ଧାର୍ଯ୍ୟ ସମୟର ଅଧ ଘଣ୍ଟା ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା

‘Mahadeep’ placed atop Lingaraj temple Before Half Hour Of Scheduled

ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ଏକାମ୍ର କ୍ଷେତ୍ରରେ ଜାଗର ଯାତ୍ରା ପାଳିତ ହୋଇଛି । ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ପ୍ରାୟ ୯ଟା ୩୩ ସମୟରେ ମହାଦୀପ ଉଠିଛି । ୭ ଥର ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା ପରେ ୫ ଜଣ ସମର୍ଥା ମହାଦୀପ ଉଠାଇଛନ୍ତି । ଧାର୍ଯ୍ୟ ସମୟର ଅଧ ଘଣ୍ଟା ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଛି । ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା ।

‘Mahadeep’ placed atop Lingaraj temple Before Half Hour Of Scheduled

ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ସରିବା ପରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ନୀତି ହୋଇଥିଲା । ରାତି ସାଢ଼େ ୯ଟା ପରେ ମହାଦୀପ ଉଠିଛି । ଏହାପରେ ସାହାଣମେଲା ଦର୍ଶନ ରାତ୍ର ୧୦ଟାରୁ ୧୧ ଟା ଯାଏ, ଚାରି ପ୍ରହର ପୂଜା ରାତ୍ର ୧୧ଟା ୩୦ରୁ ୩ଟା ୩୦ ଯାଏ, ହରିହର ଭେଟ ଭୋର ୩ଟା ୩୦ରୁ ୪ଟା ୩୦ ଯାଏ ଚାଲିବ । ଭୋର୍ ୪ଟା ୩୦ରୁ ସକାଳ ୫ଟା ୧୫ ଯାଏ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ହେବ ।

 ‘Mahadeep’ placed atop Lingaraj temple Before Half Hour Of Scheduled

ଶ୍ରୀଲିଙ୍ଗରାଜ ମନ୍ଦିରରେ କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁଙ୍କୁ ଦୀପ ଜାଳିବା ଲାଗି ଅନୁମତି ଦିଆଯାଇଥିଲା । ଯାହାକୁ ନେଇ ଆନନ୍ଦରେ ବିଭୋର ହୋଇଥିଲେ ଭକ୍ତ । ଭୋଳାବାବାଙ୍କ ଲାଗି ସୁସଜ୍ଜିତ ଦୀପ ଜାଳିଥିଲେ ମନ୍ଦିର ବେଢ଼ାରେ । ସୁରକ୍ଷା ଦୃଷ୍ଟିରୁ କମିଶନରେଟ୍ ପୋଲିସ ବ୍ୟାପକ ପୋଲିସ ବନ୍ଦୋବସ୍ତ କରିଥିଲା । ଶାନ୍ତି, ଶୃଙ୍ଖଳାର ସହ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଥିବା ବେଳେ ଅଳ୍ପ କିଛି ସମୟ ପାଇଁ ପ୍ରବେଶକୁ କେନ୍ଦ୍ର କରି ମନ୍ଦିର ବେଢ଼ା ନିକଟରେ ସେବାୟତ ଓ ପୋଲିସ ମଧ୍ୟରେ ଠେଲାପେଲା ହୋଇଥିଲା ।

Leave a Reply