୧୯୨୧ ମସିହା ଆଜିର ଦିନରେ ଓଡ଼ିଶା ଆସିଥିଲେ ମହାତ୍ମା ଗାନ୍ଧୀ

ଭୁବନେଶ୍ୱର: ଶହେ ବର୍ଷ ପୂର୍ବେ ଆଜିର ଦିନରେ ଓଡ଼ିଶା ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡିଶା ଗସ୍ତରେ ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । କଟକରେ ଏକ ପଦଯାତ୍ରା କରି ପୁରୀଘାଟରେ ହଜାର ହଜାର ଲୋକଙ୍କୁ ସମ୍ବୋଧିତ କରିଥିଲେ ଗାନ୍ଧି । ଏହି ଐତିହାସିକ ଦିବସକୁ ଆଜି ପୁରିଛି ଶହେ ବର୍ଷ । ଏହି ଅମୂଲ୍ୟ ସମୟକୁ ସ୍ମରଣ କରିବା ପାଇଁ କଟକ ଷ୍ଟେସନରୁ ଏକ ବିରାଟ ପଦଯାତ୍ରାର ଆୟୋଜନ କରାଯାଉଛି । ଏଥିରେ ପ୍ରଜ୍ଞାପନ ମେଢ ସହ ବାଚସ୍ପତି, ପିସିସି ସଭାପତି, କଟକ ସାଂସଦ ଓ ଜିଲ୍ଲାପାଳ ସହ ବହୁ ଗାନ୍ଧୀ ପ୍ରେମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଗାନ୍ଧୀଜି କଟକ ଗସ୍ତ ବେଳେ ସ୍ୱରାଜ ଆଶ୍ରମରେ ରାତ୍ରିଯାପନ କରିଥିବାରୁ ଶତବାର୍ଷିକୀ ଅବସରରେ ଏକ ଡାକ ଟିକେଟକୁ ଉନ୍ମୋଚନ କରିବେ ସଂସ୍କୃତି ମନ୍ତ୍ରୀ । ଏଥି ସହ କଟକ ଦରଘାବଜାର ପୁରୁଣା ଜେଲ ପଡିଆରେ ଏକ ସୁନ୍ଦର ପ୍ରଦର୍ଶନୀର ଆୟୋଜନ କରାଯାଉଛି । ଏଥିରେ ଗାନ୍ଧୀଜୀଙ୍କ ପିଲା ବେଳ, ସଂଗ୍ରାମୀ ଜୀବନ ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ କଥା ଚିଠି, ଫଟୋ ଓ ପୋଷ୍ଟର ଆକାରରେ ସ୍ଥାନ ପାଇଛି। ଏଠାରେ ଗାନ୍ଧୀଜୀଙ୍କ ଚରଖା ଓ ପୁରୀଘାଟ ସଭାର ଦରି ମଧ୍ୟ ପ୍ରଦର୍ଶିତ ହୋଇଛି । ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତ ବର୍ଷ ପୂର୍ତ୍ତି ଅବସରରେ କଟକ ଦରଘା ବଜ଼ାର ଜେଲ ପଡିଆରେ ଆୟୋଜିତ ହୋଇଛି ଗାନ୍ଧୀ ସ୍ମୃତି ପଦର୍ଶନୀ । ଏଥିରେ ବାପୁଜୀଙ୍କ ଜୀବନିର ଓଡିଶା କଟକ ସହିତ, ଅନେକ ସ୍ମୃତି ସ୍ଥାନ ପାଇଛି ।

ସେହି ସ୍ମୃତିକୁ ମନେ ପକାଇବା ପାଇଁ ଆଜି ବିଧାନସଭାରେ କେବଳ ବାପୁଙ୍କ ଉପରେ ହେବ ଆଲୋଚନା । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଆଜି ଶହେ ବର୍ଷ ପୁରୁଥିବାରୁ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ । ଗୃହରେ ସଙ୍କଳ୍ପ ଅଣାଯିବା ସହ ପାରିତ କରାଯିବ । ପ୍ରଶ୍ନକାଳ, ଶୂନ୍ୟକାଳ, ମୂଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରାଯାଇ ଗୃହରେ ସ୍ୱତନ୍ତ୍ର ଆଲୋଚନା କରାଯିବ । ସକାଳ ୧୦ଟା ୩୦ ମିନିଟରୁ ଅପରାହ୍ନ ଗୋଟାଏ ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ ମହାତ୍ମା ଗାନ୍ଧୀଙ୍କ ଉପରେ ଚାଲିବ ଆଲୋଚନା । ବିଶେଷକରି ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବାପୁଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ ଓଡ଼ିଶା ପାଇଁ ଆନନ୍ଦର ବିଷୟ ଅଟେ । ମହାତ୍ମାଙ୍କର ଓଡ଼ିଶାବାସୀଙ୍କ ସହ ଥିବା ସମ୍ପର୍କ ବେଶ ଚିରସ୍ମଣରୀ । ବାପୁଙ୍କ ଜୀବନୀ, ଆଦର୍ଶ ଓ ସ୍ୱାଧୀନତା ସଂଗ୍ରାମରେ ଅବଦାନ ଅବିସ୍ମରଣୀୟ ଅଟେ । ମହାତ୍ମାଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଅହିଂସା ଶଦ୍ଦକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଗଲେ ଏହା ବାପୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଏହି ସମ୍ବନ୍ଧରେ ବିଧାନସଭାରେ ଏକ ସଂକଳ୍ପ ଆସିପାରେ ।

Leave a Reply