spot_img
Home Blog Page 6021

ଟିକାକରଣରେ ସାମିଲ ହେବେ ଆଗଧାଡ଼ିର କରୋନା ଯୋଦ୍ଧା: ପୋଲିସ ଡିଜି ଅଭୟ ନେବେ ଟିକା

ଭୁବନେଶ୍ୱର: ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ସାରା ରାଜ୍ୟରେ ପୋଲିସଙ୍କୁ ଦିଆଯିବ କରୋନା ଟିକା । ପ୍ରଥମେ ପୋଲିସ ଡିଜି ଅଭୟ ଟିକା ନେବେ । ଏହାପରେ ଅନ୍ୟ ବରିଷ୍ଠ ପୋଲିସ ଓ ହୋମ୍‌ଗାର୍ଡମାନଙ୍କୁ କରୋନା ଭ୍ୟାକ୍ସିନ ଦିଆଯିବ । ଭୁବନେଶ୍ୱରରେ କମିଶନର ଅଫିସ, ଡିସିପି ଭୁବନେଶ୍ୱର, ସପ୍ତମ ବାଟାଲିଅନ୍‌,ଏସ୍‌ଏସ୍‌ ବାଟାଲିଅନ୍‌, ରାଜ୍ୟ ଗୁଇନ୍ଦା ବିଭାଗ, ଏସ୍‌ଓଜି, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୮ ହଜାର ୯୩୭ ଜଣ କର୍ମଚାରୀଙ୍କୁ ଟିକା ଦିଆଯିବ । ଭୁବନେଶ୍ୱର ରିଜର୍ଭ ପୋଲିସ ଲାଇନ୍‌ ହସପିଟାଲ୍‌, ସପ୍ତମ ବାଟାଲିଅନ୍‌ ହସପିଟାଲ୍‌ ଓ ସିପି ଅଫିସ ସମେତ ୩ଟି ସ୍ଥାନରେ ଟିକା ଦିଆଯିବ । ସେହିପରି କଟକରେ ରାଜ୍ୟ ପୋଲିସ ସଦର ମହକୁମା, ଡିସିପି କଟକ, କ୍ରାଇମବ୍ରାଞ୍ଚ, ଦୁର୍ନୀତି ନିବାରଣ ବିଭାଗ, ହୋମ୍‌ ଗାର୍ଡ଼, ଫାୟାର ସର୍ଭିସେସ୍‌, ଷଷ୍ଠ ବାଟାଲିଅନ୍‌ ପ୍ରମୁଖ ୧୧ଟି ପ୍ରତିଷ୍ଠାନର କର୍ମଚାରୀ ଓ ହୋମ୍‌ ଗାର୍ଡଙ୍କୁ ଟିକା ଦିଆଯିବ । ଏଥିପାଇଁ କଟକ ନେତାଜୀ ଇନ୍‌ଡୋର ଷ୍ଟାଡିଅମକୁ ଟିକା ଗ୍ରହଣ କେନ୍ଦ୍ର କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପଞ୍ଜିକରଣ ପରେ ଭ୍ୟାକ୍ସିନ୍ ନେଉନାହାଁନ୍ତି ସ୍ୱାସ୍ଥ୍ୟକର୍ମୀ, ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ମାଫିଆଙ୍କ ରାଜ୍: ବନବିଭାଗର ନାକ ତଳେ ସଫା ହେଉଛି ଜଙ୍ଗଲ

0

ଯାଜପୁର: ଦିନ ଦ୍ୱିପ୍ରହରରେ ବେଧଡ଼କ କଟା ଯାଉଛି ଗଛ । ନା ଅଛି ବନ ବିଭାଗର ଭୟ ନା ପୋଲିସର । ବେଫିକର୍ ଭାବେ ଗ୍ରାମ୍ୟ ଜଙ୍ଗଲ କାଟି ଚାଲିଛନ୍ତି ଯାଜପୁର ଜିଲ୍ଲା ବୈରୀ ରେଞ୍ଜର ସିହା ପଞ୍ଚାୟତବାସୀ । ବନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବୃକ୍ଷ ରୋପଣ କରାଯାଇଥିଲେ ମଧ୍ୟ ରକ୍ଷଣା ବେକ୍ଷଣ ଅଭାବରୁ ଏହି ଜଙ୍ଗଲ ସବୁ ପଦା ହେବାକୁ ବସିଲାଣି ।

ବୈରୀ ରେଞ୍ଜରେ ମାଫିଆ ରାଜ୍ । ବେଧଡ଼କ କଟା ଯାଉଛି ମୂଲ୍ୟବାନ ଗଛ । ବନବିଭାଗର ନାକ ତଳେ ସଫା ହେଉଛି ଜଙ୍ଗଲ । ଚାହିଁ ଜଳକା ପାଲଟିଛି ଜଙ୍ଗଲ ବଭାଗ ।

ବନବିଭାଗ ପକ୍ଷରୁ ମନରେଗା ଯୋଜନାରେ ୧୬ ହଜାର ବୃକ୍ଷ ରୋପଣ କରଯାଇଛି । ହେଲେ ଏହି ସବୁଜ ବନାନୀ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ଜଙ୍ଗଲକୁ ଶ୍ରୀହୀନ କରିଦେଇଛି । ଆଉ ଦିନ ଦ୍ୱିପ୍ରହରରେ ବେଧଡ଼କ ଭାବେ ଗଛ କଟି ଚାଲିଛନ୍ତି କାଠ ମାଫିଆ ଓ ଗ୍ରାମବାସୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଅସନ୍ତୋଷ ।

ବନିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଅବଶ୍ୟକୀୟ ରକ୍ଷଣା ବେକ୍ଷଣ ଓ ବନବିଭାଗର ଠୋସ୍ ପଦକ୍ଷେପ ଅଭାବରୁ ଜଙ୍ଗଲରେ ମାଫିଆଙ୍କ ରାଜ୍ ଚାଲିଛି । ଫଳରେ ଚାହିଁ ଜଳକା ପାଲଟିଛି ବନବିଭାଗ । ଅନ୍ୟପଟେ ନିଜ ଦୋଷକୁ ଲୁଚେଇବା ଅଳରେ ଗଛକଟାରେ ସଂପୃକ୍ତି ଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଚଣ୍ଡିଖୋଲ ବନଖଣ୍ଡ ଅଧିକାରୀ ।

କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ଗ୍ରାମ୍ୟ ଜଙ୍ଗଲ ରହିଥିବା ବେଳେ ଆଗାମୀ ଦିନରେ ବନବିଭାଗ କିପରି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଚାଷୀଙ୍କ ଚକାଜାମ୍ ଡାକରା: ଦିଲ୍ଲୀ ସୀମାରେ ପୋଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ତୀବ୍ର ହେଉଛି ଆନ୍ଦୋଳନ । ପ୍ରତିବାଦରେ ଆଜି ସାରା ଦେଶରେ ଦିଆଯାଇଛି ଚକାଜାମ୍ ଡାକରା । କୃଷକ ସଂଗଠନ ଆଜି ଦିନ ୧୨ଟାରୁ ୩ଟା ପର୍ଯନ୍ତ ଚକାଜାମ କରିବ । ଗାଡ଼ି ଚଳାଚଳ ବନ୍ଦ ରହିବ । ଏହି ସମୟରେ ଲୋକଙ୍କୁ କୃଷି ଆଇନ ସମ୍ପର୍କରେ ଅବଗତ କରାଇବେ ଚାଷୀ । ଏହା ପରେ ଚାଷୀମାନେ ଜିଲ୍ଲା ଓ ବ୍ଲକ ସ୍ତରରେ ଅଧିକାରୀଙ୍କୁ ନିଜ ସମସ୍ୟା ଜଣାଇବେ । ତେବେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଚକାଜାମ୍ ହେବନି ବୋଲି ଚାଷୀ ସଂଗଠନ କହିଛନ୍ତି । ଆଜିର ଚକାଜାମ ନିଷ୍ପତ୍ତିକୁ ସମର୍ଥନ କରିଛି ଓଡ଼ିଶା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ କରିବ । ବିକ୍ଷୋଭ ପ୍ରଦର୍ଶନ ସହ କୃଷକଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଲୋକଙ୍କୁ ବୁଝାଇବେ ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା । ସେହିପରି ଚକାଜାମ୍ ନିଷ୍ପତ୍ତିକୁ ସମର୍ଥନ କରିଛି ରାଜ୍ୟ କଂଗ୍ରେସ ।

ଅପରପକ୍ଷରେ ଦିଲ୍ଲୀ ପୋଲିସ ବର୍ଡର ଉପରେ ବୁହସ୍ତରୀୟ ବ୍ୟାରିକେଡ୍ ସହିତ କଣ୍ଟା ମଧ୍ୟ ଲଗାଇଛି । ଦିଲ୍ଲୀ ଭିତରରେ ମଧ୍ୟ ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଛି । ବହୁ ସ୍ଥାନରେ କଣ୍ଟାଯୁକ୍ତ ତାର ମଧ୍ୟ ଲଗାଯାଇଛି । ପୋଲିସ ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ କହିଛି । ଦିଲ୍ଲୀ ପୋଲିସର କହିବା ହେଲା ଯେ, ଯେଉଁ ଚାଷୀ ଦିଲ୍ଲୀ ବର୍ଡରେ ଆନ୍ଦୋଳନ କରୁଛନ୍ତି ସେମାନଙ୍କ ମଧ୍ୟରୁ କିଛି କୃଷକ ଦିଲ୍ଲୀ ସୀମାରେ ରହିଛନ୍ତି । ଅଧିକାଂଶ  କୃଷକ ଦିଲ୍ଲୀ ସୀମାର ଅନ୍ୟ ପଟେ ଉତ୍ତରପ୍ରଦେଶ ଏବଂ ହରିୟାଣାରେ ବସିଛନ୍ତି । ସଂଯୁକ୍ତ ପୋଲିସ କମିଶନର ଆଲୋକ କୁମାର କହିଛନ୍ତି ଦିଲ୍ଲୀ ପୋଲିସ ରାଜ୍ୟର ପୋଲିସ ବାହିନୀ ସମ୍ପର୍କରେ ରହିଛି ।

ଏଥିସହିତ ପଢ଼ନ୍ତୁ: ୧୨ ଲକ୍ଷ କୋଟି ଟଙ୍କା ଋଣ କରିବେ ସରକାର: ଜାଣନ୍ତୁ କିଭଳି ଓ କେଉଁଠୁ ଆଣିବେ ଋଣ

୪୦ ଏକର ଜଙ୍ଗଲରେ ୪ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ନଷ୍ଟ

ଗୁଣପୁର: ରାୟଗଡ଼ା ଜିଲ୍ଲାରେ ଅପରେସନ୍ କ୍ଲିନ୍ ଗ୍ରିନ୍ । ପଦ୍ମପୁର ଥାନା ନାରିମା ଓ ପାରିମା ନିକଟବର୍ତ୍ତୀ ୨ଟି ପୃଥକ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ । ପ୍ରାୟ ୪୦ ଏକରରୁ ଊର୍ଦ୍ଧ୍ୱ ଏକରରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ୪୦ ହଜାର ଗଛ ଯାହାର ଆନୁମାନିକ ମୂଲ୍ୟ ୪ କୋଟି ୮୦ ଲକ୍ଷ ଟଙ୍କା ହେବ । ଏନେଇ ଗୁଣପୁର ଏସଡିପିଓ ରାଜ କିଶୋର ଦାସ ସୂଚନା ଦେଇଛନ୍ତି ।

Gunpur Police Destroyed Ganja Worth 40 Cores

ଅନ୍ୟପଟେ ଗୁଡାରୀ ପୋଲିସ ୧୦୬ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଗୁଡାରୀ ଥାନା ଲିଙ୍ଗିପଦର ଗାଁର ପିଟର କ୍ରିପାତିକା । ସେ କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ଗଞ୍ଜେଇ ଚାଲାଣ ଯୋଜନା କରୁଥିବାବେଳେ ପୋଲିସ ଧରିଥିବା ଜଣାପଡ଼ିଛି ।

୧୨ ଲକ୍ଷ କୋଟି ଟଙ୍କା ଋଣ କରିବେ ସରକାର: ଜାଣନ୍ତୁ କିଭଳି ଓ କେଉଁଠୁ ଆଣିବେ ଋଣ

ନୂଆଦିଲ୍ଲୀ: କରୋନା ସଂକଟ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ଦୟନୀୟ ହୋଇପଡ଼ିଛି । ଏଣୁ ସରକାର ଚଳିତ ଆର୍ଥିକ ବର୍ଷରେ ଋଣ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପାଖାପାଖି ୧୨ ଲକ୍ଷ କୋଟି ଟଙ୍କା ଋଣ ନିଆଯିବ । ଏ ନେଇ ବଜେଟରେ ଘୋଷଣା କରିଛନ୍ତି ସରକାର । ତେବେ ଆସନ୍ତୁ ଜାଣିବା ସରକାର କିଭଳି ଆଣନ୍ତି ଋଣ । ସରକାର ଦୁଇ ପ୍ରକାର ଋଣ ନିଅନ୍ତି । ଆଭ୍ୟନ୍ତରୀଣ ଓ ବାହ୍ୟ ଋଣ । ଆଭ୍ୟନ୍ତରୀଣ ଋଣରେ ସରକାର ଦେଶ ଭିତରୁ ଋଣ ନିଅନ୍ତି । ବାହ୍ୟ ଋଣ ଯାହା ସରକାର ଦେଶ ବାହାରୁ ଆଣନ୍ତି ।

           ବ୍ୟାଙ୍କ, ବୀମା କମ୍ପାନୀ, ରିଜର୍ଭ ବ୍ୟାଙ୍କ, କର୍ପୋରେଟ୍ କମ୍ପାନୀ, ମ୍ୟୁଚଲ ଫଣ୍ଡ ଆଦିରୁ ଆଭ୍ୟନ୍ତରୀଣ ଋଣ ନିଆଯାଏ । ବାହ୍ୟ ଋଣ ଅନ୍ୟ ମିତ୍ର ଦେଶ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ବିଶ୍ୱ ବ୍ୟାଙ୍କ ଭଳି ସଂସ୍ଥାଠାରୁ ଅଣାଯାଏ । ଏଥିପାଇଁ ସରକାରଙ୍କୁ ଆମେରିକୀୟ ଡଲାର କିମ୍ୱା ଅନ୍ୟ ବିଦେଶୀ ମୁଦ୍ରାରେ ଋଣ ସୁଝିବାକୁ ପଡ଼େ । ବିଶ୍ୱ ବ୍ୟାଙ୍କ ଅନୁସାରେ ଯେଉଁ ଦେଶର ବାହ୍ୟ ଋଣ ଅର୍ଥାତ ବିଦେଶୀ ଋଣ ମୋଟ ଜିଡିପିର ୭୭ ପ୍ରତିଶତ ହୋଇଥାଏ, ସେହି ଦେଶକୁ ଆଗକୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼େ । ଏଭଳି କରିବା ଦ୍ୱାରା ଦେଶର ଜିଡିପି ୧.୭ ପ୍ରତିଶତକୁ ହ୍ରାସ ଘଟିବ ।

ଏଥିସହିତ ପଢ଼ନ୍ତୁ: ବଲିଉଡ୍ ବ୍ରାଣ୍ଡ୍ ଭ୍ୟାଲୁରେ ଅକ୍ଷୟ ନମ୍ବର ୱାନ୍ ଖିଲାଡି

ସରକାର ସାଧାରଣତଃ ସରକାରୀ ସିକ୍ୟୁରିଟିଜ୍ ଦ୍ୱାରା ଋଣ ନିଅନ୍ତି । ମାର୍କେଟ ଷ୍ଟେବିଲାଇଜେସନ୍ ବଣ୍ଡ, ଟ୍ରେଜେରି ବିଲ୍, ସ୍ପେଶାଲ ସିକ୍ୟୁରିଟିଜ୍, ଗୋଲ୍ଡ ବଣ୍ଡ, ସ୍ମଲ୍ ସେଭିଂ ସ୍କିମ୍, କେସ୍ ମ୍ୟାନେଜମେଣ୍ଟ ବିଲ୍ ଆଦି ଦ୍ୱାରା ଯାହା ବି ଅର୍ଥ ଆସେ ତାହା ସରକାର ପାଇଁ ଏକ ପ୍ରକାର ଋଣ ହୋଇଥାଏ । ଯଦି କେହି ସରକାରୀ ସିକ୍ୟୁରିଟିଜରେ ନିବେଶ କରେ ତେବେ ସେ ଏକ ପ୍ରକାର ସରକାରଙ୍କୁ ଋଣ ଦେଇଥାଏ । ସରକାର ଏକ ନିଶ୍ଚିତ ସମୟ ପରେ ଏହି ଋଣ ପରିଶୋଧ କରିବା ସହ ଧାର୍ଯ୍ୟ ସୁଧ ପଇଠ କରିଥାନ୍ତି ।

ଭାରତ ଓ ଇଂଲଣ୍ଡ ଟେଷ୍ଟ; ପ୍ରଥମ ଦିନରେ ୨୬୩ ରନରେ ଅଟକିଲା ଇଂଲଣ୍ଡ

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ ମ୍ୟାଚ୍ । ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭ୍ରମଣକାରୀ ଇଂଲଣ୍ଡ ଦଳ । ଇଂଲଣ୍ଡ ପକ୍ଷରୁ ରୋରି ବନର୍ସ ୩୩ ରନ୍ କରି ଆଉଟ୍ ହୋଇଥିବାବେଳେ ଡାନିଏଲ ଲରେନ୍ସ ଖାତା ନ ଖୋଲି ପ୍ୟାଭିଲିୟନ ଫେରିଥିଲେ । ସେହିପରି ଟିମ ଇଣ୍ଡିଆ ପକ୍ଷରୁ ଜସପ୍ରିତ୍ ବୁମରା ଓ ରବିଚନ୍ଦ୍ରନ୍ ଅଶ୍ବିନୀ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।

ସେପଟେ ପ୍ରଥମ୍ ମ୍ୟାଚ୍ ଜିତି ସିରିଜ୍ ଅଭିଯାନ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ଭାରତର ନେତ୍ତୃତ୍ବ ନେଉଥିବାବେଳେ ରୋହିତ ଶର୍ମା, ଶୁଭମନ ଗିଲ୍ , ଚେତେଶ୍ବର ପୂଜାରା , ଆଜିଙ୍କ୍ୟ ରାହାଣେ, ରିଶଭ ପନ୍ଥ, ଓ୍ବାଶିଂଟନ୍ ସୁନ୍ଦର, ରବିଚନ୍ଦ୍ରନ୍ ଅଶ୍ବିନୀ, ଜସପ୍ରିତ୍ ବୁମରା, ଇଶାନ୍ତ ଶର୍ମାଙ୍କୁ ନେଇ ମୈଦାନକୁ ଓହ୍ଲାଇଛି ଭାରତ । ସେପଟେ ଯୁବ ଓ ଅଭିଜ୍ଞଙ୍କୁ ନେଇ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ଦଳର ପ୍ରତିନିଧିତ୍ବ କରୁଛନ୍ତି ଜୋ ରୁଟ୍ ।

ଚେନ୍ନାଇରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳ ଚାଲିଥିବାବେଳେ, ଚେନ୍ନାଇରେ ଜନ୍ମିତ ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଆଜି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହୋଇଛି । ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଇଂଲଣ୍ଡ ୩ ଓ୍ବିକେଟ ହରାଇ ୨୬୩ ରନ ସଂଗ୍ରହ କରିଛି । ନିଜ କ୍ୟାରିୟରର ୧୦୦ ତମ ମ୍ୟାଚ ଖେଳୁଥିବା ଇଂଲଣ୍ଡର ତାରକା ବ୍ୟାଟ୍ସମ୍ୟାନ ଜୋ ରୁଟ୍ ୧୦୦ ତମ ମ୍ୟାଚରେ ହାସଲ କରିଛନ୍ତି ଶତକ ।

ଯବାନ ପୁଅକୁ ଗ୍ରାମବାସୀଙ୍କ ଅଦ୍ଭୁତ ସ୍ବାଗତ, ସେନା କର୍ମଚାରୀଙ୍କ ମଥାରେ ଲଗାଇଲେ ରକ୍ତର ଟିକା

ଭୋପାଳ: ଅଦ୍ଭୁତ ସେ ସ୍ୱାଗତ, ଅପୂର୍ବ ସେ ପ୍ରେମ । ସଭିଙ୍କ ମୁହଁରେ ଆନନ୍ଦର ହସ । ଗାଁ ପୁଅର ଗଳାରେ ଗ୍ରାମବାସୀଙ୍କ ମାଳା । ନା ଥିଲା କୌଣସି ରାଜନେତାଙ୍କ ଆଗମନ । ନା କୌଣସି ସମ୍ଭ୍ରାନ୍ତ ଶିଳ୍ପର ମାଲିକ । ବଂର ଏ ଆଗମନ ଥିଲା ଦେଶ ମାତୃକାର ସେବା କରିବାର ପଣ କରିଥିବା ଜଣେ ଯୋଦ୍ଧା ଯବାନର । ମଧ୍ୟପ୍ରଦେଶର ନିମଚ ଜିଲ୍ଲାରେ ଦେଖିବାକୁ ମିଳିଛି ନିଆରା ସ୍ୱାଗତ । ସେନାରେ ନିଜର କାର୍ଯ୍ୟକାଳ ସରିବା ପରେ ଗ୍ରାମକୁ ଫେରୁଥିବା ଜଣେ ପୂର୍ବତନ ଯବାନଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଦିଆଯାଇଥିବା ସ୍ୱାଗତ ଏବେ ସବୁଠି ଚର୍ଚ୍ଚା ପାଲଟିଛି । ସେପଟେ ଗ୍ରାମବାସୀଙ୍କ ଅପୂର୍ବ ସମ୍ବର୍ଦ୍ଧନାରେ ନିଜର କୋହ ସମ୍ବରଣ କରିପାରିନାହାଁନ୍ତି ପୂର୍ବତନ ସେନା କର୍ମଚାରୀ ବିଜୟ ବାହାଦୂର ସିଂ ।

ସୂଚନା ମୁତାବକ ନିମଚ ଜିଲ୍ଲାର ଜିରନ ଗ୍ରାମରେ ପ୍ରାୟ ୬୦ ଲୋକ ସେନାରେ କାର୍ଯ୍ୟରତ । ଦେଶ ମାତୃକାର ସେବା ପାଇଁ ସର୍ବଦା ପ୍ରତିବଦ୍ଧ ଏହି ଗ୍ରାମର ଯୁବକ । ୧୭ ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟକରୁଥିଲେ ଏହି ଗ୍ରାମର ବିଜୟ ବାହାଦୂର । ସେନାରେ ନିଜର କାର୍ଯ୍ୟକାଳ ସରିବା ପରେ ଗ୍ରାମକୁ ଫେରିଥିଲେ ବିଜୟ । ଆଉ ଗାଁ ମୁଣ୍ଡରେ ପାଦ ରଖିବା କ୍ଷଣି ଗ୍ରାମବାସୀଙ୍କ ଅପୂର୍ବ ସ୍ବାଗତ ଦେଖି ଭାବୁକ ହୋଇପଡିଥିଲେ ବିଜୟ ବାହାଦୂର । ଢୋଲ-ବାଜାର ଆସର ସାଙ୍ଗକୁ ବିରାଟ ପଟୁଆର । ପୁଣି ବିରାଟ ବାଇକ ଶୋଭାଯାତ୍ରା ।

ବିଜୟ ବାହାଦୂରଙ୍କୁ ଗ୍ରାମବାସୀ ପଟୁଆରରେ ପ୍ରଥମେ ପ୍ରାଚୀନ ମନ୍ଦିର ଦର୍ଶନ କରିବାକୁ ପାଛୋଟି ନେଇଥିଲେ । କିନ୍ତୁ ମନ୍ଦିର ପରିସରରେ ସେନା କର୍ମଚାରୀଙ୍କୁ ଯେଉଁଭଳି ସ୍ବାଗତ କରାଯାଇଥିଲା ତାହା ଥିଲା ଭରତରେ ବିରଳ । ଶ୍ରଦ୍ଧା, ଆତ୍ମୀହତା ଏବଂ ଦେଶ ପାଇଁ ଗ୍ରାମବାସୀଙ୍କ ଥିବା ଗୌରବମୟ ଅତୀତ ହିଁ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା । ଗ୍ରାମର ଲୋକେ ହାତକୁ ତଳେ ରଖିଥିଲେ ଏବଂ ଯବାନ ଜଣଙ୍କୁ ତାଙ୍କ ହାତ ଉପରେ ଚାଲି ମନ୍ଦିର ଯାଇଥିଲେ । ସେହିପରି ଗ୍ରାମର ଯୁବକ ନିଜ ଗାଁ ପୁଅର ପରାକ୍ରମ ଶାହାସ ଏବଂ ଶତ୍ରୁକୁ ମାତ ଦେବାର ଶକ୍ତିକୁ ସମ୍ମାନ ଜଣାଇ ନିଜ ହାତରୁ ରକ୍ତ କାଢି ଯବାନ ପୁଅର ମୁଣ୍ଡରେ ଟିକା ଆକାରରେ ଲଗାଇଥିଲେ ।

ଗ୍ରାମବାସୀଙ୍କ ଏପରି ସ୍ବାଗତ ଏବଂ ସମ୍ମାନ ତାଙ୍କୁ ଅକୁଣ୍ଠ ଆନନ୍ଦ ଦେବା ସହ ମା-ମାଟିର ସେବା ପାଇଁ ଉତ୍ସାହିତ କରିଥିବା କହିଛନ୍ତି ପୂର୍ବତନ ସେନା କର୍ମଚାରୀ ବିଜୟ ବାହାଦୂର । ସେ କହିଛନ୍ତି ଲେହ, ଲଦାଖ, ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ଦାୟିତ୍ୱ ସମ୍ମାପନ କରିଛି । ଶତ୍ରୁ ରାଷ୍ଟ୍ରକୁ ମାତ ଦେବା ପାଇଁ ଦିନରାତି ଏକ କରି ପ୍ରହରୀ ସାଜିଛୁ । କିନ୍ତୁ ସେନା ପ୍ରତି ମୋ ଗ୍ରାମବାସୀଙ୍କ ଏଭଳି ଭଲପାଇବା ମୁଁ କେବେ କେଉଁଠି ଦେଖିନାହିଁ ବୋଲି କହିଛନ୍ତି ବିଜୟ ବାହାଦୂର । ସେହିପରି ପୁଅର ଯଶ ଏବଂ ସମ୍ମାନରେ ବେଶ ଗର୍ବିତ ହୋଇଥିବା କହିଛନ୍ତି ବିଜୟ ବାହାଦୁରଙ୍କ ବାପା ।

ଭିନ୍ନକ୍ଷମ ତାଲିମ୍ କେନ୍ଦ୍ରରେ ସେକ୍ସ ରାକେଟ, ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ସୁରେଶ

ଭୁବନେଶ୍ୱର: ଲଗାତାର ଖବର ପ୍ରସାରଣ ପରେ ଶେଷରେ ଧରାପଡ଼ିଲା କାମୁକ ସୁରେଶ ବେହେରା । ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟର ମୁଖ୍ୟ ଅଭିଯୁକ୍ତ ଏବେ ପୋଲିସ ଫାନ୍ଦରେ ପଡ଼ିଛି । ଭିନ୍ନକ୍ଷମ ଅନ୍ତେବାସୀଙ୍କୁ ଦେହ କାରବାରରେ ଲିପ୍ତ କରାଉଥିବା ନେଇ ଥାନାରେ ମାମଲା ହୋଇଥିଲା । ଆଉ ସେବେଠୁ ଫେରାର ଥିଲା ସୁରେଶ ।

AOOHWA Sex Racket, Police Nabbed Secretary Suresh Behera

କାମୁକ କାର୍ପଟଦାର ସୁରେଶ ବେହେରାକୁ ଧରିଲା ପୋଲିସ । ରାଜଧାନୀରେ ଭିନ୍ନକ୍ଷମ ତାଲିମ କେନ୍ଦ୍ର ନାଁରେ ସେକ୍ସ ରାକେଟ ଚଳାଇଥିଲା ମୁଖ୍ୟ ଅଭିଯୁକ୍ତ ରାକେଶ । ଥାନାରେ ମାମଲା ହେବା ପରଠାରୁ ସେ ଫେରାର ଥିଲା । ଏନେଇ ଲଗାତାର ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ କରାଯାଉଥିଲା । ଏହାପରେ କମିଶନରେଟ ପୋଲିସ ସମ୍ପାଦକ ସୁରେଶ ବେହେରାକୁ ଧରିବା ପାଇଁ ଜାଲ ବିଛାଇଥିଲା । ଏବେ ପୋଲିସ ହେପାଜତରେ ଚାଲିଛି ମାରାଥନ ଜେରା । ଭିନ୍ନକ୍ଷମ ତାଲିମ କେନ୍ଦ୍ର ନାଁରେ କିଭଳି ଚାଲିଥିଲା ସେକ୍ସ ରାକେଟ ସେନେଇ ପଚରାଉଚରା ଚାଲିଛି ।

AOOHWA Sex Racket, Police Nabbed Secretary Suresh Behera

ଭୁବନେଶ୍ୱର ପଲାସପଲ୍ଲୀ ସ୍ଥିତ ନିଖିଳ ଓଡ଼ିଶା ଭିନ୍ନକ୍ଷମ କଲ୍ୟାଣ ସଂଘରେ ସେକ୍ସ ରାକେଟ ଚଲାଇଥିଲା ସୁରେଶ । ସଂପାଦକ ପଦବୀରେ ଥାଇ ଭିନ୍ନକ୍ଷମ ଅନ୍ତେବାସୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା । ତାଲିମ କେନ୍ଦ୍ରକୁ ଦେହଜୀବୀ ମଧ୍ୟ ଆସୁଥିଲେ । ସରକାରୀ ବାବୁଙ୍କୁ ଝିଅ ଭେଟି ଦେଉଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଡିଏସଏସଓ କାର୍ଯ୍ୟାଳୟର ଜଣେ ଅଧିକାରୀ ଗ୍ରାହକ ହୋଇ ଆସିଥିବା ଭିଡିଓ ଭାଇରାଲ ହୋଇଥିଲା । ବାରମ୍ବାର ଖବର ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗିଥିଲା ।

AOOHWA Sex Racket, Police Nabbed Secretary Suresh Behera

ସୁରେଶଙ୍କ ସହଯୋଗୀ ମଧୁମଞ୍ଜରୀଙ୍କୁ ପୂର୍ବରୁ ଗିରଫ କରିଥିଲା ପୋଲିସ । ସୁରେଶ ଏବେ ଧରାପଡ଼ିବା ପରେ ଅନେକ ଗୁମର ଫିଟିବ ବୋଲି ଅନୁମାନ କରାଯାଉଛି । ଏବେ ପ୍ରଶ୍ନ ଉଠୁଛି-

ଗ୍ରାହକ ହୋଇ ଆସୁଥିବା ବାବୁଙ୍କର ତାଲିକା ପ୍ରସ୍ତୁତ ହେବ ତ ?

କେଉଁ ଫାଇଲ ଏପଟ ସେପଟ କରିବାକୁ ଦିଆଯାଉଥିଲା ଝିଅ ଭେଟି ?

ମଧୁ ଓ ସୁରେଶ ପରେ ଏବେ କାହା ପାଳି ?

UPSC ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ

0

ନୂଆଦିଲ୍ଳୀ: ୟୁପିଏସସି ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ । ବିଗତ ବର୍ଷ କରୋନା କାରଣରୁ ୟୁପିଏସସି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ । ଯେଉଁମାନଙ୍କ ପାଇଁ ୨୦୨୦ ମସିହାର ୟୁପିଏସସି ପରୀକ୍ଷା ଶେଷ ସୁଯୋଗ ଥିଲା ସେମାନେ ଆଉ ଏକ ସୁଯୋଗ ପାଇବେ । ଏ ନେଇ ମାନ୍ୟବର ସୁପ୍ରିମକୋର୍ଟକୁ ଜଣାଇଛନ୍ତି କେନ୍ଦ୍ର ସରକାର । କେବଳ ୨୦୨୧ ମସିହାରେ ଗୋଟିଏ ଥର ପାଇଁ ପରୀକ୍ଷାର୍ଥୀଙ୍କୁ ଏହି ସୁଯୋଗ ଦିଆଯିବ ।

ଦେଶର ସବୁଠାରୁ ବଡ଼ ପ୍ରତିଯୋଗିତାମୂଳକ ପରୀକ୍ଷା ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ରଚନା ସିଂହ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାୟର କରିଥିଲେ । ଏବଂ ଏଥିରେ ଆଉ ଏକ ସୁଯୋଗ ଦେବାକୁ ମାନ୍ୟବର କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସେ କହିଥିଲେ ବହୁ ପରୀକ୍ଷାର୍ଥୀ ମହାମାରୀ ମଧ୍ୟରେ ଭଲଭାବେ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିନଥିଲେ  । ଏବଂ ଲକଡାଉନ୍, ସଟ୍‌ଡାଉନ୍ ଯୋଗୁଁ ପରୀକ୍ଷା ମଧ୍ୟ ଦେଇପାରିନଥିଲେ । ଏବଂ ସେମାନଙ୍କ ପାଇଁ ଏହା ଶେଷ ସୁଯୋଗ ହୋଇଥିଲା ।

 ଏଥିସହିତ ପଢ଼ନ୍ତୁ: ଟିକା ସ୍କାମ୍ : ପରିବାର,ବନ୍ଧୁଙ୍କୁ ସ୍ୱାସ୍ଥ୍ୟକର୍ମୀ କହି ଟିକା ଦେଉଛନ୍ତି ଡାକ୍ତର

ମହଙ୍ଗା ମାଡ଼, ଏପ୍ରିଲ୍ ମାସରେ ବଢ଼ିପାରେ ବିଦ୍ୟୁତ୍ ଦର

ଭୁବନେଶ୍ୱର: ୨୦୨୧-୨୨ ବର୍ଷର ବିଦ୍ୟୁତ ଦର ନିର୍ଦ୍ଧାରଣ ପାଇଁ ଆଜିଠାରୁ OERCରେ ଶୁଣାଣି ଆରମ୍ଭ ହୋଇଛି । ଆଜି ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା OPGC ଓ OHPC ଶୁଣାଣିରେ ଭାଗନେଇ ଟାରିଫ ବୃଦ୍ଧି ପାଇଁ  ଯୁକ୍ତି ଉପସ୍ଥାପନ କରିଛନ୍ତି । OPGC ଚାରି ପଇସା ବୃଦ୍ଧି ପାଇଁ ଦାବି କରିଥିବା ବେଳେ OHPC ପାଖାପାଖି ୨ ଟଙ୍କା ୬୭ ପଇସା ଦାବି କରିଛି । ଯାହାକୁ ଦୃଢ଼ ବିରୋଧ କରିଛି ବିଦ୍ୟୁତ ଉପଭୋକ୍ତା ସଂଘ ।

OPGC And OHPC In Favour Of Power Tariff Increase

ବଢ଼ିପାରେ ବିଦ୍ୟୁତ୍‌ ଦର । ଟାରିଫ୍‌ ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ିଲେ ଓପିଜିସି ଓ ଓଏଚ୍‌ପିସି । ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଓପିଜିସି ଓ ଓଏଚ୍‌ପିସି ବିଦ୍ୟୁତ ଦର ବୃଦ୍ଧି ପାଇଁ ଯୁକ୍ତି ବାଢ଼ିଛନ୍ତି । ଓଏଚ୍‌ପିସି କହିଛି- ଚଳିତବର୍ଷ ସେ ୫ ହଜାର ୬୧୯ ମିଲିଅନ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବ । ଏଥିଲାଗି ୫୩୫ କୋଟି ୮୪ ଲକ୍ଷ ଟଙ୍କା ଆବଶ୍ୟକ । ଏହାକୁ ଟାରିଫ୍ ଆକାରରେ ଆଦାୟ କରିବା ପାଇଁ ଓଏଚ୍‌ପିସି ଯୁକ୍ତି କରିଛି । ୟୁନିଟ୍ ପିଛା ପାଖାପାଖି ୪ ପଇସା ବୃଦ୍ଧି ପାଇଁ  ଦାବି କରିଛି ଓଏଚ୍‌ପିସି । ସେପଟେ ଓପିଜିସି ପାଖାପାଖି ୨ ଟଙ୍କା ୬୭ ପଇସା ବୃଦ୍ଧି ପାଇଁ ଦାବି କରିଛି ।

OPGC And OHPC In Favour Of Power Tariff Increase

ସେପଟେ ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧ କରିଛି ଉପଭୋକ୍ତା ମହାସଂଘ । ନିଜ ଅପାରଗତାକୁ ଲୁଚାଇ ଲୋକଙ୍କ ଉପରେ ବୋଝ ଲଦିବା ପାଇଁ ଉତ୍ପାଦନ କମ୍ପାନୀ ଉଦ୍ୟମ କରୁଛନ୍ତି । ଟାରିଫ୍ ବୃଦ୍ଧି ହେଲେ ଦୃଢ଼ ଭାବରେ ବିରୋଧ କରାଯିବ ବୋଲି ମହାସଂଘ କହିଛି ।

OPGC And OHPC In Favour Of Power Tariff Increase

ବିଦ୍ୟୁତ୍ ଦର ନେଇ ଆଜିଠାରୁ ଆରମ୍ଭ ହୋଇଥିବା ଶୁଣାଣି ୧୯ ତାରିଖ ଯାଏ ଚାଲିବ । ୨୨ରେ ରାଜ୍ୟ ପରାମର୍ଶଦାତା କମିଟି ବୈଠକ ବସିବ । ଏପ୍ରିଲ୍ ମାସରେ ନୂଆ ବିଦ୍ୟୁତ୍ ଦର ଲାଗୁ ହୋଇପାରେ । ଗତବର୍ଷ ବିଦ୍ୟୁତ୍ ଦର ୟୁନିଟ୍‌ ପିଛା ୨୦ ପଇସା ବଢ଼ିଥିଲା ।