spot_img
Home Blog Page 6048

ଦିଲ୍ଲୀ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ‘ଜୈସ୍ ଉଲ୍ ହିନ୍ଦ’, NIAର ତଦନ୍ତ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ଇସ୍ରାଏଲ୍ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣର ଯାଞ୍ଚ ଚାଲିଛି । ନୂଆ ତଥ୍ୟ ତଥ୍ୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗୁଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ସହ କ୍ରାଇମବ୍ରାଞ୍ଚ ଓ ଏନଆଇଏ ବିସ୍ଫୋରଣର ଯାଞ୍ଚ କରୁଛି । ତଦନ୍ତ ଚାଲିଥିବା ବେଳେ ବିସ୍ଫୋରଣ ପାଇଁ ଟେଲିଗ୍ରାମରେ ନିଜକୁ ଦାୟୀ କରିଛି ‘ଜୈସ୍ ଉଲ୍ ହିନ୍ଦ’ ନାମକ ସଂଗଠନ । ତେବେ, ‘ଜୈସ୍ ଉଲ୍ ହିନ୍ଦ’ କେଉଁଭଳି ସଂଗଠନ, କାହା ସହ ଜଡ଼ିତ ଏସବୁର ଖୋଳତାଡ଼ ତଦନ୍ତକାରୀ ସଂସ୍ଥା ଆରମ୍ଭ କରିଛନ୍ତି ।

Jaish Ul Hind Taking Responsibility Of Friday Delhi Attack

ଅନ୍ୟପଟେ ଶୁକ୍ରବାର ଦିଲ୍ଲୀ ଇସ୍ରାଏଲ୍ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପଛରେ ଇରାନର ହାତ ଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣ ସ୍ଥଳରୁ ମିଳିଥିବା ଲଫାପାରେ ଏହା ତ କେବଳ ଟ୍ରେଲର ବୋଲି ଲେଖା ଯାଇଥିବା ସୂତ୍ରରୁ ଜଣାପଡ଼ିଛି । ଲଫାପାରେ ଇରାନର କାସିମ ସୁଲେମାନି ଏବଂ ଇରାନର ବରିଷ୍ଠ ଆଣବିକ ବୈଜ୍ଞାନିକ ମୋହସେନ ଫଖ୍ରିଜାଦେହଙ୍କ କଥା ଉଲ୍ଲେଖ ଅଛି । ଉଭୟଙ୍କ ମୃତ୍ୟୁ ଗତବର୍ଷ ହୋଇଥିଲା ।

୨୦୨୦ ଜାନୁଆରୀ ୩ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଏୟାରଷ୍ଟ୍ରାଇକ୍ ହୋଇଥିଲା । ବାଗଦାଦ ନିକଟରେ ଆମେରିକା ସେନାର ଏୟାଇଷ୍ଟ୍ରାଇକରେ ନିହତ ହୋଇଥିଲା ସୁଲେମାନି । କାସିମ ସୁଲେମାନି ଇରାନ ମିଲିଟାରୀରର ଶକ୍ତିଶାଳୀ କମାଣ୍ଡର ଥିଲା ।

Jaish Ul Hind Taking Responsibility Of Friday Delhi Attack

ସେହିଭଳି ୨୦୨୦ ନଭେମ୍ବର ୨୭ରେ ଇରାନର ବରିଷ୍ଠ ଆଣବିକ ବୈଜ୍ଞାନିକ ମୋହସେନ ଫଖ୍ରିଜାଦେହଙ୍କୁ ହତ୍ୟା କରାଯାଇଥିଲା । ତେହରାନରେ ସାଟେଲାଇଟ୍ ପରିଚାଳିତ ମେସିନ ଗନ୍ ଦ୍ୱାରା ତାଙ୍କୁ ହତ୍ୟା କରାଯାଇଥିଲା । ଏଥିପାଇଁ ଇସ୍ରାଏଲକୁ ଦାୟୀ କରିଥିଲା ଇରାନ୍ ।

ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦୦ ଲୋକଙ୍କୁ ସାମିଲ୍ ଅନୁମତି

ଭୁବନେଶ୍ୱର: ଫେବ୍ରୁଆରୀ ମାସ ଲାଗି କରୋନା ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କଣ୍ଟେନମେଣ୍ଟ ଜୋନ୍ ବାହାରେ ସମସ୍ତ କାର୍ଯ୍ୟକୁ ଅନୁମତି ଦିଆଯାଇଛି । ସ୍ଥିତି ଦେଖି କଣ୍ଟେନମେଣ୍ଟ ଜୋନ୍ ସ୍ଥିର କରିବ ଜିଲ୍ଲା ପ୍ରଶାସନ । ସାମାଜିକ, ସାଂସ୍କୃତିକ, ରାଜନୀତିକ, ଖେଳ, ଶୈକ୍ଷିକ କାର୍ଯ୍ୟକ୍ରମରେ ସର୍ବାଧିକ ୫୦୦ ଲୋକ ସାମିଲ୍ ହୋଇପାରିବ । କାର୍ଯ୍ୟକ୍ରମ ହେଉଥିବା ହଲ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ସାମିଲ୍ ଲାଗି ଅନୁମତି । ସାମାଜିକ ଦୂରତା ରକ୍ଷା, ଥର୍ମାଲ୍ ସ୍କାନିଂ, ହ୍ୟାଣ୍ଡ ୱାଶିଂକୁ ଗୁରୁତ୍ୱ । ଉପରୋକ୍ତ କାର୍ଯ୍ୟକ୍ରମ ପାଇଁ ନେବାକୁ ପଡ଼ିବ ଜିଲ୍ଲା ପ୍ରଶାସନର ଅନୁମତି ।

Odisha Allowed To Re-Open All Anganwadi Centre From 1st February 

ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ୍ ହୋଇପାରିବେ ସର୍ବାଧିକ ୫୦୦ ଲୋକ । ଆବଦ୍ଧ କୋଠରୀର କ୍ଷମତାର ୫୦ ପ୍ରତିଶତ ଲୋକରେ ହେବ ବିବାହ ଉତ୍ସବ । ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର କରାଯିବ । ବାଣିଜ୍ୟିକ ମେଳାରେ କ୍ଷମତାର ୫୦ ପ୍ରତିଶତ ଲୋକ କୋଭିଡ୍ ପ୍ରୋଟୋକଲ୍ସ ମାନି ଯିବାକୁ ଅନୁମତି । କୋଭିଡ୍ ଗାଇଡଲାଇନ୍ ମାନି ବିଦ୍ୟାଳୟ ଓ କଲେଜରେ ପାଠପଢ଼ା ହେବ । ଉଭୟ ଅନଲାଇନ୍ ଏବଂ ଦୂର ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ ।

Odisha Allowed To Re-Open All Anganwadi Centre From 1st February 

ଫେବ୍ରୁଆରୀ ୧ ତାରିଖରୁ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ କରିବା ନେଇ ଅନୁମତି ଦିଆଯାଇଛି । ଧର୍ମାନୁଷ୍ଠାନ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ । ଏସଓପି ଅନୁସାରେ ପ୍ରେକ୍ଷାଳୟ ଚାଲିବ । ମୁକ୍ତାକାଶ ରଙ୍ଗମଞ୍ଚ, ଯାତ୍ରା ଆଦି ନେଇ ସ୍ଥାନୀୟ କର୍ତ୍ତୃପକ୍ଷ ଅନୁମତି ଦେବେ । ସବୁଠି କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୁହୁଡ଼ି ଯୋଗୁ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା: ୧୦ ଜଣ ମୃତ ୨୦ ଆହତ

0

ଲକ୍ଷ୍ନୌ: ଉତ୍ତର ଭାରତରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଯାତ୍ରାବାହୀ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନା ମୁତାବକ ଦୁର୍ଘଟଣାର କାରଣ ଘନ କୁହୁଡ଼ି ବୋଲି କୁହାଯାଉଛି।

ଘଟଣାଟି ଉତ୍ତରପପ୍ରଦେଶର ମୁରାଦାବାଦ ଜିଲ୍ଲାରେ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଥିଲା। ବରିଷ୍ଠ ପୁଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଥିବାବେଳେ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ କହିଛନ୍ତି। ତା’ସହିତ ଆହତମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ, ଜାନୁଆରୀ ୨୦ରେ କୁହୁଡ଼ି ହେତୁ ପଶ୍ଚିମବଙ୍ଗର ଜାଲପାଇଗୁରିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। କୁହୁଡ଼ି ଯୋଗୁଁ ଅନେକ ଗାଡ଼ି ଗୋଟିଏ ପରେ ଗୋଟିଏ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୧୮ ଜଣ ଆହତ ବି ହୋଇଥିଲେ।

 

 

କଟକରେ ବିନା ଲାଇସେନ୍ସରେ ଚାଲିଥିଲା ଅପମିଶ୍ରିତ ଘିଅ କାରଖାନା

କଟକ: ସିଲଭର ସିଟି କଟକରେ ପୁଣି ନକଲି ସାମଗ୍ରୀ କାରଖାନା ଠାବ । ଅପମିଶ୍ରିତ ଘିଅ କାରଖାନା ଠାବ କରାଯାଇଛି । ମର୍କତନଗର ସେକ୍ଟର-୯ରେ ଚାଲିଥିଲା ବିନାୟକ ଘିଅ କାରଖାନା । ସେଠାରୁ ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ ହୋଇଛି ।

Police Busted Duplicate Ghee Factory In Cuttack

ଘିଅ ବୋଝେଇ ଅଟୋ ଜବତ ହୋଇଥିବା ବେଳେ ଅଟୋ ଚାଳକ ଗିରଫ ହୋଇଥିବା ସୂଚନା ମିଳିଛି । ବିନା ଲାଇସେନ୍ସରେ ଚାଲିଥିଲା କାରଖାନା । କାରଖାନା ମାଲିକ ଦୀପକ ଅଗ୍ରୱାଲଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ପୂର୍ବରୁ ମଧ୍ୟ କଟକରୁ ନକଲି ଘିଅ ସହ ଅନ୍ୟ ଖାଦ୍ୟସାମଗ୍ରୀ କାରଖାନା ଠାବ ହୋଇଛି ।

ଆହୁରୀ ତୀବ୍ର ହେବ ଆନ୍ଦୋଳନ: ହରିୟାଣା ଓ ପଞ୍ଜାବରୁ ଆସୁଛନ୍ତି ଶହ ଶହ ଚାଷୀ

0

ନୂଆଦିଲ୍ଲୀ: ପ୍ରଶାସନର ନାଲିଆଖି ଓ ପୋଲିସର ଜୁଲମ୍ ସତ୍ତ୍ୱେ ଜାରି ରହିଛି ଅନ୍ନଦାତାଙ୍କ ଆନ୍ଦୋଳନ। ସିଂଘୁ ଓ ଗାଜିପୁର ସୀମାରେ ଚାଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହରିୟାଣା ଓ ପଞ୍ଜାବରୁ ଶହ ଶହ ଚାଷୀ ଆନ୍ଦୋଳନରେ ସାମିଲ ହେବା ପାଇଁ ଆସୁଛନ୍ତି। ଗତକାଲି ମୁଜାଫରନଗରର ମହାପଞ୍ଚାୟତରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଚାଷୀ ଆନ୍ଦୋଳନକୁ ତୀବ୍ରତର କରିବାକୁ ପଦକ୍ଷେପ ନିଆଯିବ।

ଆଜି ମୁଜାଫରନଗର ଓ ପଶ୍ଚିମ ଉତ୍ତରପ୍ରଦେଶର ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ନିଷ୍ପତ୍ତି ନିଆଯିବ ସହ ସରକାରଙ୍କ ସହ ଆଲୋଚନା ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି ଚାଷୀନେତା କହିଛନ୍ତି। ସେପଟେ ଅନ୍ନଦାତା ଆନ୍ଦୋଳନରୁ ସ୍ଥଳରୁ ଘଉଡ଼ାଇବା ପାଇଁ ଯୋଜନା ହୋଇଛି।

ସୀମାରେ ବିପୁଳ ପୋଲିସ ଫୋର୍ସ ମୁତୟନ ସହ ସ୍ଥିତି ଉପରେ ନଜର ରଖାଯାଇଛି। ତେବେ ଚାଷୀଙ୍କ ଆନ୍ଦୋଳନକୁ ବିରୋଧୀଙ୍କ ସହଯୋଗ ବଳ ଯୋଗାଇଛି। ସେହିପରି ଆରଏଲ୍‌ଡି ନେତା ଜୟନ୍ତ ଚୌଧୁରୀ ଓ ଆମ୍ ଆଦମୀ ପାର୍ଟି ସାଂସଦ ସଂଜୟ ସିଂହ ମଧ୍ୟ ଆନ୍ଦୋଳନକାରୀ ଚାଷୀଙ୍କ ସମର୍ଥନ କରିବାକୁ ଘୋଷଣା କରିଛନ୍ତି।

ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ ୨୮ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ବଢ଼ିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ । ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ ୨୦ ହଜାର ଟଙ୍କାକୁ ୨୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ପ୍ରତି ତିନି ବର୍ଷରେ ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ ରିଭିଜନ ହୁଏ । ତିନି ବର୍ଷ ପରେ ପୁଣି ବିଚାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Odisha Increased Stipend Of House Surgeon

ମହାମାରୀ କୋଭିଡ୍ ସମୟରେ ହାଉସ୍ ସର୍ଜନଙ୍କ ବିଶେଷ ଅବଦାନ ରହିଛି । କରୋନା କାଳରେ ସମସ୍ତେ ଇନସେଣ୍ଟିଭ୍ ପାଇଥିବା ବେଳେ ସେମାନେ ପାଇନଥିଲେ । ଏବେ ଷ୍ଟାଇପେଣ୍ଡ ବଢ଼ିଥିବାରୁ ହାଉସ୍ ସର୍ଜନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି ।

ଦିଲ୍ଲୀ ବିସ୍ଫୋରଣ ପଛରେ ଇରାନ୍ ହାତ, ଲଫାପାରେ ଲେଖା ଅଛି ‘ଇଏ ତ ବାସ୍ ଟ୍ରେଲର’

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀ ଇସ୍ରାଏଲ୍ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପଛରେ ଇରାନର ହାତ ଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣ ସ୍ଥଳରୁ ମିଳିଥିବା ଲଫାପାରେ ଏହା ତ କେବଳ ଟ୍ରେଲର ବୋଲି ଲେଖା ଯାଇଥିବା ସୂତ୍ରରୁ ଜଣାପଡ଼ିଛି । ଲଫାପାରେ ଇରାନର  କାସିମ ସୁଲେମାନି ଏବଂ ଇରାନର ବରିଷ୍ଠ ଆଣବିକ ବୈଜ୍ଞାନିକ ମୋହସେନ ଫଖ୍ରିଜାଦେହଙ୍କ କଥା ଉଲ୍ଲେଖ ଅଛି । ଉଭୟଙ୍କ ମୃତ୍ୟୁ ଗତବର୍ଷ ହୋଇଥିଲା ।

Delhi Israel Embassy Blast Iran Connection Envelop Reveals Revenge

୨୦୨୦ ଜାନୁଆରୀ ୩ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଏୟାରଷ୍ଟ୍ରାଇକ୍ ହୋଇଥିଲା । ବାଗଦାଦ ନିକଟରେ ଆମେରିକା ସେନାର ଏୟାଇଷ୍ଟ୍ରାଇକରେ ନିହତ ହୋଇଥିଲା ସୋଲେମାନି । କାସିମ ସୁଲେମାନି ଇରାନ ମିଲିଟାରୀରର ଶକ୍ତିଶାଳୀ କମାଣ୍ଡର ଥିଲା ।

Delhi Israel Embassy Blast Iran Connection Envelop Reveals Revenge

ସେହିଭଳି ୨୦୨୦ ନଭେମ୍ବର ୨୭ରେ ଇରାନର ବରିଷ୍ଠ ଆଣବିକ ବୈଜ୍ଞାନିକ ମୋହସେନ ଫଖ୍ରିଜାଦେହଙ୍କୁ ହତ୍ୟା କରାଯାଇଥିଲା । ତେହରାନରେ ସାଟେଲାଇଟ୍ ପରିଚାଳିତ ମେସିନ ଗନ୍ ଦ୍ୱାରା ତାଙ୍କୁ ହତ୍ୟା କରାଯାଇଥିଲା । ଏଥିପାଇଁ ଇସ୍ରାଏଲକୁ ଦାୟୀ କରିଥିଲା ଇରାନ୍ ।

Delhi Israel Embassy Blast Iran Connection Envelop Reveals Revenge

ଯଦିଓ ଶୁକ୍ରବାର ଦିଲ୍ଲୀର ଇସ୍ରାଏଲ୍ ଦୂତାବାସ ଘଟଣାରେ ବିଶେଷ ବଡ଼ଧରଣର କ୍ଷତି ହୋଇନାହିଁ । ତଥାପି ଏହାକୁ ଗୁରୁତ୍ୱର ସହ ନେଇଛନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ୨୦୧୨ରେ ଇସ୍ରାଏଲର ଏକ କାରରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୨ ଇରାନ୍ ନାଗରିକ ସାମିଲ୍ ଥିଲେ । ୨ ଆକ୍ରମଣକାରୀ ଦିଲ୍ଲୀର ପାହଡ଼ଗଞ୍ଜ ହୋଟେଲରେ ରହି ବିସ୍ଫୋରଣ କରିବା ପରେ ଇରାନ୍ ଖସି ପଳାଇଥିଲେ । ଏବେ ଯାଏ ତଦନ୍ତକାରୀ ସଂସ୍ଥା ଉଭୟଙ୍କୁ ଖୋଜୁଛି ।

Delhi Israel Embassy Blast Iran Connection Envelop Reveals Revenge

ଶୁକ୍ରବାର ହୋଇଥିବା ବିସ୍ଫୋରଣକୁ ଆତଙ୍କବାଦୀଙ୍କ ଆକ୍ରମଣ ବୋଲି କହିଛି ଇସ୍ରାଏଲ୍ । ସୂତ୍ର ଅନୁସାରେ, ବିସ୍ଫୋରଣ ସ୍ଥଳରୁ ମିଳିଥିବା ଲଫାପାର ଟଚ୍ ଡିଏନଏ କରାଯିବ । ମିଳିଥିବା ସୂଚନା ଅନୁସାରେ, ବୋମାରେ ଅମୋନିୟମ ନାଇଟ୍ରେଟର ବ୍ୟବହାର କରାଯାଇଥିଲା । ଏଥିରେ ଛୋଟ ଛୋଟ ବଲ୍ ବେୟରିଙ୍ଗ ସହ ସଫ୍ଟ ଡ୍ରିଙ୍କ କେନର ବ୍ୟବହାର ହୋଇଛି ।

ଶ୍ରାଦ୍ଧ ବାର୍ଷିକୀରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ୧୯୪୮ ମସିହା ଆଜିର ଦିନରେ ବାପୁଙ୍କ ପରଲୋକ ହୋଇଥିଲା । ଯେଉଁ ଦିନକୁ ସାରା ଦେଶରେ ସହିଦ ଦିବସ ଭାବେ ପାଳନ କରାଯାଉଅଛି । ଆଜିର ଦିନରେ ବିର୍ଲା ହାଉସରେ ସନ୍ଧ୍ୟା ପ୍ରାର୍ଥନା ସମୟରେ ଗୁଳି ଖାଇ ଟଳି ପଡ଼ିଥିଲେ ଦେଶର ପିତା ମହାତ୍ମା ଗାନ୍ଧୀ । ଯେଉଁ ଘଟଣା ସ୍ତବ୍ଧ କରିଦେଇଥିଲା ସାରା ଦେଶକୁ । ଅହିଂସାର ଚଳନ୍ତି ପ୍ରତିମାଙ୍କୁ ହରାଇ ମର୍ମାହତ ହୋଇଥିଲେ କୋଟିକୋଟି ଭାରତୀୟ ।

President And PM Paying Tribute To Father Of The Nation Mahatma Gandhi

ସେଠାରେ ଗାନ୍ଧୀ ତାଙ୍କ ପରିବାର ଓ ଅନୁଗାମୀ ମାନଙ୍କ ସହ ପ୍ରାର୍ଥନା ସଭାରେ ଥିବାବେଳେ ହିନ୍ଦୁ ମହାସଭାର ରାଷ୍ଟ୍ରବାଦୀ ନାଥୁରାମ ବିନାୟକ ଗଡସେ ତାଙ୍କ ଛାତିକୁ ଅତି ନିକଟରୁ ୩ଥର ଗୁଳି ଚଳାଇଥିଲେ । ବାପୁଜୀ ସେହି ମୁହୁର୍ତ୍ତରେ କରି ‘ହେ ରାମ’ ଉଚ୍ଚାରଣ କରି ଟଳି ପଡ଼ିଥିଲେ । ପରେ ତାଙ୍କୁ ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରହଣୀସ୍ଥଳ ବିର୍ଲା ହାଉସକୁ ନିଆଯାଇଥିଲା । ଏହାର କିଛି ସମୟ ପରେ ଏହି ମହା ମାନବଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ।

ପ୍ରତ୍ୟେକ ବର୍ଷ ୩୦ ଜାନୁୟାରୀ ଅର୍ଥାତ ଆଜିର ଦିନକୁ  ସାରା ଦେଶ ସହିଦ ଦିବସ ଭାବରେ ପାଳନ କରିଆସୁଛି । ମହାତ୍ମା ଗାନ୍ଧିଙ୍କ ୭୩ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଅଧରାତିରେ ହାତୀ ବୁଲୁଛି ଗାଁ ଦାଣ୍ଡରେ, ଘରେ ଶୁଣ୍ଢ ପୂରାଇ ଭାଙ୍ଗୁଛି ଆସବାବପତ୍ର

ସମ୍ବଲପୁର: ଭାବିଲେ… ଆପଣ ନିଦରେ ଶୋଇଥିବେ । ହଠାତ୍ ଘରର ଜିନିଷପତ୍ର ଭୁସଭାସ ହୋଇ ପଡ଼ିଯିବ । ଆପଣ ଡରିଯିବେ ନିଶ୍ଚୟ । ଡରଠୁ ଆହୁରି ଭୟ, ଛାତି ଭିତରେ ଛନକା ପଶିଯିବ । ଯେତେବେଳେ ନିଦୁଆ ଆଖିରେ ଆପଣଙ୍କ ସାମ୍ନାରେ ଦେଖିବେ ହାତୀ । ହଁ, ଅଧରାତିରେ ଗାଁ ଦାଣ୍ଡରେ ଘୁରୁ ବୁଲୁଛି ଦନ୍ତା ହାତୀ । ମନଇଚ୍ଛା ଯାହା ପାଉଛି ଭାଙ୍ଗୁଛି, ଖାଉଛି । ଲୋକ ଶୋଇଥିବା ମଶାରୀକୁ ବି ଟାଣି ନେଉଛି । ବଣୁଆ ହାତୀଙ୍କ ଏମିତି ଉପଦ୍ରବ ଦେଖିବାକୁ ମିଳିଛି ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ।

Elephant Pushed Trunk In Window And Divesting Home Items

ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ମୁଣ୍ଡେର ଓ ବ୍ରାହ୍ମଣୀପାଲି ଗାଁରେ ହାତୀ ଏମିତି ଉତ୍ପାତ କରୁଛି । ବିଳମ୍ବିତ ରାତିରେ ବଣୁଆ ହାତୀ ଗାଁକୁ ପଶି ଆସି ଲୋକଙ୍କ ଘରଦ୍ୱାର ଓ ଆସବାବପତ୍ର ଭାଙ୍ଗି କ୍ଷୟକ୍ଷତି ଘଟାଇଛି । ଏପରିକି ଘରେ ଶୋଇଥିବା ବେଳେ ହାତୀ ଶୁଣ୍ଢ ପୂରାଇ ଜିନିଷପତ୍ର କଚାଡ଼ି ଭାଙ୍ଗି ଦେଇଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।

Elephant Pushed Trunk In Window And Divesting Home Items

ହାତୀ ଉପଦ୍ରବ ରୋକିବାକୁ ସମ୍ବଲପୁର ବନବିଭାଗ ସେମିତି କୌଣସି ଠୋସ୍ ପଦକ୍ଷେପ ନେଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ ବିଭାଗ ହାତୀ ଘଉଡ଼ାଇବା ଲାଗି ପଦକ୍ଷେପ ନନେଲେ ଧନ ସହ ଜୀବନ ହାନି ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।

ପୁଣି ମାତିଲେ ମାଓବାଦୀ, ଘରୁ ଡାକି ଆଣି ୨ ଜଣଙ୍କୁ ବିଭତ୍ସ ହତ୍ୟା

ବାଲିଗୁଡ଼ା: କନ୍ଧମାଳରେ ପୁଣି ମାତିଲେ ମାଓବାଦୀ । ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ମାଓବାଦୀ ହତ୍ୟାକାଣ୍ଡ ଘଟାଇଛନ୍ତି । ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ୨ ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାପଡ଼ା ଗାଁରେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ୨ ଜଣଙ୍କୁ ମାଓବାଦୀ ଘରୁ ଡାକି ଆଣି ପୋଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରିଛନ୍ତି ।

Naxal Killed Two In Belghar PS Area Suspecting Police Informer

ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧୦ ତାରିଖରେ କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତ ସିର୍କି ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଏସଓଜି ଯବାନ ସହିଦ ହୋଇଥିବା ବେଳେ ୫ ଜଣ ମାଓବାଦୀ ନିହତ ହୋଇଥିଲେ ।

Naxal Killed Two In Belghar PS Area Suspecting Police Informer
FILE

ଏହା ପୂର୍ବରୁ ଗତ ଜୁଲାଇ ମାସରେ ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ୨ ମାଓବାଦୀ ନିହତ ହୋଇଥିଲେ । ସେହିପରି ଜୁଲାଇ ୫ ତାରିଖରେ ତୁମୁଡ଼ିବନ୍ଧ ଥାନା ବିର୍ଲା ନିକଟରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ୬ ତାରିଖରେ ପୁଣି ଗୁଳିବିନିମୟରେ ଆଉ ଜଣେ ମାଓବାଦୀ ନିହତ ହୋଇଥିଲେ । ଏପରି ଭାବେ ମାତ୍ର ୨୦ ଦିନ ମଧ୍ୟରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ମାଓ ସଂଗଠନକୁ ଅଣନିଶ୍ୱାସୀ କରି ଦେଇଥିଲା । ଏବେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି ।