ଟ୍ରାଫିକର ତାଗିଦ, ଦୁଇ ମାସରେ ରଦ୍ଦ ହୋଇଛି ୧୬,୮୨୦ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ବର: ରାଜ୍ୟରେ କଡାକଡ଼ି ହୋଇଛି ଟ୍ରାଫିକ ନିୟମ । ବେପାରୁଆ ଗାଡ଼ି ଚାଳନା ପାଇଁ ଗତ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ୧୬ ହଜାର ୮୨୦ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ୩ ମାସ ପାଇଁ ଲାଇସେନ୍ସ ରଦ୍ଦ କରାଯାଇଛି ।

୧୯ଶହ ୨୨ଜଣଙ୍କର ଡିଏଲ ଦ୍ରୁତଗତିରେ ଗାଡ଼ି ଚାଳନା ଯୋଗୁଁ ରଦ୍ଦ ହୋଇଥିବା ବେଳେ ୩୧୬ଜଣଙ୍କ ମଦ ପିଇ ଗାଡ଼ି ଚଳାଇବା ଯୋଗୁଁ ରଦ୍ଦ ହୋଇଛି । ୧ ହଜାର ୩୨୨ ଟି ଲାଇସେନ୍ସ ଗାଡ଼ି ଚଲାଇବା ବେଳେ ମୋବାଇଲ ବ୍ୟବହାର ପାଇଁ ଏବଂ ୧୧ ହଜାର ୬୧୩ଟି ଲାଇସେନ୍ସ ହେଲେମେଟ ନପିନ୍ଧିବା ପାଇଁ ରଦ୍ଦ ହୋଇଥିବା ଜଣା ପଡିଛି ।

ଜାନୁଆରୀ ପହିଲାରୁ ଦୁଇ ଚକିଆ ଯାନରେ ପଛରେ ବସୁଥିବା ବ୍ୟକ୍ତି ମଧ୍ୟ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଟ୍ରାଫିକ ବିଭାଗର ସୂଚନା ମୁତାବକ ଭୁବନେଶ୍ବରରେ ୩ ହଜାର ୧୬ଟି ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ କଟକରେ ୩ ହଜାର ୩ ଏବଂ ରାଉରକେଲାରେ ୧୪ ଶହ ୮୩ଟି ଲାଇସେନ୍ସ ରଦ୍ଦ କରାଯାଇଛି ।

Leave a Reply