spot_img
Home Blog Page 5996

କୋଭିଡ୍ ଟିକାକରଣ ନେଇ ଭାରତକୁ WHOର ପ୍ରଶଂସା

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତର ପ୍ରୟାସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ଡବ୍ଲୁଏଚର ଭାରତ ପ୍ରତିନିଧି ଡକ୍ଟର ରଡେରିକୋ ଅଫରିନ୍ କହିଛନ୍ତି- ଭାରତ ଟିକାକରଣ କାର୍ଯ୍ୟକ୍ରମ ପୂରା ସମର୍ପଣ ଓ ତାକତ ସହ କରୁଛି । ଭାରତରେ ଟିକାକରଣ ବେଶ୍ ସଫଳ ହୋଇଥିବା ସେ କହିଛନ୍ତି । ପ୍ରାୟ ୨୨ ଦିନ ମଧ୍ୟରେ କୋଭିଡ୍ ଟିକା ୬୦ ଲୋକଙ୍କୁ ଦିଆଯାଇଛି । ଭ୍ୟାକ୍ସିନର ଗତି ଦେଖିଲେ ଏହା ସବୁଠୁ ଆଗରେ ବୋଲି ଆମେ କହିପାରିବା ।

ସେ ଆହୁରି କହିଛନ୍ତି- ପ୍ରାୟ ତିନି ମାସ ହେଲା ଭାରତରେ କରୋନା ଭାଇରସ୍ ସଂକ୍ରମଣ ମାମଲା ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଯଦି ବଡ଼ ଜନସଂଖ୍ୟା ଦୃଷ୍ଟିରୁ ଦେଖିବା ତ ଏହା ଭାରତ ସରକାରଙ୍କ ଲାଗି ବହୁତ ଗର୍ବର ବିଷୟ ।

ଗୌରବର କଥା ହେଉଛି କରୋନା ମହାମାରୀ ବେଳେ ଭାରତ କେବଳ ନିଜ ଦେଶବାସୀଙ୍କୁ ଟିକାକରଣରେ ସାମିଲ୍ କରିନାହିଁ ବରଂ ଅନ୍ୟ ଦେଶକୁ ସହାୟତା ଯୋଗାଉଛି । ଭାରତ ଫେବ୍ରୁଆରୀ ମାସରେ ବାଣିଜ୍ୟ ଭିତ୍ତିରେ ୨୫ଟି ଦେଶକୁ ୨.୪ କୋଟି ଭ୍ୟାକ୍ସିନ୍ ଡୋଜ୍ ପଠାଇବା ଲାଗି ମଞ୍ଜୁରୀ ଦେଇଛି । ଜାନୁଆରୀରେ ଭାରତ ୧.୦୫ କୋଟି ଭ୍ୟାକ୍ସିନ୍ ଅନ୍ୟ ଦେଶକୁ ରପ୍ତାନୀ କରିଥିଲା ।

WHO Praises Indias Effort Against Covid-19

ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନକା ଭ୍ୟାକ୍ସିନର ୧.୬୭ କୋଟି ଡୋଜ୍ ୨୦ଗୋଟି ଦେଶକୁ ଦିଆଯାଇଛି । ଏଥିରୁ ଭାରତ ପ୍ରାୟ ୬୩ ଲକ୍ଷ ଡୋଜ୍ ୧୩ ଗୋଟି ଦେଶକୁ ମାଗଣାରେ ଦିଆଯାଇଛି ।

ଉଡ଼ିବାକୁ ଦେବାକୁ ପଡ଼ିବ ଅଧିକ ଅର୍ଥ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ମୁକ୍ତି ମିଳୁନି । ଦେଶରେ ବଢ଼ି ଚାଲିଥିବା ତୈଳଦର ଯୋଗୁଁ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି । ତା’ସହ ବଢ଼ିଛି ବିଭିନ୍ନ ସାମଗ୍ରୀର ଦରଦାମ । ମଧ୍ୟବିତ୍ତଙ୍କ ବଜେଟ୍ ଉପରେ ପଡ଼ିଛି ପ୍ରଭାବ । ଏବେ ଘରୋଇ ବିମାନ ଭଡ଼ା ବୃଦ୍ଧି କରାଯାଇଛି । ଘରୋଇ ବିମାନ ଭଡ଼ା ୩୦ ପ୍ରତିଶତ ଯାଏ ବୃଦ୍ଧି ପାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଲଗା ଅଲଗା ରୁଟ୍ ଲାଗି ବିମାନ ଭଡ଼ା ବୃଦ୍ଧି କରିଛି । ଏଥିସହ ଏୟାର ଲାଇନ୍ କ୍ଷମତାର ୮୦ ପ୍ରତିଶତ ସହ ପରିଚାଳନା ଲାଗି ଜାରି ସୀମାକୁ ୩୧ ମାର୍ଚ୍ଚ ୨୦୨୦ ଯାଏ ବୃଦ୍ଧି କରାଯାଇଛି ।

Domestic Airfares Hiked Upto 30 Percent

ରିପୋର୍ଟ ଅନୁସାରେ, ସର୍ବନିମ୍ନ ବିମାନ ଭଡ଼ା ୧୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ସର୍ବାଧିକ ୩୦ ପ୍ରତିଶତ ବଢ଼ିଛି । ଏହି ନିୟମ ୩୧ ମାର୍ଚ୍ଚ ୨୦୨୦ ଯାଏ ବଳବତ୍ତର ରହିବ । ନୂଆ ବିମାନ ଭଡ଼ା ଅନୁଯାୟୀ, ଦିଲ୍ଲୀ-ମୁମ୍ବାଇ ରୁଟରେ ଇକୋନୋମି ଶ୍ରେଣୀରେ ଯାତ୍ରା କଲେ ୩ ହଜାର ୯ ଶହ ଟଙ୍କାରୁ ୧୩ ହଜାର ଟଙ୍କା ଯାଏ ଖର୍ଚ୍ଚ କରିବାକୁ ପଡ଼ିବ । ଏଥିରେ ଏୟାରପୋର୍ଟ ୟୁଜର ଡେଭଲପମେଣ୍ଟ ଶୁଳ୍କ, ଯାତ୍ରୀ ସୁରକ୍ଷା ଶୁଳ୍କ ଓ ଜିଏସଟି ସାମିଲ୍ ନାହିଁ ।

ତେବେ କେତେ ମିନିଟ୍ ଯାତ୍ରା କଲେ କେତେ ଟଙ୍କା ଦେବେ ?

୧) ୪୦ ମିନିଟ୍ ବିମାନ ଯାତ୍ରା ଲାଗି ୨୨ଶହରୁ ୭ ହଜାର ୮ ଶହ ଟଙ୍କା

୨) ୪୦ରୁ ୬୦ ମିନିଟ୍ ଯାତ୍ରା ଲାଗି ବିମାନ ଭଡ଼ା ୨୮ଶହରୁ ୯ ହଜାର ୮ ଶହ ଟଙ୍କା

୩) ୬୦ରୁ ୯୦ ମିନିଟ୍ ଯାତ୍ରା ଲାଗି ୩୩ ଶହ ଟଙ୍କାରୁ ୧୧ ହଜାର ୭ ଶହ ଟଙ୍କା

୪) ୯୦ରୁ ୧୨୦ ମିନିଟ୍ ଯାତ୍ରା ଲାହି ୩୯ ଶହ ଟଙ୍କାରୁ ୧୩ ହଜାର ଟଙ୍କା

୫) ୧୨୦ରୁ ୧୫୦ ମିନିଟ୍ ଯାତ୍ରା ଲାଗି ୫ ହଜାର ଟଙ୍କାରୁ ୧୬, ୯୦୦ ଟଙ୍କା

୬) ୧୫୦ରୁ ୧୮୦ ମିନିଟ୍ ଯାତ୍ରା ଲାଗି ୬, ୧୦୦ ଟଙ୍କାରୁ ୨୦ ହଜାର ୪୦୦ ଟଙ୍କା

୭) ୧୮୦ରୁ ୨୧୦ ମିନିଟ୍ ଯାତ୍ରା ଲାଗି ୭, ୨୦୦ ଟଙ୍କାରୁ ୨୪, ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ

ପେଟର ଭୋକ ଆଗରେ ହାରମାନେ ସବୁକିଛି, ଦୃଷ୍ଟିହୀନ ହୋଇ ମଧ୍ୟ ଇଟାଭାଟିରେ କରୁଛନ୍ତି କାମ

କୋରାପୁଟ: ପେଟର ଭୋକ ଆଗରେ ହାରମାନେ ସବୁକିଛି । ସେ ସକ୍ଷମ ହେଉ ଅବା ଭିନ୍ନକ୍ଷମ । ଯେତେବେଳେ ମଣିଷ ବଞ୍ଚିବା ପାଇଁ ସଂଘର୍ଷ କରେ, ସେତେବେଳେ ଜୀବନ ବାଜିରେ ଲାଗେ । ଏମିତି ଏକ ଭିନ୍ନକ୍ଷମ ମହିଳା ହେଉଛନ୍ତି ଉମରକୋଟର ଲକ୍ଷ୍ମୀବାଇ । ଦୃଷ୍ଟି ବାଧକ ହୋଇ ମଧ୍ୟ ପେଟ ପାଇଁ ଇଟାଭାଟିରେ କାମ କରୁଛନ୍ତି । ଆଉ ସ୍ୱାମୀଙ୍କ ସହ ମିଶି ପରିବାର ଚଳାଉଛନ୍ତି । ଅନ୍ୟ ଉପରେ ଭରଷା ନକରି ଇଟାଭାଟିରେ କରୁଛନ୍ତି କାମ । ଅଣ୍ଡାଳି ଅଣ୍ଡାଳି ପେଟ ପାଇଁ ଗଢୁଛନ୍ତି ଇଟା ।

ପୁଅ ରୋଗ ଶଯ୍ୟାରେ ପଡ଼ି ଆରପାରିକୁ ଚାଲିଗଲା ପରେ ସ୍ୱାମୀଙ୍କ ସହ ମିଶି ଇଟାଭାଟିରେ କାମ କରୁଛନ୍ତି ଲକ୍ଷ୍ମୀବାଇ । ଆଉ ହଜାରେ ଇଟାକୁ ମାତ୍ର ୭ ଶହ ୫୦ଟଙ୍କା ପାଇ ଅତି ଅସହାୟ ଅବସ୍ଥାରେ ଅସ୍ଥାୟୀ କୁଡିଆରେ ଜୀବନ କାଟୁଛନ୍ତି । ହେଲେ ପ୍ରଶାସନ ପକ୍ଷରୁ ଏହି ଦୃଷ୍ଟିହୀନଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ । ଦୃଷ୍ଟିହୀନ ହୋଇ ମଧ୍ୟ କାହା ଅଗାରେ ହାତ ନ ପତାଇ ସେ ନିଜେ ସ୍ୱାବଲମ୍ବୀ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ତାଙ୍କୁ ବେଶ୍ ପ୍ରଶଂସା କରନ୍ତି । ଲକ୍ଷ୍ମୀବାଇ ସେହି ଲୋକଙ୍କ ପାଇଁ ଜଣେ ପ୍ରେରଣା, ଯେଉଁମାନେ ସକ୍ଷମ ହୋଇ ମଧ୍ୟ ଭିକ୍ଷାବୃତ୍ତିକୁ ଆପଣାଇଥାନ୍ତି । ଏମିତିକି ଅନ୍ୟଉପରେ ନିର୍ଭର କରି ଜୀବନ ବିତାଇଥାନ୍ତି ।

ଦୁଇ ଦିନ ପରେ ନନ୍ଦିଘୋଷ ଟିଭିକୁ ପୂରିବ ବର୍ଷେ, ଆୟୋଜନ ହେଉଛି ‘ଜାତି ନନ୍ଦିଘୋଷ କନକ୍ଲେଭ’

ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ଅର୍ଥାତ୍‌ ୧୩ ତାରିଖରେ ନନ୍ଦିଘୋଷ ଟିଭିର ପ୍ରଥମ ଜନ୍ମ ବର୍ଷିକ । ଏହି ଅବସରରେ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଇଛି ଏକ ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ କନକ୍ଲେଭ୍’। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ ବରିଷ୍ଠ ସାମ୍ବାଦିକ ଏସ୍ ଭେଙ୍କଟନାରାୟଣ ଓ ବିଶିଷ୍ଟ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବେ ସାମ୍ବାଦିକ ପ୍ରଭୁ ଚାୱଲା। ଏସ୍ ଭେଙ୍କଟନାରାୟଣ କାର୍ଯ୍ୟକ୍ରମର ଆରମ୍ଭରେ ଉଦଘାଟନୀ ଅଭିଭାଷଣ ରଖିବେ। ଏବଂ ପ୍ରଭୁ ଚାୱଲା ଉଦଯାପନୀ ଅଭିଭାଷଣ ରଖିବେ। ଓଡ଼ିଶା ବିଷୟରେ ଚିନ୍ତା କରୁଥିବା ଏବଂ ଏହାର ଭାଷା, ସଂସ୍କୃତି, ଅର୍ଥନୀତି ଓ ରାଜନୀତିକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯିବ।

ସେଥିପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ୭ଟି ଅଧିବେଶନରେ ଭାଗ କରାଯାଇଛି । ଟେଲିଭିଜନ୍ ପରିଚାଳନା ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି । ତେବେ ସାଧାରଣ ଲୋକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ । ଯେକୌଣସି ସ୍ଥାନରେ ଆପଣ ଟେଲିଭିଜନ୍ କିମ୍ବା ଆମ ୱେବ୍‌ସାଇଟ୍‌ ଅଥବା ବିଭିନ୍ନ ସୋସିଆଲ୍ ମିଡିଆ ହ୍ୟାଣ୍ଡଲରେ ଏହି କାର୍ଯ୍ୟକ୍ରମକୁ ସିଧାସଳଖ ଦେଖିବା ସହ ମତାମତ ରଖିପାରିବେ।

 

ଏହି କନକ୍ଲେଭ୍‌ରେ ନିଜ ନିଜର କୃତୀତ୍ୱ ଓ ଅବଦାନ ଲାଗି ଓଡ଼ିଶାର ୧୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ଉଚ୍ଚପଦାଧିକାରୀ ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନୀତ କରାଯିବର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେମାନଙ୍କ ମଧ୍ୟରେ ଆଇପିଏସ୍ ସତ୍ୟଜିତ୍ ମହାନ୍ତି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, ସୋଆ ସଭାପତି ମନୋଜରଞ୍ଜନ ନାୟକ, ଅଭିନେତା ସବ୍ୟସାଚୀ ମିଶ୍ର, ଓଏସ୍‌ ଟପ୍ପର ଦେବାଶୀଷ ପଣ୍ଡା, ଶିଳ୍ପପତି ସୌୟୁଦ ସିରାଜୁଦ୍ଦିନ, ପ୍ରବୋଧ ମହାନ୍ତି, ତାରାକାନ୍ତ ପଟ୍ଟନାୟକ, କରୋନା ବିଜ୍ଞାପନ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିବା କରୋନା ମାଉସୀ ବିଜୟଲକ୍ଷ୍ମୀ ପ୍ରହରାଜ, ବୈଜ୍ଞାନିକ ଓମ୍ ବେବର୍ତା, ଐତିହ୍ୟ ସଂରକ୍ଷକ ଅନିଲ୍ ଧିର୍, ପ୍ରତୀକ ପଟ୍ଟନାୟକ, ଟ୍ୱିଟର ଗର୍ଲ ଦୀପା ବାରିକ, କତାରସ୍ଥିତ ପ୍ରବାସୀ ଓଡ଼ିଆ ସଂଗଠନ ଉତ୍କଳିକା କତାର ପ୍ରଭୃତି ସାମିଲ ରହିଛନ୍ତି। ଏମାନଙ୍କ ବ୍ୟତୀତ, କରୋନାରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧା ସାମ୍ବାଦିକ ପ୍ରବୀର ପ୍ରଧାନ, ତାରିଣୀ ପାଢ଼ୀ ଏବଂ ରୁଦ୍ର ମହାପାତ୍ରଙ୍କ ପରିବାର ବର୍ଗଙ୍କୁ ମଧ୍ୟ ସମ୍ମାନୀତ କରାଯିବ।

ପ୍ରଥମ ଅଧିବେଶନରେ ‘ବିକାଶ ଧାରାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ’ ପ୍ରସଙ୍ଗକୁ ନେଇ ଆଲୋଚନା ହେବ। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଜେପି ସାଂସଦ ଖାରବେଳ ସ୍ୱାଇଁ, ବିଜେଡି ସାଂସଦ ଅମର ପଟ୍ଟନାୟକ ନିଜର ମତାମତ ରଖିବେ ।

ଦ୍ୱିତୀୟ ଅଧିବେଶନରେ ‘ମହାମାରୀ ପରର ଅର୍ଥନୀତି’ ପ୍ରସଙ୍ଗରେ ଆଲୋଚନା ହେବ। ଏଥିରେ କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟିର ପ୍ରୋ ଭାଇସ୍ ଚ୍ୟାନେଲର ପ୍ରଫେସର କ୍ଷିତିଶ୍ ଭୂଷଣ ଦାସ ଓ ଅର୍ଥନୀତିଜ୍ଞ ବିଜୟ କୁମାର ସାହୁ ଭାଗନେବେ।

ସେହିପରି ତୃତୀୟ ଅଧିବେଶନରେ ‘ଓଡ଼ିଶାର ରୂପାନ୍ତର’ ପ୍ରସଙ୍ଗ ଆଲୋଚନା ହେବାକୁଥିବାବେଳେ ଏଥିରେ ଓଡ଼ିଶାର ଉନ୍ନୟନ କମିଶନର ପ୍ରଦୀପ ଜେନା, ନାଲ୍କୋ ସିଏମଡି ଶ୍ରୀଧର ପଣ୍ଡା, କିମ୍ବଦନ୍ତୀ ହକି ଖେଳାଳୀ ଦିଲ୍ଲୀପ ତ୍ତିର୍କୀ ଭାଗନେବେ।

ଚତୁର୍ଥ ଅଧିବେଶନରେ ସିନେମା ଏବଂ ସୋସିଆଲ ମିଡିଆ ସମ୍ପର୍କରେ ଆଲୋଚନା ହେବ ଏବଂ ଏଥିରେ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସିନେମା ସମୀକ୍ଷକ ପିୟୁଷ ରାୟ ଭାଗନେବେ।

ପଞ୍ଚମ ଅଧିବେଶନରେ ‘ଓଡ଼ିଆ ସାହିତ୍ୟ- ଆସନ୍ତା କାଲି’ ପ୍ରସଙ୍ଗରେ ଆଲୋଚନା ହେବାକୁଥିବାବେଳେ ପ୍ରତିଷ୍ଠିତ ଲେଖକ ବିଭୁତି ପଟ୍ଟନାୟକ, ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର, ଲେଖିକା ଅପର୍ଣ୍ଣା ମହାନ୍ତି ପ୍ରମୁଖ ଆଲୋଚନାଚକ୍ରରେ ସାମିଲ ହେବେ।

ଏହାପରେ ବିଶିଷ୍ଟ ନିମନ୍ତ୍ରିତ ଅତିଥି ସାମ୍ବାଦିକ ପ୍ରଭୁ ଚାୱଲା ନିଜର ଅଭିଭାଷଣ ରଖିବେ। ଏବଂ ଉତ୍ସବ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ଏହିସମୟରେ କଣ୍ଠଶିଳ୍ପୀ ନାଜିୟା ଆଲମ, ମହାପ୍ରସାଦ କର ଏବଂ ସନ୍ଦିପ ପାଲିତ ପ୍ରମୁଖଙ୍କ କଣ୍ଠ ସ୍ୱରରେ ଦର୍ଶକ ବିମୋହିତ ହେବେ ।

କିନ୍ନରଙ୍କୁ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ଗଠନ ହେବ ‘ଟ୍ରାନ୍‌ସଜେଣ୍ଡର ପ୍ରୋଟେକ୍ସନ ସେଲ୍‌’

ଭୁବନେଶ୍ୱର: କିନ୍ନରଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଖୁବ୍ ଶୀଘ୍ର ଗଠନ ହେବ ଟ୍ରାନ୍‌ସଜେଣ୍ଡର ପ୍ରୋଟେକ୍ସନ ସେଲ୍‌ । ଏହି ସେଲ୍‌ର ଅଧ୍ୟକ୍ଷ ରହିବେ ପୋଲିସ ମହାନିର୍ଦ୍ଦେଶକ । କେବଳ ନ୍ୟାୟ ପ୍ରଦାନ ନୁହେଁ, ଟ୍ରାନ୍‌ସଜେଣ୍ଡର ସମୁଦାୟଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏହି ସେଲ୍ କାର୍ଯ୍ୟ କରିବ ।

ତୃତୀୟ ଲିଙ୍ଗଙ୍କ ପ୍ରତି ଶାରୀରିକ ଓ ମାନସିକ ନିର୍ଯାତନା ରୋକିବା ପାଇଁ ରାଜ୍ୟ ସରକାରଙ୍କ ଏହା ବଡ଼ ପଦକ୍ଷେପ । ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏହା କାର୍ଯ୍ୟକ୍ଷମ ହେବ । କିନ୍ନରଙ୍କ ଦ୍ୱାରା ଦାଏର ହୋଇ ପଡ଼ିଥିବା ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ କରି ନ୍ୟାୟ ପ୍ରଦାନ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ କଟକ ଏବଂ ଭୁବନେଶ୍ୱରରେ ସେଲ୍ ଗଠନ ପାଇଁ ପ୍ରସ୍ତାବ ରହିଛି ।

ଗତ ସପ୍ତାହରେ ଏନେଇ ରାଜ୍ୟ ଭିନ୍ନକ୍ଷମ ସାମାଜିକ ନିରାପତ୍ତା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ପୋଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବିଭାଗୀୟ ସଚିବ ରାଜ୍ୟରେ ଟ୍ରାନ୍‌ସଜେଣ୍ଡର ପ୍ରୋଟେକ୍ସନ୍ ସେଲ୍ ଖୋଲିବାକୁ ଡିଜିପିଙ୍କ ଅଫିସକୁ ଚିଠି ଲେଖିଥିଲେ । ଟ୍ରାନ୍‌ସଜେଣ୍ଡର ପର୍ସନ ଆକ୍ଟ ୨୦୧୯ ଅନୁସାରେ ତୃତୀୟ ଲିଙ୍ଗଙ୍କୁ ନିଯୁକ୍ତି, ଶିକ୍ଷା, ସାମାଜିକ ସୁରକ୍ଷା, ହାଉସିଂ, ସ୍ୱାସ୍ଥ୍ୟକ୍ଷେତ୍ରରେ ଅଣଦେଖା ପରିବର୍ତ୍ତେ ସମ୍ମାନ ଓ ସୁଯୋଗ ଦେବାକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ସେଲ୍ ଗଠନ ପ୍ରସ୍ତାବକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ଓଡ଼ିଶା ପୋଲିସର ସୂଚନା ଆଧାରରେ ରାଜ୍ୟରେ କିନ୍ନରଙ୍କ ଉପରେ ନିର୍ଯାତନା ଅଭିଯୋଗ ଅତି ନଗଣ୍ୟ । ଟ୍ରାନ୍‌ସଜେଣ୍ଡରଙ୍କ ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଲୋକସଭାରେ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି, କହିଲେ- ଆମେ ଦୁଇ, ଆମର ୨ ଜଣଙ୍କ ସରକାର

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭାରେ ମନ୍ତବ୍ୟ ରଖିବା ବେଳେ ତିନି କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଗାନ୍ଧି କହଛନ୍ତି ‘ପ୍ରଥମ ଆଇନରେ ବିଷୟ ମଣ୍ଡି ଉଚ୍ଛେଦ କରିବା, ଦ୍ୱିତୀୟ ଆଇନର ବିଷୟ ବଡ଼ ବଡ଼ ଶିଳ୍ପପତି ଖାଦ୍ୟଶସ୍ୟ ଓ ପନିପରିବା ଅସୀମିତ ଭାବେ ଗଚ୍ଛିତ ରଖିପାରିବେ ।’ ରାହୁଲ କହିଛନ୍ତି- କିଛି ବର୍ଷ ପୂର୍ବରୁ ପରିବାର ନିୟନ୍ତ୍ରଣ ପାଇଁ ଗୋଟିଏ ନାରା ଥିଲା ‘ଆମେ ଦୁଇ, ଆମର ଦୁଇ’ । ଆଜି ଦେଶକୁ ୪ ଜଣ ଲୋକ ପରିଚାଳିତ କରୁଛନ୍ତି । ଏହି ଲୋକ କିଏ ସମସ୍ତେ ଜାଣନ୍ତି ।

ରାହୁଲ ଗାନ୍ଧି କହିଛନ୍ତି- ‘ପିଏମ୍ କହୁଛନ୍ତି ସେ ବିକଳ୍ପ ଦେଇଛନ୍ତି । ହଁ ଆପଣ ୩ଗୋଟି ବିକଳ୍ପ ଦେଇଛନ୍ତି- ଭୋକ, ବେରୋଜଗାରୀ ଓ ଆତ୍ମହତ୍ୟା ।’ ରାହୁଲ ଗାନ୍ଧି ମୋଦଙ୍କ ଭାଷଣକୁ ମନେ ପକାଇ କୃଷି ଆଇନର ବିଷୟ ଓ ଉଦ୍ଦେଶ୍ୟ ନେଇ ଚର୍ଚ୍ଚା କରିଛନ୍ତି । ପ୍ରଥମ ଆଇନ୍ ବିଷୟରେ ଦେଶର କୌଣସି ବ୍ୟକ୍ତି ଯେତେବି ଚାହିଁବ ଖାଦ୍ୟଶସ୍ୟ, ପନିପରିବା କିଣିପାରିବ । ଯେତେବେଳେ ଦେଶରେ ଅସୀମିତ କିଣି ଯାଇପାରିବ ତ ମଣ୍ଡି କଣ ଯିବ । ଏହାର ଅର୍ଥ ପ୍ରଥମ ଆଇନର ଉଦ୍ଦେଶ୍ୟ ମଣ୍ଡିକୁ ଉଚ୍ଛେଦ କରିବା ।

ରାହୁଲ ଗାନ୍ଧି ଦ୍ୱିତୀୟ କୃଷି ଆଇନ୍ ଉପରେ ବି ଆଲୋଚନା କରିଛନ୍ତି । ଦ୍ୱିତୀୟ ଆଇନର ବିଷୟ ଆବଶ୍ୟକ ବସ୍ତୁ ଅଧିନିୟମକୁ ରଦ୍ଦ କରି ସାମଗ୍ରୀ ଗଚ୍ଛିତ ବା କଳାବଜାରୀକୁ ପ୍ରୋତ୍ସାହନ ଦେବା । ତୃତୀୟ ଆଇନ୍ ବିଷୟ ହେଉଛି- ଦେଶର କୃଷକ ଫସଲର ଦର ମାଗିବାକୁ ଶିଳ୍ପପତିଙ୍କ ପାଖକୁ ଯିବେ । ସେଥିରେ କିଛି ଏପଟସେପଟେ ଥିଲେ ଚାଷୀ ଅଦଲାତ ମଧ୍ୟ ଯାଇପାରିବେ ନାହିଁ ।

ଗଞ୍ଜାମକୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଗିଫ୍ଟ, ୨୮କୋଟିରେ ୧୪ ପ୍ରକଳ୍ପ

ଭୁବନେଶ୍ୱର: ଗଞ୍ଜାମକୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଗିଫ୍ଟ । ଗଞ୍ଜାମ ଜିଲ୍ଲା ହିଞ୍ଚିଳିକାଟୁରେ ୨୮କୋଟି ଟଙ୍କାର ୧୪ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳିକାଟୁ RMC ପରିସରରେ ୧୬କୋଟି ୭୭ଲକ୍ଷ ୪୧ହଜାର ଟଙ୍କାରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ, ୩କୋଟି ୨୧ଲକ୍ଷ ୭୬ ହଜାର ଟଙ୍କାରେ ନିର୍ମିତ ବସ୍‌ ଟର୍ମିନାଲ, ୮୫ଲକ୍ଷ ୫୬ହଜାର ଟଙ୍କାରେ ନିର୍ମିତ RMC ମାର୍କେଟ କମ୍ପ୍ଲେକ୍ସ, ୧ କୋଟି ୬୨ଲକ୍ଷ ୬୯ହଜାର ଟଙ୍କାରେ ନିର୍ମିତ ନେତାଜୀ ପାର୍କ, ୧ କୋଟି ୧୩ ଲକ୍ଷ ୧୧ ଟଙ୍କାରେ ଅତ୍ୟାଧୁନିକ ଆମିଷ ବଜାର ଓ ୪୦ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ବରିଷ୍ଠ ନାଗରିକଙ୍କ ପାଇଁ ଚିତ୍ତବିନୋଦନ କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏ ଅବସରେ ନବୀନ କହିଛନ୍ତି, କରୋନା ବିରୋଧରେ ଗଞ୍ଜାମ ଜିଲ୍ଲା ସାହସର ସହ ଲଢ଼ିଛି । ଗଞ୍ଜାମର ସଫଳତା ସାରା ବିଶ୍ୱ ପାଇଁ ଉଦାହରଣ । ଏବେସୁଦ୍ଧା କରୋନା ଦୂର ହୋଇନାହିଁ, ଏଣୁ ଆମକୁ ସାବଧାନ ହୋଇ ଚଳିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପିଲାମାନେ ଏ ଜାତିର ଭବିଷ୍ୟତ, ଦେଶର ଭବିଷ୍ୟତ । ଶିକ୍ଷା କ୍ଷେତ୍ରରେ ହିଞ୍ଜିଳିକାଟୁ ଆଗକୁ ଯାଉ, ଏହା ମୋର ଲକ୍ଷ୍ୟ ବୋଲି କହିଛନ୍ତି ନବୀନ ।

କୋଭିଡ୍‌ ମହାମାରୀ ଯୋଗୁ ସେ ବହୁତ ଦିନ ହେଲା ସେ ହିଞ୍ଜିଳି ଯାଇପାରି ନାହାନ୍ତି । ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବ ଶୀଘ୍ର ହିଞ୍ଜିଳି ଗସ୍ତ କରି ଜନସାଧାରଣଙ୍କୁ ଭେଟିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ଯୁଦ୍ଧରେ ଗଞ୍ଜାମବାସୀଙ୍କ ଭୂମିକାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ “କରୋନା ମହାମାରୀ ସହ ଆପଣମାନେ ଯେପରି ଲଢିଲେ, ଗଞ୍ଜାମ ଯେପରି ଲଢିଲା, ତାହା ସାରା ବିଶ୍ୱ ଦେଖିଛି । ଆପଣମାନଙ୍କ ସହଯୋଗରେ କରୋନାକୁ ନିୟନ୍ତ୍ରଣ କରିବାରେ ଆମେ ସଫଳ ହୋଇଛୁ । ଏଦିଗରେ ଗଞ୍ଜାମର ସଫଳତା ସାରା ବିଶ୍ୱର ପ୍ରଶଂସା ପାଇଥିଲା । ସେଥିପାଇଁ ମୁଁ ସମସ୍ତଙ୍କୁ, ଆମର ପଞ୍ଚାୟତ ପ୍ରତିନିଧି ମାନଙ୍କୁ, ମିଶନ ଶକ୍ତିର ମା’ ମାନଙ୍କୁ ଓ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଉଛି । ଟୀକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିପଦ ପୁରା ଦୂର ହୋଇନାହିଁ । ତେଣୁ ଆମକୁ ସାବଧାନ ରହିବାକୁ ହେବ ।” ତେବେ ଏହି କାର୍ଯ୍ୟକ୍ରମକୁ 5T ସଚିବ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ ।

ସେହିଭଳି ତାଳସାରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ୩୬କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଳସାରି ବେଳାଭୂମିର ରୂପରେଖ । ଚନ୍ଦନେଶ୍ଵର-ଉଦୟପୁର ତାଳସାରି ବେଳାଭୂମିର ଚାରିପାଖ ହେବ ଆଲୋକୀକରଣ । ଏଥିସହ ତାଳସାରୀ ଉଦୟପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ ହେବ । ଏଥିପାଇଁ ଭିଡିଓ କନଫରେନ୍ସ ଜରିଆରେ ୩୬ କୋଟି ଟଙ୍କା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ତାଳସାରୀ ଉଦୟପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ବଦଳିବ ତାଳସାରି ବେଳାଭୂମିର ରୂପରେଖ, ୩୬ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ତାଳସାରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ୩୬କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଳସାରି ବେଳାଭୂମିର ରୂପରେଖ । ଚନ୍ଦନେଶ୍ଵର-ଉଦୟପୁର ତାଳସାରି ବେଳାଭୂମିର ଚାରିପାଖ ହେବ ଆଲୋକୀକରଣ । ଏଥିସହ ତାଳସାରୀ ଉଦୟପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ ହେବ । ଏଥିପାଇଁ ଭିଡିଓ କନଫରେନ୍ସ ଜରିଆରେ ୩୬ କୋଟି ଟଙ୍କା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ତାଳସାରୀ ଉଦୟପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଚନ୍ଦ୍ରଭାଗା ଓ ତାଳସାରିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳିର ରୂପ ଦେବା ପାଇଁ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଯୋଡିବା ପାଇଁ ପ୍ରସ୍ତୁତ ଏଭଳି ଉଚ୍ଚାଭିଳାଷ ଯୋଜନା କରାଯାଇଛି । ତାଳସାରି ବେଳାଭୂମିରେ ଏକାଧିକ ଦିନ ରହଣି ବ୍ୟବସ୍ଥା ହେବା ସହ ୨.୪ କିମି ଅଞ୍ଚଳକୁ ବିକଶିତ କରାଯିବ । ତାରକା ଓ ବଜେଟ୍‌ ହୋଟେଲ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ ସହିତ ନିର୍ମାଣ ହେବ ପ୍ୟାଭିଲିୟନ, ବର୍ଷା ଆଶ୍ରୟସ୍ଥଳ, କିଓସ୍କ । ସେହିଭଳି ସିଟିଂ ଆଇଲ୍ୟାଣ୍ଡ, ସୋଲାର ଫଟୋ ଭୋଲଟିକ୍ ପ୍ୟାନେଲ୍‌ସ ନିର୍ମାଣ ହେବ । ଆମ୍ପିଥିଏଟର, ରେସ୍ତୋରାଁ, କ୍ରାଫ୍ଟ ପ୍ଲାଜା ତିଆରି ହେବାକୁ ମଧ୍ୟ ଯୋଜନା ହୋଇଛି । ୨୦୨୧ ଅକ୍ଟୋବର ସୁଦ୍ଧା ଭିତ୍ତିଭୂମି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Talsari

ଅନ୍ୟପଟେ ଚନ୍ଦ୍ରଭାଗା ବେଳାଭୂମିରେ ୧ କିମି ବ୍ୟାପୀ ଅଞ୍ଚଳର ବିକାଶ କରାଯିବାକୁ ନିଷ୍ପତି ହୋଇଛି । ଏଥିପାଇଁ ପ୍ରସ୍ତୁତି ହୋଇଛି ମାଷ୍ଟରପ୍ଲାନ୍‌ । ବେଳାଭୂମିରେ ଜଳକ୍ରୀଡ଼ା, ଆମୋଦ ପ୍ରମୋଦ, ସୁଦୃଶ୍ୟ ଚଲାପଥ, ସାଇକେଲ ଟ୍ରାକ୍ ନିର୍ମାଣ କରାଯିବ । ସମୁଦ୍ର କୂଳେ କୂଳେ କାଠ ଚଲାପଥ, ମୁକ୍ତାକାଶ ରଂଗମଞ୍ଚ ମଧ୍ୟ ନିର୍ମାଣ ହେବାକୁ ଯୋଜନା କରାଯାଇଛି । ଛୋଟ ପିଲାଙ୍କ ଖେଳ ପାଇଁ ସ୍ୱତନ୍ତ୍ର ଅଞ୍ଚଳ ଓ ସୂର୍ଯ୍ୟୋଦୟ ଦେଖିବାକୁ ମଂଚ ପ୍ରସ୍ତୁତ କରାଯିବ । ଦୁଃସାହସିକ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଏଠାରେ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ବି ରହିବ । ଲ୍ୟାଣ୍ଡସ୍କାପିଂ, ବାଲି ସୁରକ୍ଷା ବ୍ୟବସ୍ଥା ଓ ସୌର ଆଲୋକର ମଧ୍ୟ ସୁବିଧା ରହିବ । ଏଥିପାଇଁ ସ୍ଥାନୀୟ ଲୋକଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରାଯିବ । ବର୍ଷକ ମଧ୍ୟରେ ସମଗ୍ର ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିଭଳି ଗଞ୍ଜାମ ଜିଲ୍ଲା ହିଞ୍ଚିଳିକାଟୁରେ ୨୮କୋଟି ଟଙ୍କାର ୧୪ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳିକାଟୁ RMC ପରିସରରେ ୧୬କୋଟି ୭୭ଲକ୍ଷ ୪୧ହଜାର ଟଙ୍କାରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ, ୩କୋଟି ୨୧ଲକ୍ଷ ୭୬ ହଜାର ଟଙ୍କାରେ ନିର୍ମିତ ବସ୍‌ ଟର୍ମିନାଲ, ୮୫ଲକ୍ଷ ୫୬ହଜାର ଟଙ୍କାରେ ନିର୍ମିତ RMC ମାର୍କେଟ କମ୍ପ୍ଲେକ୍ସ, ୧ କୋଟି ୬୨ଲକ୍ଷ ୬୯ହଜାର ଟଙ୍କାରେ ନିର୍ମିତ ନେତାଜୀ ପାର୍କ, ୧ କୋଟି ୧୩ ଲକ୍ଷ ୧୧ ଟଙ୍କାରେ ଅତ୍ୟାଧୁନିକ ଆମିଷ ବଜାର ଓ ୪୦ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ବରିଷ୍ଠ ନାଗରିକଙ୍କ ପାଇଁ ଚିତ୍ତବିନୋଦନ କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏ ଅବସରେ ନବୀନ କହିଛନ୍ତି, କରୋନା ବିରୋଧରେ ଗଞ୍ଜାମ ଜିଲ୍ଲା ସାହସର ସହ ଲଢ଼ିଛି । ଗଞ୍ଜାମର ସଫଳତା ସାରା ବିଶ୍ୱ ପାଇଁ ଉଦାହରଣ । ଏବେସୁଦ୍ଧା କରୋନା ଦୂର ହୋଇନାହିଁ, ଏଣୁ ଆମକୁ ସାବଧାନ ହୋଇ ଚଳିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପିଲାମାନେ ଏ ଜାତିର ଭବିଷ୍ୟତ, ଦେଶର ଭବିଷ୍ୟତ । ଶିକ୍ଷା କ୍ଷେତ୍ରରେ ହିଞ୍ଜିଳିକାଟୁ ଆଗକୁ ଯାଉ, ଏହା ମୋର ଲକ୍ଷ୍ୟ ବୋଲି କହିଛନ୍ତି ନବୀନ ।

LACରେ ସହମତି ପରେ ପଛକୁ ଫେରୁଛନ୍ତି ଭାରତ-ଚୀନ ସେନା, ଆସିଲା ପ୍ରଥମ ଭିଡିଓ

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ବିଗତ କିଛି ଦିନ ହେଲା ଉତ୍ତେଜନା ଥମିଛି । ଆଜି ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ କହିଥିଲେ- ଲଦାଖର ପ୍ୟାଙ୍ଗୋଗ ହ୍ରଦର ଉତ୍ତର ଓ ଦକ୍ଷିଣ ଭାଗରୁ ସେନା ପଛକୁ ହଟିବା ନେଇ ଭାରତ ଓ ଚୀନ ମଧ୍ୟରେ ସହମତି ପ୍ରକାଶ ପାଇଛି । ଏହା ପୂର୍ବରୁ ବୁଧବାର ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା- ଭାରତ ଓ ଚୀନ ସେନା ପଛକୁ ହଟୁଛନ୍ତି । ଏବେ ଦୁଇ ଦେଶର ସେନା ପଛକୁ ହଟୁଥିବାର ଭିଡିଓ ଆସିଛି ।

ଭିଡିଓରେ ଦୁଇ ଦେଶର ସେନା ପ୍ରଥମେ କରମର୍ଦ୍ଦନ କରୁଛନ୍ତି । ଏହାପରେ ଭାରତ ଓ ଚୀନ ସେନାର ଗୋଟିଏ ପରେ ଗୋଟିଏ ଟ୍ୟାଙ୍କ ପଛକୁ ଫେରୁଥିବା ଦେଖାଯାଉଛି ।

Indian Army Video Of Ongoing Disengagement Process In Ladakh At LAC

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କହିଥିଲେ- ପ୍ୟାଙ୍ଗୋଗରେ ହ୍ରଦ ଅଞ୍ଚଳରେ ଚୀନ ସହିତ ଯବାନ ପଛକୁ ହଟିବା ନେଇ ସହମତି ହୋଇଛି । ସେହି ଅନୁସାରେ ଉଭୟ ପକ୍ଷରୁ ଠୁଳ ଯୁଦ୍ଧ ଟ୍ୟାଙ୍କକୁ ପର୍ଯ୍ୟାୟକ୍ରମେ ହଟାଯାଉଛି । ଚୀନ ସେନା ଫିଙ୍ଗର ୮ରେ ରହିବା ସହ ଭାରତ ସେନା ଫିଙ୍ଗର ୩ରେ ରହିବେ ।

Indian Army Video Of Ongoing Disengagement Process In Ladakh At LAC

ଏହାଛଡ଼ା ବୁଝାମଣା ଅନୁସାରେ, ଉଭୟ ପକ୍ଷ ଏପ୍ରିଲ୍ ୨୦୨୦ ପରେ ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ କରିଥିବା ନିର୍ମାଣକୁ ଭାଙ୍ଗିବା ସହ ପୂର୍ବ ସ୍ଥିତିକୁ ଫେରାଇ ଆଣିବେ । ବିଗତ ୯ ମାସ ଧରି ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା । ୨୦୨୦ରୁ ଲଗାତାର ସୈନ୍ୟ ଓ କୂଟନୀତିକ ସ୍ତରରେ ଉଭୟ ପକ୍ଷ ବାରମ୍ବାର ଆଲୋଚନା କରିଥିଲେ । ଏଥିପାଇଁ ଦୁଇ ଦେଶର ବରିଷ୍ଠ କମାଣ୍ଡର ସ୍ତରରେ ୯ ପର୍ଯ୍ୟାୟ ବୈଠକ ବସିଥିଲା ।

କୋଟିଆକୁ ନେଇ ବିଜେପିର ରାଜନୀତି, ଦୁଇ କେନ୍ଦ୍ରମନ୍ତ୍ରୀ ଥାଇ ବି ସାମାଧାନର କଥା କହୁନାହାନ୍ତି

ଭୁବନେଶ୍ୱର: କୋଟିଆକୁ ନେଇ ବିଜେପିର ରାଜନୀତି । କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି । ବୁଧବାର ବିଜେପି ଟିମ୍‌ର କୋଟିଆ ଗସ୍ତରୁ ଏହା ସ୍ପଷ୍ଟ ଜଣାପଡୁଛି । ଗସ୍ତର କୌଣସି ମୂଲ୍ୟ ଥିବା ଭଳି ମନେ ହେଉନାହିଁ । କୋଟିଆରେ ପଞ୍ଚାୟତ ନିର୍ବାଚନ ହେଉଥିବା ଫଟୁସିନାରୀ ଗାଁକୁ ଯାଇଥିଲା ବିଜେପି ଟିମ୍‌ । କେବଳ ରାଜନୀତି କରିବାକୁ ବିଜେପି ଟିମ୍‌ ଯାଇଥିଲା ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।

BJP TEAM AT KOTIA

ସେଠାକାର ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ନୁହେଁ, କେବଳ ରାଜ୍ୟ ସରକାରଙ୍କୁ ଦୋଷ ଦେବା ଭଳି ବିଜେପି ହୀନ ଉଦ୍ୟମ କରିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି । କୋଟିଆ ଓଡ଼ିଶାରେ ଅଛି ବୋଲି କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ଓ ସେଠାରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ ନକରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ବିଜେପି ନାରାଜ । ଓଡିଶାରୁ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଥିଲେ ବି କେନ୍ଦ୍ର କିପରି ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବ ସେଥିପାଇଁ କୌଣସି ଉପାୟ ବାହାର କରିବାର ନାଁ ନେଉନାହାନ୍ତି । ବିଜେପିର ଏଭଳି ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ଏପଟେ କୋଟିଆର ସଂପୂର୍ଣ୍ଣ ତଥ୍ୟ ପ୍ରମାଣ ଓଡିଶା ନିକଟରେ ଅଛି । ଏନେଇ ଆଇନଗତ ଲଢେଇ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆର ବିକାଶ ପାଇଁ କାମ କରୁଛନ୍ତି । ପୂର୍ବର କୋଟିଆ ଏବଂ ଏବେକାର କୋଟିଆ ଭିତରେ ଆକାଶ ପାତାଳ ଫରକ ରହିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ସେପଟେ କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ହେବ ଶୁଣାଣି । ଓଡ଼ିଶାର ଅଦାଲତ ଅବମାନନା ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲା ଓଡ଼ିଶା । ଓଡ଼ିଶା ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ମାମଲା ରୁଜୁ କରିଛନ୍ତି । ୧୯୬୮ରେ ଏହି ସୀମା ବିବାଦର ଶୁଣାଣି କରି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ଅବମାନନା କରି ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆର ୩ଟି ପଞ୍ଚାୟତରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହା ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋଟିଆର ଫଗୁସେନାରୀ, ଫାଟୁସେନାରୀ ଓ ଗଞ୍ଜିଆପଦର ଗାଁରେ ନିର୍ବଚନ କରୁଛି ଆନ୍ଧ୍ର ସରକାର । ଏହି ୩ଟି ଗାଁ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲ ଅନ୍ତର୍ଗତ ।