ଏବେ ଟ୍ୱିଟରରେ ଦେଖିପାରିବେ ଭିଡ଼ିଓ, ସାମିଲ ହେବ ନୂଆ ଫିଚର

1 min read

ନୂଆଦିଲ୍ଲୀ:  ସୋସିଅଲ ମିଡିଆ ପ୍ଲାଟଫର୍ମ ଫେସବୁକ ହେଉ ବା ହ୍ୱାଟ୍ସାଆପ୍‌ବା ଟ୍ୱିଟର, ସବୁବେଳେ ୟୁଜର୍ସଙ୍କ ସୁବିଧା ପାଇଁ ନୂଆନୂଆ ଫିଚର ଲଞ୍ଚ୍‌କରିଥାନ୍ତି । କିଛି ଫିଚର ୟୁଜର୍ସଙ୍କ ଆକାଉଣ୍ଟକୁ ହ୍ୟାକର୍ସଙ୍କ ନଜରରୁ ସୁରକ୍ଷିତ ରଖିବା ପାଇଁ ତ କିଛି ଫିଚର ଆପ୍‌ର ସରଳୀକରଣ ବ୍ୟବହାର ପାଇଁ ଲଞ୍ଚ୍‌ହୋଇଥାଏ । ନିକଟରେ ମାଇକ୍ରୋ ବ୍ଲଗିଂ ସାଇଟ୍‌ଟ୍ୱିଟର ତା ଆପ୍‌ରେ ଖୁବ୍‌ଶୀଘ୍ର ଏକ ନୂଆ ଫିଚର ସାମିଲ କରିବାକୁ ଯାଉଛି । ଏହା ମାଧ୍ୟମରେ ୟୁଜର୍ସ ତାଙ୍କ ଟାଇମଲାଇନରେ ୟୁଟୁବ ଭିଡ଼ିଓ ଦେଖିପାରିବେ । ଅର୍ଥାତ୍‌ୟୁଟୁବ ଭିଡ଼ିଓ ଦେଖିବା ପାଇଁ ଆପଣଙ୍କୁ ୟୁଟୁବ୍‌ଆପକୁ ଯିବାକୁ ପଡ଼ିବ ନାହିଁ । ଯାହା ନିହାତି ଭାବରେ ୟୁଜର୍ସଙ୍କ ପାଇଁ ଏକ ଚମତ୍କାର ଫିଚର ଭାବରେ ପ୍ରମାଣିତ ହେବ ।

ଏହି ଫିଚରର ଟେଷ୍ଟିଂ ଆମେରିକା, ଜାପାନ,କାନାଡ଼ା ଏବଂ ସାଉଦି ଆରବରେ ଜାରି ରହିଛି । ଟ୍ୱିଟରର ମୁଖପାତ୍ରଙ୍କ କହିବା ଅନୁସାରେ ଏହି ନୂଆ ଫିଚରର ଟେଷ୍ଟିଂ ଚାରି ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ପରବର୍ତ୍ତୀ ମୁହୂର୍ତ୍ତରେ ଫଳାଫଳକୁ ନଜରରେ ରଖି ଏହାକୁ ଲଞ୍ଚ୍‌କରାଯିବ ।

ସୂଚନାଯୋଗ୍ୟ ଟ୍ୱିଟର ଗତ ସପ୍ତାହରେ ମଧ୍ୟ ଏକ ନୂଆ ଫିଚର ଆଣିବା ପାଇଁ ଘୋଷଣା କରିଥିଲା । ଏହି ଫିଚର ମାଧ୍ୟମରେ ୟୁଜର୍ସ ଫୁଲ ସାଇଜ୍‌ମିଡିଆ ଫାଇଲ୍ସ ଦେଖିପାରିବେ ଏବଂ 4K ଇମେଜ ଶେୟାର କରିପାରିବେ । ଏହା ଆଣ୍ଡ୍ରଏଡ ଏବଂ IOS ଉଭୟ ପ୍ଲାଟଫର୍ମରେ ଉପଲବ୍ଧ ହେବ ।

Leave a Reply