spot_img
Home Blog Page 6006

ଘରୋଇ ମାଟିରେ ଭାରତର ପରାଜୟ, ୪ ବର୍ଷ ପରେ ହାରିଲା ଟେଷ୍ଟ

ଚେନ୍ନାଇ: ଘରୋଇ ମାଟିରେ ଭାରତର ବିପର୍ଯ୍ୟୟ । ପ୍ରଥମ ଟେଷ୍ଟ ମ୍ୟାଚରେ ହାର ମାନିଲା ଇଣ୍ଡିଆ । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ୨୨୭ ରନରେ ପରାଜୟ ବରଣ କରିଛି ଭାରତ । ଦ୍ବିତୀୟ ଇଂନିସରେ ଇଂଲଣ୍ଡ ୪୨୦ ରନ କରିଥିବା ବେଳେ ଏହାର ପିଛା କରି ୧୯୨ ରେ ସମସ୍ତ ୱିକେଟ ହରାଇଛି ଟିମ ଇଣ୍ଡିଆ ।

ଭ୍ରମଣକାରୀ ଦଳର ବୋଲର ଜୈକ ଲିଚ ସର୍ବାଧିକ ୪ ୱିକେଟ ନେବା ସହ ଭାରତକୁ ବିପର୍ଯ୍ୟୟ ଆଡକୁ ଅଗ୍ରସର କରିବାରେ ନିଭାଇଥିଲେ ପ୍ରମୁଖ ଭୂମିକା । ସେପଟେ ଦ୍ବିତୀୟ ପାଳିରେ ଅଧିନାୟକ କୋହଲି ସର୍ବାଧିକ ୭୨ ରନ କରିଥିବା ବେଲେ ସୁଭମନ ଗିଲ କରିଛନ୍ତି ୫୦ ରନ ।

ବଲିଉଡ ଅଭିନେତା ରାଜୀବ କପୁରଙ୍କ ହୃଦଘାତରେ ମୃତ୍ୟୁ

ଋଷି କପୁର ଏବଂ ରଣଧୀର କପୁରଙ୍କ ସାନ ଭାଇ ରାଜୀବ କପୁରଙ୍କ ପରଲୋକ । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସମୟରେ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚେମ୍ବୁରର ଇନଲାକ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ରାଜୀବଙ୍କ ମୃତ୍ୟୁ ଖବରକୁ ତାଙ୍କ ଭାଇ ରଣଧୀର ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ମୁ ମୋ ସାନ ଭାଇକୁ ହରାଇଲି । ସେ ଆଉ ଦୁନିଆରେ ନାହାନ୍ତି । ଡାକ୍ତରଙ୍କ ସତଚେଷ୍ଟା ପରେ ମଧ୍ୟ ସେ ରାଜୀବଙ୍କ ବଞ୍ଚାଇପାରିଲେ ନାହିଁ । ବର୍ତ୍ତମାନ ରାଜୀବଙ୍କ ମୃତଦେହ ପାଇଁ ଆମେ ଅପେକ୍ଷା କରିଛୁ ।

ସାଇବର ହେଲ୍‌ପ ଡେସ୍କର ରିପୋର୍ଟ: ମାସକରେ ୧ କୋଟି ୪୦ ଲକ୍ଷରୁ ଅଧିକ ଲୁଟିଛନ୍ତି ସାଇବର ଠକ

ଭୁବନେଶ୍ୱର: ସାଇବର ହେଲ୍‌ପ ଡେସ୍କର ମାସିକ ରିପୋର୍ଟର ସମୀକ୍ଷା କଲେ ପୋଲିସ କମିଶନର । ଗୋଟିଏ ମାସରେ ସାଇବର ଡେସ୍କକୁ ମୋଟ ୧୨୦୭ଟି କଲ ଆସିଛି । ଭୁବନେଶ୍ୱରରୁ ୩୬୮ ଟି କଲ । ଭୁବନେଶ୍ୱର ବାହାରୁ ବଳକା ୮୩୯ଟି କଲ ଆସିଛି । ଭୁବନେଶ୍ୱରରେ ୨୨୯ କଲ୍ ଠକେଇ ସମ୍ପର୍କୀତ କଲ୍ ।

ମାସକରେ ଏକ କୋଟି ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କା ଠକିଛନ୍ତି ସାଇବର ଠକ । ଏକ କୋଟି ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କା ମଧ୍ୟରୁ ଭୁବନେଶ୍ୱରରେ ୫୨ ଲକ୍ଷ ୧୬ ହଜାର୪୮୩ ଟଙ୍କା ଠକେଇ ପରିମାଣ ରହିଛି । ବଳକା ୮୮ ଲକ୍ଷ ୩୮ ହଜାର ୪୬୧ ଟଙ୍କା ଅନ୍ୟ ଜିଲ୍ଲାରୁ ଠକେଇ ହୋଇଛି ।

ସାଇବର ଠକ ଠାରୁ ପୋଲିସ ୭ ଲକ୍ଷ ୧୯ ହଜାର ୭୧୧ ଟଙ୍କା ଫେରାଇ ଆଣିଛି । ସାଧାରଣତଃ ୩ ପ୍ରକାର ଠକେଇ ଅଧିକ ହେଉଛି । ୟୁପିଆଇ ଠକେଇ- ୨୮୯, କ୍ରେଡିଟ ଓ ଡେବିଟ କାର୍ଡରୁ ୪୬ ଓ ଅନ୍ୟାନ୍ୟ କଲ ୮୭୨ ଟି ଠକେଇ କଲ ଆସିଛି ।

କଟକ: ନକଲି ଓ ଅପମିଶ୍ରିତ ମସଲାଗୁଣ୍ଡ, ସସ୍‌ ଓ ଘିଅକୁ ନଷ୍ଟ କଲା ପୋଲିସ

କଟକ: କଟକରେ ଜବତ ନକଲି ସାମଗ୍ରୀକୁ ଆଜି ପୁଣି ନଷ୍ଟ କରିଛି କମିଶନରେଟ ପୋଲିସ । ଆଜି ତିନୋଟି କମ୍ପାନୀର ନକଲି ଓ ଅପମିଶ୍ରିତ ହଳଦୀ, ଲଙ୍କାଗୁଣ୍ଡ, ମସଲାଗୁଣ୍ଡ, ସସ୍‌ ଓ ଘିଅକୁ ନଷ୍ଟ କରିଛି ପୋଲିସ । ହାଇକୋର୍ଟରୁ ନିର୍ଦ୍ଦେଶ ପାଇବା ପରେ ଏହି ସମସ୍ତ ଅପମିଶ୍ରିତ ଖାଦ୍ୟ ସାମଗ୍ରୀକୁ ପୋତି ନଷ୍ଟ କରାଯାଇଛି । ଗତ ନଭେମ୍ବର ୧୪ ତାରିଖରେ ଚଢ଼ାଉ କରି ଏସବୁ ନକଲି ସାମଗ୍ରୀ ଜବତ କରାଯାଇଥିଲା ।

ଦିଲ୍ଲୀରେ ଭୁଶୁଡ଼ିଲା ଘର; ଦବିଗଲେ ୫ ଜଣ

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବଡ଼ ଦୁର୍ଘଟଣା। ପୁରୁଣା ଦିଲ୍ଲୀର ସରଦ ବଜାରସ୍ଥିତ ଏକ ଘର ଭୁଷୁଡ଼ି ୫ ଜଣ ଦବିଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନିସମ ବାହିନୀ ପହଞ୍ଚି  ସମସ୍ତଙ୍କୁ ଉଦ୍ଧାରକରିଛି। ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ଯେ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।

ସୂଚନା ମୁତାବକ ଏହି ଦୁର୍ଘଟଣା ସାଦର ବଜାରର କୁରେଶି ନଗରର ଚାର୍କି ଗାଲିରେ ଘଟିଛି। ସକାଳ ୧୦.୩୦ ରେ ଏହି ଦୁର୍ଘଟଣା ଘଟିଛି। ଏଥି ସହିତ ରବିବାର ଦିନ ଦିଲ୍ଲୀର ଓଖଳା ଫେଜ୍-୨ ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଖବର ନଜରକୁ ଆସିଛି। ଏହା ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ସୂଚନା ଅନୁୟାୟୀ ସଞ୍ଜୟ କଲୋନୀରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକୈାଣ୍ଡ ଏତେ ଭୟଙ୍କର ଥିଲା  ଯେ ଏହା ବହୁ ଦୂରରୁ ବି ସ୍ପଷ୍ଟ ଦେଖାଯାଉଥିଲା।

ପରେ ସ୍ଥାନୀୟ ଲୋକ ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ପାଖାପାଖି ୨୭ଟି ଦମକଳ ଗାଡ଼ି ଏହି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଏ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତକରୁଛି. ତେବେ ଘଟଣାରେ କେହେି ମୃତାହତ ହେବାର ଖବର ମିଳିନାହିଁ ।

କୋଇଲା ରୟାଲ୍ଟି ପ୍ରସଙ୍ଗ: ଓଡ଼ିଶା ସ୍ୱାର୍ଥକୁ ଅଣଦେଖା,ବଢିବନି ରୟାଲ୍ଟି

ନୂଆଦିଲ୍ଲୀ: କୋଇଲା ରୟାଲ୍ଟି ପ୍ରସଙ୍ଗରେ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ସାଂସଦ ସସ୍ମିତ ପାତ୍ର । କୋଇଲା ରୟାଲିଟି ପୁନଃସମୀକ୍ଷା ପାଇଁ କେନ୍ଦ୍ର ସରକାର କେଉଁଭଳି ପଦକ୍ଷେପ ନେଇଛନ୍ତି ଏବଂ ଓଡ଼ିଶା ଭଳି ରାଜ୍ୟର କୋଇଲା ରୟାଲିଟି ବୃଦ୍ଧି ପାଇଁ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ସସ୍ମିତ । ସେପଟେ ସସ୍ମିତଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।

କେନ୍ଦ୍ର ଖଣିମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ, ୧୯୫୭ ଖଣି ଓ ଖଣିଜ ଆଇନ ଧାରା ୯(୩) ଅନୁସାରେ କେନ୍ଦ୍ର ସରକାର ସରକାରୀ ଗ୍ୟାଜେଟରେ ବିଜ୍ଞପ୍ତି ଜରିଆରେ ଦ୍ୱିତୀୟ ସେଡ୍ୟୁଲର ସଂସୋଧନ କରିପାରିବେ । ଯାହାଦ୍ୱାରା ଯେକୌଣସି ଖଣିଜ ପଦାର୍ଥର ରୟାଲ୍ଟି ବୃଦ୍ଧି କିମ୍ବା ହ୍ରାସ କରିପାରିବେ । ତେବେ ସର୍ତ୍ତ ହେଉଛି ଯେ,୩ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ରୟାଲ୍ଟିରେ ଥରକରୁ ଅଧିକ ବୃଦ୍ଧି କରି ନଥିବେ । ଆଇନ ଅନୁସାରେ ପ୍ରତି ତିନିବର୍ଷରେ ଖଣିଜ ପଦାର୍ଥର ରୟାଲିଟି ବୃଦ୍ଧି କରିବା ବାଧ୍ୟତାମୁଳକ ନୁହେଁ ।

ତରୟାଲ୍ଟି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ରୟାଲିଟି ବୃଦ୍ଧି ପାଇଁ ସରକାର ଏକ କମିଟି ଗଠନ କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୧.୭.୨୦୧୪ରେ ଏହି କମିଟି ଗଠନ ହୋଇଥିବା ସ୍ପଷ୍ଟ କରିଛନ୍ତି ପ୍ରହ୍ଲାଦ ଯୋଶୀ । ଯେଉଁ କମିଟି ସମସ୍ତ ରାଜ୍ୟକୁ ଗସ୍ତ କରିବା ସହରୟାଲ୍ଟି ବୃଦ୍ଧି ପ୍ରସଙ୍ଗରେ ଅନୁସନ୍ଧାନ ମଧ୍ୟ କରିଛି । ଏବଂ କେନ୍ଦ୍ରକୁ ଏ ବାବଦରେ ରିପୋର୍ଟ ମଧ୍ୟ ପ୍ରଦାନ କରିଛି । ଯେଉଁ ରିପୋର୍ଟରେ ରୟାଲ୍ଟି ବୃଦ୍ଧି କରିବାକୁ କୌଣସି ପ୍ରସ୍ତାବ ଦିଆ ଯାଇନଥିଲା । କମିଟି ତାଙ୍କ ରିପୋର୍ଟରେ ରୟାଲ୍ଟି ବୃଦ୍ଧି ନକରିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ ।

ରାଜ୍ୟ ସଭାରୁ ବିଦାୟ ନେଲେ ଗୁଲାମ ନବୀ, ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟସଭାରୁ ବିଦାୟ ନେଉଛନ୍ତି କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୪ ସାଂସଦ । ଗୃହରେ ଦିଆଯାଉଛି ବିଦାୟୀ ଭାଷଣ । ପୁଣି ଥରେ ରାଜ୍ୟସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଲାମନବୀ ଆଜାଦଙ୍କ ବିଦାୟକାଳୀନ ଦିବସରେ ନିଜର ବାର୍ତ୍ତା ପ୍ରେରଣ କରିଛନ୍ତି ମୋଦି । ଆଉ ଏହି ବାର୍ତ୍ତା କେବଳ ବିଦାୟର ନଥିଲା ବଂର ଏହା ଥିଲା ଭାବପୂର୍ଣ୍ଣ ବାର୍ତ୍ତା । ଯେଉଁଥିରେ ଭାବବିହ୍ବଳ ହୋଇପଡିବା ସହ ନିଜର ଅଶ୍ରୁକୁ ସମ୍ବରଣ କରିପାରିନଥିଲେ ପ୍ରଧାନମନ୍ତ୍ରୀ ।

ଗୁଲମ ନବୀ ଆଜାଦଙ୍କ ଅନେକ ଘଟଣାକୁ ସଂସଦରେ ମନେ ପକାଇଥିଲେ ମୋଦି । ପରିବାର ମୁଖିଆ ଭାବେ ଆଜାଦ ନିଜର ଦାୟିତ୍ୱ ତୁଲାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ସରକାରରେ ରୁହନ୍ତୁ ଅବା ବିପକ୍ଷରେ । ସର୍ବଦା ଦେଶ ପାଇଁ କରିଯାଇଥିବା କାର୍ଯ୍ୟ ତାଙ୍କୁ ଗୃହ ମନେପକାଇବ । ସେହିପରି କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଗୁଲାମନବୀଙ୍କ ଭୂମିକାକୁ ଗୃହରେ ସ୍ମୃତି ପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ ।

ନିଜ ସମ୍ବୋଧନରେ ମୋଦି କହିଛନ୍ତି, କାଶ୍ମୀରରେ ଗୁଜୁରାଟ ଯାତ୍ରୀଙ୍କ ଉପରେ ଯେବେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏନେଇ ପ୍ରଥମେ ତାଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ ଗୁଲାମନବୀ ଆଜାଦ । ଏ ଫୋନ କେବଳ ସୂଚନା ଦେବା ପାଇଁ ନଥିଲା ବଂର ଏହା ଥିଲା ଜଣେ ପରିବାରର ମୁଖିଆଙ୍କ ଫୋନ । ନିଜେ ଏହି ଘଟଣାରେ କୋହ ସମ୍ଭାଳିପାରିନଥିଲେ । ମୃତାହତଙ୍କ ପରିବାରକୁ ସମେବେଦନା ଜଣାଇବା ସହ ସେମାନଙ୍କୁ ସ୍ବାନ୍ତନା ପ୍ରକଟ କରିବାକୁ ଅନୁରୋଧ କରିଥିଲେ । ଏହି ମୂହୂର୍ତ୍ତକୁ ଗୃହରେ ମନେ ପକାଇ ଭାବବିହ୍ବଳ ହେବା ସହ ଗୁଲାମନବୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

Indo-China border dispute: ଭିକେ ସିଂଙ୍କ LAC ବୟାନକୁ ନେଇ ଅଡୁଆରେ ଭାରତ,ଚୀନକୁ ମିଳିଲା ମୌକା

ନୂଆଦିଲ୍ଲୀ: ଭାରତକୁ ଟାର୍ଗେଟ କରିବାକୁ ଚୀନକୁ ମିଳିଯାଇଛି ଏକ ନୂଆ ମଉକା। କେନ୍ଦ୍ର ପରିବହନ ମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଭି.କେ ସିଂ  ଏମିତି କିଛି ବୟାନ ଦେଇଛନ୍ତି ଯାହା ଦ୍ୱାରା ଚୀନ୍ ଭାରତକୁ ଟାର୍ଗେଟ କରିବାର ସୁଯୋଗ ପାଇଛି। ଜେନେରାଲ ଭି.କେ ସିଂ ରବିବାର କହିଛନ୍ତି ଯେ ଚୀନ୍ ଅପେକ୍ଷା ଭାରତ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) କୁ ଅଧିକଥର ଉଲ୍ଲଂଘନ କରିଛି। ବାସ୍ ଏହାପରେ ଚାଇନା ଏହି ସୁଯୋଗକୁ ହାତଛଡ଼ା କରିନାହିଁ । ଚାଇନା ଭି.କେ ସିଂଙ୍କ ବୟାନ ନେଇ କହିଛି ଯେ ଭାରତ ଅଜାଣତରେ ନିଜର ଭୁଲକୁ ସ୍ୱୀକାର କରିଛି ଯେ ଏହା କ୍ରମାଗତ ଭାବରେ LAC କୁ ଉଲ୍ଲଂଘନ କରୁଛି।

ସୋମବାର ଦିନ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ, ଏକ ସାମ୍ବାଦିକ ସମ୍ମିଳନୀରେ ଭି.କେ ସିଂଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହା ଭାରତର ଅଜାଣତରେ ସ୍ୱୀକାର କରିଥିବା ଏକ ଭୁଲ। ଭାରତ ଦୀର୍ଘ ଦିନ ଧରି ସୀମା ଉଲ୍ଲଂଘନ କରିଆସୁଛି ଏବଂ ଏହା ଚୀନ୍ ସୀମାରେ ଅନାଧିକାର ପ୍ରବେଶ କଲା ଭଳି। ଭାରତର ଏଭଳି କରିବା କ୍ରମାଗତ ଭାବେ ସୀମାରେ ଉତ୍ତେଜନା ସ୍ଥିତି ସୃଷ୍ଟି କରୁଛି। ଭାରତ-ଚୀନ୍ ସୀମାରେ ଲଢ଼େଇର ଏହା ହିଁ ହେଉଛି ମୂଳ କାରଣ। ମୁଁ ଭାରତକୁ ଅନୁରୋଧ କରିବି ଯେ ସୀମା ଚୁକ୍ତିନାମା ପାଳନ କରନ୍ତୁ ଯାହା ଦ୍ୱାରା ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିବ।’

ଭିକେ ସିଂଙ୍କର ଏହି ଟିପଣୀ ଭାରତର ସରକାରୀ ବୟାନରୁ ସମ୍ପୂର୍ଣ୍ଣ ଭିନ୍ନ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଅନେକ ଥର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତ କେବେବି LAC କୁ ଉଲ୍ଲଂଘନ କରି ନାହିଁ। ଗତ ବର୍ଷ ଜୁନ୍ ମାସରେ ଲଦାଖର ଗଲୱାନ୍ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତର ୨୦ଜଣ ଯବାନ ସହିଦ ହୋଇଥିଲେ । କିଛି ଚୀନ୍ ସୈନିକଙ୍କର ବି ମୃତ୍ୟୁ ହୋଇଥିଲା । ତେବେ ଏହା ପରେ ଅନୁରାଗ ଶ୍ରୀବାସ୍ତବ କହିଥିଲେ, “ଭାରତୀୟ ସେନା ପ୍ରକୃତ ନିୟନ୍ତ୍ରଣ ରେଖା ବୁଝନ୍ତି ଏବଂ ଏହାକୁ ଅନୁସରଣ କରନ୍ତି। ଆମର ସୈନିକମାନେ ଗାଲଭାନ୍ ଘାଟି ସମେତ LACରେ ପାଟ୍ରୋଲିଂ କରୁଛନ୍ତି। ଭାରତ LAC  ନିକଟରେ ଯାହା ବି ନିର୍ମାଣ କରିଛି ତାହା ନିଜ ସୀମା ଭିତରେ ହିଁ କରିଛି। ଭାରତ LAC ବାହାରେ କେବେ ବି କୌଣସି ପଦକ୍ଷେପ ନେଇ ନାହିଁ। ଭାରତ କେବେବିଏକତରଫା  LACର ସ୍ଥିତି ବିଗାଡ଼ିବାକୁ ଚେଷ୍ଟା କରିନାହିଁ।”

ପାରଳାଖେମୁଣ୍ଡିରେ ବିଜେଡିର ଯୁବଛାତ୍ର ନେତୃତ୍ୱ ସମ୍ମିଳନୀ

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ବିଜେଡିର ଯୁବଛାତ୍ର ନେତୃତ୍ୱ ସମ୍ମିଳନୀ । ଗଜପତି ଷ୍ଟାଡିୟମରେ ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମରେ ବିଜେଡି ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତା ଓ ବରିଷ୍ଠ ନେତାମାନେ ଯୋଗଦେବେ ।

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜେଡି ଯୁବ ବ୍ୟାପାର ସାଧାରଣ ସମ୍ପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ ଓ ବହୁ ବରିଷ୍ଠ ନେତା ଏହି ବିଶାଳ ସମାବେଶରେ ଯୋଗଦେଇ ଦଳକୁ ମଜଭୁତ କରିବା ପାଇଁ ଯୁବସମାଜକୁ ପରାମର୍ଶ ଦେବେ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଯୁବଛାତ୍ର ନେତୃତ୍ୱ ସମ୍ମିଳନୀରେ ଆୟୋଜନ କରାଯାଇଛି ।

ପୋଲିସକୁ ଚୋର ଭାବି ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ, ୨ ଆହତ

ଢେଙ୍କାନାଳ: ଚୋର ସନ୍ଦେହରେ ପୋଲିସକୁ ପିଟିଲେ ଗାଁ ଲୋକେ । ଢ଼େଙ୍କନାଳ ସଞ୍ଜପଡା ଗାଁରେ ପୋଲିସ୍ ଗାଁ ଲୋକେ ମୁହାଁମୁହିଁ । ଚୋର ଧରିବାକୁ ସାଧା ପୋଷାକରେ ଗାଁକୁ ଯାଇଥିବା ପୁଲିସକୁ ଚୋର ଭାବି ମାଡ ମାରିବା ସହ ଗାଡି ଭଙ୍ଗାରୁଜ୍ଜା କରିଛନ୍ତି ସ୍ଥାନୀୟ ଲୋକେ । ଆକ୍ରମଣରେ ୨ଜଣ ପୋଲିସ୍ ଆହତ ହୋଇଛନ୍ତି । ପୁଲିସ ସେମାନଙ୍କର ପରିଚୟ ଦେବା ପରେ ମଧ୍ୟ ଗାଁ ଲୋକ ଶୁଣି ନଥିଲେ । ଖବର ପାଇ ବଅଁରପାଳ ପୋଲିସ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଗାଁରେ ୪ପ୍ଲାଟୁନ୍ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି । ପୋଲିସ୍ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଥିବା ଜଣା ପଡିଛି ।

ସୂଚନା ଅନୁଯାୟୀ ଗତ ୪ ତାରିଖରେ ଗାଁରେ କିଛି ଦୁର୍ବୃତ୍ତ ପାଇସ ଚୋରୀ କରିବାକୁ ଆସିଥିଲେ । ଗାଁ ଲୋକ ପୋଲିସରେ ଖବର ଦେବାପରେ ୩ ଜଣ ଅଭିଯୁକଙ୍କୁ ଗିରଫ କରାଯାଇଥିଲା । ତେବେ ସେହି ଚୋର ମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା ଏବଂ ତାକୁ ଧରିବା ପାଇଁ ଦୁଇ ଜଣ ପୋଲିସ ସାଧା ପୋଷାକରେ ଗାଁକୁ ଆସିଥିଲେ ।  ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ଏବଂ ତାକୁ ଗିରଫ କରି ଫେରିବା ସମୟରେ ଗାଁ ଲୋକ ତାଙ୍କୁ ପିଲା ଚୋର ବୋଲି ଭାବି ନିର୍ଦ୍ଧୁମ ମାଡ଼ ମାରିଥିଲେ ।

ପୋଲିସର ପରିଚୟ ଦେବା ପରେ ମଧ୍ୟ ଗାଁ ଲୋକ ତାଙ୍କୁ ଛାଡ଼ିନଥିଲେ । ପରବର୍ତ୍ତୀ ସମୟରେ ପଅଁରପାଳ ଏବଂ କଣ୍ଟାବଣିଆ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲେ । କିନ୍ତୁ ପୋଲିସକୁ ମଧ୍ୟ ଗାଁ ଲୋକ ମାଡ଼ ମାରିବାକୁ ପଛାଇନଥିଲେ । ଏମିତିକି ପୋଲିସ ଗାଡ଼ି ଏବଂ ଚୋର ଧରିବା ପାଇଁ ଆସିବାକୁ ବ୍ୟବହାର ହୋଇଥିବା କାରକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ଗାଁ ଲୋକ ।

ପରବର୍ତ୍ତୀ ସମୟରେ ଗାଁରେ ୪ପ୍ଲାଟୁନ୍ ପୋଲିସ ଫୋର୍ସ ମୃତୟନ ହୋଇଛି । ପୋଲିସ୍ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଥିବା ଜଣା ପଡିଛି ।