ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ ପ୍ରତିଷ୍ଠା ପାଇଁ ଭୁବନେଶ୍ୱରରେ ଭିତ୍ତିପ୍ରସ୍ତର ସ୍ଥାପନ

1 min read
Foundation Stone Laying Ceremony Of Indian Institute Of Law In Bhubaneswar

ଭୁବନେଶ୍ୱର: ଓଡ଼ିଶାରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ ବା ଆଇଆଇଏଲ୍‌ ପ୍ରତିଷ୍ଠା ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଉଦୟ ଉମେଶ ଲଳିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବାର୍‌ କାଉନ୍‌ସିଲ ଅଫ ଇଣ୍ଡିଆ ଏବଂ କିଟ୍‌ର ମିଳିତ ଉଦ୍ୟମରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ ଭୁବେନଶ୍ୱରରେ ପ୍ରତିଷ୍ଠା କରାଯିବ ।

Foundation Stone Laying Ceremony Of Indian Institute Of Law In Bhubaneswar

ଓଡ଼ିଶାରେ IIL ପ୍ରତିଷ୍ଠା ହେବା ଦ୍ୱାରା ଶିକ୍ଷା ମାନଚିତ୍ରରେ ଆଇନ୍‌ ଶିକ୍ଷା ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିବ । ନିରନ୍ତର ଆଇନ୍‌ ଶିକ୍ଷା, ବୃତ୍ତିଗତ ଦକ୍ଷତା ବିକାଶ, ରିଫ୍ରେସର୍‌ କୋର୍ସ ଏବଂ ମଧ୍ୟସ୍ତତା ଓ ଆପୋସ ବୁଝାମଣା ଭଳି ବିକଳ୍ପ ବିବାଦ ସମାଧାନ ବିଧି ପାଇଁ ପାଠ୍ୟକ୍ରମ ଯୋଗାଇ ଦେବ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ । ବିଭିନ୍ନ ଶିକ୍ଷା କେନ୍ଦ୍ର ଅଧୀନରେ ଆଇଆଇଏଲ୍‌ ଆଇନ୍‌, ନ୍ୟାୟ ଓ ସାମାଜିକ ବିକାଶର ସମସ୍ତ ଦିଗରେ ଗବେଷଣା କରିବ । ଏହି ଇନ୍‌ଷ୍ଟିଚ୍ୟୁଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ଉଦୟ ଉମେଶ ଲଳିତ ।

Foundation Stone Laying Ceremony Of Indian Institute Of Law In Bhubaneswar

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ ପାଇଁ କିଟ୍‌ ନିଜ କ୍ୟାମ୍ପସ୍ ମଧ୍ୟରେ ୫ ଏକର ଜମି ଯୋଗାଇ ଦେବ । ଏହାର ଭିତ୍ତିଭୂମି ଉଭୟ କିଟ୍‌ ଏବଂ ବାର କାଉନ୍‌ସିଲ ଅଫ ଇଣ୍ଡିଆ ନିର୍ମାଣ କରିବେ । ଦେଢ଼ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସମଗ୍ର ଭାରତରେ ଏଭଳି ଅନୁଷ୍ଠାନ ହେଉଛି ପ୍ରଥମ ।

Foundation Stone Laying Ceremony Of Indian Institute Of Law In Bhubaneswar

ଏହି ଅନୁଷ୍ଠାନରେ ବିଭିନ୍ନ ଆଇନ୍ ମହାବିଦ୍ୟାଳୟରେ ପାଠ ପଢାଉଥିବା ଶିକ୍ଷକ, ଆଇନଜୀବୀ ଏବଂ ଆଇନ୍ ବିଶେଷଜ୍ଞ ତାଲିମ୍ ନେବେ । ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ଭୂଷଣ ରାମକ୍ରିଷ୍ଣା ଗଭାଇ, ଜଷ୍ଚିସ୍‌ ଭି ରାମସୁବ୍ରମଣ୍ୟମ୍‌, ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ମନନ କୁମାର ମିଶ୍ର, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

Leave a Reply