ପଶ୍ଚିମବଙ୍ଗରେ ବିଜେପି ଭର୍ସେସ୍ ବିଜେପି ଲଢ଼େଇ, ପ୍ରାର୍ଥୀ ଘୋଷଣାକୁ ନେଇ ବିଜେପି ଚାରିଫାଳ

bjp defated in panchayat election in up

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଭର୍ସେସ୍ ବିଜେପି। ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ବିଜେପିକୁ ହଟହଟା ହେବାକୁ ପଡ଼ିଛି। ଗତକାଲି ପଶ୍ଚିମବଙ୍ଗର ୧୪୮ ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହାକୁ ନେଇ କେତେକ ସ୍ଥାନରେ ବିଜେପି କର୍ମୀ ପୋଡ଼ାଜଳା କରିଥିବା ବେଳେ କେତେକ ସ୍ଥାନରେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି କର୍ମୀ। ଆଉ କେଉଁଠି କଂଗ୍ରେସ କର୍ମୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି ଆଶାୟୀ। ଯାହାକୁ ନେଇ ବିଜେପିକୁ ହଟହଟା ହେବାକୁ ପଡ଼ିଛି। ଉତ୍ତର କୋଲକାତାର ଚୋରଙ୍ଗୀ ଆସନରୁ ବିଜେପି ଶିଖା ମିତ୍ରଙ୍କ ନାମ ଘୋଷଣା କରିଥିଲା। ହେଲେ ସେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି। ପଶ୍ଚିମବଙ୍ଗ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କ ସ୍ତ୍ରୀ ହେଉଛନ୍ତି ଶିଖା। ବିଜେପି ତାଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ, ସେ ବିଜେପିରେ ନୁହେଁ, କଂଗ୍ରେସରେ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିବା ନେତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ଯୋଗୁ ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଭଙ୍ଗାରୁଜା କରିଛନ୍ତି କର୍ମୀ। ମାଲଦା ହରିଶ୍ଚନ୍ଦ୍ରପୁର ବିଜେପି କାର୍ଯ୍ୟାଳୟ କର୍ମୀମାନେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଟିଏମସି ଛାଡ଼ି ନିକଟରେ ବିଜେପିରେ ସାମିଲ ହୋଇଥିବା ମାତିଉର ରହମାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ ବିରୋଧ ପ୍ରଦର୍ଶନ କରିଛନ୍ତି କର୍ମକର୍ତ୍ତା। ଅନ୍ୟପଟେ ଓଲ୍ଡ ମାଲ୍ଦା ଆସନ ପାଇଁ ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ବଦଳାଇବା ଦାବିରେ ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରଛନ୍ତି କର୍ମୀ। ସେହିପରି ଦୁର୍ଗାପୁର, ପାଣ୍ଡବେଶ୍ୱର ପ୍ରାର୍ଥୀଙ୍କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେପି କର୍ମୀ।

Leave a Reply