spot_img
Home Blog Page 5995

ଘନ କୁହୁଡ଼ିରେ କବଳିତ ସାରା ରାଜଧାନୀ

0

ଭୁବନେଶ୍ୱର: ଚାରିଆଡ଼େ ଘନ କୁହୁଡ଼ିର ଆସ୍ତରଣ । କୁହୁଡ଼ିରେ କବଳିତ ପୂରା ସହର । ୫ ମିଟର ଦୂରର କୌଣସି ବି ଜିନିଷ ଦେଖିବା ଅସମ୍ଭବ ପ୍ରାୟ । ରାସ୍ତାରେ ଗାଡ଼ି ଚଲାଇବା ବି ମୁସ୍କଲି  । ଶୁକ୍ରବାର ସକାଳେ କିଛି ଏଭଳି ଥିଲା ରାଜଧାନୀ ଭୁବନେଶ୍ୱର ସ୍ଥିତ । କିଛି ଦିନ ବ୍ୟବଧାନ ପରେ ପୁଣି ଏଭଳି ସ୍ଥିତି ଦେଖିବା ମିଳିଛି ।

ସୂଚନା ଥାଉ କି, କିଛି ଦିନ ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଥିଲା । ଏଣୁ  ୧୬ ନମ୍ୱର ଜାତୀୟ ରାଜପଥ ତାମ୍ପରା ନିକଟରେ ଘଟିଛି ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା ଘଟିଥିଲା । ଘନ କୁହୁଡ଼ି ଯୋଗୁଁ ଭାରସାମ୍ଯ ହରାଇ ଓଲଟିଲା ଗ୍ୟାସ ବୋଝେଇ ଟ୍ରକ। ସୁରକ୍ଷାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥର ଦୁଇ ପାର୍ଶ୍ୱକୁ ସିଲ୍ କରାଯାଇଥିଲା । ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଯାନବାହାନ ଅଟକିଥଥିଲା ।

ଏଥିସହିତ ପଢ଼ନ୍ତୁ: ସାରା ବିଶ୍ୱକୁ କବଳିତ କରିପାରେ କରୋନାର ୧.୧.୭ ଷ୍ଟ୍ରେନ୍: ୭୦ ପ୍ରତିଶତ ଅଧିକ ସଂକ୍ରମିତ ହୁଏ

Farmer Protest: ତୀବ୍ର ହେବ ଆନ୍ଦୋଳନ, ଟୋଲ୍ ଆଦାୟ ବନ୍ଦ କରିବେ ଚାଷୀ

0

ନୂଆଦିଲ୍ଲୀ: ଆନ୍ଦୋଳନ ବନ୍ଦ ଲାଗି ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଛି ଚାଷୀ ସଂଗଠନ। ଆସନ୍ତା ସପ୍ତାହ ପାଇଁ ଚାଷୀଙ୍କ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି। କିନ୍ତୁ ତା ପୂର୍ବରୁ ଆଜିଠୁ ଆନ୍ଦୋଳନକାରୀ ଚାଷୀ ରାଜସ୍ଥାନର ସବୁ ରାସ୍ତାରେ ଟୋଲ ଆଦାୟ ବନ୍ଦ କରିବାକୁ ନିଷ୍ପୁତ୍ତି ନେଇଛନ୍ତି । ଏଥିସହ ଆସନ୍ତା ସପ୍ତାହରେ ଚାଷୀଙ୍କ କାର୍ଯ୍ୟକ୍ରମ ନେଇ ମିଳିତ କିଷାନ ମୋର୍ଚ୍ଚା ନେତା ଡ. ଦର୍ଶନ ପାଲ୍ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଫେବୃଆରୀ ୧୨ରୁ ପ୍ରଥମେ ରାଜସ୍ଥାନର ସବୁ ରାସ୍ତାରେ ଟୋଲ ଆଦାୟ ବନ୍ଦ କରାଯିବ। ପରେ ୧୪ତାରିଖରେ ପୁଲୱାମା ଆତଙ୍କୀ ହାମଲାରେ ସହିଦ ଯବାନଙ୍କ ପାଇଁ ଚାଷୀମାନେ କ୍ୟାଣ୍ଡେଲ ମାର୍ଚ୍ଚ କରିବେ। ଏହାସହ ଆସନ୍ତା ୧୮ ତାରିଖରେ ସାରାଦେଶରେ ରେଳରୋକ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ୧୮ ତାରିଖରେ  ଆନ୍ଦୋଳନକାରୀ ଚାଷୀ ଦେଶବ୍ୟାପୀ ୪ ଘଣ୍ଟା ରେଳ ରୋକ କରିବେ। ଦିନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଏ ସମସ୍ତ କାର୍ଯ୍ୟକ୍ରମ ନେଇ ରଣନୀତି ପ୍ରସ୍ତୁତ କରାଯିବବୋଲି ସ୍ଥିର କରାଯାଇଛି।

 

ସାରା ବିଶ୍ୱକୁ କବଳିତ କରିପାରେ କରୋନାର ୧.୧.୭ ଷ୍ଟ୍ରେନ୍: ୭୦ ପ୍ରତିଶତ ଅଧିକ ସଂକ୍ରମିତ ହୁଏ

ଇଂଲଣ୍ଡ: ବ୍ରିଟେନର କେଣ୍ଟରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଟେନସନ ବଢାଇବାରେ ଲାଗିଛି  । ବୈଜ୍ଞାନିକଙ୍କ କହିବା କଥା ଏହି ଭାଇରସ ସାରା ବିଶ୍ବକୁ କବଜା କରିପାରେ  । ଏହି ଭାଇରସକୁ ଆୟତ କରିବା ମଧ୍ୟ କାଠିକର ପାଠ ହୋଇପଡ଼ିବ  । ଏକ ଦଶକ ପର୍ଯ୍ୟନ୍ତ ଏହି ଭାଇରସ ସହ ଲଢେଇ କରିବାକୁ ପଡ଼ିପାରେ  । ବ୍ରିଟେନରେ ଦେଖାଦେଇଥିବା କରୋନାର ଏହି ନୂଆ ରୂପ ୫୦ ଅଧିକ ଦେଶରେ ପ୍ରଭାବ ପକେଇ ସାରିଲାଣି   । କରୋନା ଭାଇରସ ପାଇଁ ସାରା ବିଶ୍ବରେ ଏବେ ୨୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି  । ଏହାରି ଭିତରେ ବ୍ରିଟେନ ବୈଜ୍ଞାନିକଙ୍କ ଭବିଷ୍ୟବାଣୀ ଚିନ୍ତାର ବିଷୟ ପାଲଟିଛି  ।

        ସେରନ୍ ପିକକ୍କ ନିର୍ଦ୍ଦେଶକ କୋଭିଡ-୧୯ ଜେନୋମିକ୍ ସଂଗଠନ ନିର୍ଦ୍ଦେଶକ କହିଛନ୍ତି ଯେ, କରୋନା ଭ୍ୟାକ୍ସିନ୍ କରୋନା ବିରୋଧୀରେ ପ୍ରଭାବଶାଳୀ ହୋଇଥିବା ବେଳେ ୟୁକେରେ ଦେଖାଯାଇଥିବା ନୂଆ ଭାଇରସ୍ ବିରୋଧରେ ଏହା ଆଦୈ ପ୍ରଭାବଶାଳୀ ନୁହେଁ । କରୋନାର ନୂଆ ଭାଇରସ୍ ୧.୧.୭ ଷ୍ଟ୍ରେନ୍ ଅଧିକ ସଂକ୍ରମିତ ହୋଇଥାଏ । ଏହି ନୂଆ ଭାଇରସ୍ ନୂଆ ଷ୍ଟ୍ରେନ୍ ପାଇଁ ଶକ୍ତ ଧକ୍କା ।

ଏହି ନୂଆ ଷ୍ଟ୍ରେନ୍  ସେପ୍ଟମ୍ୱର ମାସରେ କେଣ୍ଟରେ ଚିହ୍ନଟ ହୋଇଥିବା ବେଳେ  ଏଯାବତ୍ ମୋଟ ୫୦ ଟି ଦେଶକୁ ଏହି ୧.୧.୭ ଷ୍ଟ୍ରେନ୍ ବ୍ୟାପିସାରିଲାଣି । ଏହା ଦ୍ୱାରା ବ୍ରିଟେନରେ ପୁଣି ଲକ୍‌ଡାଉନ୍ ଲାଗୁ ହେବାର ଯଥେଷ୍ଟ ଆଶଙ୍କା ରହିଛି । ପୂର୍ବ କରୋନା ଭାଇରସ୍ ଅପେକ୍ଷା  ୭୦ ପ୍ରତିଶତ ଅଧିକ ସଂକ୍ରମିତ ହୋଇଥାଏ ଏହି ଭେରିଏଣ୍ଟ ।

ଏଥିସହିତ ପଢ଼ନ୍ତୁ: ଉଡ଼ିବାକୁ ଦେବାକୁ ପଡ଼ିବ ଅଧିକ ଅର୍ଥ

ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପ୍ରତିବାଦ ଚେତାବନୀ: NMAକୁ ଚିଠି ଲେଖିଲେ ଖାେର୍ଦ୍ଧା ଜିଲ୍ଲାପାଳ

0

ଭୁବନେଶ୍ୱର: NMA ବାଇ-ଲ’ ଷଡ଼ଯନ୍ତ୍ରକୁ ନେଇ ଏକାମ୍ରରେ କୁହୁଳୁଛି ଅସନ୍ତୋଷର ନିଆଁ । ଐତିହ୍ୟ ବିକାଶରେ ବାଧା ପାଇଁ ବାଇ-ଲକୁ ଅସ୍ତ୍ର କରି ଭକ୍ତଙ୍କ ଭାବାବେଗକୁ ଆଘାତ ଦେବାକୁ ପ୍ରୟାସ ହେଉଛି । ଏହାକୁ ନେଇ ଗର୍ଜିଛନ୍ତି ଲିଙ୍ଗରାଜ ମନ୍ଦିରର ୪ଟି ନିଯୋଗର ସେବାୟତ । ୨୪ ଘଣ୍ଟା ମଧ୍ୟରେ ବାଇ-ଲ’ ପ୍ରତ୍ୟାହାର ନହେଲେ ମନ୍ଦିର ଆଗରେ ଦୀପ ଜାଳି ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ବାଇ-ଲ’ ପ୍ରତ୍ୟାହାର କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଦେବୋତ୍ତର କମିଶନ ଜାତୀୟ ସ୍ମାରକୀ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଲିଙ୍ଗରାଜ, ଅନନ୍ତ ବାସୁଦେବ ମନ୍ଦିର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ବ୍ରହ୍ମେଶ୍ବର ମନ୍ଦିର ପାଇଁ ଦେବୋତ୍ତର କମିଶନ କଡା ଭାଷାରେ ଅସନ୍ତୋଷ ଜାହିର କରିଛନ୍ତି। ବାଇ-ଲ ଲାଗୁ ହେଲେ ଶହଶହ ଲୋକଙ୍କ ଘର ଭାଙ୍ଗିବା ସହ ସେବାୟତ ଏବଂ ଭକ୍ତଙ୍କ ଭାବାବେଗକୁ ଆଘାତ ଦେବ । ଲିଙ୍ଗରାଜ ମନ୍ଦିର ଓ ଆଖପାଖର ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଛି ଏକାମ୍ର ବିକାଶ ପ୍ରକଳ୍ପ । ଏଥିପାଇଁ ସ୍ବଇଚ୍ଛାରେ ଜମି ଦେଇଛନ୍ତି ସ୍ଥାନୀୟ ଲୋକେ । ହେଲେ ବାଇ-ଲ ଲାଗୁ ହେଲେ ବିକାଶରେ ବାଧା ଉପୁଜିବ । ପ୍ରଶ୍ନ କରିଛନ୍ତି, ବେଆଇନ ନିର୍ମାଣ ବେଳେ ୫୦ବର୍ଷ ଧରି ASI କ’ଣ କରୁଥିଲା? ବାଇ-ଲ ପ୍ରତ୍ୟାହାର ନହେଲେ ଗଣଆନ୍ଦୋଳନ ତେଜିବ । ତେଣୁ ୨୪ ଘଣ୍ଟା ମଧ୍ୟରେ ପ୍ରସ୍ତାବିତ ବାଇ-ଲ  ହଟାଇବାକୁ ସେବାୟତ ଦାବି କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବଦଳିବ ତାଳସାରି ବେଳାଭୂମିର ରୂପରେଖ, ୩୬ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

 

ଓଡ଼ିଆ ଝିଅଙ୍କ କମାଲ, ଅପେରା ମିସ୍‌ ଇଣ୍ଡିଆ ଅନ୍‌ଲାଇନ୍‌ ପ୍ରତିଯୋଗୀତାରେ ଦ୍ୱିତୀୟ ରନର୍ସଅପ୍‌

0

ଭୁବନେଶ୍ୱର: ପୁଣି ଜଣେ ଓଡ଼ିଆ ଝିଅଙ୍କ କମାଲ । ଅଷ୍ଟ୍ରେଲିଆରେ ଚମକିଲେ ସମ୍ବଲପୁର ଝିଅ। ସମ୍ବଲପୁର ଝିଅ ଦୀପନ୍ୱିତା ପତି ନିଜର ସୌନ୍ଦର୍ଯ୍ୟ ଓ ବୁଦ୍ଧିମତା ପାଇଁ ଆଉ ଏକ ସଫଳତା ହାସଲ କରିଛନ୍ତି । ତାଙ୍କର ଏହି ଯାତ୍ରାରେ ଆଉ ଏକ ସଫଳତାର ପର ଖଞ୍ଜି ହୋଇଯାଇଛି ।

ଅପେରା ମିସ୍‌ ଇଣ୍ଡିଆ ଅନ୍‌ଲାଇନ୍‌ ୨୦୨୧ ପ୍ରତିଯୋଗୀତାରେ ସମ୍ବଲପୁରର ଝିଅ ଦୀପନ୍ୱିତା ସିଜିନ୍‌-୨ରେ ଦ୍ୱିତୀୟ ରନର୍ସଅପ୍‌ ଟାଇଟଲ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ସ୍ଥିତ ପ୍ରଥମ ହିନ୍ଦି ସମାଚାର ପତ୍ର ହିନ୍ଦ ଗୌରବ ପକ୍ଷରୁ ଅପେରା ମିସ୍‌ ଇଣ୍ଡିଆ ଅନ୍‌ଲାଇନ୍‌ ପ୍ରତିଯୋଗୀତା, ବିଭିନ୍ନ ରାଉଣ୍ଡରେ ଆୟୋଜନ ହୋଇଥିଲା । ଏଥିରେ ଭାରତର ହଜାର ହଜାର ପ୍ରତିଯୋଗୀ ଭାଗ ନେଇଥିଲେ ।

ତେବେ ଫାଇନାଲ ରାଉଣ୍ଡରେ ୪୯ ଜଣ ପ୍ରତିଯାେଗୀ ଉନ୍ନିତ ହୋଇଥିଲେ । ସମ୍ବଲପୁର ଗୋପାଳମାଲର ବାଣିଜ୍ୟ ସ୍ନାତକ ଡିଗ୍ରୀ ଦୀପନ୍ୱିତା ସୌନ୍ଦର୍ଯ୍ୟ ପରିପାଟି ଓ ବୁଦ୍ଧିମତାର ପରିଚୟ ଦେଇ ଶେଷରେ ଦ୍ୱିତୀୟ ରନର୍ସଅପ୍‌ ୨୦୨୧ ଟାଇଟଲ ହାସଲ କରିବାରେ ସମର୍ଥ ହୋଇ ସମ୍ବଲପୁର ଓ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି । ଦୀପନ୍ୱିତା ଏବେ ଏମ୍‌ବିଏ କରିବା ପାଇଁ ପ୍ରସ୍ତୁତି ସହ ବିଭିନ୍ନ ଜାତୀୟ ସ୍ତରର ପେଶାଗତ କାର୍ଯ୍ୟ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ସେ ଗୋପାଲମାଲ ବାସିନ୍ଦା କାନାରା ବ୍ୟାଙ୍କର ବରିଷ୍ଠ ପ୍ରବନ୍ଧକ ଜ୍ୟେଷ୍ଠା କନ୍ୟା ଅଟନ୍ତି ।

ଗାଁରେ ବାଘ ଆତଙ୍କ, ଭୟରେ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଆଣିପାରିଲେନି ପରିବାର ଲୋକ

0

ନୂଆପଡା: ଗାଁରେ ବାଘ ଆତଙ୍କ । ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ । ଜଙ୍ଗଲକୁ ଯାଇଥିବା ମହିଳାଙ୍କୁ ମାରି ଖାଇଲା ବାଘ । ମହିଳାଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ବେଳେ ବାଘ ଭୟରେ ଆଣିପାରିନାହାନ୍ତି ପରିବାର ଲୋକ । ବନବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିନଥିବା ଅଭିଯୋଗ ହୋଇଛି । ମୃତ ମହିଳା ହେଲେ ନୂଆପଡ଼ା ଭରୁଆମୁଣ୍ଡା ପଞ୍ଚାୟତ ଛୋଟଲୋଦ୍ରାର ଭାନୁବାଇ ମାଝୀ ।

ଭାନୁବାଇ ଜଙ୍ଗଲକୁ କାଜୁ ସଂଗ୍ରହ ପାଇଁ ଯାଇଥିବା ବେଳେ ବାଘ ଆକ୍ରମଣର ଶିକାର ହୋଇଥିଲେ । ଦୀର୍ଘ ସମୟ ଧରି ନଫେରିବା ପରେ ପରିବାର ଲୋକ ଖୋଜିବାକୁ ଯାଇଥିଲେ ହେଁ ବାଘ ଗର୍ଜନ ଶୁଣି ଫେରି ଆସିଥିଲେ । ଲୋକଙ୍କ କହିବାନୁଯାୟୀ ସେମାନେ ଜଙ୍ଗଲରେ ଦୁଇଟି ବାଘର ଗର୍ଜନ ଶୁଣିଛନ୍ତି । ତେଣୁ ଏବେ ପୁରା ଗାଁ ସମେତ ଆଖପାଖ ଅଞ୍ଚଳର ଲୋକେ ଆତଙ୍କିତ ଅଛନ୍ତି । ସନ୍ଧ୍ୟା ହେଲେ ଘରର ତାଟି କବାଟ ପକାଇ ବସୁଛନ୍ତି । ମୃତ ମହିଳା ଭାନୁବାଇ ମାଝୀଙ୍କୁ ୪୫ ବର୍ଷ ବୟସ ହେବ ବୋଲି ସୂଚନା ମିଳିଛି । ମହିଳା ଜଣକ ଦିନ ୧୨ଟା ସମୟରେ ଜଙ୍ଗଲକୁ କାଜୁ ସଂଗ୍ରହ କରିବାକୁ ଯାଇଥିଲେ ।

 

୮ ହଜାର ହାଇସ୍କୁଲରେ ଅଭିଭାବକଙ୍କୁ ନେଇ ହେବ ବୈଠକ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ହାଇସ୍କୁଲ ଅଭିଭାବକ ମାନଙ୍କ ବୈଠକ । ରାଜ୍ୟର ୮ ହଜାର ହାଇସ୍କୁଲରେ ଅନୁଷ୍ଠିତ ହେବ ବୈଠକ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ରାଉରକେଲା ଉଦିତ ନଗର ହାଇସ୍କୁଲରେ ହେବାକୁ ଥିବା ବୈଠକରେ ମନ୍ତ୍ରୀ ସମୀର ରଂଜନ ଦାଶ ନିଜେ ସାମିଲ ହେବେ ।

ସ୍କୁଲ ମାନଙ୍କରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାର ବର୍ଷକୁ ୪ଟି ବୈଠକ କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର କୋଭିଡ୍‌ ପାଇଁ ବୈଠକ ବନ୍ଦ ଥିଲା । ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ସ୍କୁଲ ମାନଙ୍କରେ ବୈଠକ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ କରୋନା ପାଇଁ ଦୀର୍ଘ  ୧୦ ମାସ ହେବ ସ୍କୁଲ ବନ୍ଦ ଥିବା ବେଳେ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି ପ୍ରାଇମେରୀ ସ୍କୁଲ । ସ୍କୁଲକୁ ଫେରିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ଟିକା ଆସିବା ପରେ ଆଶ୍ୱସ୍ତି ଆସିଛି । ତେଣୁ SRC ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ ହେଉଛି ଏସଓପି । ଅଙ୍ଗନଓ୍ୱାଡି ଖୋଲିଲାଣି, ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ଖୁବଶୀଘ୍ର ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

ସରଗରମ ପିପିଲି ରାଜନୀତି, ତିନି ଦଳରେ ଆରମ୍ଭ ହେଲାଣି ପ୍ରାର୍ଥୀ ଚୟନର ଗୋଟି ଚାଳନା

ପିପିଲି: ସରଗରମ ପିପିଲି ରାଜନୀତି । ଉତ୍ସାହିତ କର୍ମୀ ଓ ନେତା । ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ସରଗରମ । କିଏ ହେବ ପିପିଲି ଗଡ଼ର ଗଡ଼ନାୟକ ? ତାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହେଲାଣି ଗୋଟି ଚାଳନା । ପିପିଲି ଉପ-ନିର୍ବାଚନକୁ ନେଇ ବିଜେଡି କର୍ମୀ ଓ ନେତାଙ୍କ ମହଲରେ ଉତ୍ସାହ ବଢିଥିବା ବେଳେ ସଭାପତିଙ୍କ ପ୍ରାର୍ଥୀ ଚନୟ ଉପରେ ରହିଛି ସମସ୍ତଙ୍କ ନଜର ।

ସେପଟେ ପିପିଲିରେ ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ଛକାପଞ୍ଝା । କିଏ ହେବ ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା । ପିପିଲିରେ ମହାରଥୀଙ୍କ ଦେହାନ୍ତ ପରେ ଏବେ ଖାଲି ପଡିଥିବା ଆସନକୁ ନେଇ ସରଗରମ ହୋଇଛି ରାଜନୀତି । ବିଜେପି ପିପିଲି ଗଡ଼କୁ ହାତେଇବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ବିଜେଡି ପିପିଲିରେ ପୁଣି ଥରେ ଶଙ୍ଖନାଦ ପାଇଁ ଗାଁ ଗାଁରେ ଆରମ୍ଭ କରିଛି କସରତ । ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଅଧ୍ୟକ୍ଷତାରେ ପିପିଲି ଓ ଡେଲାଙ୍ଗରେ ଆରମ୍ଭ ହୋଇଛି ଗଡ଼ ବଞ୍ଚାଅ ରଣନୀତି ।

୨୦୧୯ ସାଧାରଣ ନିର୍ବଚନାରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରଦୀପ ମହାରଥୀଙ୍କ ଠାରୁ ଶୋଚନୀୟ ପରାଜୟ ହୋଇଥିଲେ । ଅନ୍ୟପଟେ ଉପନିର୍ବାଚନରେ ବିଜେଡି ବାଲେଶ୍ୱର ଓ ତିର୍ତ୍ତୋଲକୁ ହାତେଇ ଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଭରିଛି ଜୋସ୍ । ସେପଟେ ବିଜେଡି ସୁପ୍ରିମୋ ପିପିଲି ପାଇଁ ଯାହାକୁ ଚୟନ କରିବେ ତାଙ୍କୁ ସମସ୍ତଙ୍କ ସମର୍ଥନ ରହିବ ବୋଲି ସ୍ୱର ମେଳାଇଛନ୍ତି ନେତା ଓ କର୍ମୀ ।

ପିପିଲି ଓ ଡେଲାଙ୍ଗ ବିଜେଡି କବଜାରେ ରହିଥିବା ବେଳେ ସମସ୍ତ ଜିଲ୍ଲା ପରିଷଦ ଆସନ ମଧ୍ୟ ଦଳ ହାତରେ ରହିଛି । ଅନ୍ୟପଟେ ପୁରୀ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତିଙ୍କ ଗୁରୁମନ୍ତ୍ରଣାରେ ଦଳ ପୁଣି ଥରେ ପିପିଲିରେ ଉଡାଇବ ବିଜୟ ଧ୍ୱଜ୍ଜା ବୋଲି ଆଶା ରହିଛି ।

ଓଡ଼ିଆ ଝିଅ ପ୍ରଜ୍ଞାଙ୍କ ପାରଦର୍ଶିତା, ହାତେଇଲେ ‘ମିସେସ ବିଉଟିଫୁଲ ସ୍ମାଇଲ’ ଟାଇଟଲ

0

ନୂଆଦିଲ୍ଲୀ: ପୁଣି ଜଣେ ଓଡ଼ିଆ ଝିଅ ରାଜ୍ୟ ପାଇଁ ଆଣିଲେ ଗୌରବ । ଦିଲ୍ଲୀର ସୂର୍ଯ୍ୟା ହୋଟେଲରେ ଗ୍ଲୋବାଲ ପ୍ୟାଜେଣ୍ଟ ଦ୍ୱାରା ଆୟୋଜିତ ମିସେସ୍‌ କୁଇନ୍‌ ଅଫ୍‌ ଇଣ୍ଡିଆ ପ୍ରତିଯୋଗିତାରେ ସଫଳତା ପାଇଛନ୍ତି ଓଡ଼ିଆ ଝିଅ । କେନ୍ଦ୍ରାପଡ଼ା ଡେରାବିଶ ଅଂଚଳର ପ୍ରଜ୍ଞାପରମିତା ସିଂ ଫେବୃଆରୀ ୪ ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଛନ୍ତି ।

ଦେଶର ବିଭିର୍ନ ରାଜ୍ୟରୁ ୩୦ରୁ ଅଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଥିମଧ୍ୟରୁ ପ୍ରଜ୍ଞାପରମିତା ମିସେସ ବିଉଟିଫୁଲ ସ୍ମାଇଲର ଟାଇଟଲ ହାସଲ କରିଛନ୍ତି । ଏହାସହ ସେ ଟପ୍‌ ଟେନ୍‌ରେ ନିଜ ସ୍ଥାନ ଅକ୍ତିଆର କରିଛନ୍ତି । ପ୍ରତିଯୋଗିତାରେ କଷ୍ଟ୍ୟୁମ୍‌ ସହ ଟ୍ୟାଲେଣ୍ଟକୁ ନେଇ ଜ୍ୟୁରୀମାନେ ପ୍ରଜ୍ଞାଙ୍କୁ ବେଶ ପ୍ରଶଂସା କରିଥିଲେ । ପ୍ରଜ୍ଞାପରମିତା ପାଇଥିବା ଟାଇଟଲ ସହ ଆଗକୁ ଓଡ଼ିଶାର ଗୌରବ ବଢାଇବା ଦିଗରେ କାର୍ଯ୍ୟ କରିବେ ବୋଲି ମତ ରଖିଛନ୍ତି ।

ଜଣେ ଗୃହିଣୀ ଭାବେ ନିଜ ନିକଟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ସଦୁପଯୋଗ କରି ଯେ କୌଣସି କାର୍ଯ୍ୟକୁ ହାସଲ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରଜ୍ଞାପରମିତା ମତ ରଖିଛନ୍ତି । ଏହାସହ ସେ ଆହୁରି କହିଛନ୍ତି ଯେ, ନାରୀଶସକ୍ତି କରଣ ତଥା ନାରୀକୁ ସହାୟତା କରି ସମାଜରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିବା ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଭାରତୀୟ ସେନାରେ ବରିଷ୍ଠ ଅଧିକାରୀ ରୂପେ କାର୍ଯ୍ୟରତ ତାଙ୍କ ସ୍ୱାମୀ ରାକେଶ କୁମାର ରାୟଙ୍କ ସମେତ ତାଙ୍କର ଦୁଇ ପୁଅ ଓ ପରିବାରର ପୂର୍ଣ୍ଣ ସହଯୋଗରେ ସେ ଏହି ସଫଳତା ପାଇଥିବା ନେଇ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ପାହାଡ଼ିଆ ଭୂମିରେ ସୁନାର ଫସଲ, ଝରଣା ପାଣି ଓ ଜୈବିକ ସାରରେ ହେଉଛି ଚାଷ

ଗଜପତି: ପାହାଡିଆ ଭୂମି ହେଲେ ଫଳୁଛି ସୁନାର ଫସଲ । ଜୈବିକ ପଦ୍ଧତିରେ ହେଉଛି ପରିବା ଚାଷ । ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲାରେ ଜୈବିକ ପ୍ରଣାଳୀରେ ହେଉଛି ପରିବା ଚାଷ । ପାହାଡିଆ ଭୂମିରେ ଝରଣା ପାଣି ଓ ଜୈବିକ ସାର ପ୍ରୟୋଗ କରି ଉତ୍ପାଦନ ହେଉଛି ସୁନାର ଫସଲ । ସ୍ୱାବଲମ୍ବୀ ହେଉଛନ୍ତି ଗୁମ୍ମାବାସୀ ।

ପାହାଡିଆ ଭୂମିର ଛାତି ଉପରେ ସୁନାର ଫସଲ ଫାଳଉଛନ୍ତି ଗୁମ୍ମା ବ୍ଲକର ଚାଷୀ । ଝରଣା ପାଣି ଓ ଜୈବିକ ସାର ପ୍ରୟୋଗ କରି ଉତ୍ପାଦନ କରୁଛନ୍ତି ବିଭିନ୍ନ ପ୍ରକାର ପନିପରିବା । ଆଉ ଏହାକୁ ବଜାରରେ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ଆତ୍ମନିର୍ଭର କରୁଛନ୍ତି ।

ଗୁମ୍ମା ବ୍ଲକ ପାଣ୍ଡରୂଙ୍ଗ ଗାଁର ୧୦୦ରୁ ଉର୍ଦ୍ଧ୍ୱ ଚାଷୀ ନିଜସ୍ୱ ଉଦ୍ୟମରେ ଜୈବିକ ସାର ପ୍ରସ୍ତୁତ କରି ଚାଷ କରୁଛନ୍ତି । ଗାଜର, ବିନ୍ସ, କୋବି ସାଙ୍ଗକୁ ବିଭିନ୍ନ ପ୍ରକାର ପରିବା ଫଳାଉଛନ୍ତି । ମାତ୍ରା ପାହାଡିଆ ଅଞ୍ଚଳରେ ଜଳସେଚନର ସୁବିଧା ନଥିବାରୁ ଗଭୀର ନଳକୂପ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ । ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଜୈବିକ ପଦ୍ଧତିରେ ପରିବା ଚାଷ ଯୁବପୀଢିଙ୍କୁ ପ୍ରେରଣା ଯୋଗାଇବ । ପ୍ରଚୁର ପରିମାଣର ପନିପରିବା ଚାଷ କରି ଏବଂ ଏହାକୁ ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି ସ୍ଥାନୀୟ ଲୋକ ।