ଡେଲିଭରି ବୟ ଆକ୍ରମଣ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ, କାମରାଜ ନୁହେଁ ହିତେଶା କରିଥିଲେ ଆକ୍ରମଣ

ସୋସିଆଲ ମିଡିଆ । ଏହା ଏମିତି ଏକ ଜିନିଷ, କାହାକୁ ରାତାରାତି ଷ୍ଟାର କରିଦିଏ ତ ଆଉ କାହାକୁ ରାତାରରାତି ବର୍ବାଦ ବି କରିଦିଏ । କାହୁଁ କାହୁଁ ବଡ଼ ସେଲିବ୍ରିଟି ବି ଏହି ସୋସିଆଲ ମିଡିଆ ପଞ୍ଝାରୁ ବର୍ତ୍ତି ପାରିନାହାନ୍ତି । ଏମିତିକି କୁହାଯାଏ ବର୍ତ୍ତମାନେ କେନ୍ଦ୍ରରେ ଥିବା ମୋଦି ସରକାର, ଏହି ସୋସିଆଲ ମିଡିଆ ଯୋଗୁଁ ଦୁଇ ଦୁଇ ଥର ସରକାରକୁ ଆସିଛି ।

ତେବେ ଗତ କିଛି ଦିନ ହେବ ବେଙ୍ଗାଲୁରର ଏକ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି.. ଏକ ଜୋମାଟୋ ଡେଲିଭରି ବୟର କାରନାମା ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି । ଆଉ ସମସ୍ତେ ଜାଣିଛନ୍ତି ଏହି ଡେଲିଭରୀ ବୟ, ଜଣେ ଲେଡି କଷ୍ଟମରଙ୍କୁ ଆକ୍ରମଣ କରି ତାଙ୍କ ନାକ ଫଟାଇଦେଇଛି । ସେହି ମହିଳାଙ୍କ ଫଟୋ ମଧ୍ୟ ବେଶ ଭାଇରାଲ ହୋଇଛି । ସମସ୍ତଙ୍କ ହ୍ୱାଟସଆପ୍ ଷ୍ଟାଟସ୍‌ରେ ମଧ୍ୟ ତାହା ଦେଖିବାକୁ ମିଳିଥିଲା । ହେଲେ ଏବେ ସେହି ଘଟଣାରେ ଆସିଛି ନୂଆ ମୋଡ଼ । ପୂର୍ବରୁ ଡେଲିଭରି ବୟକୁ ସମସ୍ତେ ଦୋଷ ଦେଉଥିବା ବେଳେ ଏବେ ପ୍ରକୃତ ସତ୍ୟ ପଦାକୁ ଆସିବା ପରେ ସମସ୍ତେ ଉକ୍ତ ମହିଳା ଓ ଜୋମାଟୋ କମ୍ପାନୀକୁ ଦୋଷ ଲଦିଛନ୍ତି ।

ଯେଉଁ ସୋସିଆଲ ମିଡିଆରେ ଦିନେ ଉକ୍ତ ଡେଲିଭରି ବୟକୁ ଦୋଷି ବୋଲି କୁହାଯାଉଥିଲା, ଏବେ ସେହି ଡେଲିଭରି ବୟକୁ ନୀରିହ ବୋଲି କୁହାଯିବା ସହ ନାକ ଫାଟିଥିବା ମହିଳାଙ୍କୁ ପ୍ରକୃତ ଖଳନାୟକ ବୋଲି କୁହାଯାଉଛି । ଏମିତିକି ଜୋମାଟୋ କମ୍ପାନୀକୁ ମଧ୍ୟ ଦୋଷ ଦିଆଯାଉଛି । କାହିଁକି ପ୍ରକୃତ ଘଟଣାର ତଦନ୍ତ ନକରି କିମ୍ବା ଡେଲିଭରୀ ବୟ କାମରାଜ ସହ ପୁରା ଘଟଣା ବିଷୟରେ ଆଲୋଚନା ନକରି ତାକୁ ଚାକିରିରୁ ବିଦା କରାଗଲା । ସେନେଇ ଜୋମାଟୋ କମ୍ପାନୀ ମଧ୍ୟ ଉତ୍ତରଦାୟୀ ହେବା ଉଚିତ୍‌ ବୋଲି କୁହାଯାଉଛି ।

ତେବେ ହଠାତ୍‌ ଘଟଣାରେ ଏଭଳି ଟ୍ୱିଟ୍‌ ଆସିଲା କେମିତି ? ସୋସିଆଲ ମିଡିଆରେ ବୋବାଲ ହେଲା ପରେ ପୋଲିସ ଉକ୍ତ ଡେଲିଭରି ବୟକୁ ଗିରଫ କଲା । ଆଉ ଥାନରେ ସବୁ ସତ ବଖାଣିଲା କାମରାଜ । ସେଠାରେ ପୋଲିସ ଜେରାର ସମ୍ମୁଖୀନ ହୋଇଥିବା ବେଳେ କାମରାଜ କହିଥିଲା ସେ ମହିଳାଙ୍କୁ ଆକ୍ରମଣ କରିନାହାନ୍ତି । ବରଂ ଉକ୍ତ ମହିଳା ତାଙ୍କୁ ଆକ୍ରମଣ କରିଛନ୍ତି । ଏବଂ ସେହି ସମୟରେ ସେ ନିଜ ଦ୍ୱାରା ଆଘାତ ପାଇ କ୍ଷତାକ୍ତ ହୋଇଛନ୍ତି ।

ପୁରା ଘଟଣା ଏମିତି ଥିଲା, ଯେ ଡେଲିଭରି ବୟ କାମରାଜ ଉକ୍ତ ମହିଳଙ୍କ ଘରକୁ ଖାଇବା ନେଇ ପହଞ୍ଚିଥିଲେ । ହେଲେ ଟ୍ରାଫିକ୍‌ ସମସ୍ୟା ରହିଥିବାରୁ କିଛି ମିନିଟ୍‌ ବିଳମ୍ବ ହୋଇଥିଲା । ଯାହାଫଳରେ କାମରାଜଙ୍କୁ ଅନେକ କିଛି ଶୁଣିବାକୁ ପଡ଼ିଥିଲା । କାମରାଜ କ୍ଷମା ବିଳମ୍ବ ପାଇଁ ମାଗିଥିଲେ ମଧ୍ୟ ମହିଳା ଜଣଙ୍କ ଶୁଣିବାକୁ ନାରାଜ ଥିଲେ । ଆଉ ଖାଦ୍ୟ ଗ୍ରହଣ କରିବା ପରେ ପଇସା ଦେବାକୁ ବି ମନା କରିଦେଇଥିଲେ । ଏହି ଘଟଣା ବିଷୟରେ ଯେତେବେଳେ କାମରାଜ ନିଜ ଅଧିକାରୀଙ୍କୁ ଜଣାଇଥିଲେ ସେ, ଟଙ୍କା ନଦେଲେ ଖାଇବା ଫେରାଇ ଆଣିବାକୁ କହିଥିଲେ । କିନ୍ତୁ ମହିଳା ନା ଟଙ୍କା ଦେବାକୁ ରାଜିଥିଲେ ନା ଖାଦ୍ୟ ଫେରାଇବାକୁ ରାଜି ଥିଲେ । ଓଲଟି କାହିଁକି ବିଳମ୍ବ ହେଲେ ସେଥିପାଇଁ ରାଗି ଯାଇ କାମରାଜଙ୍କୁ ଚପଲ ଉଠାଇ ମାରିବାକୁ ଚେଷ୍ଟା କରିଥିଲେ । ଆଉ ଏହି ସମୟରେ କାମରାଜ ନିଜକୁ ମାଡ଼ରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ଫଳରେ ମହିଳାଙ୍କ ହାତରେ ଥିବା ରିଙ୍ଗ ତାଙ୍କ ନିଜ ନାକରେ ହିଁ ବାଜିଥିଲା । ଆଉ ରକ୍ତ ବାହାରିଥିଲା । ପୋଲିସ ଆଗରେ ଏଭଳି ବୟାନ ଦେଇଛନ୍ତି ଖୋଦ୍‌ କାମରାଜ ।

ଏହି ଘଟଣା ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏବେ ୟୁଜର୍ସମାନେ ଜୋମାଟୋ କମମ୍ପାନୀକୁ ନାନା କଥା ଶୁଣାଇଛନ୍ତି । ଯାହାର ଜବାବରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କାମରାଜଙ୍କୁ ଚାକିରିରୁ ବିଦା କରାଯାଇ ନାହିଁ । ଯେହେତୁ ତାଙ୍କ ନାଁରେ ଅଭିଯୋଗ ଆସିଲା ତେଣୁ ଘଟଣାର ତଦନ୍ତ ନସରିବା ପର୍ଯ୍ୟନ୍ତ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି । ତଦନ୍ତ ସରିଲେ ସେ ପୁଣି ଚାକରିରେ ଜଏନ୍‌ କରିପାରିବେ । ଖାଲି ସେତିକି ନୁହେଁ କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି ଯେ, କାମରାଜଙ୍କ ୨୬ ମାସର କ୍ୟାରିୟରରେ ସେ ୫୦୦୦ରୁ ଅଧିକ ଡେଲିଭରି କରିସାରିଛନ୍ତି । ତାଙ୍କ ରେଟିଂ ୪.୭୫ ଷ୍ଟାରରୁ ୫ଷ୍ଟାର ରହିଛି । ଯହାକି ଜଣେ ଭଲ ଡେଲିଭରି ବୟର ପରିଚୟ ।

ଅନ୍ୟପଟେ କାମରାଜଙ୍କ ସହ କମ୍ପାନୀ ଯୋଗାଯୋଗରେ ରହିଛି । ଆଇନଗତ ଲଢ଼େଇରେ ତାଙ୍କର ଯାହା ବି ସହାଯ୍ୟ ଆବଶ୍ୟକ ହେଉଛି କମ୍ପାନୀ ପକ୍ଷରୁ ତାହା ଯୋଗାଇ ଦିଆଯାଉଛି । ଖାଲି ସେତିକି ନୁହେଁ ଆହାତ ମହିଳା ହିତେଶାଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ମଧ୍ୟ ଯୋଗାଇଦିଆଯାଉଛି ।

Leave a Reply