ଟିୟୁସନ ସାରଙ୍କ ମାଡ଼ରେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର

ମାହାଙ୍ଗା: ଟିୟୁସନ ସାରଙ୍କ ମାଡ଼ରେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର । ହାତ ଭାଙ୍ଗି କଟକ ସ୍ଥାନାନ୍ତର । ଘଟଣା ଘଟିଛି ମାହାଙ୍ଗା ଥାନା କୋଇଳିଆଠା ଗାଁର ଚତୁର୍ଥ ଶ୍ରେଣୀ ଛାତ୍ରକୁ ସେହି ଗାଁର ମୃତ୍ୟୁଞ୍ଜୟ ସାମଲ ଟିୟୁସନ କରନ୍ତି । ଆଜି ଶିକ୍ଷକ ନଥିବାରୁ ଛାତ୍ର ଜଣକ ଘରକୁ ଆସିଥିଲେ । ପରିବାର ଲୋକେ ପାଠପଢ଼ା କଥା ପଚାରିବାରୁ ଶିକ୍ଷକ ନଥିବା କଥା କହିଥିଲେ ।

ଏନେଇ ପରିବାର ଲୋକେ ଶିକ୍ଷକଙ୍କୁ କରିଥିଲେ ଜବାବତଲବ । ଏହି କଥାରେ ରାଗିଯାଇ ପୁନର୍ବାର ଟିଉସନକୁ ଯିବାପରେ ଅମାନୁଷିକ ଭାବେ ନିର୍ଦ୍ଧୁମ ପିଟିଥିବା ଶିକ୍ଷକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାରଲୋକେ । ଶିକ୍ଷକଙ୍କ ମାଡରେ ନାବାଳକର ଦେହରେ ନୋଳା ବସିବା ସହ ବାମ ହାତ ଭାଙ୍ଗି ଯାଇଛି । ଏନେଇ ଶିକ୍ଷକଙ୍କୁ ପଚାରିବାରୁ ଛାତ୍ରଙ୍କ ଘରେ ଗାଳିଗୁଲଜ କରି ଧମକ ଚମକ ଦେଇଥିବା ନେଇ ଥାନରେ ଅଭିଯୋଗ ହୋଇଛି । ଆହତ ଛାତ୍ରକୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ହାତ ଭାଙ୍ଗିଯାଇଥିବାରୁ ଗୁରୁତର ଭାବେ କଟକ ପଠାଯାଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply