‘ମୁଁ ଭାଗ୍ୟବାନ, ଯିଏ କେବେ ପାକିସ୍ତାନ ଯାଇ ନାହିଁ, ଭାରତୀୟ ମୁସଲମାନ ଭାବେ ଗର୍ବିତ‘

ନୂଆଦିଲ୍ଲୀ: ରାଜ୍ୟସଭାରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଗୃହରେ ତାଙ୍କ ଶେଷ ଭାଷଣରେ ସାରା ଦେଶକୁ ଆକୃଷ୍ଠ କରିଛନ୍ତି ଗୁଲାମ ନବୀ। ବାହାରେ କୃଷକ ଆନ୍ଦୋଳନ ଦିଲ୍ଲୀ ମାହୋଲକୁ ଗରମ କରୁଥିଲା ବେଳେ ତାଙ୍କ ଭାଷଣ ଆଜି ଆଖିରୁ ଲୁହ ଝରାଇଛି। ଗୁଲାମ ନବୀଙ୍କ ଭାଷଣ ଆଜି ପୁରା ଦେଶକୁ ସ୍ତବ୍ଦ କରିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖିରୁ ଲୁହ ବାହାରିଛି। ଭାଷଣକୁ ନେଇ ଏଭଳି ପରିସ୍ଥିତି ବୋଧେ ଆଗରୁ କେବେ ଆସିନଥିଲା।

ଜାମ୍ମୁ ଅଞ୍ଚଳରୁ ଆସିଥିବା ଗୁଲାମ ନବୀ କହିଛନ୍ତି ଯେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଏବଂ ମୌଲାନା ଆଜାଦଙ୍କୁ ଅନୁସରଣ କରି ତାଙ୍କଠାରୁ ଦେଶପ୍ରେମ ଶିକ୍ଷା କରିଛି। ଏହା ସହ ଗୁଲାମ ନବୀ କାଶ୍ମୀର ପୂର୍ବ ସ୍ଥିତିକୁ ନେଇ ବର୍ତ୍ତମାନ ସ୍ଥିତି ସହିତ  ତୁଳନା କରିଛନ୍ତି। ପୂର୍ବରୁ ଯେଉଁଠି ମରଣ ସାମାନ୍ୟ ଲାଗୁଥିଲା, ଆତଙ୍କବାଦର ଭୟ ରହୁଥିଲା, ସେଠି ଆଜି ସାଧାରଣ ଜୀବନ ବଞ୍ଚିଲାଭଳି ଲାଗୁଛି। ଏହା ସହ ପାକିସ୍ତାକୁ ଦୃଢ଼ ସମାଲୋଚନା କରିଥିଲେ ଗୁଲାମ ନବୀ। ସେ କହିଥିଲେ ମୁଁ ବହୁତ ଭାଗ୍ୟବାନ ଯେ ମୁଁ କେବେ ପାକିସ୍ତାନ ଯାଇନି। ମୁଁ ଭାରତୀୟ ମୁସଲମାନ ଭାବରେ  ଗର୍ବ ଅନୁଭବ କରୁଛି। ବିଶ୍ୱରେ ଯଦି କେଉଁ ମୁସଲମାନ ଅଧିକ ଗର୍ବିତ ହେବା ଉଚିତ ସେ ହଉଛନ୍ତି ଭାରତୀୟ ମୁସଲମାନ।

ଗୁଲାମ ନବୀ ଗୃହରେ  କହିଛନ୍ତି ଯେ ସେ କାଶ୍ମୀରର ସବୁଠାରୁ ବଡ଼ କଲେଜରେ ପାଠ ପଢ଼ୁଥିଲେ। ଏବଂ ସେଠାରେ ଅଗଷ୍ଟ ୧୪ ପାକିସ୍ତାନର ସ୍ୱାଧୀନତା ଦିବସ ଏବଂ ଅଗଷ୍ଟ ୧୫ ଭାରତର ସ୍ୱାଧୀନତା ଦିବସ ପାଳନ କରାଯାଏ। ଏହାର କାରଣ ହେଉଛି ସେଠାରେ ଆମର ସଂଖ୍ୟା ବହୁତ କମ ଥିଲା । ଭାରତୀୟ ସ୍ୱାଧିନତା ଦୀବସ ପାଳନ ପରେ ଏକ ସପ୍ତାହ ପର୍ଯ୍ୟନ୍ତ କଲେଜ ଯିବାକୁ ଭୟ ଲାଗେ। କାରଣ ଆମକୁ ସେମାନେ ମାଡ଼ ମାରୁଥିଲେ। ସେହି ସମୟର କାଶ୍ମୀରରୁ ବାହାରି ଆମେ ଏବେର ଶାନ୍ତ କାଶ୍ମୀରରେ ପହଞ୍ଚିଛୁ।

ସେ ଆହୁରି ମଧ୍ୟ କହିଛନ୍ତି ୩୦ରୁ ୩୫ ବର୍ଷ ମଧ୍ୟରେ ଆଫଗାନିସ୍ତାନ ଠାରୁ ଇରାକ ପର୍ଯ୍ୟନ୍ତ ମୁସଲମାନ ଦେଶମାନେ ପରସ୍ପର ସହ ଲଢ଼ି ବିଲିନ ହେବାକୁ ବଶିଲେଣି। ସେଠାରେ  ହିନ୍ଦୁ କିମ୍ବା ଖ୍ରୀଷ୍ଟିଆନ ନାହାଁନ୍ତି। ପରିସ୍ଥିତି ଏପରି ହୋଇଛି ସେମାନେ ନିଜ ମଧ୍ୟରେ ଲଢ଼ୁଛନ୍ତି ଆଉ ମରୁଛନ୍ତି।  ପାକିସ୍ତାନ ମୁସଲମାନ ମାନଙ୍କ ମଧ୍ୟରେ ଥିବା ଖରାପ ଗୁଣ କେବେ ହେଲେ ଭାରତୀୟ ମୁସଲମାନ ମାନଙ୍କ ମନରେ ନଆସୁ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Leave a Reply