ସ୍କାନରରେ ଶବ୍ଦ ପ୍ରଦୂଷଣକାରୀ ବାଇକ୍, କଟୁଛି ୧୮ ହଜାର ଟଙ୍କା ଯାଏ ଚାଲାଣ

1 min read
Rourkela RTO Fined Bullet Owner For Silencer Change

ରାଉରକେଲା: ଶବ୍ଦ ପ୍ରଦୂଷଣକାରୀ ସାବଧାନ୍ । ବାଇକ୍ ସାଇଲେନ୍ସର ଚେଞ୍ଜ କରି ବିକଟାଳ ଶବ୍ଦ ସୃଷ୍ଟି କରିବା ଆପଣଙ୍କ ନିଶା କି ? ଯଦି, ହଁ ତେବେ ସାବଧାନ୍ ହୋଇଯାଆନ୍ତୁ । କାରଣ ସ୍ମାର୍ଟସିଟି ରାଉରକେଲାର ଛକ ଛକରେ ଜଗିଛି ପୋଲିସ । ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ୫୦ଟି ବାଇକକୁ ଜବତ କରାଯାଇଥିବା ବେଳେ ଟ୍ରାଫିକ୍ ପୋଲିସ ଓ ପରିବହନ ବିଭାଗ ଜରିମାନା ଆଦାୟ କରିଛି ।

Rourkela RTO Fined Bullet Owner For Silencer Change

ଷ୍ଟିଲ ସିଟି ରାଉରକେଲାର ବିଭିନ୍ନ ସ୍ଥାନରେ ଚାଲିଛି ଯାଞ୍ଚ । ଏମଭି ଆକ୍ଟକୁ ଉଲ୍ଲଂଘନ କରି ବାଇକ୍, ବୁଲେଟ୍ ସାଇଲେନ୍ସର ପରିବର୍ତ୍ତନ କରିଥିବା ଦୁଇଚକିଆ ଆରୋହୀଙ୍କୁ ଧରୁଛି ପୋଲିସ । ସହରର ସେକ୍ଟର-୨୧ ଟ୍ରାଫିକ୍ ଟାୱାର ନିକଟରେ ବୁଲେଟ ଯାଞ୍ଚ କରାଯାଇ ୫୦ରୁ ଅଧିକ ବୁଲେଟ୍ ଜବତ କରାଯାଇଛି । ଏମଭି ଆକ୍ଟ ୧୯୨ ଓ ୧୯୦(ସି) ଉଲ୍ଲଂଘନ ଅଭିଯୋଗରେ ବୁଲେଟ୍ ଜବତ କରାଯିବା ସହ ଜୋରିମାନା ଅର୍ଥ ଆଦାୟ କରାଯାଉଛି ।

Rourkela RTO Fined Bullet Owner For Silencer Change

ବୁଲେଟରେ ସାଇଲେନ୍ସର ପରିବର୍ତ୍ତନ କରିଥିବା ବାଇକ ମାଲିକଙ୍କ ଠାରୁ ସାଢ଼େ ପାଞ୍ଚ ହଜାର ଟଙ୍କାରୁ ଆରମ୍ଭ କରି ୧୭ ହଜାର ୫ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଅର୍ଥ ଆଦାୟ କରାଯାଉଛି । ବୁଲେଟରେ ସାଇଲେନ୍ସର ପରିବର୍ତ୍ତନ କଲେ ଭଲ ସାଉଣ୍ଡ ବାହାରୁଥିବାରୁ ଚେଞ୍ଜ କରିଥିବା କହିଛନ୍ତି ଗାଡ଼ି ମାଲିକ ।

Rourkela RTO Fined Bullet Owner For Silencer Change

ସହରରେ ଶବ୍ଦ ପ୍ରଦୂଷଣ କରୁଥିବା ବାଇକ୍ ଯାଞ୍ଚ ଆସନ୍ତା ଦିନରେ ମଧ୍ୟ ଜାରି ରହିବ ବୋଲି ରାଉରକେଲା ଏସପି ସୂଚନା ଦେଇଛନ୍ତି ।

Leave a Reply