ବିସ୍ତାର ହେଲା ନୀତିଶଙ୍କ କ୍ୟାବିନେଟ୍; ଶପଥ ନେଲେ ୧୭ ମନ୍ତ୍ରୀ

Blast In Bihar CM Nitish Kumar Event Nalanda Security

ପାଟନା: କ୍ୟାବିନେଟ ବିସ୍ତାର କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସରକାର ଗଢିବାର ଅଢେଇ ମାସ ପରେ ପୁଣି ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ କରିଛନ୍ତି ନିତୀଶ । ଆଜି ବିହାର ସରକାରଙ୍କ ମନ୍ତ୍ରୀ ଶପଥ ନେଇଛନ୍ତି। ଏ ନେଇ ପାଟନାସ୍ଥିତ ରାଜଭବନରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ। ରାଜ୍ୟପାଳ ଫଗୁ ଚୌହାନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଆଜି ମୋଟ ୧୭ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଏହି ୧୭ଜଣଙ୍କ ମଧ୍ୟରୁ ବିଜେପିର ୯ ଜଣ ଥିବାବେଳେ ଜେଡୟୁର ୮ ଜଣ  ଅଛନ୍ତି। ବିଜେପିର ଜାତୀୟ ଚେହେରା ଶାହା ନୱାଜ ହୁସେନ୍ ମଧ୍ୟ ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଉପମୁଖ୍ୟମନ୍ତ୍ରୀ ଓ ବିହାର ଏନଡିଏର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ଆସନ୍ତା ୧୯ ତାରିଖରୁ ବିହାର ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ନୀତୀଶଙ୍କ ମନ୍ତ୍ରୀ ଶପଥ ନେଇଛନ୍ତି। ଗତ ନଭେମ୍ବର ମାସରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ।

Leave a Reply