spot_img
Home Blog Page 6053

ରାକେଶକୁ ଜେରା କରୁଛି କୁଆଖିଆ ଥାନା ପୋଲିସ, ଜେରା ପରେ ଖୋଲିବ ଝରାଫୁଲ ମୃତ୍ୟୁ ରହସ୍ୟ

ଯାଜପୁର: ଖୋଲୁଛି ଆର୍‌ଡି ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ। ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ଖୋଲିବ ମର୍ଡର ମିଷ୍ଟ୍ରି। ଗିରଫ ପରେ ଝରାଫୁଲଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ମାନିଛି ରାକେଶ। ଉଭୟ ପରସ୍ପରକୁ ଭଲ ପାଉଥିବା ରାକେଶ ମଧ୍ୟ ସ୍ୱୀକାର କରିଛି। ଗତକାଲି ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ମୃତ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ଆତ୍ମସର୍ମପଣ କରିଥିଲା। ରାକେଶକୁ ଭୁବନେଶ୍ୱରରୁ ଗିରଫ କରିବା ପରେ କୁଆଖିଆ ଥାନାରେ ଚାଲିଛି ପଚରାଉଚରା।

ଏଥିରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ତଥା ରାକେଶର ସହଯୋଗୀକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଖୁବଶୀଘ୍ର ତାକୁ ଗିରଫ କରାଯାଇ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଯିବ ବୋଲି ଯାଜପୁର ରୋଡ଼ SDPO ସୂଚନା ଦେଇଛନ୍ତି। ଝରାଫୁଲଙ୍କ ପରିବାର ହତ୍ୟା ଘଟଣାରେ ରାକେଶର ସଂପୃକ୍ତି ନେଇ ସନ୍ଦେହ କରିଥିଲେ। ରାକେଶ ଫୋନ୍ ଓ ଭିଡିଓ କଲ୍‌ କରି ଝିଅକୁ ହଇରାଣ କରୁଥିବା ଝରାଫୁଲଙ୍କ ବାପା ଅଭିଯୋଗ କରିଥିଲେ। ସେପଟେ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା। ଆଜି ଯାଜପୁର ଗସ୍ତ କରି ମାମଲା ନେଇ ଏସପିଙ୍କ ସହ ଆଲୋଚନା କରିବେ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ RIଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ତହସିଲର ପୂର୍ବତନ RI। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ତହସିଲର ପୂର୍ବତନ RI ବସନ୍ତ ମହାନ୍ତିଙ୍କ ଘରେ ରେଡ୍ କରିଛଇ ଭିଜିଲାନ୍ସ। ପୁରୀ ଅଫିସ୍ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ପୁରୀ ଫ୍ରେଣ୍ଡସ୍ କ୍ଲବ ଗଳିରେ ଥିବା ୨ଟି ଘର, ବାଲିଘାଟ ଓ ପେଣ୍ଠକଟାରେ ଥିବା ବାସଭବନ ଓ କେନ୍ଦ୍ରାପଡ଼ାର ପୈତୃକ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ।

ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍‌ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ସୂଚନା ମିଳିଛି। ଏବେ ମଧ୍ୟ ରେଡ ଜାରି ରହିଛି। ତେବେ ଯାଗାବାଡ଼ି କାରବାର ନେଇ ବିଭିନ୍ନ ସମୟରେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଭିଜିଲାନ୍ସ ପ୍ଲାନ ମୁତାବକ ସକାଳୁ ସକାଳୁ ରେଡ କରିଛି।

କୁହୁଡ଼ି କାରଣରୁ ଓଲଟିଲା ଯାତ୍ରୀବାହୀ ବସ୍‌, ୫ଜଣ ଗୁରୁତର

ବୌଦ୍ଧ: କୁହୁଡ଼ି ହେଲା କାଳ। ରାଜ୍ୟ ମଧ୍ୟରେ କୁହୁଡ଼ି କାରଣରୁ ଗୋଟିପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। କେତେବେ ବସ୍‌ ତ କେତେବେଳେ ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ ହେଉଛି। ତେବେ ବୌଦ୍ଧ ଜିଲ୍ଲାର ୫୭ନମ୍ବର ଜାତୀୟ ରାଜପଥରେ ସକାଳୁ ସକାଳୁ ଘଟିଛି ଅଘଟଣ। ମସିନାପଡ଼ା ମେହେରୁଣୀ ନାଲ ନିକଟରେ ଡ଼ଲଫିନ ନାମକ ଏକ ଘରୋଇ ବସ୍‌ର ଦୁର୍ଘଟଣା ଘଟି ଓଲଟିପଡିଛି। ବସ୍‌ ମଧ୍ୟରେ ୪୦ ଜଣ ଯାତ୍ରୀ ଥିଲେ।

ତେବେ କେହି ମୃତାହତ ହୋଇନାହାନ୍ତି। ଦୁର୍ଘଟଣା ଫଳରେ ୫ଜଣ ଗୁରୁତର ଆହତ ହୋଇଥିବା ବେଳେ ୩୫ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡିଛି।ବସ୍‌ଟି କଟକରୁ ରାୟପୁର ଯାଉଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି। ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ହାତୀ ଜଗିବା ସମୟରେ ପଲ୍ଲାରେ ଲାଗିଲା ନିଆଁ, ମାଆ ବାପାଙ୍କ ଆଗରେ ଜଳିଗଲା ୩ ବର୍ଷର ଝିଅ

କେନ୍ଦ୍ରାପଡ଼ା: ରାତି ଅଧରେ ଘଟିଲା ହୃଦୟବିଦାରକ ଘଟଣା। ଧାନ ଜଗିବା ପୁରା ପରିବାର ପାଇଁ ହେଲା କାଳ। ବାପା ମାଆଙ୍କ ଆଗରେ ଜଳି ଆରପାରିକୁ ଚାଲିଗଲା ୩ବର୍ଷର ଝିଅ। ହାତୀ ଉପଦ୍ରବ କାରଣରୁ ବିଲରେ ପଲ୍ଲା କରି ଶୋଇଥିଲେ। ବାପା ମାଆ ଏବଂ ଦୁଇ ଝିଅ ଶୋଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଓକିଲପାଳ ଗାଁରେ ଗତକାଲି ରାତିରେ ଅଘଟଣ ହୋଇଛି। ମାଆ ବାପାଙ୍କ ସହ ୨ ଝିଅବି ଜଳିଯାଇଛନ୍ତି।

ସୂଚନା ଅନୁଯାୟୀ: ହାତୀ ଉପଦ୍ରବ ପାଇଁ ବିଲକୁ ଧାନଖଳା ଜଗିବାକୁ ଯାଇଥିଲେ। ମାଆ ବାପା ଏବଂ ୨ ଝିଅ ପଲ୍ଲା ମଧ୍ୟ ଶୋଇଥିଲେ। ସମସ୍ତେ ଶଣୋଇଥିବା ସମୟରେ ପଲ୍ଲାରେ ଗୋଟିଏ ଷଣ୍ଢ ଆସି ମାଡ଼ ହୋଇଯାଇଥିଲା। ଯେଉଁଥିପାଇଁ ପଲ୍ଲା ଭିତରେ ଥିବା ଡ଼ିବି ପଡ଼ିଯିବା କାରଣରୁ ଧାନ ଜଗିବା ହେବା କାଳ। ନିଆଁ ଲାଗିଯାଇଥିଲା। ନିଆଁ ହଠାତ ସମସ୍ତଙ୍କ ଦେହରେ ଲାଗିଯାଇଥିଲା। ତେବେ ବାପାମାଆଙ୍କ ସମେତ ୧୨ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତିନିଜଣଙ୍କୁ କେନ୍ଦ୍ରାପଡ଼ାରୁ କଟକ ସ୍ଥାନାନ୍ତର କରାଯାଇଛି।

ସଂସଦରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ସଂସଦରେ ବଜେଟ୍ ଅଧିବେଶନ। ଫେବ୍ରୁଆରୀ ପହିଲାରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ। ଏହା ପୂର୍ବରୁ ଆଜି ସକାଳ ୧୧ଟାରେ ଦୁଇ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବୟକଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ତମାମ ବିରୋଧୀ ଦଳ। କଂଗ୍ରେସ ସମେତ ୧୭ ରାଜନୈତିକ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି।

ସଂସଦରେ କୌଣସି ଚର୍ଚ୍ଚା ବିନା ତିନି କୃଷି ଆଇନ୍ ପାରିତ ହୋଇଥିବାରୁ ଏହାକୁ ବିରୋଧ କରି ଏଭଳି ନିଷ୍ପତ୍ତି ନେଇଛନ୍ତି ବିରୋଧୀ ଶିବିର। ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଫେବ୍ରୁଆରୀ ୧୫ ଓ ଦ୍ୱିତୀୟ ଦଫା ୮ ମାର୍ଚ୍ଚରୁ ୮ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଏହାପୂର୍ବରୁ ଗୃହ ସୁରୁଖୁରୁରେ ଚଳାଇବା ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ଏଥିରେ ସରକାରଙ୍କ ଆଭିମୁଖ୍ୟ ବିଷୟରେ ବିରୋଧୀଙ୍କୁ ଅବଗତ କରାଇବେ ସରକାର।

ଏଥର ବଜେଟ ଅଧିବେଶନ ଉପରେ ରହିବ ଦେଶବାସୀଙ୍କ ନଜର। କରୋନା ମହାମାରୀ ଯୋଗୁଁ ଲକଡାଉନ ଓ ସଟଡାଉନ୍ ଭିତରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇବା ସହ ଗରିବୀ ମଧ୍ୟ ବଢିବାରେ ଲାଗିଛି। ତେଣୁ ଅର୍ଥନୀତିକୁ ଟ୍ରାକ୍ ଲାଇନକୁ ଆଣିବାକୁ ସରକାର ନିଶ୍ଚୟ ଯୋଜନା ଆଣିବେ। କୃଷି, ଶିଳ୍ପ, ପର୍ଯ୍ୟଟନ, ବାଣିଜ୍ୟ ଓ ଆତ୍ମନିର୍ଭର ଭାରତ ଉପରେ ସରକାର ଫୋକସ୍ କରିବେ ବୋଲି ବିଶେଷଜ୍ଞ ମହଲ ଆଶା କରିଛି।

ଫେବ୍ରୁଆରୀ ୨୮ ଯାଏ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଜାରି ରହିବ କଟକଣା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗି ଥିବା କଟକଣା ଫେବ୍ରୁଆରୀ ୨୮ ତାରିଖ ଯାଏ ଜାରି ରହିବ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (DGCA) ଗୁରୁବାର ସୂଚନା ଦେଇଛନ୍ତି । କରୋନା ସଂକଟ ଭିତରେ ନୂଆ ଷ୍ଟ୍ରେନ୍ ବିପଦ ଓ ୟୁରୋପୀୟ ଦେଶରେ ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ନିୟମିତ ଉଡ଼ାଣ ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ବନ୍ଦେଭାରତ ମିଶନ ଜରିଆରେ ସୀମିତ ଉଡ଼ାଣ ହେବ ।

ଭାରତ ଅନ୍ୟ ଦେଶ ସହ ନିୟମିତ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଜାରି ରଖିଛି । ଅନ୍ୟପଟେ ଘରୋଇ ବିମାନ ଉଡ଼ାଣ ସଂଖ୍ୟାରେ ଲଗାତାର ବୃଦ୍ଧି ଘଟୁଛି । ପୂର୍ବାପେକ୍ଷା ଘରୋଇ ଉଡ଼ାଣ ୭୦ରୁ ବୃଦ୍ଧି କରାଯାଇ ୮୦ ପ୍ରତିଶତ କରାଯାଇଛି । ମେ ୨୫ରେ ଘରୋଇ ବିମାନ ଚଳାଚଳ ୩୦ ହଜାର ଯାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା । ୨୦୨୦ ନଭେମ୍ବର ୩୦ରେ ଯାତ୍ରୀଙ୍କ ସଂଖ୍ୟା ୨.୫୨ ଲକ୍ଷ ଛୁଇଁଥିଲା ।

ଅନୁଗୁଳରେ ବିଶ୍ୱର ସର୍ବବୃହତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ JSPL

ଭୁବନେଶ୍ୱର: ଓଡ଼ିଶାକୁ ୧୦୦ ନିୟୁତ ଟନ୍ ଇସ୍ପାତ ନିର୍ମାଣ ହବ୍ ଭାବରେ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇଛି ଜିନ୍ଦଲ । କମ୍ପାନୀ ଅନୁଗୁଳ ଠାରେ ବିଶ୍ୱର ସର୍ବବୃହତ୍ତ କାରଖାନା ପ୍ରତିଷ୍ଠା କରିବ । ଏନେଇ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ ପାୱାର୍ ଲିଃ (ଜେଏସ୍‌ପିଏଲ୍‌) ଅଧ୍ୟକ୍ଷ ନବୀନ ଜିନ୍ଦଲ କମ୍ପାନୀର ଭିଜନ୍ ୨୦୩୦ ଉପସ୍ଥାପନ କରିଛନ୍ତି । ଅନଲାଇନରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ଇସ୍ପାତ ଓ ଖଣି ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ମୂଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅନ୍ୟାନ୍ୟ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ ।

JSPL To Establish World’s Largest Steel Factory In Angul By 2030

୨୦୩୦ ସୁଦ୍ଧା ୧.୨୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରି ଅନୁଗୁଳ ଠାରେ ବିଶ୍ୱର ସର୍ବବୃହତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଜେଏସ୍‌ପିଏଲ୍‌ । ଅନୁଗୁଳରେ ଥିବା ଜେଏସ୍‌ପିଏଲ୍‌ର ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱୀତ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ । ହାଇଡ୍ରୋଜେନ ଆଧାରିତ ଡି.ଆର୍‌.ଆଇ ଓ ଇ.ଏ.ଏଫ୍ ମାର୍ଗ ଜ୍ଞାନକୌଶଳ ବ୍ୟବହାର କରାଯାଇ ଇସ୍ପାତ ଉତ୍ପାଦନ ଜ୍ଞାନକୌଶଳ ପାଇଁ ଏହା ବିଶ୍ୱର ସର୍ବାଧିକ ପରିବେଶ ଅନୁକୁଳ ଇସ୍ପାତ କାରଖାନା ହେବ ।

JSPL To Establish World’s Largest Steel Factory In Angul By 2030

ଏହାଦ୍ୱାରା ଓଡ଼ିଶାରେ ୬୦,୦୦୦ରୁ ଅଧିକ ପ୍ରତ୍ୟକ୍ଷ ଓ ୩,୦୦,୦୦୦ରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜେଏସ୍‌ପିଏଲ୍ ନିଜସ୍ୱ ଆୟ ଓ ଇକ୍ୱିଟୀ ମାଧ୍ୟମରେ ଏହି ପୁଞିନିବେଶର ଲକ୍ଷ୍ୟ ହାସଲ କରିବ । ଏହାଦ୍ୱାରା ରାଜ୍ୟରେ ବାର୍ଷିକ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ କାରବାର ଏବଂ ରାଜ୍ୟ କୋଷାଗାରକୁ ୭୫୦୦ କୋଟି ଟଙ୍କାର ରାଜସ୍ୱ ମିଳିବାର ସମ୍ଭାବନା ରହିଛି । ବାର୍ଷିକ ୧୨.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ପରିବେଶ ଉପଯୋଗୀ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିବ ଜିନ୍ଦଲ ।

ବାରହା ଫାଶରୁ ଉଦ୍ଧାର କଲରାପତରିଆ ବାଘର ମୃତ୍ୟୁ

ଆସିକା: ବାରହା ଫାଶରେ ପଡ଼ିଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଏନେଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା ସୂଚନା ଦେଇଛନ୍ତି । ଆସନ୍ତାକାଲି ମୃତ ବାଘର ବ୍ୟବଚ୍ଛେଦ କରାଯିବ । ଗୁରୁବାର ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡ଼ା ନଗୁଡ଼ୁ ବଡ଼ପଥରରେ ଏକ ବାରହା ଫାଶରେ ବାରହା ପଡ଼ି ଯାଇଥିଲା । ବାଘ ଫାଶରେ ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ ।

Rescued Tiger Dead In Ganjam South Ghumusar

ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଉଦ୍ଧାର କରିଥିଲେ । ଦୁଇଟି ଜେସିବି ସାହାଯ୍ୟରେ ଦୀର୍ଘ ସମୟର କସରତ ପରେ ବାଘକୁ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା । ଉଦ୍ଧାର ସମୟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିଲେ ।

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା, ଭୁବନେଶ୍ୱରରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ବନ୍ଧାହେଲେ ପୁରୁଷ ବନ୍ଧୁ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ମୃତ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି । ପରେ ରାକେଶକୁ ଏୟାର ଫିଲ୍ଡ ପୋଲିସ ଯାଜପୁର ପୋଲିସକୁ ହସ୍ତାନ୍ତର କରିଛି ।

Accused Rakesh Swain Arrested In RD Student Jharaphula Death Case

ଝରାଫୁଲଙ୍କ ଗାଁରେ ଏଲ ଆଣ୍ଡ ଟି ପାଇପଲାଇନରେ କାମ କରୁଥିଲା ରାକେଶ । ସେହି ସମୟରେ ଗାଁକୁ ଯାଇଥିଲେ ଝରାଫୁଲ । କୌଣସି ପ୍ରକାରେ ଝରାଫୁଲଙ୍କ ନମ୍ବର କାହାଠାରୁ ନେଇଥିଲା ରାକେଶ  । ନମ୍ବର ନେବା ପରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା । ଏନେଇ ବାପାଙ୍କୁ ଜଣାଇଥିଲେ ଝରାଫୁଲଙ୍କ ଭାଇ । ଯେତେ ବୁଝାଇଲେ ବି ମାନିବାକୁ ନାରାଜ ଥିଲେ ଝରାଫୁଲ ।

Accused Rakesh Swain Arrested In RD Student Jharaphula Death Case

ଆଉ ଭୁବନେଶ୍ୱର ଆସିବା ନେଇ ମଧ୍ୟ ରାକେଶଙ୍କୁ ଚାଟରେ ଜଣାଇଥିଲେ । ଏହାପରେ ବାରମ୍ବାର ଭିଡିଓ କଲ୍ ସହ ଚାଟିଂ କରି ହଇରାଣ କରୁଥିଲା ରାକେଶ ।  ଏନେଇ ପୋଲିସକୁ ଝରାଫୁଲଙ୍କ ବାପା ଜଣାଇବା ପରେ ରାକେଶକୁ ଅଟକ ରଖି ପଚରାଉଚରା ପରେ ଗିରଫ କରାଯାଇଛି ।

ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ବହୁଚର୍ଚ୍ଚିତ ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣଙ୍କ ମୃତ୍ୟୁ ଘଟଣା । କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ମାଲକାନଗିରି ଥାନା କେସ ନମ୍ବର ୪୦୧, ତାରିଖ ୧୩-୧୧-୨୦୨୦ରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଭାର ଗ୍ରହଣ କରିବ କ୍ରାଇମବ୍ରାଞ୍ଚ । ଏଥିରେ ଆଇପିସି ଧାରା ୩୦୨/୫୦୬/୨୦୧/୨୦୪/୧୨୦ବି/୩୧ ଲାଗିଛି ।

୨୦୧୯ ମସିହା ଡିସେମ୍ବର ୨୭ରେ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟାଣ ନିଖୋଜ ହୋଇ ଯାଇଥିଲେ । ତା’ପରଦିନ ୨୮ ତାରିଖରେ ସତୀଗୁଡ଼ା ଡ୍ୟାମ ନିକଟରୁ ଦେବ ନାରାୟାଣଙ୍କ ବାଇକ୍, ହେଲମେଟ୍ ମିଳିଥିଲା । ଡିସେମ୍ବର ୨୮ରେ ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସତୀଗୁଡ଼ା ଡ୍ୟାମରୁ ମିଳିଥିଲା ଦେବ ନାରାୟଣଙ୍କ ମୃତଦେହ । ମୃତଦେହ ଉଦ୍ଧାର ପରେ ପରିବାର ଲୋକ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ।

DGP Directs Crime Branch To Investigate Malkangiri Collector PA Death Case
FILE

ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଦେବ ନାରାୟଣଙ୍କ ପରିବାର ମାଲକାନଗିରି ଏସଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ମାଲକାନଗିରି ଥାନା ପୋଲିସ ୨୦୨୦ ମସିହା ନଭେମ୍ବର ୧୩ରେ ଜିଲ୍ଲାପାଳଙ୍କ ସହ ୪ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଥିଲା । ଏବେ ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ କରିବାକୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- ପିଏ ମୃତ୍ୟୁ ମାମଲା, ଜିଲ୍ଲାପାଳଙ୍କ ସହ ୪ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ