ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଗତ ୫ ବର୍ଷରେ ଜମି ପାଇଛନ୍ତି ୬୪୮ ସଂସ୍ଥା

1 min read
IDCO Allotted Land To 648 Organisation For MSME

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଶିଳ୍ପାୟନ । ଏଥିଲାଗି ଇଡକୋ ବିଭିନ୍ନ ଶିଳ୍ପସଂସ୍ଥାଙ୍କୁ ଜମି ଯୋଗାଇ ଦେଉଛି । ବିଦଗ ୫ ବର୍ଷ ମଧ୍ୟରେ କେତେ ସଂଖ୍ୟକ ଉଦ୍ୟୋଗୀ ଜମି ପାଇଁ ଆବେଦନ କରିଥିଲେ ଏବଂ କେତେ ଜଣଙ୍କୁ ଜମି ଦିଆଯାଇଛି । ଏ ନେଇ ବିଧାୟକ ମୋହନ ଚରଣ ମାଝୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ମନ୍ତ୍ରୀ ଗୃହରେ ରଖିଥିବା ତଥ୍ୟ ଅନୁଯାୟୀ, ବିଗତ ୫ ବର୍ଷ ଭିତରେ ୧୦୩୩ ଗୋଟି ଶିଳ୍ପ ସଂସ୍ଥା MSME ଶିଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ସ୍ତିରୀକୃତ ବିଭିନ୍ନ ନୋଡାଲ୍ ଏଜେନ୍ସିମାନଙ୍କ ସୁପାରିସ୍ କ୍ରମେ ଇଡକୋରେ ଜମି ଆବଣ୍ଟନ ଲାଗି ଆବେଦନ କରିଥିଲେ । ସେଥିମଧ୍ୟରୁ ୭୦୧ଗୋଟି ଶିଳ୍ପ ସଂସ୍ଥା ମାନଙ୍କ ପ୍ରସ୍ତାବ ଆବଣ୍ଟନ ପାଇଁ ଅନୁମୋଦନ ଲାଭ କରିଥିଲା । ଅନୁମୋଦିତ ପ୍ରସ୍ତାବ ମଧ୍ୟରୁ ୬୪୮ ଗୋଟି ସଂସ୍ଥାଙ୍କୁ ଜମି ପ୍ରଦାନ କରାଯାଇଥିବା ବେଳେ ୫୩ ଗୋଟି ଶିଳ୍ପ ସଂସ୍ଥାମାନଙ୍କ ପ୍ରସ୍ତାବ କ୍ରିୟାଶୀଳ ଅବସ୍ଥାରେ ଅଛି ।

IDCO Allotted Land To 648 Organisation For MSME

ଏତଦବ୍ୟତୀତ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ବୃହତ୍ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସରକାରଙ୍କ ଦ୍ୱାରା କ୍ଷମତା ପ୍ରାପ୍ତ ନୋଡାଲ୍ ଏଜେନ୍ସି ତଥା ଇପିକଲର ସୁପାରିସ୍ ଅଧୀନରେ ଇଡକୋ ମାଧ୍ୟମରେ ଜମି ଅଧିଗ୍ରହଣ କରାଯାଇ ୧୩୭ ଗୋଟି ଶିଳ୍ପ ସଂସ୍ଥା ମାନଙ୍କୁ ଆବଣ୍ଟନ କରାଯାଇଛି ।

ସମ୍ପୃକ୍ତ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରୁ କେତେ ସଂଖ୍ୟକଙ୍କୁ ୬ ମାସ, ୧ ବର୍ଷ, ୨ ବର୍ଷ ଓ ୩ ବର୍ଷ ମଧ୍ୟରେ ଜମି ପ୍ରଦାନ କରାଯିହା ଏବଂ କେତେ ସଂଖ୍ୟକ ଅଦ୍ୟାବିଧି ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି ବା ତାହା କାର୍ଯ୍ୟକ୍ଷମ ହୋଇନାହିଁ ସେ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply