ଅଜଣା ଜନ୍ତୁ ଆକ୍ରମଣରେ ୨୮ ଛେଳି ମୃତ, ବାଘ ମାରିଥିବା ସନ୍ଦେହ

Unknown Animal Killed 28 Goat In Athmallik Of Angul

ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ତ କୁଟୁଗାଁ ଫରେଷ୍ଟ ବିଟ ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ । ଦିନକରେ ୨୮ ଛେଳିକୁ ମାରିଦେଲା ଅଜଣା ଜନ୍ତୁ । ଶୁକ୍ରବାର କୁଟୁଗାଁର ଛେଳି ଚରାଳି ଟିକୁ ଦେହୁରୀ କୁଟୁଗାଁ ଜଙ୍ଗଲ ନିକଟରେ ଛେଳିପଲ ଚରାଉଥିଲେ । ଛେଳିପଲକୁ ଜଙ୍ଗଲରେ ଛାଡ଼ି ଘରକୁ ଖାଇବାକୁ ଯାଇଥିଲେ ଟିକୁ । ହେଲେ ଜଙ୍ଗଲକୁ ଫେରିବା ବେଳକୁ ଛେଳିପଲ ନଥିଲେ । ବହୁ ଖୋଜାଖୋଜି କରିବା ପରେ ଛେଳିପଲଙ୍କୁ ପାଇନଥିଲେ ।

Unknown Animal Killed 28 Goat In Athmallik Of Angul

ତେବେ ଶନିବାର ଗାଁ ପାଖରେ ଥିବା ପାହାଡ଼ରେ ତାଙ୍କର ୨୮ ଗୋଟି ଛେଳିର ମୃତ ଶରୀର ପଡ଼ିଥିବା ଜଣାପଡ଼ିଛି । ଏ ନେଇ ଆଠମଲ୍ଲିକ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ପାହାଡ଼କୁ ଯାଇ ଛେଳି ଗୁଡ଼ିକର ମୃତ ଶରୀର ଗୁଡ଼ିକୁ ଗାଁକୁ ଆଣିଥିଲେ । ଏହି ଘଟଣା ପରେ ଗାଁରେ ବାଘ ଭୟ ଦେଖାଦେଇଛି । ସନ୍ଧ୍ୟା ହେଲେ ଗାଁର ତାଟି କବାଟ ପଡ଼ି ଯାଉଛି ।

Unknown Animal Killed 28 Goat In Athmallik Of Angul

ଏତେ ଗୁଡ଼ିଏ ଛେଳିକୁ କେଉଁ ପଶୁ ଏକା ସାଙ୍ଗରେ କିପରି ମାରିଲା ? ନା ଅନ୍ୟ କିଛି କାରଣ ରହିଛି । ସେସବୁର ଛାନଭିନ୍ ଆରମ୍ଭ କରିଛି ଆଠମଲ୍ଲିକ ବନ ବିଭାଗ । ଆଠମଲ୍ଲିକ ଡିଏଫଓ ଏସ୍ ଆନନ୍ଦ କହିଛନ୍ତି ଛେଳି ଗୁଡ଼ିକୁ କେଉଁ ଜନ୍ତୁ ମାରିଲା ତାର ତଦନ୍ତ ଚାଲିଛି । ଜନ୍ତୁର ପାଦ ଚିହ୍ନ ଖୋଜା ଯାଉଛି । କିନ୍ତୁ ସ୍ଥାନଟି ପାହାଡ଼ିଆ ହୋଇଥିବାରୁ ପାଦ ଚିହ୍ନ ମିଳିପାରି ନାହିଁ ।

Leave a Reply