spot_img
Home Blog Page 6117

ମେସେଜ ଶେୟାର କରି ହ୍ରିତିକଙ୍କୁ ମନେ ପକାଇଲେ ସୁଜେନ, କହିଲେ ବେଷ୍ଟ ଡାଡି 

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ହ୍ରିତିକ ରୋଶନଙ୍କୁ ମନେ ପକାଇ ଏକ ସୁନ୍ଦର ମେସେଜ ଶେୟାର କରିଛନ୍ତି ତାଙ୍କର ପୂର୍ବତନ ପତ୍ନୀ ସୁଜେନ ଖାନ୍ । ଯଦିଓ ଦୁହିଁଙ୍କର ପରସ୍ପର ଠାରୁ ବିବାହ ବିଚ୍ଛେଦ ହୋଇସାରିଛି । ତଥାପି ଦୁଇ ପୁଅଙ୍କ ପାଇଁ ସେମାନେ ଏକାଠି ରହୁଛନ୍ତି।

ନିକଟରେ ହ୍ରିତିକଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲିନଥିଲେ ସୁଜେନ। ଏମିତିକି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଶେୟାର କରିଥିଲେ । ଏଥିସହିତ ତାଙ୍କୁ ଦୁନିଆର ବେଷ୍ଟ ଡାଡି ଭାବେ ଅବିହିତ ମଧ୍ୟ କରିଥିଲେ।

 

 

View this post on Instagram

 

A post shared by Sussanne Khan (@suzkr)

ହଟିଲା କଟକଣା, ଏଥର ବାଜିବ ଡିଜେ ଆଉ ଜୋରଦାର ହୋଇପାରିବ ପ୍ରସେସନ୍‌

ଭୁବନେଶ୍ୱର: ହଟିଲା କଟକଣା । ଏଥର ବାଜିବ ବାଜା, ବାଜା ବ୍ୟାଣ୍ଡପାର୍ଟି ପାଇଁ ମିଳିଲା ଅନୁମତି । ବ୍ୟାଣ୍ଡ, ଲାଇଟ୍‌ ଆଣ୍ଡ ସାଉଣ୍ଡକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ ପରିବର୍ତ୍ତନ କରାଯାଇଛି ।

କୋଭିଡ୍‌ ମହାମାରୀ ଯୋଗୁଁ ବାହାଘର ପ୍ରସେସନ୍ ଉପରେ ଲାଗୁ କରାଯାଇଥିବା କଟକଣାକୁ ଏବେ ଓଡ଼ିଶା ସରକାର ପ୍ରତ୍ୟାହାର କରିଛନ୍ତି । ଏଣିକି ବାହାଘରରେ ବାଜିପାରିବ ବାଜା ଏବଂ ହୋଇପାରିବ ପ୍ରସେସନ୍‌ । ଗୋଟିଏ ପରେ ରାଜ୍ୟରେ କରୋନା ଭ୍ୟାକ୍ସିନ୍‌ ପହଞ୍ଚିସାରିଥିବା ବେଳେ ଅନ୍ୟପଟେ କରୋନାର ପ୍ରକୋପ କମିବାରେ ଲାଗିଛି । ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ହାର କମୁଛି । ଏମିତିକି ଅନେକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି । ତେଣୁ ଏଭଳି ସ୍ଥିତିକୁ ଲକ୍ଷ କରି ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା କୋହଳ କରାଯାଇଛି । ବିବାହ ବ୍ରତ ଆଦି ଉତ୍ସବରେ ପ୍ରସେସନ୍‌ ସହ ଲାଇଟ୍‌ ସାଉଣ୍ଡ ପାଇଁ ମଧ୍ୟ ଅନୁମତି ଦିଆଯାଇଛି ।

light sound

ବାହାଘରରେ ବର, କନ୍ୟା, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟି, ଆଲୋକ ଏବଂ ସାଉଣ୍ଡ ସିଷ୍ଟମର ସଦସ୍ୟଙ୍କ ସମେତ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ସର୍ବାଧିକ ୨୦୦ ହୋଇପାରିବ ବୋଲି ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି । ତେବେ ବିବାହ ଉତ୍ସବରେ କୋଭିଡ-୧୯ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ସ୍ୱତନ୍ତ୍ର ରିଲିଫ କମିସନର ଏକ ବିଜ୍ଞପ୍ତି ପ୍ରକାଶ କରି କହିଛନ୍ତି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଥର୍ମାଲ୍ ସ୍କାନିଂର ବ୍ୟବସ୍ଥା ଏବଂ ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।

ବହୁ ପ୍ରତୀକ୍ଷାର ଅନ୍ତ, ଭୁବନେଶ୍ୱରରେ ପହଞ୍ଚିଲା କରୋନା ଭ୍ୟାକ୍ସିନ୍‌

ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭୁବନେଶ୍ୱରରେ ପହଞ୍ଚିଲା କରୋନା ଭ୍ୟାକ୍ସିନ୍‌ । ଭୁବନେଶ୍ୱର ବିମାନବନ୍ଦରରେ ସ୍ପାଇସଜେଟ୍ ଯୋଗେ ପହଞ୍ଚିଲା କୋଭିସିଲ୍ଡ ଟିକା । ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଓଡ଼ିଶା ରାଜ୍ୟ ଟିକା ଭଣ୍ଡାରରେ ପହଞ୍ଚିଛି ।

Corona Vaccine

ଏଥିପାଇଁ ଔଷଧ ନିଗମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଠାରୁ ସବୁ ଜିଲ୍ଲାକୁ ଟିକା ନେବା ପାଇଁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଚିଠି କରାଯାଇଛି । ସେମାନେ ଭ୍ୟାକସିନ୍ ଗାଡ଼ି ପଠାଇ ଟିକା ନେଇପାରିବେ । ଟିକା ନେଇ ଜିଲ୍ଲା ଭ୍ୟାକସିନ୍ ଷ୍ଟୋରରେ ରଖିବେ । ସେଠାରୁ କୋଲ୍‌ଡ ଚେନ୍ ମାଧ୍ୟମରେ ସ୍ଥିରୀକୃତ ହୋଇଥିବା ଶହେଟି ସ୍ଥାନକୁ ଟିକା ପଠାଯିବ ।

Corona Vaccine

୧୬ତାରିଖରେ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ୧୬୨ଟି ଭ୍ୟାକ୍ସିନ ସେସନ ସାଇଟରେ ହେବ ଟିକାକରଣ । ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଶହେ ସ୍ୱାସ୍ଥ୍ୟକର୍ମୀ ନେବେ ଟିକା । ସକାଳୁ ସେରମ୍‌ ଇନଷ୍ଟିଚ୍ୟୁଟରୁ ୩ଟି ଟ୍ରକ୍‌ ମାଧ୍ୟମରେ ପୁନେ ଏୟାରପୋର୍ଟରୁ ଦେଶର ବିଭିନ୍ନ ସ୍ଥାନକୁ ଟିକା ଭାଏଲ ପଠାଯାଇଛି । ରାଜ୍ୟକୁ କୋଭିସିଲ୍‌ଡର ୪ଲକ୍ଷ ୮ହଜାର ଡୋଜ୍ ଆସିଛି । ଗୋଟିଏ ଶିଶିରୁ ୧୦ଟି ଡୋଜ ଦିଆଯାଇପାରିବ ।

କୃଷି ଆଇନ ଉପରେ ଶୁଣାଣି ବେଳେ ଚିଫ୍ ଜଷ୍ଟିସଙ୍କୁ କିଏ ଭଗବାନ କହିଲେ…

ନୂଆଦିଲ୍ଲୀ: ନୂଆ କୃଷି ଆଇନ ଉପରେ ଶୁଣାଣି କରି ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି । ମଙ୍ଗଳ ବାର ଦିନ ଏହି ନୂଆ କୃଷି ଆଇନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।

ସବୁଠୁ ଖାସ୍ କଥା ହେଉଛି କୃଷି ଆଇନର ବିରୋଧ କରୁଥିବା ଆଇନଜୀବୀ ଏମ ଏଲ ଶର୍ମା ବହୁତ ଖୁସି ହୋଇଯାଇଥିଲେ । ଏପରିକି ସେ କହିଥିଲେ ଯେ କୃଷକଙ୍କ ସମସ୍ୟା ଆପଣ ଦେଖୁଛନ୍ତି । ଆମ ସମସ୍ୟା ଆପଣ ହିଁ ଶୁଣିବେ । ଆଉ ଆପଣ ସାକ୍ଷାତ ଭଗବାନ ବୋଲି ଚିଫ୍ ଜଷ୍ଟିସଙ୍କୁ କହିବାକୁ ମଧ୍ୟ ପଛାଇନଥିଲେ ।

ଏଥିସହିତ ସମସ୍ୟାର ସମାଧାନ ପାଇଁ କୃଷି ବିଶେଷଜ୍ଞ ଅଶୋକ ଗୁଲାଟି, ଭାରତୀୟ କିଷାନ ୟୁନିଅନ ଅଧ୍ୟକ୍ଷ ଜୀତେନ୍ଦ୍ର ସିଂହ ମାନ୍, ପ୍ରମୋଦ ଯୋଶୀ, ଅନିଲ ଧନଓ୍ବନ୍ତଙ୍କୁ ମିଶାଇ ୪ ଜଣିଆ କମିଟି ଗଠନ କରିଛନ୍ତି ଖଣ୍ଡପୀଠ।

ପ୍ରାରମ୍ଭରୁ କୃଷି ଆଇନକୁ ବିରୋଧ କରି ଆସୁଥିବା ଆଇନଜୀବୀ ଏମ ଏଲ ଶର୍ମା ଆଜିର ନିଷ୍ପତ୍ତି ସମୟରେ ଚିଫ୍ ଜଷ୍ଟିସ ଏସ ଏ ବୋବଡେଙ୍କୁ ସାକ୍ଷାତ ଭଗବାନ ବୋଲି ଅବିହିତ କରିଛନ୍ତି ।

ଆଜିବି ସରକାରଙ୍କ ଉପରେ ବର୍ଷିଛନ୍ତି  ସୁପ୍ରିମକୋର୍ଟ-

ଆଜିର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏବଂ ପ୍ରଧାନ ବିଚାରପତି ମଧ୍ୟ ସରକାର ଏବଂ କୃଷକ ସଂଗଠନ ଉପରେ ବର୍ଷିଛନ୍ତି । ଆଇନର ବୈଧତା ଏବଂ ନାଗରିକଙ୍କ ଜୀବନକୁ ନେଇ ଚିନ୍ତିତ ବୋଲି କୋର୍ଟ କହିଛନ୍ତି। ଏହି କମିଟି ସମସ୍ତଙ୍କ କଥା ଶୁଣିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

୯ଟି ହ୍ୱାଟସଆପ ଫିଚର୍ସ ଯାହା ସିଗନାଲ ଆପରେ ଉପଲବ୍ଧ ନାହିଁ

ନୂଆଦିଲ୍ଲୀ: ନିକଟରେ ହ୍ୱାଟସଆପ ନିଜର ପ୍ରାଇଭେସୀ ପଲିସି ଜାରି କରିଛି ଏବଂ ସେହି କାରଣରୁ ହଠାତ୍ ଅନେକ ଉପଭୋକ୍ତା ଏହାର ବିକଳ୍ପ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଖୋଜିବାରେ ବ୍ୟସ୍ତ । ଏହି ପ୍ରାଇଭେସୀ ପଲିସିରେ ଉଲ୍ଲେଖ ଥିବା ଟର୍ମ ଆଣ୍ଡ କଣ୍ଡିସନରେ ଉପଭୋକ୍ତା ଖୁସି ନଥିବାବେଳେ ଏହାର ବିକଳ୍ପ ଆପ ଯଥା ଟେଲିଗ୍ରାମ ଏବଂ ସିଗନାଲ୍ ଆପ୍ ଗୁଡ଼ିକ ଅଧିକ ଲୋକପ୍ରିୟ ହୋଇଉଠିଛନ୍ତି । ତେବେ ଉଭୟ ଟେଲିଗ୍ରାମ ଏବଂ ସିଗନାଲ ପ୍ଲାଟଫର୍ମରେ ଗୋପନୀୟତାକୁ ଫକୋସ କରାଯାଇଛି ଏବଂ ବ୍ୟବହାରକାରୀଙ୍କୁ ହ୍ୱାଟସଆପ ଭଳି ଅଧିକାଂଶ ଫିଚର୍ସ ପ୍ରଦାନ କରାଯାଉଛି ବୋଲି ଦାବି କରାଯାଉଛି । ତଥାପି, ଅଧିକ ଲୋକପ୍ରିୟ ହାସଲ କରୁଥିବା ସିଗନାଲ ଆପରେ ଏମିତି ଅନେକ ଫିଚର୍ସର ସୁବିଧା ନାହିଁ ଯାହା ହ୍ୱାଟସଆପରେ ଉପଲବ୍ଧ କରାଯାଇଛି । ତେବେ ଆସନ୍ତୁ ଜାଣିବା ଜ’ଣ ସେହି ଫିଚର୍ସ ଗୁଡ଼ିକ ।

ଚାଟରେ ଷ୍ଟାର ମେସେଜ

ଉପଭୋକ୍ତାମାନେ ଚାହୁଁଥିବା ଯେକୌଣସି ଚାଟକୁ ଷ୍ଟାର କରିବାକୁ ଅନୁମତି ଦିଏ ହ୍ୱାଟସଆପ୍ । ଏହା ଉପଭୋକ୍ତାମାନଙ୍କୁ ନିର୍ଦ୍ଧିଷ୍ଟ ଚାଟ୍ ବୁକମାର୍କ କରିବାକୁ ଅନୁମତି ଦିଏ ଯାହା ପରେ ଚାଟକୁ ପୁନର୍ବାର ସେମାନଙ୍କୁ ରେଫର୍ କରିବାକୁ ସହଜ କରିଥାଏ । ତେବେ ଏହି ଫିଚର ସିଗନାଲରେ ଉପଲବ୍ଧ ନାହିଁ ।

କଣ୍ଟାକ୍ଟ ସେଭ୍ କରିବା ପାଇଁ  QR Code ସେୟାର

ବ୍ୟବହାରକାରୀଙ୍କୁ QR Code ସେୟାର କରି କଣ୍ଟାକ୍ଟ ସେଭ୍ କରିବାକୁ ଅନୁମତି ଦେଇଥାଏ ହ୍ୱାଟସ ଆପ୍  । କିନ୍ତୁ ଏହି ସୁବିଧା ସିଗନାଲରେ ଉପଲବ୍ଧ ନାହିଁ ।

ଷ୍ଟାଟସ ଅପଡେଟ

ବ୍ୟବହାରକାରୀ ହ୍ୱାଟସଆପରେ ଫଟୋ, ଟେକ୍ସଟ, ଭିଡିଓ ଏବଂ ଜିଆଇଏଫ ଷ୍ଟାଟସ୦ ଅପଡେଟ କରନ୍ତି ଯେହେକି ୨୪ ଘଣ୍ଟା ପାଇଁ ରହିଥାଏ । କିନ୍ତୁ ସିଗନାଲ ଆପରେ ଷ୍ଟାଟସ ଅପଡେଟ କରିବା ଭଳି ଫିଚର ଉପଲବ୍ଧ ନାହିଁ ।

କଷ୍ଟମାଇଜ ୱାଲପେପର

ନିକଟରେ ହ୍ୱାଟସଆପ କଷ୍ଟମାଇଜ ୱାଲପେପର ଫିଚର ଲଞ୍ଚ କରିଛି । ଏହା ସାହାଯ୍ୟରେ ବ୍ୟବହାରକାରୀମାନେ ବିଭିନ୍ନ ଚାଟ ପାଇଁ ଭିନ୍ନ ଭିନ୍ନ ୱାଲପେପର ସେଟ କରିପାରିବେ । କିନ୍ତୁ ଏହି ଫଚର ମଧ୍ୟ ସିଗନାଲ ଆପରେ ଉପଲବ୍ଧ ନାହିଁ ।

ହ୍ୱାଟସଆପ ପେମେଣ୍ଟ

୨୦୨୦ ମସିହାରେ ହ୍ୱାଟସଆପ ପେମେଣ୍ଟ ଫିଚର ଆସିଥିଲା । ଏହା ବ୍ୟବହାରକାରୀଙ୍କୁ ପିଅର ଟୁ ପିଅର ପେମେଣ୍ଟର ସୁବିଧା ଦେଇଛି । ବ୍ୟବହାରକାରୀ ଏଥିରେ ନିଜ ବ୍ୟଙ୍କ ଆକାଉଣ୍ଟ ଆଟାଚ କରିପାରିବେ । କିନ୍ତୁ ଏହି ସୁବିଧା ସିଗନାଲ ଆପରେ ଉପଲବ୍ଧ ନାହିଁ ।

ଗ୍ରୁପ କଲିଂ

ଏକରୁ ଅଧିକ ଜଣଙ୍କୁ କଲ କରିବାର ସୁବିଧା ହ୍ୱାଟସଆପରେ ରହିଛି ଯାହାକି ସିଗନାଲ ଆପରେ ଉପଲବ୍ଧ ନାହିଁ ।

ଲାଇଭ ଲୋକେସନ ସେୟାରିଂ

ହ୍ୱାଟସ୍ ଆପରେ  ଉପଭୋକ୍ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସେମାନଙ୍କର ଲାଇଭ ଲୋକେସନ ସେୟାର କରିବାର ଅନୁମତି ଦେଇଥାଏ । କିନ୍ତୁ ସିଗନାଲ୍ ଉପଭୋକ୍ତାମାନଙ୍କୁ ସେମାନଙ୍କ  ଲାଇଭ୍ ଲୋକେସନ ସେୟାର କରିବାର ଅନୁମତି ଦିଏ ନାହିଁ ।

ଅନଲାଇନ ସୋ’ କରିବା

ହ୍ୱାଟସଆପରେ କେଉଁ କଣ୍ଟାକ୍ଟ ଅନଲାଇନ ଅଛି ତାହା ଆମେ ଜାଣିପାରିଥାଉ କିନ୍ତୁ ଏହି ଫିଚର ସିଗନାଲ ଆପରେ ଉପଲବ୍ଧ ନାହିଁ ।

ଡେସ୍କଟପରେ ବ୍ରାଉଜର୍ ସମର୍ଥନ

ସିଗନାଲ୍ ଆପ୍ ଉପଭୋକ୍ତାଙ୍କୁ ଏକକ ଆକାଉଣ୍ଟ୍ ସହିତ ଡିଭାଇସ୍ ଲିଙ୍କ୍ କରିବାକୁ ଅନୁମତି ଦିଏ, କିନ୍ତୁ ଏହା ଇଣ୍ଟରନେଟ୍ ବ୍ରାଉଜରରେ ବ୍ୟବହାରକାରୀଙ୍କୁ ପ୍ଲାଟଫର୍ମ ବ୍ୟବହାର କରିବାକୁ ଅନୁମତି ଦିଏ ନାହିଁ  । ଏହାର ଅର୍ଥ ହେଉଛି ଉପଭୋକ୍ତାମାନୁ ସିଗନାଲ୍ ଆକାଉଣ୍ଟ୍ ବ୍ୟବହାର କରିବା ପାଇଁ ପୃଥକ ଭାବରେ ଡିଭାଇସରେ ପ୍ରୋଗ୍ରାମ ଡାଉନଲୋଡ୍ କରିବାକୁ ପଡ଼ିବ ।

ଏଥର ପେପରଲେସ୍ ବଜେଟ୍, ଭାଙ୍ଗିବ ୭୩ ବର୍ଷର ପରମ୍ପରା

ନୂଆଦିଲ୍ଲୀ: ଏଥର ପେପରଲେସ୍ ବଜେଟ୍ । ଭାଙ୍ଗିବ ୭୩ ବର୍ଷର ପରମ୍ପରା । କାଗଜବିହୀନ ହେବ ଆଗାମୀ ବଜେଟ୍ ଅଧିବେଶନ । ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଫେବ୍ରୁଆରୀ ପହିଲାରେ ସଂସଦରେ ଆସିବ ସାଧାରଣ ବଜେଟ୍ । ତେବେ କରୋନା ପାଇଁ ଏଥରର ବଜେଟ୍ ଅଧିବେଶନ କାଗଜ ବିହୀନ ହେବ । ଏପରିକି ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଛପା ଯିବନି ବୋଲି ନିଷ୍ପତ୍ତି ହୋଇଛି ।

ଏହା ଭାରତ ଇତିହାସରେ ପ୍ରଥମଥର ପାଇଁ ହେବାକୁ ଯାଉଛି । ବଜେଟ୍‌ ଛପା ନହୋଇ ପେପରଲେସ୍ ହେବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏଥର ପେପରଲେସ୍ ବଜେଟ୍ ଅଧିବେଶନ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବଜେଟକୁ ଡିଜିଟାଲାଇଜେସନ୍‌ କରି ସଫ୍ଟ କପି ସାଂସଦମାନଙ୍କୁ ପଠାଯିବ । ୧୯୪୭ ପରେ ପ୍ରଥମ ଥର ପାଇଁ ଏପରି ହେବାକୁ ଯାଉଛି ।

୨୬ ନଭେମ୍ବର ୧୯୪୭ରେ ପ୍ରଥମ ବଜେଟ୍ ପୁସ୍ତକ ଛପାଯାଇଥିଲା । ସେବେଠାରୁ କ୍ରମାଗତ ଭାବେ ପୁସ୍ତକ ଛପା ହେଉଥିଲା । ବଜେଟ୍‌ ଦସ୍ତାବିଜ୍ ଛାପିବା ଓ ସେଗୁଡ଼ିକ ସିଲ୍ କରିବା ପର୍ଯ୍ୟନ୍ତ ପ୍ରାୟ ୧୫ଦିନ ଧରି କର୍ମଚାରୀ ସେହିସ୍ଥାନରେ ରହିଥାନ୍ତି । ହେଲେ ଏଥର କରୋନା ସଂକ୍ରମଣ ଭୟରେ ବଜେଟ୍ ପୁସ୍ତକ ଛପାଯିବ ନାହିଁ । ତେଣୁ ଚଳିତବର୍ଷ ପ୍ରିଣ୍ଟିଂ ପ୍ରେସ୍‌ରେ କୌଣସି କର୍ମଚାରୀଙ୍କୁ ନ ରଖିବାକୁ ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।

ଚୀନ ସୀମାରୁ ସେନା ପ୍ରତ୍ୟାହାର ପ୍ରଶ୍ନ ଉଠୁ ନାହିଁ: ସ୍ଥଳ ସେନାମୁଖ୍ୟ

ନୂଆଦିଲ୍ଲୀ: ଉଭୟ ପାକିସ୍ତାନ ଓ ଚୀନକୁ ଦେଶର ସମ୍ଭାବ୍ୟ ଶତ୍ରୁ ଭାବେ ବୟାନ କରିଛନ୍ତି ସ୍ଥଳ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନାରାବଣେ । ଏଣୁ ଏହି ଦୁଇ ଦେଶକୁ ଲାଗିଥିବା ସୀମାନ୍ତ ଅଞ୍ଚଳ ଉପରେ ଆମର କଡ଼ା ନଜର ରହିଛି । ଯେଉଁ ଅଞ୍ଚଳରେ ଚୀନ ସେନା ପ’କ୍ଷରୁ ସାମରିକ ଭିତ୍ତିଭୂମି ନିର୍ମାଣ କରାଯାଇଛି ସେଠାରେ ଆମ ସେନା ମୁତ୍ତୟନ ରହିଛନ୍ତି । ଏବେ ସେଠାରୁ ସେନା ପ୍ରତ୍ୟାହାର କରିବା ପ୍ରଶ୍ନ ଉଠୁ ନାହିଁ ବୋଲି ସେ କହିଛନ୍ତି । ତଥାପି ପରସ୍ପର ଭିତରେ ଆଲୋଚନା କରି ଉଭୟ ପକ୍ଷରୁ ମୁତ୍ତୟନ ସେନା ସଂଖ୍ୟା କମାଯିବା ଏବଂ ଉତ୍ତେଜନା ହ୍ରାସ କରିବା ପାଇଁ ଆଲୋଚନା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି ।

ଚୀନ୍ ସୀମାରୁ ଏହାର ସେନା ପ୍ରତ୍ୟାହାର କରିଥିବା ବିଷୟରେ ନିଜର ପକ୍ଷ ରଖି ଶ୍ରୀ ନରାବଣେ କହିଛନ୍ତି, ଚୀନ ଏହାର ସୀମାରୁ କୌଣସି ସେନା ପୟତ୍ୟାର କରି ନାହିଁ । ପ୍ରତି ବର୍ଷ ଚୀନ ସେନା ଏଠାରେ ସମରାଭ୍ୟାସ ତଥା ତାଲିମ ପାଇଁ ଆସି ଥାଆନ୍ତି । ଶୀତ ଆସିଲେ ତଥା ତାଲିମ ଶେଷ ହେଲେ ସେମାନେ ଫେରି ଯାଇଥା୍ରଆନ୍ତି । ଏହାର ଅର୍ଥ ନୁହେଁ ଯେ ଚୀନ୍ ସେନା ପ୍ରତ୍ୟାହାର କରିଛି । ବରଂ ଆମେ ଏହା ଆଶଙ୍କା କରିବା ଜରୁରୀ ଯେ ଏମାନେ ତିବେତାନ୍ ଘାଟିକୁ ଚାଲି ଯାଇଛନ୍ତି ।

ସେଥିଲାଗି ଏଠାରେ କମ୍ ସଂଖ୍ୟାରେ ଚୀନ୍ ସୈନିକଙ୍କୁ ଦେଖିବାକୁ ମିଳୁଛି । ଆସନ୍ତା ୧୫ ତାରିଖରେ ଆୟୋଜନ ହେବାକୁ ଥିବା ଭାରତୀୟ ସ୍ଥଳସେନା ଦିବସର କିଛିଦିନ ପୂବର୍ରୁ ସାମ୍ବାଦିକମାନଙ୍କୁ ସୂଚନା ଦେବା ସମୟରେ ଶ୍ରୀ ନାରାବଣେ ଏହା କହିଛନ୍ତି । ଏଣୁ ନା ସେମାନଙ୍କ ପକ୍ଷରୁ ବା ଆମ ପକ୍ଷରୁ କୌଣସି ସେନା ପ୍ରତ୍ୟାହାର କରାଯାଇ ନାହିଁ ବୋଲି ସେ କହିଛନ୍ତି ।

କିଛିଦିନ ତଳେ ଚୀନ ସେନା ଅପସାରଣ ନେଇ ଖବର ପ୍ରକାଶ ପାଇଥିଲା । ଏଥିରେ କୁହାଯାଇଥିଲା ଯେ ପିପ୍ୟୁଲ୍ସ ଲିବରେସନ୍ ଆର୍ମି ବା ଚୀନ ସେନା ଏହାର ୧୦ ହଜାର ସୈନିକଙ୍କୁ ପୂବର୍ ଲଦାଖ ନିକଟ ଏଲ୍ଏସିରୁ ଅପସାରଣ କରିଛି । ଏହାକୁ ସେନା ମୁଖ୍ୟ ଏକ ନିୟମିତ ଧାରା ବୋଲି ବୟାନ କରିଛନ୍ତି । ସେ କହିଛନ୍ତି ଯେ ଚୀନ ଏହାର ସେନା ପ୍ରତ୍ୟାହାର କରିନାହିଁ ।

ଏହି ଅଞ୍ଚଳ ଅତ୍ୟଧିକ ଥଣ୍ଡା ପାଇଁ ପରିଚିତ । ଅସହ୍ୟ ଥଣ୍ଡା ହେତୁ ଏ ଅଞ୍ଚଳରେ ମୃତ୍ୟୁ ହାର ମଧ୍ୟ ବଢ଼ିଥାଏ । ଗତବର୍ଷ ଏଠାରେ ମୃତି୍ୟୁହାେର ୦.୧୩ ପ୍ରତିଶତ ଥିବାବେଳେ ଏବର୍ଷ ୦.୧୫ ପ୍ରତିଶତ ରହିଛି ।

ରାଜଧାନୀରୁ ବିପୁଳ ପରିମାଣରେ ନକଲି ଘିଅ ଜବତ

ଭୁବନେଶ୍ୱର: ସିଲଭର ସିଟି କଟକ ପରେ ଭୁବନେଶ୍ୱରରେ ନକଲି ସାମଗ୍ରୀର କାରଖାନା। ଯୁଆଡ଼େ ଦେଖ ଖାଲି ନକଲି। ଲାଗୁଛି ଯେମିତି ଆଉ ଅସଲିର ଜମାନାହିଁ ନାହିଁ। ଆଜିର ଦୁନିଆରେ ସବୁ ଭେଜାଲ ହୋଇ ବିକ୍ରି ହେବାରେ ଲାଗିଛି। କିଛି ଦିନ ପୂର୍ବରୁ କଟକରେ ଗୋଟିଏ ପରେ ଗୋଟିଏ ଭେଜାଲ ନକଲି ସାମଗ୍ରୀ ଜବତ ହୋଇଥିଲା। ଆଉ ଆଜି ଭେଜାଲ ଘିଅ କାରଖାନା ଭୁବନେଶ୍ୱରରୁ ଠାବ କରିଛି ପୋଲିସ।

ଏୟାରଫିଲ୍ଡ ଥାନା ଅନ୍ତର୍ଗତ ତ୍ରିଲୋଚନ ବିହାରରେ ଏୟାର ଫିଲ୍ଡ ଥାନା ପୋଲିସ ଓ କୁଇକ୍ ଆକ୍ସନ ଟିମ ଚଢାଉ କରିଛି। ଚଢ଼ାଉ ସମୟରେ ବିପୁଳ ପରିମାଣରେ ଭେଜାଲ ଘିଅ ଜବତ କରିଛି ପୋଲିସ। ଫୁଡ୍‌ ସେଫ୍ଟି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପରୀକ୍ଷା ପାଇଁ ନମୂନା ସଂଗ୍ରହ କରିଛି। ତେବେ ଲୋଭରେ ଶୀକାର ହୋଇ ଅଳ୍ପ ଟଙ୍କା ଖର୍ଚ୍ଚ କରି ଅଧିକ ଟଙ୍କା ପାଇବା ଆଶାରେ ଏଭଳି କରୁଛନ୍ତି କିଛି ବ୍ୟକ୍ତି। ଯେଉଁଥିପାଇଁ ପୁରା ଅଞ୍ଚଳର ବଦନାମ ହେଉଛି।

ନୂଆ କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋଦି ସରକାରଙ୍କୁ ଲାଗିଲା ଝଟକା । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି ଜାରି ରହିଥିବା ଆନ୍ଦୋଳନରେ ଚାଷୀଙ୍କୁ ଆଶ୍ବସ୍ତି ମିଳିଛି ।  ମଙ୍ଗଳ ବାର ଦିନ ଏହି ନୂଆ କୃଷି ଆଇନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହା ଉପରେ ରୋକ୍ ଲଗାଇଛନ୍ତି ।

ସୂଚନା ଅନୁଯାୟୀ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ଆଦେଶ ବଳବତ୍ତର ରହିବ । ଏଥିସହିତ ସମସ୍ୟାର ସମାଧାନ ପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି ଖଣ୍ଡପୀଠ । କୃଷି ବିଶେଷଜ୍ଞ ଅଶୋକ ଗୁଲାଟି, ଭାରତୀୟ କିଷାନ ୟୁନିଅନ ଅଧ୍ୟକ୍ଷ ଜୀତେନ୍ଦ୍ର ସିଂହ ମାନ୍, ପ୍ରମୋଦ ଯୋଶୀ, ଅନିଲ ଧନଓ୍ବନ୍ତ ପ୍ରମୁଖ କମିଟିରେ ରହିଛନ୍ତି । ଏହି କମିଟି ନୂଆ କୃଷି ଆଇନ୍ ସମ୍ପର୍କିତ ଅଭିଯୋଗ ଶୁଣିବେ।

ଆହୁରି ମଧ୍ୟ ଦ୍ବିତୀୟ ଦିନର ଶୁଣାଣିରେ କେନ୍ଦ୍ର ସରକାରଙ୍କ ଉପରେ ଅଦାଲତ ବର୍ଷିବା ସହ ଆବଶ୍ୟକ ପଡିଲେ ନୂଆ କୃଷି ଆଇନକୁ ସସପେଣ୍ଡ କରିପାରିବୁ ବୋଲି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆନ୍ଦୋଳନକୁ ପ୍ରାୟ ୪୮ ଦିନ ବିତିଯାଇଥିଲେ ମଧ୍ୟ ଉଭୟ କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଆଠ ଥର ବୈଠକ ହୋଇଥିଲା । ହେଲେ ଆଜିଯାଏଁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସେପଟେ ଏତେଦିନ ଧରି ରାଜରାସ୍ତାରେ କୃଷକଙ୍କ ଆନ୍ଦୋଳନ ଚାଲିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ନ୍ୟାୟାଳୟ ।

ସୂଚନାଯୋଗ୍ୟ, ଜାନୁଆରୀ ୮ ତାରିଖରେ ଅଷ୍ଟମ ଥର ପାଇଁ ହୋଇଥିବା ବୈଠକ ବିଫଳ ରହିଥିଲା।  ସରକାର ଏବଂ ଚାଷୀଙ୍କ ମଧ୍ୟରେ ବିଜ୍ଞାନ ଭବନରେ ଜାରି ରହିଥିବା ଆଲୋଚନା ପୁନର୍ବାର ଫେଲ ମାରିଥିଲା ଏହି ବୈଠକ। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ଅଟଳ ରହିଥିବା ବେଳେ, ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଥିଲେ କେନ୍ଦ୍ର ସରକାର ।

ଏପରିକି ଏମଏସପି ବଳବତ୍ତର ଏବଂ ନୂତନ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବି ରଖିଥିଲେ ଆନ୍ଦୋଳନରତ ଚାଷୀ ସଂଗଠନ । କିନ୍ତୁ ପୂର୍ବ ବୈଠକରେ ଏମଏସପି ଉପରେ ସରକାର ଆଲୋଚନା କରିଥିଲାବେଳେ, ସେହି ବୈଠକରେ କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ ମନା କରି ଦେଇଥିଲେ ସରକାର। ତେବେ ଆସନ୍ତା ୧୫ ତାରିଖରେ ନବମ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି ।

ନୟାଗଡ଼ ପରୀ ହତ୍ୟା ମାମଲା: ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କୁ ଅଧିକ ସମୟ ମାଗିଲା SIT

କଟକ: ହାଇକୋର୍ଟରେ ନୟାଗଡ଼ ପରୀ ହତ୍ୟା ମାମଲା। ଏସ୍‌ଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇନି ଷ୍ଟାଟସ ରିପୋର୍ଟ। ତେବେ ହାଇକୋର୍ଟ SITକୁ ଆଜି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ଷ୍ଟାଟସ ରିପୋର୍ଟ ଦାଖଲ କରିନଥିବା ବେଳେ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ମାଗିଛି କ୍ରାଇମବ୍ରାଞ୍ଚ ଏସ୍‌ଆଇଟି। ମାର୍ଚ୍ଚ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ ୧୬ ଡିସେମ୍ବରରେ ଏସ୍‌ଆଇଟି ଷ୍ଟାଟସ୍‌‌ ରିପୋର୍ଟ ଦାଖଲ କରିଥିଲା।

ତେବେ ପରୀ ମୃତ୍ୟୁର ଅଭିଯୁକ୍ତକୁ ଏସଆଇଟି ପ୍ରଥମେ ନୟାଗଡ ପୋକ୍ସ କୋର୍ଟରେ ହାଜର କରାଇଥିବାବେଳେ ନାବାଳକ ଦର୍ଶାଇ ମାମଲା ଜୁଭେଇନାଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର  କରାଯାଇଥିଲା। ଜୁଭେଇନାଲ କୋର୍ଟ ଗତ ୫ ତାରିଖରେ ଅଭିଯୁକ୍ତକୁ ଅନୁଗୁଳ ବାଳସୁଧାର ଗୃହକୁ ପଠାଇଥିଲେ। ନାର୍କୋ ଟେଷ୍ଟ ପାଇଁ ହାଇକୋର୍ଟରେ ଏସଆଇଟି ଆବେଦନ କରିଥିବା ବେଳେ ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇନାହିଁ।