spot_img
Home Blog Page 6005

ବିବାଦୀୟ ଏନଏମଏର ଚିଠା ବାଇ ଲ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସେବାୟତ

ଭୁବନେଶ୍ୱର: ବିବାଦୀୟ ଏନଏମଏର ଚିଠା ବାଇ ଲ ପ୍ରତ୍ୟାହାର ହେବା ପରେ ଶ୍ରୀମନଦୀର ସେବାୟତମାନେ ଆସ୍ୱସ୍ତି ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ଏଭଳି ଏକ କଳା ଚିଠା ଅଧିନିୟମ ପ୍ରତ୍ୟାହାର ହେଲା ବୋଲି ସେବାୟତମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇଛି। ଏଥିପାଇଁ ଆଜି ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ନବୀନ ନିବାସରେ ପହଞ୍ଚିଛନ୍ତି। ଜାନୁଆରୀ ୧୮ରେ ଏନଏମଏ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ଏଏସଆଇ ଦ୍ୱାରା ସଂରକ୍ଷିତ ଅନ୍ୟ କେତକ ମନ୍ଦିର ବାବଦରେ ନୋଟିସ ଜାରି କରିଥିଲେ।

ଏଥିପାଇଁ ଫେବୃଆରୀ ୧୮ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ଦୁଇଦିନ ତଳେ ଏ ସମ୍ପର୍କରେ ଜଣାପଡ଼ିବା ପରେ ଶ୍ରୀମନ୍ଦିର ସେବାୟତ, ଭକ୍ତ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ବାଇ ଲ ଲାଗୁ ହୋଇଥିଲେ ବହୁ ସେବାୟତ ପରିବାର କ୍ଷତିଗ୍ରସ୍ତ ହୋଇଥାନ୍ତେ ଓ ଜୀବନ ଜୀବିକା ମଧ୍ୟ ହରାଇଥାନ୍ତେ। ଶ୍ରୀମନ୍ଦିର ଠାରୁ ୩୦୦ ମିଟର ପରିଧି ମଧ୍ୟରେ ବିଭିନ୍ନ ପ୍ରକାର କଟକଣା ଏହି ବାଇ ଲ ରେ ରହିଥିଲା।

ଏପରିକି ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ସରକାର ଆରମ୍ଭ କରିଥିବା ବିକାଶମୂଳକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥାନ୍ତା। ଏଭଳି ଏକ ବାଇ ଲ କୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ବିରୋଧ କରିଥିଲେ। ବିଜେଡି ସାଂସଦମାନେ ଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ବାଇ ଲ ପ୍ରତ୍ୟାହାର ପାଇଁ ଦାବି କରିବା ପରେ ଏନଏମଏ ଏହାକୁ ପ୍ରତ୍ୟାହାର କରିଥିଲା ।

ପ୍ୟାକେଟ ପୁରା ନାମିଦାମି ହେଲେ ଭିତରେ ରହିଛି ନକଲି ମିକ୍ସଚର, ଖାଲି ପଡ଼ିଛି ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପଦବୀ

ଢ଼େଙ୍କାନଳ: ନାଁ ଅସଲି, ହେଲେ ଜିନିଷ ନକଲି। ପ୍ୟାକେଟ୍‌ ରେ ନାହିଁ କମ୍ପାନୀର ଠିକଣା। ରାଜ୍ୟର ବିଭିନ୍ନ ସ୍ଥାନରୁ ଧରାପଡ଼ୁଛି ନକଲି ଖାଦ୍ୟର କାରଖାନା। ଯାହାକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା ଏବେ ଅସଲି ଆଉ ନକଲି। ତେବେ ନକଲି ଖାଦ୍ୟର ଚେର ଏବେ ଢ଼େଙ୍କାନାଳକୁ ଲମ୍ବିଲାଣି। ବଜାର ରେ ମିଳୁଛି ନାମିଦାମୀ କମ୍ପାନୀର ବ୍ରାଣ୍ଡ ଥାଇ ନକଲି ମିକ୍ସଚର। ଜାହାର ଠୋସ ପ୍ରମାଣ ଲାଗିଛି ନନ୍ଦିଘୋଷ ଟିଭି ହାତରେ। ଖାଦ୍ୟ ନାଁରେ ବିକ୍ରି ହେଉଛି ଜହର। ମିକ୍ସଚର ଖାଇଲେ ପାଟି ପୋଡ଼ୁଛି, ପେଟ କାଟୁଛି ଓ ମୁଁଣ୍ଡ ବୁଲାଉଛି। ଅଶି ଟଙ୍କାର ମିକ୍ସଚର କିଣି ଔଷଧ ରେ ଖର୍ଚ୍ଚ ହେଉଛି ୮୦୦ ଟଙ୍କା।

ଆଜ୍ଞା ହଁ, ଏପରି ଘଟଣା ଦେଖିବାକୁ ମିଳୁଛି ଢେଙ୍କାନାଳ ସହରରେ। ଖାଦ୍ୟ ନାଁ ରେ ଖୁଲମ ଖୁଲା ବିକ୍ରି ହେଉଛି ଜହର। ବଜାରରେ ଏବେ ବିଭିନ୍ନ ନକଲି ଖାଦ୍ୟ ସାମଗ୍ରୀ ବିକ୍ରିର ଲାଗିଛି ପ୍ରତିଯୋଗିତା। କୋଉଟା ଅସଲି, କୋଉଟା ନକଲି, ତାହା ଜାଣିବା ପାଇଁ ଦ୍ଵନ୍ଦ ରେ ଖାଉଟି।

ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏପରି ଏକ ସୁରାକ୍। ପ୍ରିୟା ଗୋଲ୍ଡ ନାମକ ନାମିଦାମୀ କମ୍ପାନୀର ବ୍ରାଣ୍ଡରେ ବିକ୍ରି ହେଉଛି ନକଲି ମିକ୍ସଚର। ପ୍ୟାକେଟ ର ପଛପାଖେ ଗ୍ରାହକଙ୍କ ପାଇଁ ରହିଥିବା ବିବରଣି ଗୁଣିକ ଫାଙ୍କା ରହିଛି। କିନ୍ତୁ ବିବରଣୀ କିଛି ନଥାଇ ମଧ୍ୟ ୩ ମାସ ପୂର୍ବରୁ ବ୍ୟବହାର କରିବା ପାଇଁ ଲେଖାଯାଇଛି। ଯାହାକୁ ସ୍ୱୀକାର କରିଛନ୍ତି ଖାଉଟି ଓ ଦୋକାନୀ।

ସେପଟେ ଜିଲ୍ଲାରେ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି। ଯାହାର ଭରପୁର ଫାଇଦା ଉଠାଉଛନ୍ତି କଳାବଜାରୀ ଓ ନକଲି ଖାଦ୍ୟ ନିର୍ମାତା। ପ୍ରଶାସନର ଅବହେଳାରୁ ଦିନକୁ ଦିନ ବଢିଚାଲିଛି ନକଲି ଖାଦ୍ୟର କଳାବଜାରୀ। ବିପଦରେ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ଧନଜୀବନ। ଏହିଭଳି ସମସ୍ୟା ପ୍ରତି ଧ୍ୟାନ ଦେବା ସହିତ ଦୃଢ କାର୍ଯାନୁଷ୍ଠାନ ଦାବି ହୋଇଛି ।

ପରିବା ବ୍ୟବସାୟୀଙ୍କ ଉପର ଚଢ଼ିଗଲା ପିକ୍‌ଅପ୍‌ ଭ୍ୟାନ, ଜଣେ ମୃତ ୩ ଗୁରୁତର

ଟିଟିଲାଗଡ଼: ଟିଟିଲାଗଡ଼ ପୋଲିସ ଥାନା ନିକଟରେ ଥିବା ପରିବା ହାଟ ଉପରେ ଚଢିଗଲା ପିକ୍‌ଅପ୍‌ ଭ୍ୟାନ। ପରିବା ବ୍ୟବସାୟ ସମୟରେ ଘଟିଲା ଅଘଟଣ। ଘଟଣା ସ୍ଥଳରେ ଜଣେ ପରିବା ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ପରିବା ବିକାଳୀ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଟାଉନ୍‌ ଉପରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି।

ପ୍ରତି ଦିନଭଳି ଆଜି ପରିବା ବେପାରୀମାନେ ଟିଟିଲାଗଡ଼ ଓଭରବ୍ରିଜ୍‌ ତଳେ ପରିବା ବେପାର କରୁଥିଲେ। ତେବେ ବେପାର ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପନିପରିବା ଦୋକାନୀଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତ ମହିଳାଙ୍କ ଘର ଟିଟିଲାଗଡ଼ ମଦଭାଟି ପଡାର ବୋଲି ଜଣାପଡ଼ିଛି।

କୋଭିଡ୍‌ ଟିକା ରିଆକ୍ସନ: ଦୁଇ ନର୍ସିଂ ଛାତ୍ରୀ ଗୁରୁତର, ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ବଲାଙ୍ଗିର ସଦାଇପାଲି ସାଇଟ୍ ନର୍ସିଂ କଲେଜ୍‌ରେ ଅଘଟଣ । କୋଭିଡ୍ ଟିକା ନେଇ ଦୁଇ ଜଣ ଛାତ୍ରୀ ଗୁରୁତର । ଗୁରୁତର ଦୁଇ ଛାତ୍ରୀଙ୍କୁ କଲେଜ ମେଟ୍ରନ୍ ଏକ ଅଟୋରେ ଆଣି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତି କରିଛନ୍ତି । ଗୁରୁତର ଛାତ୍ରୀମାନେ ହେଲେ ଜିଏନଏମ୍ ତ୍ରୁତୀୟ ବର୍ଷ ଛାତ୍ରୀ ସୁନୀତା ସାହୁ ଓ ସ୍ମିତା ସୁନା ।

ସୋମବାର ସାଇଟ୍ ନର୍ସିଂ କଲେଜର ପ୍ରାୟ ୭୦ ଜଣ ଛାତ୍ରୀ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ କୋଭିଡ୍‌ ଟିକାକରଣ କେନ୍ଦ୍ରରେ କୋଭିସିଲଡ୍ ଟୀକା ନେଇଥିଲେ । ପ୍ରାୟ ଛାତ୍ରୀଙ୍କ ମଧ୍ୟରେ ସାମାନ୍ୟ ପାର୍ଶ୍ୱପ୍ରତିକ୍ରୀୟା ଦେଖିବାକୁ ମିଳିଥିବା ବେଳେ ଜିଏନଏମ୍ ତୃତୀୟ ବର୍ଷରେ ପଢୁଥିବା କଳାହାଣ୍ଡି ଜିଲ୍ଲା ଡୁଙ୍ଗୁରିଗୁଡାର ସ୍ମିତା ସୁନା ଓ ଅନୁଗୁଳର ସୁନୀତା ସାହୁ ମଙ୍ଗଳବାର ଅପରାହ୍ନରେ ହୋଷ୍ଟେଲରେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିଲେ ।

Covid Reaction

ସୁନୀତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଡାକ୍ତରଖାନାର କାଜୁଆଲିଟିରେ ଅକ୍ସିଜେନ୍ ଲଗାଯାଇ ଚିକିତ୍ସା କରାଯାଉଛି । ସ୍ମିତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ ଛାଡି ଦିଆଯାଇଥିବା ସୂଚନା ରହିଛି । ହେଲେ ସୁନୀତାଙ୍କୁ ମେଡିକାଲରେ ଅବଜରଭେସନ୍‌ରେ ରଖି ଚିକିତ୍ସା କରାଯାଉଛି । ଭୟ ଯୋଗୁଁ ଏଭଳି ପରସ୍ଥିତି ଉପୁଜିଥିବା ନେଇ ଅନୁମାନ କରାଯାଉଥିବା ବେଳେ ତଦନ୍ତ ପରେ ସଠିକ୍‌ କାରଣ ଜଣାପଡିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଭୀମ ସାହୁ ଏନେଇ ସୂଚନା ଦେଇଛନ୍ତି ।

New Labor Code: ନୂଆ ଲେବର କୋଡ୍ ଲାଗୁ ହେଲେ ତିନି ଦିନ ମିଳିବ ଛୁଟି,କିନ୍ତୁ ସର୍ତ୍ତ ହେଉଛି…

0

ନୂଆଦିଲ୍ଲୀ: ଏଣିକି ସପ୍ତାହରେ ମିଳିବ ୩ଦିନ ଛୁଟି। ଆଉ କେବଳ ରବିବାରକୁ କରିବାକୁ ପଡ଼ିବନି ଅପେକ୍ଷା। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଆଣିବାକୁ ଯାଉଛି ନୂଆ ଲେବର କୋଡ୍। ଏହି ନୂଆ ଲେବର କୋଡରେ, କମ୍ପାନୀଗୁଡ଼ିକୁ  କର୍ମଚାରୀଙ୍କୁ ସପ୍ତାହରେ ମାତ୍ର ୪ଦିନ କାମ କରେଇବାକୁ ପ୍ରସ୍ତାବ ଦିଆଯିବ। ଯାହାଫଳରେ କର୍ମଚାରୀଙ୍କୁ ସପ୍ତାହରେ ୩ ଦିନ ଛୁଟି ମିଳିବ। ଏଥିସହିତ କମ୍ପାନୀ କର୍ମଚାରୀଙ୍କର ରାଜ୍ୟ ବୀମା ଅଧୀନରେ ମାଗଣା ଡାକ୍ତରୀ ଚେକଅପ୍ ସୁବିଧା ବି ଯୋଗାଇବ।

ଚାରି ଦିନ କାମ କରିବାର ସବୁଧା ତ ମିଳିବ ହେଲେ କର୍ମଚାରୀମାନଙ୍କୁ ଏକ ସପ୍ତାହରେ ସମୁଦାୟ ୪୮ ଘଣ୍ଟା କାମ କରିବାକୁ ପଡ଼ିବ। ଏହି ନୂଆ ଲେବର କୋଡ ଅନୁଯାୟୀ କର୍ମଚାରୀମାନେ ତିନି ଦିନର ଛୁଟି ପାଇବେ, କିନ୍ତୁ ୱର୍କିଂ ଡେ’ରେ ସେମାନଙ୍କୁ ୧୨ ଘଣ୍ଟା ଡ୍ୟୁଟି କରିବାକୁ ପଡ଼ିବ। ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ସଚିବ ଆପୁର୍ଭା ଚନ୍ଦ୍ର ସୋମବାର ଏହି ବିଷୟରେ ସୂଚନା ଦେଇଛନ୍ତି।

ଅପୁର୍ବା ଚନ୍ଦ୍ର କହିଛନ୍ତି,  ‘ଆମେ ନିଯୁକ୍ତିଦାତା କିମ୍ବା କର୍ମଚାରୀଙ୍କ ଉପରେ ଚାପ ପକାଉ ନାହୁଁ। ସେମାନଙ୍କ ପାଖରେ ଉଭୟ ବିକ୍ଳପ ରହିବ। କାମ କରିବାର ପରିବର୍ତ୍ତିତ ସଂସ୍କୃତିକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଉଛି। ଆମେ ଏଥିରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛୁ। କାର୍ଯ୍ୟ ଦିବସରେ ଆମେ କିଛି ସୁବିଧା ମଧ୍ୟ ଦେବାକୁ ଚେଷ୍ଟା କରିଛୁ। ”ସେ କହିଛନ୍ତି ଯେ ଶ୍ରମ ସଂହିତା(ଲେବର କୋଡ୍) ଅନୁଯାୟୀ ଡ୍ରାଫ୍ଟ ରୁଲ ପ୍ରାୟ ଶେଷ ପର୍ଯ୍ୟାୟରେ ଅଛି ଏବଂ ଅଧିକାଂଶ ରାଜ୍ୟ ଏହାକୁ ପ୍ରସ୍ତୁତ କରିବା ପ୍ରକ୍ରିୟାରେ ସାମିଲ ଅଛନ୍ତି। ଏଥିରେ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟ ସାମିଲ ଅଛନ୍ତି।

ସେ କହିଛନ୍ତି ଯେ ପୂର୍ବରୁ ବି ସପ୍ତାହରେ ୪୮ ଘଣ୍ଟା କାମ କରିବାର ନିୟମ ଥିଲା। ଏବେ ବି ଏହା ଜାରି ରହିବ। ପରିବର୍ତ୍ତନ ବାସ ଏତିକି ହେବ ଯେ ୪ ଦିନରେ ୪୮ ଘଣ୍ଟା କାମ କରିବାକୁ ପଡ଼ିବ। କିନ୍ତୁ କର୍ମଚାରୀ ଏବଂ ନିଯୁକ୍ତିଦାତା ଉଭୟ ଏହି ପରିବର୍ତ୍ତନରେ ସହମତ ହେବା ଆବଶ୍ୟକ। ନୂଆ ନିୟମର ପାଳନକରିବାକୁ କାହା ଉପରେ ବି ଚାପ ପକାଯିବନାହିଁ।

କୋଟିଆ ନିର୍ବାଚନ ପ୍ରସଙ୍ଗ : ଆନ୍ଧ୍ର ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ଓଡ଼ିଶାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ଭୁବନେଶ୍ୱର: ଓଡ଼ିଶାର କୋଟିଆରେ ନିର୍ବାଚନ ପାଇଁ ଆନ୍ଧ୍ର ସରକାର ଉଦ୍ୟମ କରୁଛନ୍ତି । ଏଥିପାଇଁ  ଆନ୍ଧ୍ର ପ୍ରଦେଶର ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ  ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ। ଏନେଇ  ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିବେ ସରକାର। ଏଥିପାଇଁ ଶିବଶଙ୍କର ଦାସଙ୍କୁ ଓକିଲ ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର ।

ଆସନ୍ତା ୧୩ରେ ୩ଟି ପଞ୍ଚାୟତ ପାଇଁ ଆନ୍ଧ୍ରର ସରପଞ୍ଚ ନିର୍ବାଚନ ହେବ। ଏନେଇ ୪ ତାରିଖରେ ସରପଞ୍ଚ ଓ ୱାର୍ଡମେମ୍ବର ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବା ଆନ୍ଧ୍ର ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆନ୍ଧ୍ର କୋଟିଆ ଉପରେ ନିଜ ଦାବି ରଖୁଛି । ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାରେ କୋଟିଆର ୨ ଜଣ ସରପଞ୍ଚ ପଦବୀ ଓ  ୮ ଜଣ ୱାର୍ଡମେମ୍ବର ପଦବୀ ପାଇଁ  ନାମାଙ୍କନ ପତ୍ର ଭରିଥିବା ସୂଚନା ମିଳିଛି ।

ସେହିଭଳି ଫାଟୁସିନେରୀ ପଞ୍ଚାୟତ ନିମନ୍ତେ ଗୋଟିଏ ସରପଞ୍ଚ ପ୍ରାର୍ଥୀ ଓ ୪ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଏବଂ ଫଗୁଣସିନେରୀ ନିମନ୍ତେ କୌଣସି ମଧ୍ୟ ସରପଞ୍ଚ କିମ୍ବା ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରଦାନ କରିନଥିବା ନେଇ ଜଣାପଡିଛି ।

ପୁଣି ସଂସଦରେ ରାଜ୍ୟ ସ୍ୱାର୍ଥ ନେଇ ଦାବି ରଖିଲେ ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ରାଜ୍ୟସଭାରେ ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଓଡିଶାର ବିକାଶ ନେଇ ଅନେକ ପ୍ରସଙ୍ଗ ଉଠାଇଛନ୍ତି । ଏହାସହ କେନ୍ଦ୍ରସରକାର ଓଡ଼ିଶା ପ୍ରତି କରିଥିବା ଅବହେଳା କଥା ମଧ୍ୟ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶା ପ୍ରତି କେନ୍ଦ୍ର ଅବହେଳା କରିଥିବା କଥା ବାରମ୍ବାର କହିଛନ୍ତି ।

୧.ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସମ୍ବଲପୁରୀ, କୋସାଳି ଏବଂ ହୋ ଭାଷାକୁ ଅନ୍ତର୍ଭୁକ୍ତ କରାଯାଉ ।

୨. ସୁନ୍ଦରଗଡ ଜିଲ୍ଲାରେ ଓଡିଶାର ଦ୍ୱିତୀୟ AIIMS ହସ୍ପିଟାଲ୍ କରାଯାଉ ।

୩. ଓଡ଼ିଶାରେ ବିଧାନ ପରିଷଦର ପ୍ରତିଷ୍ଠା କରାଯାଉ ।

୪. ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଓଡିଶାକୁ ସ୍ୱତନ୍ତ୍ରରାଜ୍ୟ ପାହ୍ୟା ଦିଆଯାଉ ।

୫. ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରାଯାଉ ।

୬. ଓଡ଼ିଶାର ୨୨୩୫ଟି ଗାଁରେ ଏବେ ସୁଦ୍ଧାର ଟେଲି ଯୋଗାଯୋଗ କଭରେଜ୍ ନାହିଁ । ଏହା ଉପରେ ଗୁରୁତ୍ୱ ଦିଆଯାଉ ।

୭. ୭୦ ପ୍ରତିଶତ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଖଣ୍ଡେ ନାହିଁ, ବ୍ୟାଙ୍କିଙ୍ଗ୍ ସେକ୍ଟର ବୃଦ୍ଧି ହେବା ଆବଶ୍ୟକ ।

୮. କୋଇଲା ରୟାଲଟି, ସ୍ୱଚ୍ଛ ଶକ୍ତି ସେସ୍ ଏବଂ ଉପକୂଳ ରାଜପଥ ପ୍ରସଙ୍ଗ ମଧ୍ୟ ବିଚାରାଧୀନ ଅଛି । ତେଣୁ ଏହାର ମଧ୍ୟ ସମାଧାନ କରାଯାଉ ।

ବିସ୍ତାର ହେଲା ନୀତିଶଙ୍କ କ୍ୟାବିନେଟ୍; ଶପଥ ନେଲେ ୧୭ ମନ୍ତ୍ରୀ

0

ପାଟନା: କ୍ୟାବିନେଟ ବିସ୍ତାର କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସରକାର ଗଢିବାର ଅଢେଇ ମାସ ପରେ ପୁଣି ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ କରିଛନ୍ତି ନିତୀଶ । ଆଜି ବିହାର ସରକାରଙ୍କ ମନ୍ତ୍ରୀ ଶପଥ ନେଇଛନ୍ତି। ଏ ନେଇ ପାଟନାସ୍ଥିତ ରାଜଭବନରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ। ରାଜ୍ୟପାଳ ଫଗୁ ଚୌହାନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଆଜି ମୋଟ ୧୭ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଏହି ୧୭ଜଣଙ୍କ ମଧ୍ୟରୁ ବିଜେପିର ୯ ଜଣ ଥିବାବେଳେ ଜେଡୟୁର ୮ ଜଣ  ଅଛନ୍ତି। ବିଜେପିର ଜାତୀୟ ଚେହେରା ଶାହା ନୱାଜ ହୁସେନ୍ ମଧ୍ୟ ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଉପମୁଖ୍ୟମନ୍ତ୍ରୀ ଓ ବିହାର ଏନଡିଏର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ଆସନ୍ତା ୧୯ ତାରିଖରୁ ବିହାର ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ନୀତୀଶଙ୍କ ମନ୍ତ୍ରୀ ଶପଥ ନେଇଛନ୍ତି। ଗତ ନଭେମ୍ବର ମାସରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ।

‘ମୁଁ ଭାଗ୍ୟବାନ, ଯିଏ କେବେ ପାକିସ୍ତାନ ଯାଇ ନାହିଁ, ଭାରତୀୟ ମୁସଲମାନ ଭାବେ ଗର୍ବିତ‘

ନୂଆଦିଲ୍ଲୀ: ରାଜ୍ୟସଭାରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଗୃହରେ ତାଙ୍କ ଶେଷ ଭାଷଣରେ ସାରା ଦେଶକୁ ଆକୃଷ୍ଠ କରିଛନ୍ତି ଗୁଲାମ ନବୀ। ବାହାରେ କୃଷକ ଆନ୍ଦୋଳନ ଦିଲ୍ଲୀ ମାହୋଲକୁ ଗରମ କରୁଥିଲା ବେଳେ ତାଙ୍କ ଭାଷଣ ଆଜି ଆଖିରୁ ଲୁହ ଝରାଇଛି। ଗୁଲାମ ନବୀଙ୍କ ଭାଷଣ ଆଜି ପୁରା ଦେଶକୁ ସ୍ତବ୍ଦ କରିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖିରୁ ଲୁହ ବାହାରିଛି। ଭାଷଣକୁ ନେଇ ଏଭଳି ପରିସ୍ଥିତି ବୋଧେ ଆଗରୁ କେବେ ଆସିନଥିଲା।

ଜାମ୍ମୁ ଅଞ୍ଚଳରୁ ଆସିଥିବା ଗୁଲାମ ନବୀ କହିଛନ୍ତି ଯେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଏବଂ ମୌଲାନା ଆଜାଦଙ୍କୁ ଅନୁସରଣ କରି ତାଙ୍କଠାରୁ ଦେଶପ୍ରେମ ଶିକ୍ଷା କରିଛି। ଏହା ସହ ଗୁଲାମ ନବୀ କାଶ୍ମୀର ପୂର୍ବ ସ୍ଥିତିକୁ ନେଇ ବର୍ତ୍ତମାନ ସ୍ଥିତି ସହିତ  ତୁଳନା କରିଛନ୍ତି। ପୂର୍ବରୁ ଯେଉଁଠି ମରଣ ସାମାନ୍ୟ ଲାଗୁଥିଲା, ଆତଙ୍କବାଦର ଭୟ ରହୁଥିଲା, ସେଠି ଆଜି ସାଧାରଣ ଜୀବନ ବଞ୍ଚିଲାଭଳି ଲାଗୁଛି। ଏହା ସହ ପାକିସ୍ତାକୁ ଦୃଢ଼ ସମାଲୋଚନା କରିଥିଲେ ଗୁଲାମ ନବୀ। ସେ କହିଥିଲେ ମୁଁ ବହୁତ ଭାଗ୍ୟବାନ ଯେ ମୁଁ କେବେ ପାକିସ୍ତାନ ଯାଇନି। ମୁଁ ଭାରତୀୟ ମୁସଲମାନ ଭାବରେ  ଗର୍ବ ଅନୁଭବ କରୁଛି। ବିଶ୍ୱରେ ଯଦି କେଉଁ ମୁସଲମାନ ଅଧିକ ଗର୍ବିତ ହେବା ଉଚିତ ସେ ହଉଛନ୍ତି ଭାରତୀୟ ମୁସଲମାନ।

ଗୁଲାମ ନବୀ ଗୃହରେ  କହିଛନ୍ତି ଯେ ସେ କାଶ୍ମୀରର ସବୁଠାରୁ ବଡ଼ କଲେଜରେ ପାଠ ପଢ଼ୁଥିଲେ। ଏବଂ ସେଠାରେ ଅଗଷ୍ଟ ୧୪ ପାକିସ୍ତାନର ସ୍ୱାଧୀନତା ଦିବସ ଏବଂ ଅଗଷ୍ଟ ୧୫ ଭାରତର ସ୍ୱାଧୀନତା ଦିବସ ପାଳନ କରାଯାଏ। ଏହାର କାରଣ ହେଉଛି ସେଠାରେ ଆମର ସଂଖ୍ୟା ବହୁତ କମ ଥିଲା । ଭାରତୀୟ ସ୍ୱାଧିନତା ଦୀବସ ପାଳନ ପରେ ଏକ ସପ୍ତାହ ପର୍ଯ୍ୟନ୍ତ କଲେଜ ଯିବାକୁ ଭୟ ଲାଗେ। କାରଣ ଆମକୁ ସେମାନେ ମାଡ଼ ମାରୁଥିଲେ। ସେହି ସମୟର କାଶ୍ମୀରରୁ ବାହାରି ଆମେ ଏବେର ଶାନ୍ତ କାଶ୍ମୀରରେ ପହଞ୍ଚିଛୁ।

ସେ ଆହୁରି ମଧ୍ୟ କହିଛନ୍ତି ୩୦ରୁ ୩୫ ବର୍ଷ ମଧ୍ୟରେ ଆଫଗାନିସ୍ତାନ ଠାରୁ ଇରାକ ପର୍ଯ୍ୟନ୍ତ ମୁସଲମାନ ଦେଶମାନେ ପରସ୍ପର ସହ ଲଢ଼ି ବିଲିନ ହେବାକୁ ବଶିଲେଣି। ସେଠାରେ  ହିନ୍ଦୁ କିମ୍ବା ଖ୍ରୀଷ୍ଟିଆନ ନାହାଁନ୍ତି। ପରିସ୍ଥିତି ଏପରି ହୋଇଛି ସେମାନେ ନିଜ ମଧ୍ୟରେ ଲଢ଼ୁଛନ୍ତି ଆଉ ମରୁଛନ୍ତି।  ପାକିସ୍ତାନ ମୁସଲମାନ ମାନଙ୍କ ମଧ୍ୟରେ ଥିବା ଖରାପ ଗୁଣ କେବେ ହେଲେ ଭାରତୀୟ ମୁସଲମାନ ମାନଙ୍କ ମନରେ ନଆସୁ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ଟିୟୁସନ ସାରଙ୍କ ମାଡ଼ରେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର

ମାହାଙ୍ଗା: ଟିୟୁସନ ସାରଙ୍କ ମାଡ଼ରେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର । ହାତ ଭାଙ୍ଗି କଟକ ସ୍ଥାନାନ୍ତର । ଘଟଣା ଘଟିଛି ମାହାଙ୍ଗା ଥାନା କୋଇଳିଆଠା ଗାଁର ଚତୁର୍ଥ ଶ୍ରେଣୀ ଛାତ୍ରକୁ ସେହି ଗାଁର ମୃତ୍ୟୁଞ୍ଜୟ ସାମଲ ଟିୟୁସନ କରନ୍ତି । ଆଜି ଶିକ୍ଷକ ନଥିବାରୁ ଛାତ୍ର ଜଣକ ଘରକୁ ଆସିଥିଲେ । ପରିବାର ଲୋକେ ପାଠପଢ଼ା କଥା ପଚାରିବାରୁ ଶିକ୍ଷକ ନଥିବା କଥା କହିଥିଲେ ।

ଏନେଇ ପରିବାର ଲୋକେ ଶିକ୍ଷକଙ୍କୁ କରିଥିଲେ ଜବାବତଲବ । ଏହି କଥାରେ ରାଗିଯାଇ ପୁନର୍ବାର ଟିଉସନକୁ ଯିବାପରେ ଅମାନୁଷିକ ଭାବେ ନିର୍ଦ୍ଧୁମ ପିଟିଥିବା ଶିକ୍ଷକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାରଲୋକେ । ଶିକ୍ଷକଙ୍କ ମାଡରେ ନାବାଳକର ଦେହରେ ନୋଳା ବସିବା ସହ ବାମ ହାତ ଭାଙ୍ଗି ଯାଇଛି । ଏନେଇ ଶିକ୍ଷକଙ୍କୁ ପଚାରିବାରୁ ଛାତ୍ରଙ୍କ ଘରେ ଗାଳିଗୁଲଜ କରି ଧମକ ଚମକ ଦେଇଥିବା ନେଇ ଥାନରେ ଅଭିଯୋଗ ହୋଇଛି । ଆହତ ଛାତ୍ରକୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ହାତ ଭାଙ୍ଗିଯାଇଥିବାରୁ ଗୁରୁତର ଭାବେ କଟକ ପଠାଯାଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।