spot_img
Home Blog Page 6118

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱରରୁ ପୁଣେ ବିମାନ ସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣେ ଉଡିବ ସ୍ୱତନ୍ତ୍ର ବିମାନ। ଖୁବଶୀଘ୍ର ଆରମ୍ଭ ହେବ ବିମାନ ସେବା। ଲୋକଙ୍କ ସୁବିଧା ଲାଗି ଉଡ଼ିବ ଏୟାର ଏସିଆ ବିମାନ। ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାର ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେବେ। ୩ମାସ ପାଇଁ ସହାୟତା ଯୋଗାଇବେ ରାଜ୍ୟ ସରକାର। ରାଜ୍ୟରେ ଉନ୍ନତ ଯୋଗାଯୋଗ କ୍ଷେତ୍ରରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ପର୍ଯ୍ୟଟନ ଏବଂ ଆର୍ଥିକ ଅଭିବୃଦ୍ଧିରେ ଏହା ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଆଜିଠୁ ଝାରସୁଗୁଡା ସହ ସିଧା ସଳଖ ଦେଶର ଦୁଇଟି ପ୍ରମୁଖ ସହର ସହ ଯୋଡି ହେବ। ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆରମ୍ଭ ହେବ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନସେବା। ୧୪୪ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିବ ସ୍ପାଇସ୍ ଜେଟ୍ ବୋଇଂ ୭୭। ପ୍ରଥମ ବିମାନ ଝାରସୁଗୁଡାରୁ ଦିନ ଗୋଟାଏରେ ବାହାରି ବାଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ। ଏହା ମୁମ୍ବାଇରୁ ଆସି ୧୨ଟା ୩୦ରେ ଝାରସୁଗୁଡା ପହଂଚି ଗୋଟାଏ ବେଳକୁ ବେଙ୍ଗାଲୁରୁ ଯାତ୍ରା କରିବ। ସେହିପରି ବେଙ୍ଗାଲୁରୁରୁ ଆସି ସନ୍ଧ୍ୟା ୫ ଟା ୪୦ରେ ଝାରସୁଗୁଡାରେ ପହଞ୍ଚିବ। ସନ୍ଧ୍ୟା ୬.୧୦ରେ ପୁଣି ମୁମ୍ବାଇକୁ ଉଡ଼ାଣ ଭରିବ। ସେପଟେ ଗତକାଲିଠାରୁ ଦିଲ୍ଲୀକୁ  ବିମାନସେବା ଆରମ୍ଭ ହୋଇଛି।

ଦୃଷ୍ଟି ବାଧିତଙ୍କୁ ଦେଖି ରାସ୍ତାରେ ଅଟକି ଗଲା ଡିସିପିଙ୍କ ଗାଡ଼ି, ରାସ୍ତା ପାର କରାଇଲେ ଡିସିପିଙ୍କ ପିଏସଓ

ଭୁବନେଶ୍ୱର: ଭଲ ବ୍ୟବହାର ଏବଂ କର୍ତ୍ତବ୍ୟପରାୟଣ ପାଇଁ ବ୍ୟକ୍ତି ଚର୍ଚ୍ଚାକୁ ଆସିଥାଏ। ଏମିତି ଅନେକ ବାର କ୍ୟାମେରା ଲେନ୍ସରେ କିଛି ଆଗଧାଡ଼ିର ଲୋକଙ୍କ ଭଲ କର୍ମ ସାମ୍ନାକୁ ଆସିଛି। ନିରୀହ ଲୋକଙ୍କୁ ସାହାଯ୍ୟ କରୁଥିବାର ଭିଡିଓ ଭାଇରାଲ ହେବା ପରେ ସାହାଯ୍ୟ କରିଥିବା ବ୍ୟକ୍ତି  ଚର୍ଚ୍ଚା ଭିତରେକୁ ଆସିଥାନ୍ତି। ସେହିଭଳି ଆଜି ଭୁବନେଶ୍ୱରର ଡିସିପି ଉମାଶଙ୍କର ମାନବିକତା ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି।

ରାମ ମନ୍ଦିର ଛକ ଟ୍ରାଫିକ ପୋଷ୍ଟ ପାଖରେ ଦୁଇଜଣ ଦୃଷ୍ଟି ବାଧିତ ଯୁବକ ରାସ୍ତା ପାର ହେବା ପାଇଁ ଅପେକ୍ଷା କରିଥିଲେ। ରାସ୍ତାରେ ଅଧିକ ଗାଡ଼ି ଯାଆ ଆସ କରୁଥିବା କାରଣରୁ ଦୁଇ ଦୃଷ୍ଟି ବାଧିତ ଯୁବକଙ୍କୁ ରାସ୍ତା ପାର ହେବାରେ ଅସୁବିଧା ହେଉଥିଲା। ଏମିତି ୨ଜଣକୁ ଦେଖି ଅଟକିଗଲା ଭୁବନେଶ୍ୱର ଡିସିପିଙ୍କ ଗାଡ଼ି। ଡିସିପି ଉମା ଶଙ୍କର ଅଫିସ ଅଫିସ ନଯାଇ ଆଗ ସାହାଯ୍ୟ ପାଇଁ ରାସ୍ତାରେ ଅଟକି ଯାଇଥିଲେ। ଗାଡ଼ି ଭିତରୁ ଡିସିପିଙ୍କ ଆଦେଶ ପାଇ ସହାୟତା ପାଇଁ ବାହାରି ଆସିଲେ ଡିସିପିଙ୍କ ଅଙ୍ଗରଖି।

ଅଙ୍ଗରକ୍ଷୀ  ଦୁଇ ଯୁବକକୁ ରାସ୍ତା ପାର କରାଇଥିଲେ। ଡିସିପିଙ୍କ ଗାଡି ଅଟକିବା ପରେ ରାସ୍ତା ରେ ଯାଉଥିବା ଲୋକ ବି କିଛି ସମୟ ପାଇଁ ଅଟକି ଯାଇଥିଲେ।

ସାଇନାଙ୍କୁ କରୋନା, ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ବାଦ

ବ୍ୟାଙ୍କକ: ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହଓ୍ବାଲ କୋଭିଡ୍ ପଜିଟିଭ୍ । ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସାଇନା ଥାଇଲାଣ୍ଡ ଗସ୍ତରେ ଥିବାବେଳେ ସେଠାରେ କୋଭିଡ ପଜିଟିଭ ହୋଇଛନ୍ତି । ସାଇନାଙ୍କୁ ଡାକ୍ତରଖାନାର କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ୧୦ଦିନ ପାଇଁ ସାଇନାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

ଫଳରେ ଥାଇଲାଣ୍ଡରେ ବ୍ୟାଡମିଣ୍ଟନରେ ଭାଗ ନେବାକୁ ଯାଇଥିବା ସାଇନା ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ସାଇନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସ୍ବାମୀ ପାରୁପାଲୀ କଶ୍ୟପ ମଧ୍ୟ କାନାଡାର ଜେସନ ଆନ୍ଥୋନୀ ହୋ-ଶୁ ମ୍ୟାଚ୍‌ରୁ ଓହରି ଯାଇଛନ୍ତି । ସାଇନାଙ୍କ ନିକଟତର ଥିବାରୁ କଶ୍ୟପଙ୍କୁ ଆଉ ଏକ ରାଉଣ୍ଡ ପରୀକ୍ଷା ପାଇଁ ଡାକ୍ତରଖାନା ନିଆଯାଇଛି ।

ମାଟି ଭିତରୁ ବାହାରୁଛି ପଚା ଗନ୍ଧ, ଭୁବନେଶ୍ୱରର ସରସ୍ୱତୀ ବସ୍ତିରେ ଆତଙ୍କ

ଭୁବନେଶ୍ୱର: ଭୁବନେଶ୍ୱରରେ ମାଟି ଭିତରୁ ବାହାରୁଛି ପଚା ଗନ୍ଧ। ମାଟି ତଳେ ଏମିତି ଗନ୍ଧ କାହିଁ ବାହାରୁଛି ଏହା ଭାବି ଲୋକେ ଆତଙ୍କିତ ହୋଇ ରହିଛନ୍ତି। ସ୍ଥାନୀୟ ଲୋକେ ମାଟିତରେ କିଛି ପୋତା ଯାଇଥିବା ସନ୍ଦେହ କରୁଛନ୍ତି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସରସ୍ଵତୀ ବସ୍ତିରେ ମାଟି ତଳୁ ପଚା ଗନ୍ଧ ବାହାରୁଥିବା ଅଭିଯୋଗ ହୋଇଛି। ୩ଟି ସ୍ଥାନରେ ମାଟି ଗଦା ହୋଇଥିବା ବେଳେ ପଚା ଗନ୍ଧ ବାହାରୁଥିବା ବସ୍ତି ଲୋକେ ଅଭିଯୋଗ କରିଛନ୍ତି।

୧୦ରୁ ଅଧିକ ଲୋକ ଗାଡ଼ିରେ ଆସି ସାବଳ ଏବଂ ଫାଉଡ଼ାରେ ମାଟି ଖୋଳିବା ସହ କିଛି ପୋତିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ପୋଲିସକୁ ସୂଚନା ଦିଆଯାଇଛି। ଗତକାଲି ରାତିରେ ପୋଲିସ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲା। ତେବେ ମାଟି ତଳେ କଣ ପୋତା ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

ମାଟିତଳେ ମଣିଷ ଶରୀର କିଛି କୁକୁଡ଼ା ପର ପୋତା ଯାଇଛି ତାକୁ ନେଇ ସମସ୍ତ ସନ୍ଦେହରେ ରହିଛନ୍ତି। ମାଟି ଉପରେ ମାଛି ବସୁଥିବା ସହ ପଥରରେ ବ୍ଲଡ଼ ଲାଗିଥିବା କଥା ଲୋକେ କହିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚିଲା ପରେ ମାଟି ତଳେ କଣ ରହିଛି ତାହା ସାମ୍ନାକୁ ଆସିବ।

ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ କୋଭିସିଲ୍‌ଡ ଟିକା, ଆସୁଛି ୪୦ ହଜାର ୮ଶହ ଡୋଜ୍‌‌

ଭୁବନେଶ୍ୱର: ବହୁ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। କରୋନାକୁ ମାତ ଦେବା ପାଇଁ ଆଉ ମାତ୍ର କିଛି ଘଣ୍ଟା ପରେ ଓଡ଼ିଶାରେ ପହଞ୍ଚିବ ଟିକା। ପୁଣେରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହଣ ୪ଟା ୨୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ଭୁବନେଶ୍ୱରର୨୧ ହଜାର ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ତାଲିକା ପ୍ରଦାନ କରାଯାଇଛି। ଆଜି ସଂଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ଓପନ୍ ଅଛି।

ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ୍ ସେଣ୍ଟର ଖୋଲିଛି। ବିଏମସି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି ବୋଲି ବିଏମ୍‌ସି କମିଶନର କହିଛନ୍ତି। ୧୬ ତାରିଖରେ ଭୁବନେଶ୍ୱରର ୫ଟି ଲୋକେସନରେ କୋଭିଡ୍- ୧୯ ଭ୍ୟାକସିନ୍ ଲଞ୍ଚ କରାଯିବ। କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍ ୪ ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ହସ୍ପିଟାଲ ଏବଂ କିମ୍‌ସ ହସ୍ପିଟାଲରେ ହେବ କୋଭିଡ ଟିକାକରଣ।

କୃଷି ଆଇନକୁ ନେଇ ଆଜି ଶୁଣାଣି, କ’ଣ ରହିବ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତି


ନୂଆଦିଲ୍ଲୀ: ଚାଷୀଙ୍କ ଆନ୍ଦୋଳନ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ | ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ଦାଏର ହୋଇଥିବା ୪ଟି ପିଟିସନ ନେଇ ଆଜି ଶୁଣାଣି କରିବେ ସୁପ୍ରମିକୋର୍ଟ । ଦିଲ୍ଲୀ ସୀମାରେ ଆନ୍ଦୋଳନ ଯୋଗୁ କରୋନା ସଂକ୍ରମଣ ବଢ଼ିବା ନେଇ କୋର୍ଟରେ ପିଟିସନ ଦାଏର ହୋଇଥିଲା । ଆଜି ଏହାର ଶୁଣାଣି କରିବା ସହ କୃଷି ଆଇନର ବୈଧତା ନେଇ ରାୟ ଶୁଣାଇବେ ଖଣ୍ଡପୀଠ ।

ଆନ୍ଦୋଳନକୁ ୪୮ଦିନ ବିତି ଥିଲେ ମଧ୍ୟ ଆଠ ଆଠ ଥରର ବୈଠକ ବିଫଳ ହୋଇଛି । କୃଷକ ସଂଗଠନ ଏବଂ ସରକାର ମଧ୍ୟରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସେପଟେ ଏତେଦିନ ଧରି ରାଜରାସ୍ତାରେ କୃଷକଙ୍କ ଆନ୍ଦୋଳନ ଚାଲିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ନ୍ୟାୟାଳୟ । ଏନେଇ କେନ୍ଦ୍ର ସରକାରଙ୍କ ଉପରେ ସୋମବାର ବର୍ଷିଥିଲେ ସର୍ବୋଚ୍ଚ ଅଦାଲତ ।

ସ୍ବତନ୍ତ୍ର କମିଟି ଗଠନ କରି ଏହାର ସମାଧାନ ଲାଗି ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମାମଲାର ଶୁଣାଣି ଥିବାବେଳେ ସୁପ୍ରିମକୋର୍ଟ ଏ ନେଇ ରାୟ ଶୁଣାଇ ପାରନ୍ତି । ତେଣୁ ଦୀର୍ଘ ୪୮ ଦିନ ଧରି ଜାରି ଥିବା ଆନ୍ଦୋଳନ ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତି ଉପରେ ରହିଛି ଦେଶର ନଜର ।

ଗୁଡୁଗୁଡି ଖେଳୁଥିଲେ ପୋଲିସକୁ ଦେଖି ପଥର ମାରିଲେ, ୧୨ ଅଟକ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳାରେ ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସ ଉପରେ ଆକ୍ରମଣ। ଏସ୍‌ଡିପିଓଙ୍କ ସମେତ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। କାଲିମେଳା ଥାନା ଅନ୍ତର୍ଗତ ମାରଙ୍ଗପାଲିରେ ଗୁଡୁଗୁଡି ଓ କୁକୁଡ଼ା ଲଢ଼େଇ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ପୋଲିସ ଉପରକୁ ଲୋକ ଟେକା ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୧୬ ଜଣକୁ ଗିରଫ କରିଛି କାଲିମେଳା ପୋଲିସ।

ପରିସ୍ଥିତି ନିୟନ୍ତ୍ରଣ ପାଇଁ  ଘଟଣାସ୍ଥଳରେ ଅଧିକ ସଂଖ୍ୟାରେ ପୋଲିସକୁ ମୁତୟନ କରାଯାଇଛି। ରିଇନଫୋର୍ସମେଣ୍ଟ୍ ପହଂଚିବା ପରେ  ଆକ୍ରମଣକାରୀ  ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ପୁଲିସ୍‌ ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଆଉ ଦିନକ ପରେ ମକର ସଂକ୍ରାନ୍ତି ଥିବାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିଭିନ୍ନ ସ୍ଥାନରେ କୁକୁଡ଼ା ଲଢ଼େଇ ଓ ଜୁଆ ଖେଳ ଚାଲିଛି। ୫ ବର୍ଷ ତଳେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ଘଟିଥିଲା। ତତ୍କାଳୀନ ଏସଡିପିଓ ଚଢ଼ାଉ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ।

ଦିଲ୍ଲୀରେ ପହଁଚିଲା ପ୍ରଥମ ଟିକା, ପୁଣେରୁ ଯିବ ପନ୍ଦର ସହର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପହଁଚିଛି ପ୍ରଥମ କରୋନା ଭ୍ୟାକ୍ସିନ । ଜାନୁଆରୀ ୧୬ ରେ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ପୁଣେରେ ଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଟିକା ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।

ଦେଶର ୧୫ ସହରକୁ ଟିକା ବିତରଣ ହେବାକୁ ଥିବାବେଳେ ପ୍ରଥମ ଟିକା ନୂଆଦିଲ୍ଲୀରେ ପହଁଚିଛି । ଟିକାକୁ ପ୍ରଥମେ କୋଲ୍ଡଷ୍ଟୋରେଜରେ ଗଛିତ ରଖାଯିବ । ଶନିବାର ପ୍ରଥମ ପର୍ଯାୟ ଟିକାକରଣ ଥିବାରୁ ବର୍ତ୍ତମାନ ଭ୍ୟାକ୍ସିନ ବିତରଣ ଆରମ୍ଭ ହୋଇଯାଇଛି ।

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍‌ଡକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଛି। ସେହିପରି ଜାନୁଆରି ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧା ତଥା ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯିବା ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଝାରସୁଗୁଡାରୁ ଉଡ଼ିବ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଫ୍ଲାଇଟ୍, ଆଜି ସ୍ପାଇସ୍ ଜେଟ୍ ବୋଇଂ ୭୭ର ପ୍ରଥମ ଉଡ଼ାଣ

ଝାରସୁଗୁଡା: ଆଜିଠୁ ଝାରସୁଗୁଡା ସହ ସିଧା ସଳଖ ଦେଶର ଦୁଇଟି ପ୍ରମୁଖ ସହର ସହ ଯୋଡି ହେବ । ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆରମ୍ଭ ହେବ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନସେବା। ୧୪୪ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିବ ସ୍ପାଇସ୍ ଜେଟ୍ ବୋଇଂ ୭୭। ପ୍ରଥମ ବିମାନ ଝାରସୁଗୁଡାରୁ ଦିନ ଗୋଟାଏରେ ବାହାରି ବାଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ। ଏହା ମୁମ୍ବାଇରୁ ଆସି ୧୨ଟା ୩୦ରେ ଝାରସୁଗୁଡା ପହଂଚି ଗୋଟାଏ ବେଳକୁ ବେଙ୍ଗାଲୁରୁ ଯାତ୍ରା କରିବ। ସେହିପରି ବେଙ୍ଗାଲୁରୁରୁ ଆସି ସନ୍ଧ୍ୟା ୫ ଟା ୪୦ରେ ଝାରସୁଗୁଡାରେ ପହଞ୍ଚିବ। ସନ୍ଧ୍ୟା ୬.୧୦ରେ ପୁଣି ମୁମ୍ବାଇକୁ ଉଡ଼ାଣ ଭରିବ। ସେପଟେ ଗତକାଲିଠାରୁ ଦିଲ୍ଲୀକୁ  ବିମାନସେବା ଆରମ୍ଭ ହୋଇଛି।

ପୋଲିସର ଲାଠିମାଡ଼କୁ ବିରୋଧ କରି ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ

ବାଲିଗୁଡ଼ା: ବାଲିଗୁଡାର ଦଣ୍ଡପଦର ଗାଁରେ ପୋଲିସ ଲାଠି ଚାର୍ଜକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଗାଁ ଲୋକ । ଦଣ୍ଡପଦର ଗାଁ ଲୋକଙ୍କ ଅଭିଯୋଗ ଯେ, ବିନା କାରଣରେ ଗାଁ ଭିତରକୁ ପସି ପୋଲିସ ଲୋକଙ୍କୁ ଗୋଡାଇ ଗୋଡାଇ ପିଟିଥିଲା । ସୋମବାର ରାତିରେ ପୋଲିସ ଏଭଳି କରିଥିବା ଗାଁ ଲୋକଙ୍କ ଅଭିଯୋଗ । ପୋଲିସ ମାଡରେ ଅନେକ ଲୋକ ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି । ଆହତଙ୍କ ମଧ୍ୟରେ ଜଣେ ନାବାଳକ ଥିବା କୁହାଯାଉଛି ।

ପୋଲିସର ଲାଠିମାଡକୁ ବିରୋଧ କରି ଦଣ୍ଡପଦର ଗାଁ ଲୋକ ୫୯ ନମ୍ବର ଜାତୀୟ ରାଜପଥକୁ ମଙ୍ଗଳବାର ସକାଳୁ ସକାଳୁ ଅବରୋଧ କରିଥିଲେ ।  ପଥର ପକାଇବା ସହ ଟାୟାର ଜାଳି ଗାଁ ଲୋକ ରାସ୍ତା ବନ୍ଦ କରିଥିଲେ । ଆହତଙ୍କୁ କ୍ଷତିପୁରଣ ଦେବା ପାଇଁ ଗାଁ ଲୋକ ଦାବି କରୁଛନ୍ତି । ପୋଲିସ ଆକ୍ରମଣର ତଦନ୍ତ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି । ଏହାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଥିଲା ।