୍ତ୍ତୃପକ୍ଷ  ।

ଦୀର୍ଘ ଦିନରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗଲୁରୁ ଭଳିଆ ସିଟିକୁ ବିମାନ ଚଳାଚଳ ପାଇଁ ଲୋକେ ଦାବି କରିଆସୁଥିଲେ । ଏହାକୁ ଆଧାରକରି ବେସମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଡ଼ାନ ସ୍କିମ ଜରିଆରେ ଝାରସୁଗୁଡ଼ାରୁ ବିମାନ ଚଳାଚଳ କରିବାକୁ ଯୋଜନା ମଧ୍ୟ କରିଥିଲା । ହେଲେ କୋଭିଡ୍ ପାଇଁ ଏହା ଅଟକି ରହିଥିଲା  । ତେବ ପରିସ୍ଥିତି ସାମନ୍ୟ ସୁକ୍ଷାର ପରେ ସ୍ପାଇସଜେଟ୍ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଝାରସୁଗୁଡା ବାସୀଙ୍କ ମଧ୍ୟରେ ଖୁସି ଆଣିଦେଇଛି  ।

ଏଥିସହିତ ପଢ଼ନ୍ତୁ: ସ୍ୱାଭାବିକ ଠାରୁ ୨-୩ ଡିଗ୍ରୀ ଖସିବ ପାରା, ଏହିସବୁ ଜିଲ୍ଲାରେ ପ୍ରବଳ ଶୀତ

ପୁଣି ୪ ତାରିଖରେ ସରକାର ଓ କୃଷକ ସଂଗଠନ ମଧ୍ୟରେ ହେବ ବୈଠକ

ନୂଆ କୃଷି ଆଇନକୁ ନେଇ ଆସନ୍ତା 4 ତାରିଖରେ କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ହେବ ବୈଠକ  । ଏହି ବୈଠକ ପୂର୍ବରୁ ଚାଷୀ ସଙ୍ଗଠନ ସେମାନଙ୍କ ରଣନୀତି ନେଇ ଅବଗତ କରାଇଛନ୍ତି  । ଯଦି ସରକାର ଆଗାମୀ ବୈଠକରେ ଚାଷୀଙ୍କ ଦାବି ନ ମାନନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଚେତାବନୀ ଦେଇଛି କୃଷକ ସଂଗଠନ  । ବୈଠକରେ ସମସ୍ୟାର ସମାଧାନ ନ ହେଲେ ଆସନ୍ତା 6 ତାରିଖରେ ଟ୍ରଲି ଯାତ୍ରା ବାହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି  । ଏଥି ସହ କୃଷି ଆଇନ ବିରୋଧରେ ଜନ ଜାଗୃତି ଅଭିଯାନ ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି ଚାଷୀ ସଂଗଠନ  ।  ପୂର୍ବ ବୈଠକରେ ଦୁଇଟି ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇଥିବାବେଳେ ଆଗାମୀ ବୈଠକରେ କୃଷି ଆଇନ୍ ପ୍ରତ୍ୟାହାର ଓ ଏମଏସପି ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି  ।

ଏଥିସହିତ ପଢ଼ନ୍ତୁ: କରୋନା ଟିକାକରଣକୁ ନେଇ ଆପଣଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପଢ଼ନ୍ତୁ…

ସ୍ୱାଭାବିକ ଠାରୁ ୨-୩ ଡିଗ୍ରୀ ଖସିବ ପାରା, ଏହିସବୁ ଜିଲ୍ଲାରେ ପ୍ରବଳ ଶୀତ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆହୁରି ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ବିଶେଷକରି ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨- ୩ ଡିଗ୍ରୀ କମିବ । ରାଜ୍ୟର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ ।

ଏବଂ ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ବଲାଙ୍ଗିର, ମାଲକାନଗିରି ଏବଂ ନୟାଗଡ଼ରେ କୁହୁଡି ପଡ଼ିବ । ଏସବୁ ଅଞ୍ଚଳରେ ଦୃଶ୍ୟମାନ ଦୂରତା ୨ଶହରୁ ୮ଶହ ମିଟର ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆଗକୁ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ତେବେ ଆକାଶ ନିର୍ମଳ ରହିବା ସହ ଶୀତ ବଢ଼ିବ । ବିଶେଷକରି ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିପରି କନ୍ଧମାଳ ଜିଲ୍ଲାରେ ଲଗାତାର ବଢି ଚାଲିଛି ଶୀତ । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନ  କୁହୁଡ଼ିର ଆସ୍ତରଣରରେ ସାର ସହର ଢାଙ୍କି ହୋଇଛି । ଘନ କୁହୁଡ଼ି ଯୋଗୁଁ ସାଧାରଣ ଲୋକଙ୍କ ଯାତାୟତରେ ବାଧାପ୍ରାପ୍ତ ହେଉଛି  । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ଲୋକେ ନିଆଁର ସାହାରା ନେଉଛନ୍ତି ।

ଝାରପଡା ଜେଲ କର୍ତ୍ତୃପକ୍ଷଙ୍କ ଭିନ୍ନ ପ୍ରୟାସ, ଧନ୍ଦାମୂଳକ କାର୍ଯ୍ୟର ପ୍ରଶିକ୍ଷଣ ନେବେ କଏଦୀ

ଭୁବନେଶ୍ୱର: ଝାରପଡା ଜେଲ କର୍ତ୍ତୃପକ୍ଷଙ୍କ ଭିନ୍ନ ପ୍ରୟାସ । ଜେଲ ଅନ୍ତେବାସୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି ଝାରପଡା ଜେଲ କର୍ତ୍ତୃପକ୍ଷ । ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟର ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ମାର୍କେଟିଂ କରିବା ଲାଗି ବ୍ୟବସ୍ଥା କରିଛନ୍ତି ଜେଲ କର୍ତ୍ତୃପକ୍ଷ । ଜେଲର ମହିଳା କଏଦୀଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିବା ଲାଗି ଏକ ଆଉଟଲେଟକୁ ଉଦଘାଟନ କରିଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟକ୍ଷ ।

ଏହି ଆଉଟଲେଟରେ ପ୍ରାଥମିକ ଭାବେ କଏଦୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ହଳଦୀ, ଅଟା, ବେସନ ଓ ମୁଢି ବିକ୍ରୀ ଲାଗି ଉପଲବ୍ଧ କରାଯାଇଛି । ଆସନ୍ତା ମାସରେ କଏଦୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ସୋରିଷ ତେଲକୁ ବିକ୍ରି ଲାଗି ଉପଦବ୍ଧ କରାଯିବ । ଏହି ସାମଗ୍ରୀ ବଜାର ଦରଠାରୁ ଅପେକ୍ଷାକୃତ କମ୍ ଓ ଅପମିଶ୍ରଣ ଭୟ ନଥିବା ଜେଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

ସେହିପରି ନୂଆ ଜେଲ ମ୍ୟାନୁଆଲ ଅନୁଯାୟୀ ବଦଳିବ ଝାରପଡା ଜେଲ କଏଦୀଙ୍କ ମୁଲାକାତ ବ୍ୟବସ୍ଥା । ଟ୍ରାନ୍ସପ୍ୟାରେନ୍ସ କୋଚ ଗ୍ଲାସ୍ ସାଙ୍ଗକୁ ହେବ ଇଣ୍ଟରକମ ଫୋନ ବ୍ୟବସ୍ଥା । ପ୍ରଥମ ପର୍ଯ୍ୟାୟରେ 16 ଯୋଡ଼ା ଇଣ୍ଟରକମ ବ୍ୟବସ୍ଥା କରାଯିବାସହ କଏଦୀ ସେମାନଙ୍କ ସମ୍ପର୍କୀୟ ଓ ଓକିଲଙ୍କ ସହିତ ବିନା ବାଧାରେ ଆଲୋଚନା କରିପାରିବେ । ଏହାଛଡା ସଜା କାଟୁଥିବା କଏଦୀଙ୍କ ଦୈନିକ ବେତନ 100 ଟଙ୍କା ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଜେଲ ବିଭାଗ ।

ବୈଠକ ସୁଫଳ ନହେଲେ, ପୁଣି ତୀବ୍ର ହେବ ଆନ୍ଦୋଳନ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ପୁଣି ସରକାର ଏବଂ କୃଷକଙ୍କ ମଧ୍ୟରେ ହେବ ଆଲୋଚନା । ଆସନ୍ତା 4 ତାରିଖରେ କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ହେବ ବୈଠକ । ଏହି ବୈଠକ ପୂର୍ବରୁ ଶୁକ୍ରବାର ଚାଷୀ ସଙ୍ଗଠନ ସେମାନଙ୍କ ରଣନୀତି ନେଇ ଅବଗତ କରାଇଛନ୍ତି । ଯଦି ସରକାର ଆଗାମୀ ବୈଠକରେ ଚାଷୀଙ୍କ ଦାବି ନ ମାନନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଚେତାବନୀ ଦେଇଛନ୍ତି କୃଷକ ସଂଗଠନ ।

ସେପଟେ ଚାଷୀ ସଙ୍ଗଠନ କହିଛି, ବୈଠକରେ ସମସ୍ୟାର ସମାଧାନ ନ ହେଲେ ଆସନ୍ତା 6 ତାରିଖରେ ଟ୍ରଲି ଯାତ୍ରା ବାହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥି ସହ କୃଷି ଆଇନ ବିରୋଧରେ ଜନ ଜାଗୃତି ଅଭିଯାନ ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି ଚାଷୀ ସଂଗଠନ । ଆଗାମୀ ରଣନୀତି ନେଇ ଶୁକ୍ରବାର ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ ବସିଥିଲା । ଯେଉଁଥିରେ ନିଆଯାଇଛି ଏଭଳି ନିଷ୍ପତ୍ତି ।

ପୂର୍ବ ବୈଠକରେ ଦୁଇଟି ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇଥିବାବେଳେ ଆଗାମୀ ବୈଠକରେ କୃଷି ଆଇନ୍ ପ୍ରତ୍ୟାହାର ଓ ଏମଏସପି ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସେପଟେ ଗାଜୀପୁର ସୀମାରେ ଆନ୍ଦୋଳନ ସମୟରେ ଜଣେ 57 ବର୍ଷୀୟ ଚାଷୀଙ୍କ ଦେହାନ୍ତ ହୋଇଛି । ୧ ଦଶମିକ ୧ ଡିଗ୍ରୀ ତାପମାତ୍ରାରେ ଦିଲ୍ଲୀରେ ୩୭ଦିନ ଧରି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି ।

ଚାକିରି କାହିଁ ପ୍ରଶ୍ନ କରିବାରୁ ଯୁବକଙ୍କ କାର୍ ଭାଙ୍ଗିଦେଲେ କଂଗ୍ରେସ କର୍ମୀ

ଜଗତସିଂହପୁର: ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ନିଜ ଅଞ୍ଚଳରେ ନିଜ ଜନ ସମ୍ପର୍କ ଅଫିସ୍ ସାମ୍ନାରେ କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି, ଭାଙ୍ଗିଦେଲେ ଗାଡ଼ି । ନୂଆବର୍ଷରେ ଆଜି କଂଗ୍ରେସ କର୍ମୀ ଓ ଲୋକଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଚିରଞ୍ଜୀବ ବିଶ୍ୱାଳ ପହଞ୍ଚିଥିଲେ । ଜଗତସିଂହପୁର ସିପି ସ୍ଥିତ ଜନସମ୍ପର୍କ ଅଫିସରେ ଏହି କାର୍ଯ୍ୟକ୍ରମ ଚାଲିଥିଲା । ହଠାତ୍ ଦୁଇଜଣ ଯୁବକ ଏକ କାର୍‌ରେ ଆସି ଅଫିସ୍‌ ସମ୍ମୁଖରେ ପାଟିତୁଣ୍ଡ କରିଥିଲେ । ଆମ ଦଳ ପାଇଁ କ’ଣ କରିଛ ? ଆମକୁ ଚାକିରି ଦେବ ବୋଲି କହିଥିଲ… କୁଆଡ଼େ ଗଲ ବୋଲି ପ୍ରଶ୍ନ  କରିଥିଲେ ।

Chiranjib Biswal Supporters Broken Youth Car For Job Questioning

ଏହାପରେ ଦୁଇ ଯୁବକଙ୍କ କାର୍‌ ଉପରେ ଆରମ୍ଭ ହୋଇଗଲା ଆକ୍ରମଣ । ଦୁଇ ଯୁବକଙ୍କ କାର୍‌କୁ କଂଗ୍ରେସ କର୍ମୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । ଘଟଣା ସମ୍ପର୍କରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କହିଛନ୍ତି- ଅନ୍ୟ ଦଳର କର୍ମୀ ଏହି ଘଟଣା ଘଟାଇଛନ୍ତି । ଘଟଣା ଉପରେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ଦେଇ କହିଛନ୍ତି- କଂଗ୍ରେସର ଗୋଡ଼ ତଳକୁ ଗଲାଣି । କଂଗ୍ରେସ ନେତା କ’ଣ କହିବେ, ତାଙ୍କର କ’ଣ ଆଉ କିଛି ଅଛି କି ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି ।

୧୦ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ ୩ ମହଲା ଘର କଲେ ଆବଶ୍ୟକ ନାହିଁ ଅନୁମତି

ଭୁବନେଶ୍ୱର: ଗୃହ ନିର୍ମାଣ ଅନୁମତି ପାଇଁ ଏବେ ଆଉ ଧାଇଁବାକୁ ପଡ଼ିବନି ବିଡିଏ କାର୍ଯ୍ୟାଳୟ । ନିଜ ଜମିର ଲେଆଉଟ୍ ଅନୁମତି ନେଇଥିବା ବ୍ୟକ୍ତି ସିଧା ଘର ନିର୍ମାଣ କରିପାରିବେ । ଏଥିପାଇଁ କେବଳ ଅନଲାଇନ୍ ମାଧ୍ୟମରେ ବିଡିଏକୁ ଜଣାଇବାକୁ ପଡିବ । www.bhubaneswar.meରେ ଗୃହ ନିର୍ମାଣ ପାଇଁ ୧୦୦ଟି ଷ୍ଟାଣ୍ଡାର୍ଡ ପ୍ଲାନ୍ ପ୍ରସ୍ତୁତ କରି ୱେବସାଇଟରେ ଲୋଡ୍ କରିଛି ବିଡିଏ ।

ସେହି ୧୦୦ଟି ପ୍ଲାନ୍ ଭିତରେ ୧୦ ମିଟରର କମ୍ ଉଚ୍ଚତା ବିଶିଷ୍ଟ ୩ ମହଲା ଘର ଓ ୫୪୦୦ ବର୍ଗ ଫୁଟ୍ ଭିତରେ ନିର୍ମାଣ କରୁଥିବା ଘର ପାଇଁ ଆଉ ଅନୁମତିର ଆବଶ୍ୟକତା ପଡ଼ିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । କିନ୍ତୁ ଲେଆଉଟ ପ୍ଲାନର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି । ଏବେ କେବଳ ବିଏମସି ଓ ବିଡିଏକୁ ନିଜ ଜମିର କାଗଜପତ୍ର, ପରିଚୟ ପତ୍ର ଏବଂ ଆବଶ୍ୟକୀୟ ଫି’ ଦେଇ ଅବଗତ କରିବେ ଗୃହକର୍ତ୍ତା ।

Low Risk Building, No Approval Needed From BDA

ଅନ୍ୟପଟେ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଲଞ୍ଚ୍ ହୋଇଛି ଇ-ଅଫିସ୍ ଏନଓସି ମଡ୍ୟୁଲ୍ । ଆଜିଠାରୁ ବିଏମସି, ବିଡିଏ ଓ ଟାଉନ୍ ପ୍ଲାନିଂ ସମ୍ପର୍କରେ ଅନଲାଇନରେ କର୍ମଚାରୀଙ୍କୁ ମିଳିବ ସମସ୍ତ ତଥ୍ୟ । କାହିଁକି ବିଳମ୍ବ ହେଉଛି କାମ, କେଉଁଠି ଅଟକିଛି ? ଇ-ଫାଇଲର ଷ୍ଟାଟସ୍ ଠାରୁ ଆରମ୍ଭ କରି ଏନଓସି ପର୍ଯ୍ୟନ୍ତ ସବୁ ତଥ୍ୟ ଏବେ ଅନଲାଇନରେ ଜାଣିପାରିବେ କର୍ମଚାରୀ । ଏହାସହ ଏହି ୱେବସାଇଟରେ ଯୋଡ଼ା ଯାଇଛି ନୂଆ ଫିଚର ‘ରୋଡ୍ କଟିଂ’ । କେଉଁ ସଂସ୍ଥା କେଉଁ ସ୍ଥାନରେ ରୋଡ କଟିଂ କରିଛି ତାହା ଜଣାପଡ଼ିବ । ରୋଡ୍ ସଜାଡ଼ିବାକୁ ନେଇଥିବା ନିର୍ଦ୍ଧାରିତ ସମୟ ପରେ ରାସ୍ତା କାହିଁକି ସଜାଡୁନି ତାହା ଜଣାପଡ଼ିବ ।

ବିଶ୍ୱ ଦେଖିବ, ଦିଲ୍ଲୀ ରାସ୍ତାରେ କଳାହାଣ୍ଡି ଲୋକନୃତ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ରାସ୍ତାରେ ଦେଖିବାକୁ ମିଳିବ ଓଡ଼ିଶାର ଉତ୍କର୍ଷ କଳା । ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲ୍ଲା ବଜାସାଲ ନୃତ୍ୟଦଳ ଜାତୀୟ ପେରେଡ଼ରେ ଭାଗ ନେବା ପାଇଁ ମନୋନୀତ ହୋଇଛି । ନୂଆଦିଲ୍ଲୀ ସ୍ଥିତ ରାଜପଥ ଜାତୀୟ ପେରେଡ଼ରେ କଳାହାଣ୍ଡିର ବଜାସାଲ ଲୋକନୃତ୍ୟ ପରିବେଷଣ କରିବେ କଳାହାଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା ଅନୁଷ୍ଠାନ’ ।

ପ୍ରଦର୍ଶିତ ହେବ ଓଡ଼ିଆ କଳାସଂସ୍କୃତି । ୨୦୨୧ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥ ପ୍ୟାରେଡ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବ ପ୍ରତିଭା ଅନୁଷ୍ଠାନ । କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନ କୋଲକତା ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ପୂର୍ବ ଭାରତର ଏକମାତ୍ର ଦଳ ଭାବେ ଏହି ଅନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରିବେଷଣ କରିବ ବଜ୍‌ସାଲ ନୃତ୍ୟ ।

ପ୍ରତିରକ୍ଷା ମନ୍ତ୍ରାଳୟର ତତ୍ୱାବଧାନରେ କଳାକାର ମାନେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚୂଡାନ୍ତ ହୋଇଛି | ଏଥିପାଇଁ ଆସନ୍ତା 3 ତାରିଖ ଦିନ 80 ଜଣିଆ ନୃତ୍ୟଦଳ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ବର୍ତ୍ତମାନ ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିଅମ ଠାରେ ଜାରି ରହିଛି କଳାକାରଙ୍କ ଅଭ୍ୟାସ । ପୂର୍ବ ଭାରତର ଏକମାତ୍ର ଦଳ ଭାବରେ କଳାହାଣ୍ଡିର ବଜ୍‌ସାଲ ମନୋନୀତ ହୋଇଥିବାରୁ ସମଗ୍ର ଓଡିଶା ଗର୍ବିତ ହୋଇଛି ।

୩ରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ଶ୍ରୀମନ୍ଦିର, ଦୈନିକ ଦର୍ଶନ କରିବେ ୧୫ ହଜାର ଶ୍ରଦ୍ଧାଳୁ

ପୁରୀ: ଆସନ୍ତା ୩ ତାରିଖରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ପୁରୀ ଶ୍ରୀମନ୍ଦିର । ପୂର୍ବରୁ ଦୈନିକ ୫ ହଜାର ଭକ୍ତ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ସେବାୟତ ଓ ପୁରୀବାସୀଙ୍କ ଦର୍ଶନ ଅନୁଭୂତି ପରେ ପ୍ରଶାସନ ସାଧାରଣ ଦର୍ଶନ ବ୍ୟବସ୍ଥାକୁ ବଦଳାଇଛି । ନୂଆ ବର୍ଷ ପାଇଁ ୧ ଓ ୨ ତାରିଖ ଦର୍ଶନ ବନ୍ଦ ଥିବାବେଳେ ୩ ତାରିଖରୁ ସାଧାରଣ ଲୋକ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ୫ ହଜାର ପରିବର୍ତ୍ତେ ଦୈନିକ ୧୫ରୁ ୧୭ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

SJTA Increased Devotee Number For Daily Visits  

ପୂର୍ବରୁ ଦୈନିକ ୫ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଦୈନିକ ଦର୍ଶନାଥୀଙ୍କ ସଂଖ୍ୟା ପ୍ରଶାସନ ବୃଦ୍ଧି କରିଥିବା ବେଳେ ପୂର୍ବ କଟକଣା ବଳବତ୍ତର ରହିବ । ପୁରୀ ଜିଲ୍ଲା ବାହାରର ସମସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଲାଗି କୋଭିଡ୍ ନେଗେଟିଭ୍ ଦେବା ବାଧ୍ୟତାମୂଳକ । ଏଥିସହ ଭକ୍ତ ମାସ୍କି ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ସାନିଟାଇଜ୍ ମନ୍ଦିରକୁ ପ୍ରବେଶ କରିବେ ।

ଏଥିସହ ପଢ଼ନ୍ତୁ- ଅପରାହ୍ନ ୪ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ, ନୂଆବର୍ଷରୁ ବନ୍ଦ