spot_img
Home Blog Page 6016

କୃଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କଲା ପୋଲିସ

0

ନୂଆଦିଲ୍ଲୀ: ଚାଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଟିକିରି ସୀମାଠାରୁ ମାତ୍ର ୨ କିଲୋମିଟର ଦୂର ଏକ ପାର୍କରେ ଥିବା ଗଛରୁ ଚାଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ୫୨ ବର୍ଷୀୟ କୃଷକ ଜଣଙ୍କ ହରିୟାଣା ଜିନ୍ଦ ଅଞ୍ଚଳର ବୋଲି ପୋଲିସ  ପକ୍ଷରୁ କୁହାଯାଇଛି । ସେ ଗତ କିଛି ଦିନ ହେଲା ଦିଲ୍ଲୀ ସୀମାରେ ୩ କୃଷି ଆଇନ ବିରୋଧରେ ଜାରି ଆନ୍ଦୋଳନରେ ସାମିଲ ଥିଲେ । ତେବେ ମୃତ କୃଷକ କରମବୀର ସିଂହଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଛି । ଯେଉଁଥିରେ ଲେଖାଯାଇଛି, ‘ପ୍ରିୟ ଚାଷୀ ଭାଇମାନେ ମୋଦି ସରକାର ତାରିଖ ପରେ ତାରିଖ ଦେଉଛନ୍ତି, କେହିଁ ଜାଣିନାହାନ୍ତି ସରକାର କେବେ ଏହି କଳା ଆଇନକୁ ପ୍ରତ୍ୟାହାର କରିବେ’  ।

        ସୂଚନା ଯୋଗ୍ୟ ଯେ, ଶନିବାର ସାରା ଦେଶରେ କୃଷକମାନଙ୍କ ପକ୍ଷରୁ ଚକାଜାମ୍ କରାଯାଇଥିଲା । ଦିନ ୧୨ଟାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଯାହାର ପ୍ରଭାବ ସାରା ଦେଶର କୋଣ ଅନୁକୋଣଣେ ଦେଖିବାକୁ ମିଳିଛି ।  ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା ।ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବ୍ୟତୀତ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ଚକା ଜାମକୁ ଡକାଯାଇଛି। ତେବେ ୧୨ଟାବେଳୁ ଏହାର ପ୍ରଭାବ ଦେଖିବାକୁମିଳିଥିଲା । ଚାଷୀମାନେ ରାସ୍ତା ଅବରୋଧ କରିବା ଆରମ୍ଭ କରି ଦେଇଛନ୍ତି। ଚକାଜାମ୍‌କୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ଭିତରେ ଏବଂ ସୀମାନ୍ତରେ ପ୍ରାୟ ୫୦ ଯବାନ ନିୟୋଜିତ ହୋଇଛନ୍ତି। ତେବେ ଶନିବାରର ଏହି ଆନ୍ଦୋଳନ ପରେ କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଏହି ବିଲ୍ ପ୍ରତ୍ୟାହାର କରିବା ନେଇ ସରକାରଙ୍କୁ ଅକ୍ଟୋବର ୨ ଯାଏଁ ସମୟ ଦିଆଯାଇଛି ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କୋଭିଡ ରିପୋର୍ଟ ନେଗେଟିଭ

ଭୁବନେଶ୍ୱର: ଟାଟାରେ ନିଯୁକ୍ତି ଠକେଇ ମାମଲାରେ ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କୋଭିଡ ରିପୋର୍ଟ ନେଗେଟିଭ । ବ୍ରହ୍ମପୁର ଜେଲରୁ ସୁରକ୍ଷା ଭିତରେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ କୋଭିଡ ଟେଷ୍ଟ କରାଯାଇଥିଲା । ଗୋଳନ୍ଥରା ଥାନାରେ ଥିବା ୩ଟି ଠକେଇ ମାମଲାରେ ବ୍ରହ୍ମପୁର ଓଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ ଗୋପାଳପୁର ବିଧ୍ୟାୟକ ପ୍ରଦୀପ ପାଣିଗ୍ରାହୀ ।

ଏହାପରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଛନ୍ତି ୩ ଦିନ । କୋର୍ଟରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଝାରପଡ଼ା ଜେଲକୁ ଫେରାଇ ନେବାକୁ ପ୍ରଦୀପ ଅନୁରୋଧ କରିଥିଲେ । ପରେ ତାଙ୍କୁ ତାଙ୍କ ସହରର ଜେଲ୍‌କୁ ପଠାଇ ଦିଆଯାଇଥିଲା । ତେବେ ଟାଟା ନାଁରେ ନିଯୁକ୍ତି ଠକେଇ ମାମଲାରେ ପୋଲିସ ରିମାଣ୍ଡରେ ନେବାକୁ ଆବେଦନ କରିପାରେ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଗୋଳନ୍ଥରା ଥାନା ଗୁଣୁପୁର ଗାଁର ଲକ୍ଷ୍ମୀନାରାୟଣ ନାୟକ, ଚିକରଡ଼ା ଗାଁର ପ୍ରଶାନ୍ତ କର ଓ କେଲୁଆପଲ୍ଲୀର ପ୍ରଭାତ ନାୟକ ଆଣିଥିଲେ ଠକେଇର ଅଭିଯୋଗ ।

ଘରକୁ ଫେରୁଛନ୍ତି ବୋଲି କହି ଫେରିଲେନି, ଆଉ ସକାଳୁ ମିଳିଲା…

କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ବେଲପଡା ରାସ୍ତାର ଗଞ୍ଜାବାହାଲ ଛକ ନିକଟ ରାସ୍ତା କଡରେ ଏକ ଯୁବକର ମୃତ ଦେହ ଉଦ୍ଧାର  ହୋଇଛି ।ମୃତକ ହେଲେ ଗଞ୍ଜାବାହାଲ ଗାଁର ଗଣ ବଛା । ପରିବାର ଲୋକେ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାଇ ଗତ ରାତିରେ  ଗଣ କିଛି ସାଙ୍ଗ ମାନଙ୍କ ସହ ବେଲପଡ଼ା ଗାଁର ଢୁଲୁ ରେସଷ୍ଟୁରାଣ୍ଡରେ ଭୋଜି କରୁଥିଲେ । ଭୋଜି ଖାଇ ଘରକୁ ଫେରିବେ ବୋଲି ଭାଇକୁ ଫୋନରେ କହିଥିଲେ ।

କିନ୍ତୁ ଗଣ ଘରକୁ ନ ଫେରିବାରୁ ତାଙ୍କୁ ରାତିରେ ଘର ଲୋକେ ଫୋନ କରିଥିଲେ କିନ୍ତୁ ଫୋନ ଉଠାଇନଥିଲେ ଗଣ । ଏବଂ ପରେ ସକାଳେ ଏକ ଗଛ ନିକଟରେ ଗଣର ମୃତ ଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାସହ ମୃତ ଦେହ ପଡିଥିବା ସ୍ଥାନରୁ ୧୦୦ ମିଟର ଦୂରରେ ଏକ ବାଇକ ପଡିଥିବା ଦେଖିବାକୁ ମିଳିଛି । ଗଣକୁ ହତ୍ୟାକରି ଦୁର୍ଘଟଣାର ରୂପ ଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ବଙ୍ଗୋମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଉତ୍ତରାଖଣ୍ଡରେ ଭାଙ୍ଗିଲା ହିମ ଖଣ୍ଡ, ୫୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ରବିବାର ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାସ୍ଥିତ ତାପୋଭାନ ନିକଟରେ ବରଫ ଅତଡ଼ା ଖସି ପଡ଼ିଛି। ଏହି କାରଣରୁ ଋଷିଗଙ୍ଗା ଉପରେ ନିର୍ମିତ ବନ୍ଧ ଭାଙ୍ଗି ଯାଇଛି ଓ ବନ୍ୟା ପରିସ୍ଥିତି ଉପୁଜିଛି। ଘଟଣାରେ ୧୦୦ରୁ ୧୫୦ ଶ୍ରମିକଙ୍କ ମୃତ୍ୟୁ ହେଉଥିବା ଆଶଙ୍କା କରାଯାଉଛି ବୋଲି ମୁଖ୍ୟ ସାଶନ ସଚିବ ଓମ ପ୍ରକାଶ କହିଛନ୍ତି। ଅଧିକଗଲ ନିଖୋଜ ଥିବା ଆଶଙ୍କା କରାଯାଉଛି। ପ୍ରଶାସନ ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଇ ଲୋକଙ୍କୁ ଉଦ୍ଧାର କରିବା କାମ ଆରମ୍ଭ କରିଦେଇଛି।

ମଲି ଜୋଶିମଠ ଠାରୁ ୨୪ କିଲୋମିଟର ଦୂରରେ ଥିବା ପାଙ୍ଗ ଗ୍ରାମ ଉପରେ ଏହି ବିରାଟ ହିମ ଖଣ୍ଡ ପଡ଼ିଛି। ଫଳରେ ଧୌଲିଗଙ୍ଗା ନଦୀରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ  ଋଷି ଗଙ୍ଗା ବିଦ୍ୟୁତ୍ ପ୍ରକଳ୍ପର ବହୁ କ୍ଷତି ହୋଇଛି। ଏହା ସହିତ କିଛି ଝୁଲା ପୋଲ  ମଧ୍ୟ ଭାଙ୍ଗିଯାଇଛି । ଏହା ବ୍ୟତୀତ ନିର୍ମାଣାଧୀନ ତପୋଭାନ୍ ବିଷ୍ଣୁଗଡ଼ ଜଳ ବିଦ୍ୟୁତ୍ ପ୍ରକଳ୍ପର ଡ୍ୟାମ୍ ପାର୍ଶ୍ୱ ବ୍ୟାରେଜ୍ ସ୍ଥାନ ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି।

 

ପ୍ରସାଶନ ଆଲାକାନ୍ଦା ନଦୀ ଏବଂ ଧୋଲି ନଦୀ କୂଳରେ ରହୁଥିବା ଲୋକଙ୍କୁ ସତର୍କ କରିବା ସହ  ସେମାନଙ୍କୁ ଶୀଘ୍ର ସେ ସ୍ଥାନ ଛାଡ଼ିବାକୁ କହିଦେଇଛି। ୨ଶହରୁ ଅଧିକ ଆଇଟିବିପି କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। SDRGର ୧୦ ଟି ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହରିଦ୍ୱାର, ଋିଷିକେଶ ଏବଂ ଶ୍ରୀନଗରରେ ସତର୍କ ସୂଚନା ଜାରି କରାଯାଇଛି।

ଅନ୍ୟପଟେ ଗ୍ଲେସିୟର ଭାଙ୍ଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । କୌଣସି ପ୍ରକାରର ଗୁଜବ ପ୍ରତି ଧ୍ୟାନ ନଦେବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି। ଏଥିସହ ଘଟଣାର ସୂଚନା ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ତଥା ଡିଏମ ଚାମୋଲିଙ୍କଠାରୁ ନିଆଯାଇଛି। ମୁଖ୍ୟ ପରିସ୍ଥିତି ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛନ୍ତି। ସରକାର ସମ୍ପୃକ୍ତ ସମସ୍ତ ଜିଲ୍ଲାକୁ ସତର୍କ କରାଇଛନ୍ତି। ଚାମୋଲି ଜିଲ୍ଲା ପ୍ରଶାସନ, ଏସଡିଆରଏଫର ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗଙ୍ଗା ନଦୀ କୂଳକୁ ନ ଯିବାକୁ ଲୋକଙ୍କୁ ନିବେଦନ କରାଯାଇଛି।

https://twitter.com/bhaiyyajispeaks/status/1358308768728064000?s=20

ରବିବାର କେମିତି ଚାଲିଛି ପାଠପଢା ? ଅନୁଧ୍ୟାନ କରିବାକୁ ଅଚାନକ ପହଞ୍ଚିଲେ ସମୀର ଦାଶ

ଭୁବନେଶ୍ୱର: ଆଗକୁ ଅଛି ପରୀକ୍ଷା ସେଥିପାଇଁ ବିନା ଛୁଟିରେ ୧୦୦ଦିନର ପାଠପଢୁଛନ୍ତି ଛାତ୍ରଛାତ୍ରୀ । ଆଉ ଏହି ରବିବାର କେମିତି ଚାଲିଛି ପାଠପଢା, ତାର ଅନୁଧ୍ୟାନ କରିବାକୁ ଅଚାନକ ବାଣୀବିହାର ୟୁନିଭରସିଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରବିବାର ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରହୁଛି, ସେଥିରେ ସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ ।

ସେହିପରି ଆସନ୍ତାକାଲି ନବମ ଓ ଏକାଦଶ ପାଇଁ ସ୍କୁଲ ଖୋଲିବାର ବ୍ୟବସ୍ଥାର ସମୀକ୍ଷା ବି କରିଛନ୍ତି । ରାଜ୍ୟ ସରକାରଙ୍କ SOP ଆଧାରରେ ସ୍କୁଲ ଖୋଲିବ । ଲଗାତାର ୧୦୦ଦିନର ଟାର୍ଗେଟରେ କୋର୍ସ ସାରିବା ଲକ୍ଷ୍ୟ ରଖିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ତେଣୁ ହୁଏତ ରବିବାର ଶିକ୍ଷାଦାନ ଯୋଗୁ ଶିକ୍ଷକ ଚାପରେ ପଡୁଥିବାରୁ, ସେମାନଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ୧୦୦ ଦିନିଆ ପାଠ୍ୟକ୍ରମ ପାଇଁ ଏହା ଆବଶ୍ୟକ ବୋଲି ସେ କହିଛନ୍ତି ।

ଆସାମ ସୁନ୍ଦରୀଙ୍କ କଣ୍ଠରେ ସମ୍ବଲପୁରୀ ଗୀତ, ସୋସିଆଲ ମିଡିଆରେ ହେଉଛି ଭାଇରାଲ୍

ଗୌହାଟି: ସୋସିଆଲ ମିଡିଆରେ ପୁଣି ଟ୍ରେଣ୍ଡ କଲା ପଶ୍ଚିମ ଓଡ଼ିଶାର ଲୋକଗୀତ ରଙ୍ଗବତୀ ଓ ଡାଲଖାଇ । ସୋସିଆଲ ମିଡିଆ ସନଶେଶନ ତଥା ଲୋକପ୍ରିୟ ଆସାମୀ ଗାୟିକା ନନ୍ଦି ସିଷ୍ଟର୍ସ ଗାଇଲେ ଓଡ଼ିଆଗୀତ। ନିଆରା ଅନ୍ଦାଜ ଓ ଭିନ୍ନ ଶୈଳୀରେ ପଶ୍ଚିମଓଡ଼ିଶାର ଲୋକଗୀତ ଡାଲଖାଇ ଓ ରଙ୍ଗବତୀକୁ ପରିବେଷଣ କରି ଢେର୍ ପ୍ରଶଂସା ସାଉଁଟିଛନ୍ତି ଅନ୍ତରା ଓ ଅଙ୍କିତା।

କେବଳ ଏତିକି ନୁହେଁ ଏହି ଗୀତ ଗାଇବାବେଳେ ନନ୍ଦି ସିଷ୍ଟର୍ସ ସମ୍ପୂର୍ଣ୍ଣ ପଶ୍ଚିମଓଡ଼ିଶାର ଗେଟଅପରେ ନଜର ଆସିଥିଲେ । ପାରମ୍ପରିକ ସମ୍ବଲପୁରୀ ଶାଢ଼ୀ ସହ ମଥାରେ ଖୋସା ପିନ୍ଧି ଓଡିଶାବାସୀଙ୍କ ମନକୁ ମୋହି ନେଇଛନ୍ତି। ଏଥିସହ ପାଖରେ ଓଡିଆଙ୍କ ଗର୍ବ ମହାପ୍ରଭୁ ଶ୍ରୀ ଜଗ୍ନନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରଖି ଗୀତ ଗାଇଥିଲେ ଦୁଇ ଭଉଣୀ ଅନ୍ତରା ଓ ଅଙ୍କିତା। ଯାହାକି ଓଡ଼ିଆଙ୍କ ମନକୁ ଛୁଇଁଛି।

ସବୁଥର ଭଳି ଏଥର ମଧ୍ୟ ନନ୍ଦି ସିଷ୍ଟର୍ସ ନିଜ ବାଲକୋନି କନସର୍ଟରେ ଭାରତର ଅନ୍ୟ ଏକ କୋଣର ସଂସ୍କୃତି ଓ ପରମ୍ପରାର ଝଲକ ଦେଖାଇଛନ୍ତି। ଭିଡିଓଟି ଅପଲୋଡ ହେବା ମାତ୍ରେ ଫେସବୁକ୍, ଟ୍ୱିଟର, ଇନଷ୍ଟାରେ ଭାଇରାଲ୍ ହୋଇଯାଇଛି।

ଭୁବନେଶ୍ୱରରୁ ପୁଣି ଏକ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଏକ ମୃତଦେହ ଉଦ୍ଧାର । କିଛିଦିନ ତଳେ ମହିଳାଙ୍କ ମୁଣ୍ଡ ବୀହିନ ମୃତ ଦେହ ଉଦ୍ଧାର ହେବା ପରେ ଏବେ ରାଜଧାନୀରେ ଆଉ ଏକ ମୃତଦେହ ଉଦ୍ଧାର ହୋଇଛି । ଘାଟିକିଆ ନିକଟ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଭରତପୁର ପୋଲିସ । ଘାଟିକିଆ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରେ ଘାଟିକିଆ ଅଞ୍ଚଳର ରଘୁନାଥ ବେହେରା ଓରଫ କାଳିଆର ପଚାଷଢା ମୃତଦେହ ଉଦ୍ଧାର ହୋଇଛି ।

ପ୍ରାୟ ୧୦ରୁ ୧୫ ଦିନ ହେବ ମୃତଦେହ ଝୁଲିରହିଥିବା ଅନୁମାନ କରାଯାଉଛି । ମୃତଦେହ ପଚି ଯାଇଥିବାରୁ ଗୋଡପଟୁ କୁକୁର ଖାଇଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି । ତେବେ ରଘୁନାଥ ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସେ ତାଙ୍କ ଘରୁ ଜାନୁଆରୀ ୧୧ରୁ ନିଖୋଜ ହୋଇଯାଇଥିଲେ । ନିଖୋଜ ନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା  ।

ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛି ଏନଏମଏ: ସାଂସଦ ପିନାକୀ ମିଶ୍ର

ପୁରୀ: ଶ୍ରୀମନ୍ଦିର ଓ ଶ୍ରୀଜିଉଙ୍କ ପ୍ରତି ଅପମାନ  । ଶ୍ରୀଜଗନ୍ନାଥ ମନ୍ଦିରକୁ ସ୍ମାରକୀ ବିବେଚନା କଲା ଜାତୀୟ ସ୍ମାରକୀ ପ୍ରାଧିକରଣ  । ଏନେଇ ପ୍ରାଧିକରଣ ବିଜ୍ଞପ୍ତି ଜାରି କରିଛି  । ପ୍ରାଧିକରଣ ବିଜ୍ଞପ୍ତି ଅନୁସାରେ ୪ଟି ଅନ୍ୟ ଧର୍ମର ସ୍ମାରକୀପୀଠ ସହ ତାଲିକାରେ ସ୍ଥାନ ପାଇଛି ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ।  ଜୀବନ୍ତ ଠାକୁର ରହୁଥିବା ଜଗନ୍ନାଥ ମନ୍ଦିରକୁ କେବଳ ଏକ ସ୍ମାରକୀ ଭାବେ ବିବେଚନା କରାଯାଇପାରିବ କି? ସାଢେ ୪ କୋଟି ଓଡ଼ିଆଙ୍କ  ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର  । ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଜଗନ୍ନାଥ ହେଉଛନ୍ତି ଜୀବନ୍ତ ଠାକୁର । ହଠାତ ଏନଏମଏର ଏଭଳି ବିଜ୍ଞପ୍ତି ପଛରେ ଉଦ୍ଦେଶ୍ୟ କଣ ରହିଛି ? ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା  ।

ଜଗନ୍ନାଥଙ୍କ ନୀତିକାନ୍ତିରେ ଜଡିତ ଥିବା ସେବାୟତଙ୍କ ସହ ଏ ବାବଦରେ ପରାମର୍ଶ କରିବା ଜରୁରୀ ନଥିଲା କି? ଜୀବନ୍ତ ଠାକୁର ରହୁଥିବା ଜଗନ୍ନାଥ ମନ୍ଦିରକୁ କେବଳ ଏକ ସ୍ମାରକୀ ଭାବେ ବିବେଚନା କରାଯାଇପାରିବ କି? ଏହା କଣ ହିନ୍ଦୁ ଧର୍ମ ପ୍ରତି କୁଠାରଘାତ ନୁହେଁ ? ଓଡ଼ିଆଙ୍କ ବିରୋଧରେ ଏହା ଷଡ଼ଯନ୍ତ୍ର  । ଶ୍ରୀଜିଉଙ୍କ ପାଇଁ ଏହା ଘୋର ଅପମାନ  । ଏହା ପଛରେ କାହାର ହାତ ରହିଛି  ।

Fire Department Sanitized Lingaraj Temple Premises Before Reopening

ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ବିକାଶ ରୋକିବାକୁ ଏହା ଏକ ବିଧିବଧ ଷଡ଼ଯନ୍ତ୍ର  ।ଏହାକୁ ସବୁ ମହଲରେ ଘୋର ନିନ୍ଦା କରାଯାଇଛି  । ୨୪ ଘଣ୍ଟା ମଧ୍ୟରେ ଏହାକୁ ପ୍ରତ୍ୟାହାର ପାଇଁ ଉଠିଛି ଦାବି  ।  ପୁରୀରେ ସେବାୟତ ମାନେ ଏଭଳି ନିଷ୍ପତ୍ତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି  । କେବଳ ସେବାୟତ ନୁହଁନ୍ତି ହଜାର ହଜାର ଶ୍ରଦ୍ଧାଳୁ ଏଭଳି ଏକପାକ୍ଷିଆ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି  ।

ଅନ୍ୟପଟେ ଏନଏମଏର ଚକ୍ରାନ୍ତକୁ ଦୃଢ ନିନ୍ଦା କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଟ୍ୱିଟ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ପିନାକୀ । କହିଛନ୍ତି, ପୁରୀ ସୌନ୍ଦର୍ଯ୍ୟକରଣ କାମକୁ ଦିଗହରା କରିବାକୁ ଉଦ୍ୟମ କରାଯାଉଛି । ଯାହା ଓଡ଼ିଆଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ବାଧା ଦେବାକୁ ଏ ପ୍ରୟାସ କରାଯାଉଛି ବୋଲି ପିନାକୀ କହିଛନ୍ତି ।

ଏଥର ଶିଶୁଙ୍କ ଠାରେ ହେବ କୋଭିଡ ଭ୍ୟାକ୍ସିନ ପରୀକ୍ଷା

 ନୂଆଦିଲ୍ଲୀ: ଦେଶରେ କରୋନା କାୟା କମିବାରେ ଲାଗିଛି । କରୋନାକୁ ମାତ ଦେବାକୁ ଦେଶ ସାରା ଆରମ୍ଭ ହୋଇଯାଇଛି ଟିକାକରଣ । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ପରେ ସାଧାରଣ ଲୋକଙ୍କୁ ଟିକା ଦେବାକୁ ସ୍ଥିର କରାଯାଇଛି । ସେହିଭଳି ଶିଶୁ ସଂକ୍ରମଣର ଭୟ ଥିବାରୁ ସେମାନଙ୍କ ପାଇଁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ଶିଶୁଙ୍କ ପାଇଁ କରୋନା ଟିକା ଆସିବା ନେଇ ସୂଚନା ମିଳିଛି ।

ଏଥର ଶିଶୁଙ୍କ ଠାରେ ହେବ କୋଭିଡ ଭ୍ୟାକ୍ସିନ ପରୀକ୍ଷା । ରାଜ୍ୟ ତଥା ଦେଶରେ ଏବେ ଟିକାକରଣ ଜୋରସୋରରେ ଚାଲିଥିବା ବେଳେ ଶିଶୁଙ୍କ ପାଇଁ ଆସିଛି ଭଲ ଖବର । ପ୍ରାଥମିକ ସ୍କୁଲ ପିଲାଙ୍କୁ ସ୍କୁଲ କିପରି ଛାଡିବେ ଅଭିଭାବକ ସେନେଇ ଆଉ ରହିବନି ଟେନସନ । ଖୁବଶୀଘ୍ର ଭାରତ ବାୟୋଟିକ ଶିଶୁଙ୍କ ପାଇଁ ଆଣିବ କୋଭିଡ ୧୯ ଭ୍ୟାକ୍ସିନ କୋଭାକ୍ସିନ  । ୧୮ ବର୍ଷରୁ କମ ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଛି ଟିକା । ଏହି ଟିକା ଫେବ୍ରୁଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ଆସିପାରେ । ନାଗପୁରରେ ଏହାର ପ୍ରଥମ ଟ୍ରାଏଲ ହୋଇପାରେ ବୋଲି ସୂଚନା ମିଳିଛି । ମେ ବେଳକୁ ୨ ବର୍ଷରୁ ୧୮ ବର୍ଷ ପିଲାଙ୍କ ପାଇଁ ଟିକା ତୟାର ହୋଇଯିବ ବୋଲି ଗତ ଜାନୁଆରୀ ମାସରେ ଭାରତ ବାୟୋଟେକ ଏମଡି ସୂଚନା ଦେଇଥିଲେ ।

ଗେଲ ଇଣ୍ଡିଆ ପକ୍ଷରୁ ସିଏନଜି ଅଟୋ ଏବଂ କାର ରାଲି ଆୟୋଜିତ

ଭୁବନେଶ୍ୱର: ଗେଲ ଇଣ୍ଡିଆ ପକ୍ଷରୁ ସିଏନଜି ଅଟୋ ଏବଂ କାର ରାଲି ଆୟୋଜିତ । ବରମୁଣ୍ଡା ପଡ଼ିଆ ଠାରେ ଆୟୋଜିତ ଏହି ରାଲିରେ ଅନେକ କାର ଓ ଅଟୋ ଅଂଶଗ୍ରହଣ କରିଥିଲେ । ତେଲ ଓ ଗ୍ୟାସ ସଂରକ୍ଷଣ ସଚେତନତା ଅଭିଯାନ କୁ ନେଇ ଗେଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ଏହି ରାଲି ଯାହାର ନାମ ସକ୍ଷମ ୨୦୨୧ ଆୟୋଜିତ କରାଯାଇଛି । ମୁଖ୍ୟତଃ ଗ୍ରୀନ ଓ କ୍ଲିନ ଏନର୍ଜିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ରାଲି ଆୟୋଜିତ ହୋଇଛି ।

ରାଲିଟି ବରମୁଣ୍ଡାରୁ ବାହାରି ରସୁଲଗଡ଼ ଯାଇ ପୁଣି ବରମୁଣ୍ଡା ପଡିଆ ଫେରିଥିଲା। କାର୍ଯ୍ୟକ୍ରମରେ ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ସିଜିଏମ୍ କନଷ୍ଟ୍ରକସନ୍ ଦୀନବନ୍ଧୁ ସୋରେନ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ଫ୍ଲାଗ ଅଫ କରି ଅଟୋ କାର ରାଲିକୁ ଆରମ୍ଭ କରିଥିଲେ ।