spot_img
Home Blog Page 6049

ବିଳମ୍ବିତ ରାତିରେ ବସ୍ ଓଲଟି ଜଣେ ମୃତ, ୯ ଆହତ

ରାୟଗଡ଼ା/ବଲାଙ୍ଗିର: ବିଳମ୍ବିତ ରାତିରେ ବସ୍ ଦୁର୍ଘଟଣା । ରାୟଗଡ଼ା ଓ ବଲାଙ୍ଗିରରେ ପୃଥକ ପୃଥକ ବସ୍ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଜଣେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Bus Over Turned In Rayagada And Bolangir, One Dead

ନୟାଗଡ଼ରୁ ଜୟପୁର ଅଭିମୁଖେ ଯାଉଥିବା ‘ରଘୁନାଥ’ ନାମକ ବସ୍ ବିଷମକଟକର ପୁରୀକଣା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ୯ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Bus Over Turned In Rayagada And Bolangir, One Dead

ଅନ୍ୟପଟେ ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ରତାଖଣ୍ଡି ଗାଁ ମାମୁ ଢାବା ନିକଟରେ ବସ୍ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ରଘୁନାଥ ଟ୍ରାଭେଲ୍ସ ନାମକ ଘରୋଇ ବସ୍ ଓଲଟି ପଡ଼ିଥିଲା । ବସଟି ସୁନାବେଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି । କୁହୁଡ଼ି ଯୋଗୁଁ ବସ୍ ଡ୍ରାଇଭର ବୁଲାଣିରେ ରାସ୍ତା ଦେଖି ପାରିନଥିଲେ ବୋଲି ଜଣାପଡ଼ିଛି ।

ଫେବ୍ରୁଆରୀରେ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ୍, ଶନିବାର ଛୁଟି

ଭୁବନେଶ୍ୱର: ସରକାରୀ କାର୍ଯ୍ୟାଳୟ ପାଇଁ ଜାରି ହୋଇଛି ଫେବ୍ରୁଆରୀ ମାସର ଗାଇଡଲାଇନ୍ । ଆସନ୍ତା ମାସରୁ ଶତ ପ୍ରତିଶତ କର୍ମଚାରୀରେ ଚାଲିବ କଟକ ଏବଂ ଭୁବନେଶ୍ୱରର ସମସ୍ତ କାର୍ଯ୍ୟାଳୟ । କରୋନା ଗାଇଡଲାଇନରେ ଚାଲିବ ସମସ୍ତ ଅଫିସ୍ । କାର୍ଯ୍ୟାଳୟରେ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି ।

Govt Offices To Be Function With 100 Percentage Strength In February

ତେବେ ଶନିବାର ବନ୍ଦ ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ । ପୂର୍ବରୁ ସଂକ୍ରମଣ ପାଇଁ ଅଧା କର୍ମଚାରୀରେ କାର୍ଯ୍ୟାଳୟ ଚାଲୁଥିଲା । ଅନ୍ୟମାନେ ପାଳି କରି କିମ୍ବା ୱାର୍କ ଫ୍ରମ ହୋମ୍‌ କରୁଥିଲେ ।

କର୍ମ ଓ ଅର୍ଥକୁ ନେଇ ରହୁଥିବା ଚିନ୍ତା ଦୂର ହେବ, ପାରିବାରିକ ଜୀବନ ହସଖୁସିରେ କଟିବ

ଆଜିର ପଞ୍ଚାଙ୍ଗ:

୩୦ ଜାନୁଆରୀ, ୨୦୨୧, ଶନିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍

ମକର ମାସ ୧୭ ଦିନ,ମାଘ ମାସ,କୃଷ୍ଣପକ୍ଷ

ଦ୍ୱିତୀୟା ତିଥି, ମଘା ନକ୍ଷତ୍ର

ସିଂହ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ଉତ୍ତରେ ରାତି ୧୦ଟା ୧୫ ମିନିଟ୍ ପର୍ଯ୍ୟନ୍ତ ରହିବେ

ଏହା ପରେ ଆଗ୍ନେୟକୁ ଯାତ୍ରା ନିଷେଧ

କର୍କଟ,ମକର ରାଶିର ପୁରୁଷଙ୍କ ପାଇଁ ଘାତଚନ୍ଦ୍ର

ବୃଷ, ସିଂହ, କନ୍ୟା ରାଶିର ଘାତବାର

ଶୁଭ ସମୟ- ଦିନ ୧୦ଟା ୩୫ ମିନିଟ୍ ଠାରୁ ଦିନ ୧ଟା ପର୍ଯ୍ୟନ୍ତ

ଦିନ ୩ଟା ୨୨ ମିନିଟ୍ ଠାରୁ ଦିନ ୪ଟା ୫୨ ପର୍ଯ୍ୟନ୍ତ

ଅଶୁଭ ସମୟ- ସକାଳ ୯ଟା ଠାରୁ ଦିନ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅଶୁଭ ସମୟ

ମେଷ

ଅଶ୍ୱିନୀ ନକ୍ଷତ୍ର- ଧୈର୍ଯ୍ୟ ରଖି ପରିଶ୍ରମ କରନ୍ତୁ, କର୍ମ ଅନୁସାରେ ମିଳିବ ସଫଳତା

ଦ୍ୱିଜା ନକ୍ଷତ୍ର- ମିତ୍ରବନ୍ଧୁଙ୍କର ସହଯୋଗ ଦ୍ୱାରା ଚେଷ୍ଟା ସଫଳ ହେବ, ପୂରା ଦିନଟି ସପକ୍ଷରେ ରହିବ

କୃତ୍ତିକା ନକ୍ଷତ୍ର- ଯାହା ବି କରିବେ ତାହା ସବୁ ସଫଳ ହେବ

ଛୋଟ ପିଲାଙ୍କୁ ମିଠା ଖାଇବାକୁ ଦିଅନ୍ତୁ

ବୃଷ

କୃତ୍ତିକା ଉତ୍ତର- ଦାମ୍ପତ୍ୟଜୀବନ ହସଖୁସିରେ କଟିବ

ରୋହିଣୀ ନକ୍ଷତ୍ର- ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିବ ନାହିଁ, ମନ ଅଶାନ୍ତ ରହିବ

ମୃଗଶିରା ନକ୍ଷତ୍ର- ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ, ଆତ୍ମବିଶ୍ୱାସ ବଢିବ

ପଶୁପକ୍ଷୀମାନଙ୍କୁ ବୁଟ ଡାଲି ଖାଇବାକୁ ଦିଅନ୍ତୁ, ଆର୍ଥିକ ଲାଭ ହେବ

ମିଥୁନ

ମୃଗଶିରା ନକ୍ଷତ୍ର- ପରିସ୍ଥିତି ସୁଧାର ନେବାରେ ସକ୍ଷମ ହେବେ, ଆଗକୁ ବଢିବା ପାଇଁ ପରାମର୍ଶ ଓ ପ୍ରେରଣା ମିଳିବ

ଆର୍ଦ୍ରା ନକ୍ଷତ୍ର- ସାମାନ୍ୟ ଘଟଣା ମନକୁ ବିବର୍ତ କରିପାରେ, ଆର୍ଥିକ କ୍ଷତି ହୋଇପାରେ

ପୁନର୍ବସୁ ନକ୍ଷତ୍ର- ଯେ କୌଣସି କାର୍ଯ୍ୟ କରନ୍ତୁ, ସଫଳ ହେବେ, ପଡୋଶୀଙ୍କ ସହଯୋଗ ମିଳିବ

ସାଙ୍ଗମାନଙ୍କୁ ଦହି ଖାଇବାକୁ ଦିଅନ୍ତୁ

କର୍କଟ

ପୁନର୍ବସୁ ନକ୍ଷତ୍ର- ଖୁସି ଖବର ପାଇ ଉତ୍ସାହିତ ହେବେ

ପୁଷ୍ୟା ନକ୍ଷତ୍ର- ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇ କାମ କରନ୍ତୁ, ବିପଦ ରହିଛି

ଅଶ୍ଲେଷା ନକ୍ଷତ୍ର- କର୍ମ ଓ ଅର୍ଥକୁ ନେଇ ରହୁଥିବା ଚିନ୍ତା ଦୂର ହେବ, ପାରିବାରିକ ଜୀବନ ହସଖୁସିରେ କଟିବ

ଅସହାୟ ବ୍ୟକ୍ତିକୁ ଖାଦ୍ୟ ଓ ଜଳଦାନ କରନ୍ତୁ

ସିଂହ

ମଘା ନକ୍ଷତ୍ର- ଗୁରୁଜନଙ୍କ ପରାମର୍ଶ ନେଇ କାମ କରନ୍ତୁ

ପୂର୍ବା ଫାଲଗୁନୀ- ଆର୍ଥିକସ୍ଥିତିରେ ସୁଧାର ଆସିବ, ନୂତନ କର୍ମ ନିଯୁକ୍ତିର ସୁଯୋଗ ରହିଛି

ଉତ୍ତରା ଫାଲଗୁନୀ- ମିତ୍ର ବନ୍ଧୁଙ୍କର ସହଯୋଗ ମିଳିବ

ବୁଲା କୁକୁରକୁ କଳା ରଙ୍ଗର ମିଠା ଖାଇବାକୁ ଦିଅନ୍ତୁ

କନ୍ୟା

ଉତ୍ତରା ଫାଲଗୁନୀ- ପରିସ୍ଥିତିକୁ ସୁଧାରି ନେବାରେ ସକ୍ଷମ ହେବେ

ହସ୍ତା ନକ୍ଷତ୍ର- ସ୍ୱାମୀ ଓ ସ୍ତ୍ରୀ ଆଜି ସତର୍କ ରୁହନ୍ତୁ, କିଛି କଥାକୁ ନେଇ ଯୁକ୍ତିତର୍କ ଲାଗି ପାରେ

ଚିତ୍ରା ନକ୍ଷତ୍ର- କର୍ମକ୍ଷେତ୍ରକୁ ନେଇ ଶୁଭ ଖବର ମିଳିବ

ପାରାମାନଙ୍କୁ ମକା ମଞ୍ଜି ଖାଇବାକୁ ଦିଅନ୍ତୁ

ତୁଳା

ଚିତ୍ରା ନକ୍ଷତ୍ର- ପୂର୍ବ ନିର୍ଦ୍ଧାରିତ କାମ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହେବେ, ଗୁରୁଜନଙ୍କ ଉପଦେଶ ସଫଳତା ଆଣିଦେବ

ସ୍ୱାତୀ ନକ୍ଷତ୍ର- ଧୈର୍ଯ୍ୟ ଓ ସାହାସକୁ ନେଇ କାମ କରନ୍ତୁ

ବିଶାଖା ନକ୍ଷତ୍ର- ସାହାଯ୍ୟ,ସହଯୋଗ ପାଇବେ, ଅନେକ କାମ ପୂରା ହୋଇଯିବ

ବିଛା

ବିଶାଖା ନକ୍ଷତ୍ର- ଦୃଢ ବିଶ୍ୱାସ ଆପଣଙ୍କୁ ସଫଳତା ଆଣିଦେବ

ଅନୁରାଧା ନକ୍ଷତ୍ର- ମାନସିକ ଶାନ୍ତିରେ ବ୍ୟାଘାତ ଘଟିବ

ଜ୍ୟେଷ୍ଠା ନକ୍ଷତ୍ର – କର୍ମକ୍ଷେତ୍ରକୁ ନେଇ ଶୁଭ ଖବର ମିଳିବ

ଷଣ୍ଢକୁ ପରିବା ଖାଇବାକୁ ଦିଅନ୍ତୁ

ଧନୁ

ମୂଳା ନକ୍ଷତ୍ର- କର୍ମପ୍ରତି ଆଗ୍ରହ ରହିବ ନାହିଁ, ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ

ପୂର୍ବାଷାଢ଼ା ନକ୍ଷତ୍ର- ନିଜ ଲୋକଙ୍କ ଠାରୁ ଖୁସି ଖବର ପାଇବେ

ଉତ୍ତରାଷାଢା ନକ୍ଷତ୍ର- ପରିବାର ଦାୟିତ୍ୱ ନିଅନ୍ତୁ

କେଶର କିମ୍ବା ହଳଦୀ ଟିକା ମଥାରେ ଲଗାନ୍ତୁ

ମକର

ଉତ୍ତରାଷାଢା ନକ୍ଷତ୍ର- ଗୁରୁଜନଙ୍କ ପ୍ରତି ଭକ୍ତି ସମ୍ମାନ ରହିବ

ଶ୍ରବଣା ନକ୍ଷତ୍ର- ସର୍ତକ ରୁହନ୍ତୁ, ଅପଦସ୍ଥ ହୋଇପାରନ୍ତି

ଧନିଷ୍ଠା ନକ୍ଷତ୍ର- ଶିକ୍ଷା ଓ କ୍ୟାରିୟରକୁ ନେଇ ବଡ଼ ପରିବର୍ତ୍ତନ ଆସିବ

ତୁଳସୀ ଚଉରା ମୂଳରେ ମିଠା ଜଳ ଅର୍ପଣ କରନ୍ତୁ

କୁମ୍ଭ

ଧନିଷ୍ଠା ନକ୍ଷତ୍ର- ଶୁଭ କାମରେ ସମୟ କଟିବ

ଶତଭିଷା ନକ୍ଷତ୍ର- ସ୍ୱାର୍ଥଜନିତ କାମ କିଛି ବି କରନ୍ତୁ ନାହିଁ

ପୂର୍ବଭାଦ୍ର ନକ୍ଷତ୍ର- ପୂରା ଦିନ ଭାଗ୍ୟ ସପକ୍ଷରେ ରହିବ

ଜୀବନସାଥିକୁ ଲାଲ ଗୋଲାପ ଫୁଲ ଉପହାର ଦିଅନ୍ତୁ

ମୀନ

ପୂର୍ବଭାଦ୍ର ନକ୍ଷତ୍ର- ଭାବୁଥିବା କାମକୁ ନେଇ ଶୁଭ ସୂଚନା ପାଇବେ

ଉତ୍ତରଭାଦ୍ର ନକ୍ଷତ୍ର- କର୍ମକ୍ଷେତ୍ରରେ ବିଫଳ ହେବାଯୋଗୁ ମାନସିକ ଅଶାନ୍ତି ବଢିବ

ରେବତୀ ନକ୍ଷତ୍ର- ଅଚାନକ ଶୁଭ ଖବର ପାଇବେ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରନ୍ତୁ

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

ଓଲଟିଲା ସୁନାବେଡ଼ାରୁ ଭୁବନେଶ୍ୱର ଯାଉଥିବା ଘରୋଇ ବସ୍

ବଲାଙ୍ଗିର: ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାରେ ଦୁର୍ଘଟଣା ଘଟିଛି । ରତାଖଣ୍ଡି ନିକଟରେ ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଏକ ଘରୋଇ ବସ୍ ଓଲଟି ପଡ଼ିଛି । ବସରେ ଥିବା ୫ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ରଘୁନାଥ ନାମକ ଘରୋଇ ବସଟି ସୁନାବେଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ବିସ୍ଫୋରଣ ସ୍ଥଳରୁ ମିଳିଲା ଇସ୍ରାଏଲ୍ ଦୂତାବାସ ନାଁରେ ଥିବା ଲଫାପା

ନୂଆଦିଲ୍ଲୀ: ଦିଲ୍ଲୀ ଇସ୍ରାଏଲ୍ ଦୂତାବାସ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣ ଯାଞ୍ଚ ଜାରି ରହିଛି । ସର୍ଚ୍ଚ ବେଳେ ବିସ୍ଫୋରଣ ସ୍ଥାନରୁ ତଦନ୍ତକାରୀ ସଂସ୍ଥାକୁ ମିଳିଛି ଏକ ଲଫାପା । ଯେଉଁ ଲଫାପାରେ ଇସ୍ରାଏଲ ରାଜଦୂତଙ୍କ ନାଁ ଥିବା କୁହାଯାଉଛି । ଏହି ଲଫାପାକୁ ଯାଞ୍ଚ କରୁଛି ଫରେନ୍ସିକ ଟିମ୍ ।

Delhi IED Blast Israel Embassy 29-29 Connection

ସୂତ୍ର ଅନୁସାରେ, ଇସ୍ରାଏଲ୍ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣର ୨୯-୨୯ ସହ ସମ୍ପର୍କ ରହିଛି । ଆକ୍ରମଣକାରୀ ବିସ୍ଫୋରଣ ଘଟାଇ ବଡ଼ ମେସେଜ୍ ଦେବାକୁ ଚାହୁଁଥିଲା । ଭାରତ-ଇସ୍ରାଏଲ୍ କୂଟନୀତିକ ଦୋସ୍ତିକୁ ଶୁକ୍ରବାର ୨୯ ବର୍ଷ ପୂରଣ ହୋଇଥିଲା । ଶୁକ୍ରବାର ୨୯ ତାରିଖ ହୋଇଥିବା ବେଳେ ବିଜୟଚୌକରେ ଧ୍ୱଜାବତରଣ ଉତ୍ସବ ଥିଲା । ଆଉ ବିସ୍ଫୋରଣ ସନ୍ଧ୍ୟା ୫ଟା ୫ରେ ହୋଇଥିଲା । ସେହି ସମୟରେ ଧ୍ୱଜାବତରଣ ଉତ୍ସବରେ ପହଞ୍ଚୁଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ।

ସୂତ୍ର ଅନୁସାରେ, ଆକ୍ରମଣକାରୀ ବଡ଼ ଆତଙ୍କ ଖେଳାଇବାକୁ ଯୋଜନା କରିଥିଲା । ଘଟଣାସ୍ଥଳରୁ କେତେକ ପ୍ରମାଣ ମିଳିଥିବା ବେଳେ ଯାଞ୍ଚ ଏଜେନ୍ସ ସେସବୁର ତଦାରଖ କରୁଛି । ଏତିକି ନୁହେଁ ଏହା ଛଡ଼ା ଏକ ଫୁଲକୁଣ୍ଡରେ ଆଇଇଡି ରଖି ବିସ୍ଫୋରଣ କରାଯାଇଥିବା ଜଣାପଡ଼ିଛି ।

Delhi IED Blast Israel Embassy 29-29 Connection

ସୂତ୍ର ଅନୁସାରେ, ଦୂତାବାସ ନିକଟରେ ହୋଇଥିବା ବିଗତ ୨୬ ଘଣ୍ଟାର ସମସ୍ତ କଲ୍ ରେକର୍ଡ ଯାଞ୍ଚ କରାଯାଉଛି । କେଉଁ ଏଜେନ୍ସି ବିସ୍ଫୋରଣ ତଦନ୍ତଭାର ନେବ ତାହା ଗୃହ ମନ୍ତ୍ରଣାଳୟ ସ୍ଥିର କରିବ । ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କର ପଶ୍ଚିମବଙ୍ଗ ଗସ୍ତକୁ ବାତିଲ୍ କରି ଦେଇଛନ୍ତି । ବିସ୍ଫୋରଣ ପରେ ପ୍ରତିକ୍ରିୟା ରଖିଛି ଇସ୍ରାଏଲ୍ । ଦୂତାବାସର ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଇସ୍ରାଏଲ୍ କହିଛି ।

ଏଥିସହ ପଢ଼ନ୍ତୁ- ଦିଲ୍ଲୀ ବିସ୍ଫୋରଣ ପରେ ପଶ୍ଚିମବଙ୍ଗ ଗସ୍ତ ବାତିଲ୍ କଲେ ଅମିତ ଶାହ

କୃଷି ବିଲକୁ ନେଇ ଆମରଣ ଅନଶନ କରିବେନି ଆନ୍ନା ହଜାରେ

ପୁନେ: ବିଜେପି ନେତା ବୁଝାଇଲେ, ଆନ୍ନ ହଜାରେ ବୁଝିଗଲେ । ତିନି କୃଷି ଆଇନକୁ ନେଇ ଆମରଣ ଅନଶନ କରିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ଆନ୍ନ କହିଛନ୍ତି ସେ ଆମରଣ ଅନଶନରେ ବସିବେ ନାହିଁ ।

Social Activist Anna Hazare Cancels Fast Over Farm Reforms

ଆନ୍ନା ହଜାରେ କହିଛନ୍ତି- ‘ମୁଁ ବିଭିନ୍ନ ପ୍ରସଙ୍ଗକୁ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଛି । ଶାନ୍ତିପୂର୍ଣ୍ଣ ପ୍ରତିବାଦ ଅପରାଧ ନୁହେଁ । ମୁଁ କୃଷକଙ୍କ ସମସ୍ୟା ୩ ବର୍ଷ ଧରି ଉଠାଇ ଆସୁଛି । କୃଷକ ଉତ୍ପାଦିତ ଫସଲର ସଠିକ୍ ମୂଲ୍ୟ ପାଉନଥିବାରୁ ଆତ୍ମହତ୍ୟା କରୁଛନ୍ତି । ସରକାର ଏମଏସପି(ସର୍ବନିମ୍ନ ସହାୟକ ମୂଲ୍ୟ) ୫୦ ପ୍ରତିଶତ ବୃଦ୍ଧି କରିବେ ବୋଲି ସ୍ଥିର କରିଛନ୍ତି, ମୁଁ ସେହି କପି ପାଇଛି ।’

ଏଥିସହ ପଢ଼ନ୍ତୁ- ଚାଷୀଙ୍କ ପ୍ରତି ସମ୍ୱେଦନଶୀଳ ନୁହଁନ୍ତି ସରକାର: ଆନ୍ନା ହଜାରେ

ସେ ଆହୁରି କହିଛନ୍ତି- ‘ମୁଁ କୃଷକଙ୍କୁ ନେଇ ଦାବି କରୁଥିବା ୧୫ଟି ପ୍ରସଙ୍ଗ ଉପରେ ସରକାର କାମ କରିବେ ବୋଲି ଚନ୍ତା କରିଛନ୍ତି । ତେଣୁ ମୁଁ ଶନିବାର ଠାରୁ କରିବାକୁ ଥିବା ଆମରଣ ଅନଶନ ବାତିଲ୍ କରୁଛି ।’ ୮୩ ବର୍ଷୀୟ ଗାନ୍ଧୀବାଦୀ ଆନ୍ନା ହଜାରେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ସେ କହିଥିଲେ- ‘ମୁଁ ମୋ ଜୀବନର ଶେଷ ଆମରଣ ଅନଶନ ଚଳିତ ମାସ ଶେଷରେ କରିବାକୁ ଯାଉଛି ।’

ଦିଲ୍ଲୀ ବିସ୍ଫୋରଣ ପରେ ପଶ୍ଚିମବଙ୍ଗ ଗସ୍ତ ବାତିଲ୍ କଲେ ଅମିତ ଶାହ

ନୂଆଦିଲ୍ଲୀ: ବିସ୍ଫୋରଣରେ ଦୋହଲି ଯାଇଛି ଦିଲ୍ଲୀ । ଛୋଟ ବିସ୍ଫୋରଣର ବଡ଼ ପ୍ରଭାବ ପଡ଼ିଛି ସୁରକ୍ଷା ଏଜେନ୍ସି ଉପରେ ଦିଲ୍ଲୀର ହାଇ ସିକ୍ୟୁରିଟି ଜୋନ୍ ଦୂତାବାସ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ବିସ୍ଫୋରଣ ହୋଇଥିଲା । ରାଜୀବଚୌକରେ ଧ୍ୱଜାବତରଣ ଚାଲିଥିବା ବେଳେ ସେଠାରୁ ମାତ୍ର ୨ କିଲୋମିଟର ଦୂରରେ ଏହି ବିସ୍ଫୋରଣ ଦିଲ୍ଲୀ ସହ ପୂରା ଦେଶକୁ ଦୋହଲାଇ ଦେଇଥିଲା ।

Amit Shah Postponed West Bengal Visit After Blast Near Israel Embassy Delhi  

କୁହାଯାଉଛି ବିସ୍ଫୋଟକକୁ ଫୁଲ କୁଣ୍ଡରେ ରଖାଯାଇ କାର ନିକଟରେ ରଖା ଯାଇଥିଲା । ସୌଭାଗ୍ୟବଶତଃ ବିସ୍ଫୋରଣର ମାତ୍ରା କମ୍ ଥିବାରୁ ସେମିତି କିଛି କ୍ଷୟକ୍ଷତି ହୋଇନାହିଁ କି ଧନଜୀବନ ହାନି ଘଟିନାହିଁ । ବିସ୍ଫୋରଣ ପରେ କାରରେ ନିଆଁ ଲାଗିଥିଲେ ସ୍ଥିତି ପୂରା ଓଲଟି ଯାଇଥାନ୍ତା । ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି । ସମଗ୍ର ଘଟଣା ନେଇ ସମ୍ପୂର୍ଣ୍ଣ ତଥ୍ୟ ନେଇଛନ୍ତି ଶାହ ।

ଦିଲ୍ଲୀ ପୋଲିସ ଓ ଗୁଇନ୍ଦା ବିଭାଗ ସହ ଅମିତ ଶାହ ବିସ୍ଫୋରଣ ନେଇ ଆଲୋଚନା କରିଛନ୍ତି । ଏଥିସହ ଶାହ ତାଙ୍କର ପଶ୍ଚିମବଙ୍ଗ ଗସ୍ତକୁ ବାତିଲ୍ କରି ଦେଇଛନ୍ତି । ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣରେ ୪ରୁ ୫ଟି କାର୍ କାଚ୍ ଭାଙ୍ଗି ଯାଇଛି । ଏହାର ତଦନ୍ତ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ସହ ଏନଆଇଏ କରୁଛି । ଦିଲ୍ଲୀ ବିସ୍ଫୋରଣ ପରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଆଦି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

ବାରିପଦା ମେଡିକାଲ କଲେଜରେ ଏମବିବିଏସ୍ ଛାତ୍ର-କିରାଣି ମୁହାମୁହିଁ, ଉଭୟ ପକ୍ଷର ୩ ଆହତ

ବାରିପଦା: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଛାତ୍ରଛାତ୍ରୀ-କିରାଣି ମୁହାଁମୁହିଁ ହୋଇଛନ୍ତି । ଏଥିରେ ୨ ଜଣ କଲେଜ ଛାତ୍ରଙ୍କ ସହେ ଜଣେ କିରାଣି ଆହତ ହୋଇଛନ୍ତି । ପୋଲିସ ବୁଝାସୁଝା କରିବା ପରେ ଉତ୍ତେଜନା ଶାନ୍ତ ପଡ଼ିଛି । ମୟୂରଭଞ୍ଜ ଏସପି କ୍ୟାମ୍ପସ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

 Clerk-Student Face Off In Baripada PRM Medical College

କରୋନା ପରବର୍ତ୍ତୀ ସମୟରେ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହୋଇଛି । ହଷ୍ଟେଲ ଖୋଲିବାର ୩ ମାସ ହେଲାଣି । କିନ୍ତୁ, ଛାତ୍ରଛାତ୍ରୀ ମାନଙ୍କ ରୁମକୁ ଠିକ୍ ଭାବେ ପାଣି ଆସୁନଥିବା ବେଳେ ଅଳିଆ ଆବର୍ଜନା ସଫା ହେଉନି । ଫଳରେ କ୍ୟାମ୍ପସରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଏନେଇ ଛାତ୍ରଥାତ୍ରୀ କଲେଜର ଡିନ୍ ରମାରମଣ ମହାନ୍ତିଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବି ସମସ୍ୟା ସମାଧାନ ନହେବାରୁ ଡିନଙ୍କ ଅଫିସରେ ପଶି ଆଲୋଚନା କରିଥିଲେ ଛାତ୍ରଛାତ୍ରୀ ।

 Clerk-Student Face Off In Baripada PRM Medical College

ଏତିକି ବେଳେ କଲେଜର ୧୦ ଜଣ କିରାଣି ଛାତ୍ରଛାତ୍ରୀମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରେ କିରାଣି-ଛାତ୍ରଛାତ୍ରୀ ମୁହାଁମୁହିଁ ହୋଇଥିଲେ । ଝଗଡ଼ା ବଢ଼ିବା ପରେ ଛାତ୍ରଙ୍କ ଉପରକୁ କିରାଣି ହାତ ଉଠାଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରମାନେ କିରାଣିଙ୍କୁ ପଚାରିବାରୁ ସେ ଛାତ୍ର ସଭାପତିଙ୍କୁ ଆକ୍ରମଣ କରିବା ପରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା । ପୋଲିସ ହସ୍ତକ୍ଷେପ ପରି ସ୍ଥିତି ନିୟନ୍ତ୍ରଣକୁ ଆସିଛି ।

ସ୍ୱାମୀଙ୍କ ଚୋରା ପିରତୀ ଧରାପକାଇଲା କ୍ରେଡିଟ୍ କାର୍ଡ

ଦୁବାଇ: ସ୍ତ୍ରୀ କାର୍ଡରେ ପ୍ରେମିକା ପାଇଁ ଜିନିଷ କିଣୁଥିଲେ ବି ପତ୍ନୀ ଜାଣିପାରୁନଥିଲେ । ହେଲେ ବ୍ୟାଙ୍କର ଗୋଟିଏ ମେସେଜ ସ୍ୱାମୀଙ୍କର ପରକୀୟା ସମ୍ପର୍କର ଗୁମର ଫିଟାଇଛି  । ଦୁବାଇରେ ଏମିତି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ମୁତାବକ ଦୁବାଇରେ ରହୁଥିବା ଜଣେ ମହିଳାଙ୍କ ପାଖକୁ ମେସେଜ ଆସିଥିଲା ଯେ ତାଙ୍କ କ୍ରେଡିଟ କାର୍ଡ ବ୍ୟବହାର ହୋଇଛି ଓ ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ଜରିମାନା ପଇଠ କରାଯାଇଛି । ତେବେ ଦୀର୍ଘଦିନ ଧରି କ୍ରେଡିଟ କାର୍ଡ ବ୍ୟବହାର କରିନଥିବା ମହିଳା ଜଣକ ଏ ନେଇ ଆଚମ୍ବିତ ହୋଇଯାଇଥିଲେ ।

ଏବାବଦରେ ସେ ସ୍ୱାମୀଙ୍କୁ ପଚାରିଥିଲେ ବି ସ୍ୱାମୀ କିଛି ଜାଣିନଥିବା କହି ମନା କରିଦେଇଥିଲେ । ଆଉ କ୍ରେଡିଟ କାର୍ଡରେ ଅନଲାଇନ ଠକେଇ ହୋଇଥିବାର ସନ୍ଦେହ କରି ମହିଳା ଜଣକ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଦୁବାଇ ପୁଲିସର ସାଇବର-ଅପରାଧ ବିଭାଗର ଉପ ନିର୍ଦ୍ଦେଶକ କ୍ୟାପଟେନ ଅବଦୁଲ୍ଲା କହିଛନ୍ତି ଯେ ଜଣେ ମହିଳା ତାଙ୍କ କ୍ରେଡିଟ କାର୍ଡର ବ୍ୟବହାର ଟ୍ରାଫିକ ଜରିମାନା ପାଇଁ ବ୍ୟବହାର ହୋଇଥିବାର ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ବ୍ୟାଙ୍କ ସହ ଏବାବଦରେ ଯୋଗାଯୋଗ କରିଥିଲା । ପୁଲିସ କାର୍ଡ ବ୍ୟବହାର ହୋଇଥିବା ସ୍ଥାନରେ ଯାଞ୍ଚ କରିବାରୁ ଅନ୍ୟ ଜଣେ ମହିଳାଙ୍କ ବାବଦରେ ଜଣାପଡିଥିଲା ।

ପୁଲିସ ଯେତେବେଳେ ତାଙ୍କୁ ଆଣି ପଚରାଉଚୁରା କରିଥିଲେ, ସେତେବେଳେ ମହିଳାଜଣକ କହିଥିଲେ ଯେ ତାଙ୍କୁ ତାଙ୍କ ପ୍ରେମିକ କାର୍ଡଟି ଦେଇଛନ୍ତି । ଆଉ ପ୍ରେମିକ ଦେଇଥିବା କାର୍ଡକୁ ସେ ଟ୍ରାଫିକ ଜରିମାନା ସହ ଅନ୍ୟ ଜିନିଷ କିଣିବାରେ ଖର୍ଚ୍ଚ କରିଥିଲେ । କାର୍ଡଧାରକ(ପତ୍ନୀ) ଯେତେବେଳେ ଏବାବଦରେ ଜାଣିଲେ ସେତେବେଳେ ସେ ବିଶ୍ୱାସ କରିପାରିନଥିଲେ । କାରଣ ସ୍ୱାମୀଙ୍କର ଚୋରା ପ୍ରୀତି ବାବଦରେ ସେ ଜାଣିନଥିଲେ । ଆଉ ଏହା ପରେ ଉଭୟ ସ୍ୱାମୀ ଓ ତାଙ୍କ ପ୍ରେମିକାଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ୨୦୨୦: ତୃତୀୟ ସ୍ଥାନରେ ଓଡ଼ିଶା ପୋଲିସ

ଭୁବନେଶ୍ୱର: ପୋଲିସ ରାକିଂରେ ଓଡ଼ିଶା ପୋଲିସକୁ ସଫଳତା । ପୋଲିସ ରାକିଂରେ ୩ୟ ସ୍ଥାନରେ ଓଡ଼ିଶା ପୋଲିସ  । ୧୮ଟି ବଡ଼ ଏବଂ ମଧ୍ୟମ ରାଜ୍ୟ ମଧ୍ୟରେ ଓଡ଼ିଶା ପୋଲିସ ତୃତୀୟ ସ୍ଥାନରେ ରହିଛି  ।  ଏ ନେଇ ଟୁଇଟ କରି ଖୁସି ବ୍ୟକ୍ତ କଲେ ପୋଲିସ ଡିଜି ଅଭୟ  । ଇଣ୍ଡିଆ ଜଷ୍ଟିସ ରିପୋର୍ଟ ୨୦୨୦ରେ ଓଡ଼ିଶା ତୃତୀୟ ସ୍ଥାନରେ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି  । ୨୦୧୯ ରିପୋର୍ଟରେ ଓଡ଼ିଶା ୭ ନମ୍ବର ସ୍ଥାନରେ ଥିଲା  । ସେପଟେ ନ୍ୟାୟ ବ୍ୟବସ୍ଥାରେ ରାଜ୍ୟ ପଛରେ ରହିଛି  । ୧୫ ନମ୍ବର ସ୍ଥାନରେ ରାଜ୍ୟ ରହିଛି  । ୨୦୧୯ରେ ୯ ନମ୍ବର ରାଙ୍କ୍‌ରେ ଥିଲା ଓଡ଼ିଶା |

ତେବେ ପ୍ରଥମ ସ୍ଥାନରେ କର୍ଣ୍ଣାଟକ ଓ ଦ୍ୱିତୀୟ ସ୍ଥାନରେ ଛତିଶଗଡ଼ ରହିଥିବା ବେଳେ ଓଡ଼ିଶା ପଛକୁ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ରହିଛି । ତାଲିକାର ଶେଷରେ ରହିଛି ମଧ୍ୟପ୍ରଦେଶ ପୋଲିସ ।