ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣକୁ ରାଷ୍ଟ୍ରପତିଙ୍କ ପ୍ରଶଂସା; କହିଲେ ବିକାଶ ଅବିଶ୍ୱସନୀୟ

Ramnath kovind

ଭୁବନେଶ୍ୱର: ଓଡ଼ିଶାକୁ ତିନି ଦିନିଆ ଗସ୍ତରେ ଆସି ଫେରିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହେଲେ ପୁରୀର ସୌନ୍ଦର୍ଯ୍ୟକରଣ ଦେଖି ହେଲେ ବିମୋହିତ । ବିକାଶ ଦେଖି ହେଲେ ଆଶ୍ଚର୍ଯ୍ୟ । ଗଲା ବେଳକୁ କହିଗଲେ ପୁରୀର ବିକାଶ ଅବିଶ୍ୱସନୀୟ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ଉଚ୍ଚକୋଟିର । ଉନ୍ନତିମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ ଏଭଳି ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶ୍ରୀଜିଉଙ୍କ ଦର୍ଶନ ପରେ କୋଣାର୍କ ଓ ଆଇଓସିଏଲ୍‌ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ । ପରେ ଅପରାହ୍ନରେ ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ।

ସୋମବାର ସାକଳୁ ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ନେଇ ନିଜ ଦରମାରୁ ଏକଲକ୍ଷ ଟଙ୍କା ଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାମହିମଙ୍କୁ ନାଗାର୍ଜୁନ ବେଶର ଏକ ପଟ୍ଟଚିତ୍ର ଉପହାର ସ୍ୱରୂପ ଦିଆଯାଇଛି । ଗର୍ଭଗୃହରେ ଅବକାଶ ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରି ଅତ୍ୟନ୍ତ ଭାବ ବିହ୍ଵଳ ହୋଇ ପଡିଥିଲେ ରାଷ୍ଟ୍ରପତି । ତେବେ ଏହି ଗସ୍ତ ସମୟରେ ଶ୍ରୀମନ୍ଦିର ଚାରିପଟ ସୌନ୍ଦର୍ଯ୍ୟକରଣକୁ ଖୁବ୍ ପ୍ରଶଂସା କରିଥିଲେ ମହିମହିମ ରାଷ୍ଟ୍ରପତି ।

ପୁରୀର ବିକାଶ ଅବିଶ୍ୱସନୀୟ । ଶ୍ରୀମନ୍ଦିର ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାମ ଅତି ଉଚ୍ଚକୋଟିର । ୨୦୧୮ ଓ ୨୦୨୧ର ବଡ଼ଦାଣ୍ଡ ଭିତରେ ଆକାଶ ପାତାଳ ଫରକ । ଦେଶ ବିଦେଶର ପର୍ଯ୍ୟଟକଙ୍କୁ ବିମୋହିତ କରିବ ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦର୍ଶନ ସାରି ରାଷ୍ଟ୍ରପ୍ରତି ପୁରୀର ବିକାଶକୁ ନେଇ ରାଜ୍ୟ ସରକାରଙ୍କୁ କରିଛନ୍ତି  ପ୍ରଶଂସା । ସ୍ୱତନ୍ତ୍ର ବାୟୁସେନା ହେଲିକପ୍ଟର ଯୋଗେ ପୁରୀ ହେଲିପ୍ୟାଡ଼ରେ ଓହ୍ଲାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଧର୍ମ ପତ୍ନୀ । ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ଜିଲ୍ଲାପାଳ, ଏସ୍‌ପି ଓ ସ୍ଥାନୀୟ ବିଧାୟକ । ସେଠାରୁ ସେ ସିଧାସଳଖ କାରକେଡ୍‌ରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ସିଂହଦ୍ୱାର ସାମ୍ନାରେ ଗଜପତି ମହାରାଜା, ବରିଷ୍ଠ ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ଶୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ବାଇଶି ପାହାଚ, ଅରୁଣସ୍ତମ୍ଭ ପରିକ୍ରମା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ରାମନାଥ ।

Leave a Reply