କାଲି ହିଁ ସାରିଦିଅନ୍ତୁ ବ୍ୟାଙ୍କ କାମ୍, ହରତାଳ ପୂର୍ବରୁ SBIର ପରାମର୍ଶ

Before Bank Strike SBI Advice Customer To Withdraw Cash Tomorrow

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ୧୫ ଓ ୧୬ ମାର୍ଚ୍ଚକୁ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀ ହରତାଳ କରିବେ । ଏହାକୁ ନେଇ ଗ୍ରାହକଙ୍କୁ ପରାମର୍ଶ ଦେଇଛି ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ହରତାଳକୁ ନଜରରେ ରଖି ଆଗୁଆ ଟଙ୍କା ଉଠାଣ କରିବା ଏବଂ ନେଣଦେଣ କରିବାକୁ ପରାମର୍ଶ ଦେଇଛି ଏସବିଆଇ ।

Before Bank Strike SBI Advice Customer To Withdraw Cash Tomorrow

୪ ଦିନ ବନ୍ଦ ରହିବ ବ୍ୟାଙ୍କ

ସରକାରୀ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ଆସନ୍ତା ସପ୍ତାହରେ ୧୫ ଓ ୧୬ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ହରତାଳ ୨ ଦିନ ହେବାକୁ ଥିବାବେଳେ ଆସନ୍ତାକାଲିଠାରୁ ଅର୍ଥାତ୍ ଶୁକ୍ରବାର ଠାରୁ ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୧୪ ତାରିଖର ରବିବାର । ଏମିତି ବ୍ୟାଙ୍କ ୪ ଦିନ ବନ୍ଦ ରହିବ ।

ଏସବିଆଇ ଓ ମହାବ୍ୟାଙ୍କ ହରତାଳ ବେଳେ ବ୍ୟାଙ୍କିଂ ସେବାକୁ ସାମାନ୍ୟ କରିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉଭୟ ବ୍ୟାଙ୍କ ହରତାଳ ଦ୍ୱାରା ହେବାକୁ ଥିବା କ୍ଷତିର ଆକଳନ ଏବେ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ ୨ଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ସାଧାରଣ ଜୀବନ ବୀମା କମ୍ପାନୀର ଘରୋଇକରଣ କରିବା ନେଇ ଘୋଷଣା କରିଥିଲେ ।

Leave a Reply