ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

1 min read

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଏହି ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ଏହା ସହିତ ବ୍ୟୟ ମଞ୍ଜୁରୀ ବିଲ ଗୃହୀତ ହେବ  । ତେବେ ଜଙ୍ଗଲ ନିଆଁ, ଧାନ ମଣ୍ଡି ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗକୁ ନେଇ ସରଗରମ ହେବ ଗୃହ । ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ମୁଖ୍ୟ ବିରୋଧୀ ବିଜେପି ଧାନମଣ୍ଡି, ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ, ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗ ଉଠାଇବ  । କଂଗ୍ରେସ  ମଧ୍ୟ ସମାନ ପ୍ରସଙ୍ଗ ସହ ଦରବୃଦ୍ଧି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, କୋଟିଆ ଓ ବେକାରୀ ସମସ୍ୟାକୁ  ମୁଖ୍ୟ ପ୍ରସଙ୍ଗ କରିବ । ସେପଟେ ବିରୋଧୀଙ୍କ ସବୁ ଅଭିଯୋଗର ଜବାବ ଆଲୋଚନା ମାଧ୍ୟମରେ ଦେବା ପାଇଁ ଶାସକ ଦଳ ପ୍ରସ୍ତୁତ ରହିଛି । ଅନ୍ୟପଟେ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି, ସେମାନଙ୍କୁ ଗୃହରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି  ।

ଏଥିସହିତ ପଢ଼ନ୍ତୁ: ହସ୍ପିଟାଲରୁ ମମତାଙ୍କ ଭିଡିଓ ବାର୍ତ୍ତା, କହିଲେ- ‘ଲାଗିଛି ଗମ୍ଭୀର ଆଘାତ, ହ୍ୱିଲ୍ ଚେୟାରରେ କରିବି ପ୍ରଚାର’

Leave a Reply