ଗୋଟିଏ ନମ୍ବର ୧୧୨ରେ ଅଗ୍ନିଶମ, ପୋଲିସ ଓ ଆମ୍ବୁଲାନ୍ସ ସେବା; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

CM Naveen Patnaik Inaugurates Dial 112 Service

ଭୁବନେଶ୍ୱର: ନିଆଁ ଲାଗିଲେ ଅଗ୍ନିଶମ ବାହିନୀ, ଆଇନଶୃଙ୍ଖଳା ପାଇଁ ପୋଲିସ ଏବଂ ଦେହ ଖରାପ ପାଇଁ ଆମ୍ବୁଲାନ୍ସ । ଏସବୁ ଏଣିକି ଗୋଟିଏ ନମ୍ବରରେ ମିଳିବ । ଏହି ୩ ପ୍ରକାର ଜରୁରୀକାଳୀନ ସେବା ପାଇଁ ରାଜ୍ୟ ସରକାର ଗୋଟିଏ ନମ୍ବର ୧୧୨ ଆରମ୍ଭ କରିଛନ୍ତି । ଫଳରେ କୌଣସି ଅପ୍ରୀତିକର ପରିସ୍ଥିତିରେ ଉପୁଜିଲେ ଆଉ ଅଗ୍ନିଶମ ପାଇଁ ୧୦୧, ପୋଲିସ ପାଇଁ ୧୦୦ ଓ ଆମ୍ବୁଲାନ୍ସ ପାଇଁ ୧୦୮ ଡାଏଲ୍ କରିବାକୁ ପଡ଼ିବ ନାହିଁ । ବରଂ ୧୧୨ ଡାଏଲ୍ କଲେ ସମସ୍ତ ବିଭାଗକୁ ମେସେଜ୍ ଚାଲିଯିବ ।

CM Naveen Patnaik Inaugurates Dial 112 Service

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡାଏଲ୍ ୧୧୨ ସେବା ଆରମ୍ଭ କରିଛନ୍ତି । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେବାର ଶୁଭାରମ୍ଭ କରିଛନ୍ତି । ଜରୁରୀକାଳୀନ ସ୍ଥିତିରେ ଡାଏଲ୍ ୧୧୨ ଲୋକଙ୍କୁ ଉପକୃତ କରାଇବ । ଏହାକୁ ଆଧୁନିକ କଣ୍ଟ୍ରୋଲ ରୁମ୍ ଭାବରେ ବ୍ୟବହାର କରାଯିବ । ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟସିଟି ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର ସହ ସବୁ ଜିଲ୍ଲା ମୁଖ୍ୟାଳୟରେ ଏହି ସେବା କାର୍ଯ୍ୟ କରିବ ।

CM Naveen Patnaik Inaugurates Dial 112 Service

ସବୁ କଲ୍ ରେକର୍ଡ ପୋଲିସ ପାଖରେ ରହିବ । ଏଥିପାଇଁ ୧୫୭ କୋଟି ଟଙ୍କା ବ୍ୟୟ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ପ୍ରଚଳିତ ସମସ୍ତ ଜରୁରୀ ନମ୍ବର ଯଥା ୧୦୦,୧୦୧,୧୦୨,୧୦୮ ଏବଂ ୧୧୨ କାର୍ଯ୍ୟକ୍ଷମ ରହିବ । ଧିରେ ଧିରେ ଲୋକମାନେ ସଚେତନ ହେବା ପରେ ସେଗୁଡ଼ିକ ପର୍ଯ୍ୟାୟ କ୍ରମେ ବନ୍ଦ ହେବ ।

Leave a Reply