ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଓଡ଼ିଶାକୁ ଅବହେଳା ନେଇ ବର୍ଷିଲା ବିଜେଡି

1 min read
BJD Targets Center Over PMAY Allocation To Odisha

ଭୁବନେଶ୍ୱର: ଓଡ଼ିଶା ପ୍ରତି କେନ୍ଦ୍ରର ଦରଦ ନାହିଁ । ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା ଓଡ଼ିଶାକୁ ପୁଣି ଠକି ଦେଇଛନ୍ତି ମୋଦି ସରକାର । ପ୍ରେସମିଟରେ ବିଜେଡି ଆଜି କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ୍ କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପ୍ରତି ପୁଣି ଦେଖିବାକୁ ମିଳିଛି ବୈମାତୃକ ମନୋଭାବ । ୧୪ ଲକ୍ଷ ହିତାଧିକାରୀଙ୍କ ହକ୍ ସହ ଖେଳୁଛନ୍ତି କେନ୍ଦ୍ର ସରକାର । ଫନି ସମୟରେ ରାଜ୍ୟର ୧୪ ଜିଲ୍ଲା ପ୍ରଭାବିତ ହୋଇଥିଲା । ଭାଙ୍ଗି ଯାଇଥିବା ଘରର ପୁନରୁଦ୍ଧାର କରାଯିବ କହିଥିଲେ ପ୍ରଧାନମନ୍ତ୍ରୀ  । ୮ଲକ୍ଷ ଘର ଯୋଗାଇ ଦେବାକୁ କୁହାଯାଇଥିଲା ।

ଆଜି ପର୍ଯ୍ୟନ୍ତ ଫନିର ଗୋଟିଏ ଘର ପାଇଁ କେନ୍ଦ୍ରର ଅନୁମତି ମିଳିନି । ରାଜ୍ୟ ପଠାଇଥିବା ତାଲିକାକୁ ଚାପି ବସିଛି କେନ୍ଦ୍ର । ଅନ୍ୟ ୬ ଲକ୍ଷ ପ୍ରକୃତ ହତାଧିକାରୀ ବି ଏହି ଯୋଜନାରେ ସାମିଲ ହୋଇପାରିନାହାନ୍ତି । ଏଭଳି ଭାବେ ମୋଟ୍ ୧୪ ଲକ୍ଷ ଯୋଗ୍ୟ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ୧୨ ମାର୍ଚ୍ଚ ୨୦୧୯ ରେ କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ରାଜ୍ୟକୁ କହିଥିଲେ । କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ନୂଆ ପର୍ମାନେଣ୍ଟ ୱେଟିଂ ଲିଷ୍ଟ ସଂଯୋଗ କରିବା ପାଇଁ ଅନୁମତି ଦେଇ ନାହାନ୍ତି ।

BJD Targets Center Over PMAY Allocation To Odisha

ଏଥିପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ରକୁ ଚିଠି ଲଖିଥିଲେ ବି ଏଥିପ୍ରତି କେନ୍ଦ୍ର ଧ୍ୟାନ ଦେଇନାହିଁ । ବିଜେପି ଶାସିତ ରାଜ୍ୟ ମାନଙ୍କ ହିତାଧିକାରୀଙ୍କୁ ଆୱାସ ଯୋଜନାରେ ସାମିଲ୍ କରିସାରିଛି କେନ୍ଦ୍ର । ହେଲେ ଓଡ଼ିଶା ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ କରିଛି ବିଜେଡି । ୨୦୧୭-୧୮ରେ ଗ୍ରାମାଞ୍ଚଳ ଗୃହ ନିର୍ମାଣରେ ଓଡ଼ିଶା ପୁରସ୍କୃତ ହୋଇଥିଲା । ହେଲେ ଆଜି ଓଡ଼ିଶା ପ୍ରତି ଏଭଳି ବୈମାତୃକ ମନୋଭାବ କାହିଁ ବୋଲି ପ୍ରଶ୍ନ କରିଛି ବିଜେଡି । ଫନି ସମୟରେ କେନ୍ଦ୍ର ସରକାର ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ପକ୍କାଘର ଦେବା ପ୍ରତିଶ୍ରୁତି ଦେଇଥିଲେ । ଆନୁଷଙ୍ଗିକ କାଗଜ ପତ୍ର ବାରମ୍ବାର ମଗାଯାଇଥିଲା ।

ଓଡ଼ିଶା ସରକାର ଏହାକୁ ଯୋଗାଇ ଦେବା ପରେ ମଧ୍ୟ କେନ୍ଦ୍ର ସରକାର କୌଣସି ଘର ଯୋଗାଇ ଦେଇନାହାନ୍ତି । ରାଜ୍ୟ ଭାରତୀୟ ଜନତା ପାର୍ଟିର ସମସ୍ତ ସାଂସଦମାନେ ଓଡିଶା ଲୋକଙ୍କ ସ୍ୱାର୍ଥ ପାଇଁ ଲଢିବା ପରିବର୍ତ୍ତେ ଓଡ଼ିଶା ଲୋକଙ୍କୁ ତାଙ୍କ ହକରୁ ବଞ୍ଚାଇବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ବିଜେଡି ।

Leave a Reply