ଜୁନ୍ ୩୦ ଯାଏଁ ବଢ଼ିଲା ଲର୍ଣ୍ଣିଂ ଲାଇସେନ୍ସ ଅବଧି

1 min read

ଭୁବନେଶ୍ୱର: ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର । ରାଜ୍ୟରେ ବଢ଼ିଲା ଲର୍ଣ୍ଣିଂ ଲାଇସେନ୍ସ ଅବଧି । ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଜୁନ ୩୦ ଯାଏଁ ଆବେଦନ କରିପାରିବେ । ଏନେଇ ରାଜ୍ୟ ସରକାରଙ୍କର ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସ ଅବଧି ସରିଯାଇଥିବ, ତେବେ ତାହାକୁ ବୈଧ ଘୋଷଣା କରାଯିବ । କରୋନାର ଲେଉଟାଣୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଡିଏଲ କରିବା ପାଇଁ ଅନେକ ଏଲଏଲଧାରୀ ଅପେକ୍ଷାରେ ରହିଛନ୍ତି । ଏଭଳି ସ୍ଥିତିରେ ଆବେଦନର ସମୟ ସୀମାକୁ ବୃଦ୍ଧି କରାଯାଇଛି । ପୂର୍ବ ବର୍ଷ କରୋନାର ଭୟବହତାକୁ ଦେଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲର୍ଣ୍ଣିଂ ଲାଇସେନ୍ସ ଅବଧି ବୃଦ୍ଧି କରାଯାଇଥିଲା । କିନ୍ତୁ ଏବେ ପୁଣି ସେହି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ୍ ୩୦ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ନୂଆ ଗାଡ଼ି ଚାଳକଙ୍କ ସମେତ ସମସ୍ତ ଲର୍ଣ୍ଣିଂ ଲାଇସେନ୍ସଧାରୀ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିପାରିବେ । ଏସମ୍ପର୍କରେ ଏସ୍ଟିଏ ତରଫରୁ ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଛି ।

Leave a Reply