ସାଇବର ହେଲ୍‌ପ ଡେସ୍କର ରିପୋର୍ଟ: ମାସକରେ ୧ କୋଟି ୪୦ ଲକ୍ଷରୁ ଅଧିକ ଲୁଟିଛନ୍ତି ସାଇବର ଠକ

1 min read

ଭୁବନେଶ୍ୱର: ସାଇବର ହେଲ୍‌ପ ଡେସ୍କର ମାସିକ ରିପୋର୍ଟର ସମୀକ୍ଷା କଲେ ପୋଲିସ କମିଶନର । ଗୋଟିଏ ମାସରେ ସାଇବର ଡେସ୍କକୁ ମୋଟ ୧୨୦୭ଟି କଲ ଆସିଛି । ଭୁବନେଶ୍ୱରରୁ ୩୬୮ ଟି କଲ । ଭୁବନେଶ୍ୱର ବାହାରୁ ବଳକା ୮୩୯ଟି କଲ ଆସିଛି । ଭୁବନେଶ୍ୱରରେ ୨୨୯ କଲ୍ ଠକେଇ ସମ୍ପର୍କୀତ କଲ୍ ।

ମାସକରେ ଏକ କୋଟି ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କା ଠକିଛନ୍ତି ସାଇବର ଠକ । ଏକ କୋଟି ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କା ମଧ୍ୟରୁ ଭୁବନେଶ୍ୱରରେ ୫୨ ଲକ୍ଷ ୧୬ ହଜାର୪୮୩ ଟଙ୍କା ଠକେଇ ପରିମାଣ ରହିଛି । ବଳକା ୮୮ ଲକ୍ଷ ୩୮ ହଜାର ୪୬୧ ଟଙ୍କା ଅନ୍ୟ ଜିଲ୍ଲାରୁ ଠକେଇ ହୋଇଛି ।

ସାଇବର ଠକ ଠାରୁ ପୋଲିସ ୭ ଲକ୍ଷ ୧୯ ହଜାର ୭୧୧ ଟଙ୍କା ଫେରାଇ ଆଣିଛି । ସାଧାରଣତଃ ୩ ପ୍ରକାର ଠକେଇ ଅଧିକ ହେଉଛି । ୟୁପିଆଇ ଠକେଇ- ୨୮୯, କ୍ରେଡିଟ ଓ ଡେବିଟ କାର୍ଡରୁ ୪୬ ଓ ଅନ୍ୟାନ୍ୟ କଲ ୮୭୨ ଟି ଠକେଇ କଲ ଆସିଛି ।

Leave a Reply