ହସ୍ପିଟାଲରୁ ମମତାଙ୍କ ଭିଡିଓ ବାର୍ତ୍ତା, କହିଲେ- ‘ଲାଗିଛି ଗମ୍ଭୀର ଆଘାତ, ହ୍ୱିଲ୍ ଚେୟାରରେ କରିବି ପ୍ରଚାର’

1 min read
Mamata Banerjee Will Resume Campaign On WheelChair

କୋଲକାତା: Z+ ସିକ୍ୟୁରିଟିରେ ଆକ୍ରମଣ ! ଆହତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମେଡିକାଲରୁ ଟିଏମସି ସମର୍ଥକଙ୍କ ଲାଗି ଦେଇଛନ୍ତି ଭିଡିଓ ବାର୍ତ୍ତା । ଯେଉଁଥିରେ ମମତା କହିଛନ୍ତି- ବୁଧବାର ହୋଇଥିବା ଆକ୍ରମଣ ଯୋଗୁ ସେ ଗୁରୁତର ଭାବେ ଆଘାତ ହୋଇଛନ୍ତି । ହାତ ଓ ଗୋଡ଼ରେ ଭୀଷଣ ଦରଜ ହେଉଥିବା କହିଛନ୍ତି ମମତା । ଆହୁରି କହିଛନ୍ତି କିଛି ଦିନ ମଧ୍ୟରେ ମେଡିକାଲରୁ ଡିସଚାର୍ଜ ହୋଇ ଆସିବେ ଏବଂ ହ୍ୱିଲ୍ ଚେୟାରରେ ପ୍ରଚାର କରିବେ ।

 Mamata Banerjee Will Resume Campaign On WheelChair

ଏଥିସହ ମମତା ଟିଏମସି ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବା ଲାଗି ନିବେଦନ କରିଛନ୍ତି । ଆଶା କରୁଛି ମୁଁ ଖୁବଶୀଘ୍ର ମେଡିକାଲରୁ ବାହାରକୁ ଆସିବି । ମମତା କହିଛନ୍ତି- ମୋ ପାଦକୁ କଷ୍ଟ ହେଲେ ବି ହ୍ୱିଲ୍ ଚେୟାରରେ ପ୍ରଚାର କରିବି । ଅନ୍ୟପଟେ ମମତା ସ୍ୱାସ୍ଥ୍ୟ ନେଇ ଏସଏସକେଏମ୍ ହସ୍ପିଟାଲ କର୍ତ୍ତୃପକ୍ଷ ହେଲଥ ବୁଲେଟିନ୍ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ମମତାଙ୍କ ବାମ ପାଦରେ ଆଘାତ ଲାଗିଛି । ଯାହାପରେ ମମତାଙ୍କ ଏମଆରଆଇ ସ୍କାନ୍ କରାଯାଇଛି ।

ତେବେ ବର୍ତ୍ତମାନ ମମତା ବାନାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ଆରାମ ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି । ହସ୍ପିଟାଲର ୬ ଜଣିଆ ଡାକ୍ତରୀ ଦଳ ମମତା ବାନାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।

 Mamata Banerjee Will Resume Campaign On WheelChair

ମମତା ବୁଧବାର ନନ୍ଦିଗ୍ରାମରୁ ନାମାଙ୍କନ କରିବା ପରେ ନିର୍ବାଚନ ପ୍ରଚାର କରିଥିଲେ । ସନ୍ଧ୍ୟା ପ୍ରାୟ ୬ଟା ୧୫ ବେଳେ ମମତାଙ୍କ ସହ ଅଘଟଣ ଘଟିଥିଲା । ଅଭିଯୋଗ ଅନୁସାରେ, ୪ରୁ ୫ ଜଣ ମମତାଙ୍କ ପାଦକୁ ଆକ୍ରମଣ ପାଇଁ ଚେଷ୍ଟା କରିଥିଲେ । ଫଳରେ କାରର ଡୋରରେ ମମତାଙ୍କ ଗୋଡ଼ ଚାପି ହୋଇଯିବା ସହ ସେ ଆହତ ହୋଇଛନ୍ତି ।

Leave a Reply