କୋଇଲା ରୟାଲ୍ଟି ପ୍ରସଙ୍ଗ: ଓଡ଼ିଶା ସ୍ୱାର୍ଥକୁ ଅଣଦେଖା,ବଢିବନି ରୟାଲ୍ଟି

ନୂଆଦିଲ୍ଲୀ: କୋଇଲା ରୟାଲ୍ଟି ପ୍ରସଙ୍ଗରେ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ସାଂସଦ ସସ୍ମିତ ପାତ୍ର । କୋଇଲା ରୟାଲିଟି ପୁନଃସମୀକ୍ଷା ପାଇଁ କେନ୍ଦ୍ର ସରକାର କେଉଁଭଳି ପଦକ୍ଷେପ ନେଇଛନ୍ତି ଏବଂ ଓଡ଼ିଶା ଭଳି ରାଜ୍ୟର କୋଇଲା ରୟାଲିଟି ବୃଦ୍ଧି ପାଇଁ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ସସ୍ମିତ । ସେପଟେ ସସ୍ମିତଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।

କେନ୍ଦ୍ର ଖଣିମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ, ୧୯୫୭ ଖଣି ଓ ଖଣିଜ ଆଇନ ଧାରା ୯(୩) ଅନୁସାରେ କେନ୍ଦ୍ର ସରକାର ସରକାରୀ ଗ୍ୟାଜେଟରେ ବିଜ୍ଞପ୍ତି ଜରିଆରେ ଦ୍ୱିତୀୟ ସେଡ୍ୟୁଲର ସଂସୋଧନ କରିପାରିବେ । ଯାହାଦ୍ୱାରା ଯେକୌଣସି ଖଣିଜ ପଦାର୍ଥର ରୟାଲ୍ଟି ବୃଦ୍ଧି କିମ୍ବା ହ୍ରାସ କରିପାରିବେ । ତେବେ ସର୍ତ୍ତ ହେଉଛି ଯେ,୩ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ରୟାଲ୍ଟିରେ ଥରକରୁ ଅଧିକ ବୃଦ୍ଧି କରି ନଥିବେ । ଆଇନ ଅନୁସାରେ ପ୍ରତି ତିନିବର୍ଷରେ ଖଣିଜ ପଦାର୍ଥର ରୟାଲିଟି ବୃଦ୍ଧି କରିବା ବାଧ୍ୟତାମୁଳକ ନୁହେଁ ।

ତରୟାଲ୍ଟି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ରୟାଲିଟି ବୃଦ୍ଧି ପାଇଁ ସରକାର ଏକ କମିଟି ଗଠନ କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୧.୭.୨୦୧୪ରେ ଏହି କମିଟି ଗଠନ ହୋଇଥିବା ସ୍ପଷ୍ଟ କରିଛନ୍ତି ପ୍ରହ୍ଲାଦ ଯୋଶୀ । ଯେଉଁ କମିଟି ସମସ୍ତ ରାଜ୍ୟକୁ ଗସ୍ତ କରିବା ସହରୟାଲ୍ଟି ବୃଦ୍ଧି ପ୍ରସଙ୍ଗରେ ଅନୁସନ୍ଧାନ ମଧ୍ୟ କରିଛି । ଏବଂ କେନ୍ଦ୍ରକୁ ଏ ବାବଦରେ ରିପୋର୍ଟ ମଧ୍ୟ ପ୍ରଦାନ କରିଛି । ଯେଉଁ ରିପୋର୍ଟରେ ରୟାଲ୍ଟି ବୃଦ୍ଧି କରିବାକୁ କୌଣସି ପ୍ରସ୍ତାବ ଦିଆ ଯାଇନଥିଲା । କମିଟି ତାଙ୍କ ରିପୋର୍ଟରେ ରୟାଲ୍ଟି ବୃଦ୍ଧି ନକରିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ ।

Leave a Reply