ଏମିତି ଗାଁ ଯେଉଁଠି ସବୁ ଘର ଆଗରେ ପ୍ଲେନ୍

1 min read
The USA Air Parks Village Where Residents Have Planes Parked Outside Their House (1)

ୱାଶିଂଟନ୍: ଘରେ ବାଇକ୍ ଓ କାର୍ ଥିବା ସାଧାରଣ କଥା । କିନ୍ତୁ, କେବେ ଆପଣ ଏମିତି ବସ୍ତି କିମ୍ବା ଗାଁ ବାବଦରେ ଶୁଣିଛନ୍ତି କି ? ଯେଉଁଠି ପ୍ରତ୍ୟେକଟି ଘରର ଗ୍ୟାରେଜରେ କାର୍ ନୁହେଁ ବରଂ ପ୍ଲେନ୍ ଛିଡ଼ା ହୋଇଥାଏ । ହଁ ଏମିତି ହିଁ ଗାଁ ରହିଛି ଆମେରିକାରେ । ଆମେରିକାର ରେସିଡେନ୍ସିଆଲ୍ ଏୟାରପାର୍କ ହେଉଛି ସେହି ସ୍ଥାନ । ଜଣେ ଟିକଟକ୍ ବ୍ୟବହାରକାରୀ ଏହି ସ୍ଥାନର ଭିଡିଓ ସେୟାର୍ କରିବା ପରେ ଏହା ଇଣ୍ଟରନେଟରେ ଛାଇ ଯାଇଛି । ପ୍ରତି ଘର ଆଗରେ ବିମାନ ଥିବା ଭାଇରାଲ୍ ଭିଡିଓରେ ଦେଖାଯାଉଛି ।

The USA Air Parks Village Where Residents Have Planes Parked Outside Their House (1)

ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଆମେରିକାରେ ୧୯୩୯ ମସିହା ପର୍ଯ୍ୟନ୍ତ ୩୪ ହଜାର ପାଇଲଟ୍ ଥିଲେ । ତେବେ, ୧୯୪୬ରେ ପାଇଲଟଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ଲକ୍ଷରୁ ଅଧିକ ହୋଇଥିଲା ।

The USA Air Parks Village Where Residents Have Planes Parked Outside Their House (1)

ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିବା ପରେ ଏକାଧିକ ଏୟାରଫିଲ୍ଡ ଓ ପାଇଲଟ୍ ସ୍ଥାନ ଖାଲି ହୋଇ ଯାଇଥିଲା । ଏସବୁର ବିଚାର କରି ଆମେରିକାର ଦ ସିଭିଲ୍ ଏରୋନଟିକ୍ସ ଆଡମିନିଷ୍ଟ୍ରେସନ୍, ରେସିଡେନ୍ସିଆଲ୍ ଏୟାରପାର୍କ ନିର୍ମାଣ ଲାଗି ପ୍ରସ୍ତାବ ରଖିଥିଲା । ଯାହା ଅନୁଯାୟୀ, ବନ୍ଦ ହୋଇ ପଡ଼ିଥିବା ଏୟାରଷ୍ଟ୍ରିପରେ ଅବସର ଗ୍ରହଣ କରିଥିବା ମିଲିଟ୍ରି ପାଇଲଟଙ୍କୁ ଘର ଦେବାକୁ ନିଷ୍ପତ୍ତି ହୋଇଥିଲା । ଏଭଳି ଗାଁକୁ ‘ଫ୍ଲାଏ ଇନ୍ କମ୍ୟୁନିଟିଜ୍’ କୁହାଯାଏ । ଏଠାରେ ପ୍ରତି ଘରେ କାର୍ ଭଳି ଗୋଟିଏ ଗୋଟିଏ ଉଡ଼ାଜାହାଜ ଥାଏ ।

ପ୍ରତି ଘରେ ଉଡ଼ାଜାହାଜ ଥିବାରୁ ଏଠାର ସଡ଼କ ବେଶ୍ ଚଉଡ଼ା । ରାସ୍ତା ପ୍ରସସ୍ଥ ଥିବାରୁ ଏକାଥରକେ ବିମାନ ଏବଂ କାର୍ କାହାରିକୁ ଧକ୍କା ନଦେଇ ଆଗକୁ ଯାଇପାରନ୍ତି । ସୂଚନାଯୋଗ୍ୟ, ଦୁନିଆରେ ୬୩୦ରୁ ଅଧିକ ଏୟାରପାର୍କ ରହିଥିବା ବେଳେ ସେଥିରୁ କେବଳ ୬୧୦ରୁ ଅଧିକ ଏୟାରପାର୍କ ଆମେରିକାରେ ରହିଛି ।

 

View this post on Instagram

 

A post shared by theCAVUpilot (@thecavupilot)

କାଲିଫର୍ଣ୍ଣିଆରେ ଥିବା କେମରୁନ୍ ପାର୍କ ବିମାନବନ୍ଦର ଉକ୍ତ ରେସିଡେନ୍ସିଆଲ୍ ଏୟାରପାର୍କରୁ ଗୋଟିଏ । ନିକଟରେ ଜଣେ ଟିକଟକ୍ ବ୍ୟବହାରକାରୀ ଏହି ଅଞ୍ଚଳର ଭିଡିଓ ସୁଟ୍ କରିଥିଲେ । ଯେଉଁଥିରେ ପ୍ରତ୍ୟେକ ଘର ଗ୍ୟାରେଜରେ କାର୍ ବଦଳରେ ପ୍ଲେନ୍ ଥିବା ଦେଖିବାକୁ ମିଳିଥିଲା ।

Leave a Reply