ନୂଆଦିଲ୍ଲୀ: ବିମାନ ଯାତ୍ରା ଏବଂ ଭିସା ପ୍ରଦାନ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରାଯାଇଛି । ଏ ସମ୍ପର୍କରେ ଗତ ୨୬ ଜୁନରେ ଜାରି ନିର୍ଦ୍ଦେଶନାମାକୁ ୨୮ ଫେବ୍ରୁଆରୀ ୨୦୨୧ ଯାଏଁ ବଳବତ୍ତର ରଖାଯାଇଛି । ଭାରତ ଆସୁଥିବା ଏବଂ ଭାରତରୁ ଯାଉଁଥିବା ବିମାନ ପାଇଁ ଏହି ନିମୟ କଟକଣା ଲାଗୁ ରହିବ । ତେବେ ଅନ୍ତର୍ଜାତୀୟ କାର୍ଗୋ ବିମାନ ଏବଂ ଡିଜିସିଏ ଦ୍ୱାରା ସ୍ୱୀକୃତ ବିମାନ ପାଇଁ ଏହି ନିୟମ ଲାଗୁ ହେବନାହିଁ । ତେବେ କିଛି ନିର୍ଦ୍ଦିଷ୍ଟ ରୁଟ୍ ପାଇଁ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ମିଳିପାରେ । ଏ ନେଇ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି ।
ଝଗଡ଼ା କାରଣରୁ ଯବାନଙ୍କ ଉପରକୁ ଗୁଳି ଚଳାଇଲେ ଯବାନ, ଜଣେ ମୃତ ଦୁଇ ଗୁରୁତର
ମାଲକାନଗିରି: ସିଆରପିଏଫ୍ କ୍ୟାମ୍ପରେ ଯବାନଙ୍କ ଉନ୍ମତ କାଣ୍ଡ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାର କେସଲୁର ନିକଟସ୍ଥ ସେଡବା ସିଆର୍ପିଏଫ୍ କ୍ୟାମ୍ପରେ ୨୪୧ ବାଟାଲିୟନର ଯବାନ ଯାବାନଙ୍କୁ ଗୁଳି ଚଳାଇଛନ୍ତି। ସାଥୀ ଯବାନଙ୍କ ମଧ୍ୟରେ ବଚସା, କଥା କଟାକଟି ଉଗ୍ରରୂପ ନେଇଥିଲା। ସାଥୀ ଯବାନଙ୍କୁ ଗୁଳି କରି ନିଜ ଉପରକୁ ଗୁଳି ଚଳାଇଛନ୍ତି। ଏଥିରେ ଜଣେ ଯବାନ ପ୍ରାଣ ହରାଇଥିବା ବେଳେ ଆଉ ଦୁଇ ଯବାନ ଗୁରୁତର ହୋଇଛନ୍ତି। ମୃତ ଯବାନ ହେଉଛନ୍ତି ପ୍ରମୋଦ କୁମାର ସୋରି।
ଗିରିଶ କୁମାର ଏବଂ ସନ୍ତୋଷ ବାଚମ୍ ଗୁରୁତର ହୋଇଛନ୍ତି। ଉଭୟ ଗୁରୁତରଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି। ଆହତ ଯବାନ ଗିରୀଶ କୁମାର ଅନ୍ୟମାନଙ୍କ ଉପରକୁ ଗୁଳି କରିଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଗଣ୍ଡଗୋଳ ହେଲା ସ୍ପଷ୍ଟ ହୋଇନାହିଁ। ଏନେଇ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ବସ୍ତର ଏସ୍ପି ଦୀପକ ଝା।
ରାଜ୍ୟରେ ପ୍ଲାଜମା ଥେରାପି ହେଉଛି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ: ସି ବି କେ ମହାନ୍ତି
ଭୁବନେଶ୍ୱର: ପ୍ଲାଜମା ଥେରାପିକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସି ବି କେ ମହାନ୍ତି। ପ୍ଲାଜମା ଥେରାପି ଆରମ୍ଭ ହେବା ସମୟରେ କୋଭିଡ ପାଇଁ କିଛି ନିର୍ଦ୍ଦିଷ୍ଟ ଚିକିତ୍ସା ନଥିଲା। ତେଣୁ ଯେବେ ପୃଥିବୀର ଅନ୍ୟ ସ୍ଥାନରେ ପ୍ଲାଜମା ଥେରାପି ଆରମ୍ଭ ହେଲା ଆମେ ସେହି ଅଭିଜ୍ଞତାକୁ ପ୍ରାଧାନ୍ୟ ଦେଲୁ। ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ, ଯୁଦ୍ଧକାଳୀନ ଭିତ୍ତିରେ ଆମେ ପ୍ଲାଜମା ସଂଗ୍ରହ କେନ୍ଦ୍ର କଲୁ। ଅନେକ ଲୋକ ଏଥିରେ ଉପକୃତ ହୋଇଛନ୍ତି, ଜୀବନ ରକ୍ଷା ମଧ୍ୟ କରାଯାଇପାରିଛି। ସରକାର ଏତେ କମ ଦିନ ଭିତରେ ଏହି ବ୍ୟବସ୍ଥା ଆରମ୍ଭ କଲେ। ଏହା ଆମ ପାଇଁ ନିଆରା ଅନୁଭୂତି ଥିଲା। ପୋଷ୍ଟ କୋଭିଡ କେୟାର ପାଇଁ ସରକାର SCB ମେଡିକାଲରେ ସେଣ୍ଟର ଅଫ ଏକ୍ସସିଲେନ୍ସ କରିଛନ୍ତି। ଏବେ ଆଉ ବ୍ରିଟେନ ଭୂତାଣୁ ଭୟ ନାହିଁ। ସାରା ଦେଶରେ ଗତକାଲି ସୁଦ୍ଧା ମାତ୍ର ୧୫୩ ଜଣଙ୍କ ସୂଚନା ଆସିଛି।
ପରିବେଶ, ଲୋକଙ୍କ ବ୍ୟକ୍ତିଗତ ପ୍ରତିଷେଧ ଶକ୍ତି କି ଜେନେଟିକ କାରଣରୁ ଏହା ଏତେ ସଂକ୍ରମଣ ବୋଧେ କରିପାରି ନାହିଁ। ଅଧିକାଂଶ ଲୋକ ବ୍ରିଟେନରୁ ସଂକ୍ରମିତ ହୋଇ ଆସିଛନ୍ତି। ଭାରତରେ ଲୋକାଲ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ। ବର୍ତ୍ତମାନ ପରିସ୍ଥିତିରେ କିଛି ଭୟ ହେବାର ନାହିଁ। ଓଡ଼ିଶାରେ ବି କେହି କାଗଜପତ୍ରରେ ବ୍ରିଟେନ ଭୂତାଣୁ ଚିହ୍ନଟ ହୋଇ ନାହାନ୍ତି। କେବଳ ସନ୍ଦେହ ହୋଇଛି। ଏହା କୋଭିଡର ଆଉ ଏକ ରୂପ ମାତ୍ର।
ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ
ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ। ବଜେଟ ଅଧିବେଶନରେ ଉଭୟ ଗୃହକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସଂସଦ ପରିସରରେ ସମ୍ବୋଧନ କରିଛନ୍ତି । ଚଳିତ ଦଶନ୍ଧିର ଏହା ହେଉଛି ପ୍ରଥମ ଅଧିବେଶନ ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ବଜେଟ ସମ୍ବୋଧନରେ ସମ୍ବୋଧନ। ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହି ବଜେଟ ହେଉଛି ଅତି ମହତ୍ତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ଦେଶରେ ଉଜ୍ୱଳ ଭବିଷ୍ୟତ ପାଇଁ ୨୦୨୦ରେ ଅର୍ଥମନ୍ତ୍ରୀ ଏକାଧିକ ମିନି ବଜେଟ୍ ଦେଇଛନ୍ତି। ଚଳିତଥର ମଧ୍ୟ ଏହିଭଳି ଏକ ବଜେଟ୍ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଫେବ୍ରୁଆରୀ ପହିଲାରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । କିନ୍ତୁ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ବୟକଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

