spot_img
Home Blog Page 5997

ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ

ବ୍ରହ୍ମପୁର: ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ । ନିଲମ୍ବିତ ଆଇଏଫଏସ୍ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲରୁ ନେଇ କୋର୍ଟରେ ହାଜର କରିଛି ପୋଲିସ । ଉଭୟଙ୍କ ନାଁରେ ଗୋଳନ୍ଥରା ଥାନାରେ ୩ଟି ମାମଲା ରହିଛି ।

Pathak Father And Son Produced In Brahmapur SDJM Court

ଗୋଳନ୍ଥରା ଥାନାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲାଗିଥିବା ମାମଲାରେ ପାଠକ ବାପ-ପୁଅଙ୍କୁ ସଂଶ୍ଲିଷ୍ଟ କରିଛି ପୋଲିସ୍ । ଏହି ମାମଲାରେ ଉଭୟଙ୍କୁ ବ୍ରହ୍ମପୁର SDJM କୋର୍ଟରେ ହାଜର କରାଯାଇଛି । ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ ।

ମହାରାଷ୍ଟ୍ରରେ ସରକାର-ରାଜ୍ୟପାଳ ମୁହାଁମୁହିଁ, ବିମାନରୁ ଓହ୍ଲାଇବାକୁ ବାଧ୍ୟହେଲେ କୋସିୟାରୀ

ମୁ୍ମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ସରକାର ଓ ରାଜ୍ୟପାଳଙ୍କ ଭିତରେ ଥିବା କେଁ ପଦାରେ ପଡ଼ିଛି । ପରିସ୍ଥିତି ଏମିତି ହୋଇଛି ଯେ, ରାଜ୍ୟପାଳ ଭଗତସିଂହ କୋସିୟାରୀଙ୍କୁ ବାଧ୍ୟ ହୋଇ ବିମାନରୁ ଓହ୍ଲାଇବାକୁ ପଡ଼ିଛି । ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ରାଜ୍ୟପାଳଙ୍କୁ ଏପରି ବିରୋଧ ଦେଶରେ ସାମ୍ବିଧାନିକ ସଙ୍କଟ ନେଇ ଆଶଙ୍କା ସୃଷ୍ଟି କରିଛି ।

Maharashtra Governor Bhagat Singh Koshyari Stopped To Fly On State Government Plane

ମିଳିଥିବା ରିପୋର୍ଟ ଅନୁସାରେ ଉତ୍ତରାଖଣ୍ଡ ଯିବା ପାଇଁ ମହାରାଷ୍ଟ୍ର ରାଜ୍ୟପାଳ କୋସିୟାରୀ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ । ଏମିତିକି ମୁମ୍ବାଇ ବିମାନବନ୍ଦରରେ ଥିବା ରାଜ୍ୟ ସରକାରଙ୍କ ବିମାନ ବି ଚଢ଼ିଥିଲେ । କିନ୍ତୁ ତାଙ୍କୁ ଓହ୍ଲାଇ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ବିମାନରେ ଯିବା ପାଇଁ ତାଙ୍କ ପାଖରେ ଅନୁମତି ନଥିବା କହି କର୍ତ୍ତୃପକ୍ଷ ତାଙ୍କୁ ଓହ୍ଲାଇ ଦେଇଥିବା କୁହାଯାଇଛି । ଏହା ରାଜ୍ୟପାଳଙ୍କୁ ଏକ ଅପମାନ ବୋଲି ଅଭିହିତ କରିଛି ବିଜେପି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଶପଥ କରାଇଥାଆନ୍ତି । ତାଙ୍କ ଯାତ୍ରା ପାଇଁ କେବଳ ଏକ ଔପଚାରିକ ପତ୍ର ଆବଶ୍ୟକ ଥାଏ । ଏହା ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ହୋଇଛି । କିନ୍ତୁ ତାହାକୁ ଗ୍ରହଣ କରା ନଯାଇ ରାଜ୍ୟପାଳଙ୍କୁ ସରକାରୀ ବିମାନରେ ଯାତ୍ରା ପୂର୍ବରୁ ଓହ୍ଲାଇ ଦିଆଯିବା ନିଶ୍ଚିତ ଭାବେ ଏକ ଅଶୋଭନୀୟ କାର୍ଯ୍ୟ ।

Maharashtra Governor Bhagat Singh Koshyari Stopped To Fly On State Government Plane
FILE

ଅନ୍ୟପଟେ ରାଜଭବନ ପକ୍ଷରୁ ଏନେଇ ବୟାନ୍ ଜାରି କରାଯାଇଛି । ରାଜ୍ୟପାଳଙ୍କ ଗସ୍ତ ବ୍ୟକ୍ତିଗତ ନଥିଲା, ଏହି ଗସ୍ତ ସରକାରୀ । ରାଜ୍ୟପାଳ ଉତ୍ତରାଖଣ୍ଡ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମୀରେ IAS ଅଧିକାରୀଙ୍କ ୧୨୨ ତମ ଇଣ୍ଡକ୍ସନ୍ ଟ୍ରେନିଂ କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ଯାଉଥିଲେ । ରାଜ୍ୟ ସରକାରଙ୍କୁ ଏନେଇ ଫେବ୍ରୁଆରୀ ୨ ତାରିଖରେ ଅବଗତ କରାଯାଇଥିଲା । ବିମାନରେ ପହଞ୍ଚିବା ପରେ ବି ସରକାର ଅନୁମତି ଦେଇନଥିଲେ । ଯାହାପରେ ରାଜ୍ୟପାଳ ଘରୋଇ ବିମାନରେ ଡେରାଡୁନ୍ ଅଭିମୁଖେ ଯାଇଛନ୍ତି ।

Femina Miss India 2020: ତେଲେଙ୍ଗାନାର ମାନସା ବାରଣାସୀ ହେଲେ ମିସ୍ ଇଣ୍ଡିଆ ୨୦୨୦

ମୁମ୍ବାଇ: ଭାରତକୁ ମିଳିଲା ନୂଆ ମିସ୍ ଇଣ୍ଡିଆ। ୨୩ ବର୍ଷୀୟା ମାନସା ବାରଣାସୀ ହାସଲ କରିଛନ୍ତି ଫେମନା ମିସ୍ ଇଣ୍ଡିଆ ୨୦୨୦ର ଟାଇଟଲ୍। ଖୁବ କମ ବୟସରେ ସେ ଏହି ବଡ଼ ସଫଳତା ହାସଲ କରିଛନ୍ତି। ଫେମିନା ମିସ୍ ଇଣ୍ଡିଆର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ  ଟପ୍ ୩ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏଥର ଶ୍ରେଷ୍ଠ ୩ରେ ମନସା ବାରାଣାସୀ, ମାନିଆ ସିଂ ଏବଂ ମାଣିକା ଶୋକନ୍ଦ ସ୍ଥାନ ପାଇଛନ୍ତି।

୨୩ ବର୍ଷୀୟା ମାନସା ବାରାଣାସୀ ତେଲେଙ୍ଗାନାର ବାସିନ୍ଦା। ସେ ଫେମିନା ମିସ୍ ଇଣ୍ଡିଆ ୨୦୨୦ ୱିନିଂ ଟାଇଟଲ୍ ଜିତିଥିବାବେଳେ ମାନ୍ୟା ସିଂ ଫେମିନା ମିସ୍ ଇଣ୍ଡିଆ ୨୦୨୦ ରନର୍ସଅପ୍ ହୋଇଥିଛନ୍ତି ଏବଂ ମାଣିକା ଶିଓକନ୍ଦାଙ୍କୁ ଫେମିନା ମିସ୍ ଗ୍ରାଣ୍ଡ ଇଣ୍ଡିଆ ୨୦୨୦ର ଟାଇଟଲ୍ ମିଳିଛି।

 

View this post on Instagram

 

A post shared by Femina Miss India (@missindiaorg)

 

କରୋନା ମହାମାରୀ ହେତୁ ଏଥର ପ୍ରତିଯୋଗିତା ସମ୍ପୂର୍ଣ୍ଣ ଡିଜିଟାଲ୍ ସ୍ତରରେ ଆୟୋଜିତ ହୋଇଥିଲା। ମିସ୍ ଇଣ୍ଡିଆର ଏହା ହେଉଛି ୫୭ତମ ସଂସ୍କରଣ, ଯାହା ଆଜି ଶେଷ ହୋଇଛି। ମିସ୍ ଇଣ୍ଡିଆ ୨୦୨୦ ମାନସା ବାରାଣାସୀ ପୂର୍ବରୁ ମିସ୍ ତେଲେଙ୍ଗାନା ମଧ୍ୟ ହୋଇଥିଲେ। ସେ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିଛନ୍ତି। ମାନସା ଜଣେ ଫାଇନାନସିଆଲ୍ ଏକ୍ସଚେଞ୍ଜ ଇନଫରମେଶନ ଆନାଲିଷ୍ଟ ଭାବେ କାମ କରନ୍ତି। ମାନସା ଆଠ ବର୍ଷ ଧରି ଭାରତନାଟ୍ୟମ୍ ଶିଖିଛନ୍ତି, ଏହା ବ୍ୟତୀତ ସେ ଚାରି ବର୍ଷ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ଶିଖିଛନ୍ତି। ସେ ନାଚିବାକୁ ବେଶ୍ ଆଗ୍ରହୀ।

 

View this post on Instagram

 

A post shared by Femina Miss India (@missindiaorg)

ଫେମିନା ମିସ୍ ଇଣ୍ଡିଆ ୨୦୨୦ର ଗ୍ରାଣ୍ଡ ଫାଇନାଲ୍ ମୁମ୍ବାଇର ପ୍ଲସ୍ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉପସ୍ଥାପକ ବଲିଉଡ ଅଭିନେତା ଆପର ଶକ୍ତି ଖୁରାନା ହୋଇଥିବାବେଳେ ନେହା ଧୁପିଆ ଏହି ମେଗା ଇଭେଣ୍ଟର ଅଫିସିଆଲ୍ ପିଜେଣ୍ଟ ଥିଲେ। ଗ୍ରାଣ୍ଡ ଫାଇନାଲରେ ଏହି ଦୁଇଜଣଙ୍କ ସମେତ ବଲିଉଡ ଅଭିନେତ୍ରୀ ବାନି କପୁର, ଚିତ୍ରଙ୍ଗଦା ସିଂ, ଏବଂ ପୁଲକିତ ସମ୍ରାଟ ଭଳି ଅନେକ ସେଲେବ୍ରିଟି ଯୋଗ ଦେଇଥିଲେ।

ଓଡ଼ିଶା ଭୂଇଁକୁ ଚୋରି ଉଦ୍ୟମ ସହ ଅଦାଲତ ଅବମାନନା: ସୁପ୍ରିମ୍‌କୋର୍ଟରେ ଶୁଣାଣି

ଭୁବନେଶ୍ୱର: ଓଡ଼ିଶା ବିରୁଦ୍ଧରେ ସାଘାତିକ ଷଡ଼ଯନ୍ତ୍ର କରୁଛି ଆନ୍ଧ୍ରପ୍ରଦେଶ । ଭୟଙ୍କର ମହାମାରୀ ସମୟରେ ଲୋକଙ୍କ ଧନଜୀବନ ରକ୍ଷା କରିବାକୁ ଆମ ରାଜ୍ୟ ବ୍ୟସ୍ତ ଥିବାବେଳେ ଆମର ଆସ୍ଥା ଓ ବିଶ୍ୱାସ ଉପରେ କୁଠାରଘାତ କରିଛି ପଡ଼ୋଶୀ । ଖାଲି ସେତିକି ନୁହେଁ ଦେଶର ଆଇନ-କାନୁନ, ସୁପ୍ରିମ୍‌କୋର୍ଟ ଓ ସର୍ବୋପରି ଆମ ସମ୍ବିଧାନର ପବିତ୍ର ଉଲ୍ଲେଖକୁ ଦିନ ଦି’ପ୍ରହରରେ ଉଲ୍ଳଂଘନ କରିଛି ଏହି ରାଜ୍ୟ । ନାଁ ବଦଳାଇ ଆମଠାରୁ ଆମ ଭୂଇଁ ଓ ଲୋକଙ୍କୁ ଚୋରି କରିବା ଉଦ୍ୟମ କରିଛି ଏହି ଭଗାରୀ ପଡ଼ୋଶୀ ଆନ୍ଧ୍ରପ୍ରଦେଶ । ଆମ ଲୋକଙ୍କୁ ନେଇ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ସାମିଲ କରାଇବାର ଦୁଃସାହସ ପଦାରେ ପଡ଼ିବା ପରେ ଓଡ଼ିଶାର ଆଇନ ବିଭାଗ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଉ କୋର୍ଟ ଶୁକ୍ରବାର ଦିନ ଏହି ମାମଲାର ଜରୁରୀ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ।

ଆନ୍ଧ୍ରର ଏହି ରାଜ୍ୟ ବିସ୍ତାର ତଥା ଲୁଣ୍ଠନ ମନୋବୃତ୍ତି ଓଡ଼ିଶା ଇତିହାସରେ ତତ୍କାଳୀନ ଗଜପତି ସାମ୍ରାଜ୍ୟ ଓ ବିଜୟନଗରମ୍ ରାଜ୍ୟ ଭିତରେ ଥିବା ସମ୍ପର୍କକୁ ମନେପାଇଦେଉଛି । ଗଜପତି କପିଳେନ୍ଦ୍ର ଦେବଙ୍କ ନେତୃତ୍ୱରେ ଓଡ଼ିଶା ସେନା ସେତେବେଳେ ବିଦେଶୀ ଲୁଣ୍ଠନ ଶକ୍ତିଙ୍କ ବିରୁଦ୍ଧରେ ଲଢ଼ୁଥିବାବେଳେ ଓଡ଼ିଶାର କିଛି ଅଂଶକୁ ଏହି ରାଜ୍ୟ ଅକ୍ତିଆର କରିଥିଲା । ଆଉ ଏହାର ଜବାବରେ ୧୪୫୪ ମସିହାରେ ବିଜୟନଗରମ୍ ରାଜ୍ୟକୁ ଅକ୍ତିଆର କରି ନେଇଥିଲେ ଗଜପତି କପିଳେନ୍ଦ୍ର ଦେବ । ଏହାପରେ ନିଜ ନା ପଛରେ ନବକୋଟି କର୍ଣ୍ଣଡ଼ କଳବର୍ଗେଶ୍ୱର ବିଶେଷଣ ଲଗାଇଥିଲେ । ଖାଲି ସେତିକି ନୁହେଁ ଏହାଦ୍ୱାରା ସେ ବିଜୟନଗରମ୍ ରାଜବଂଶର ଉଦ୍ଧାମତା ଏବଂ ଓଡ଼ିଶା ଭୂଇଁକୁ ଦଖଲ କରିବାର ପ୍ରବୃତ୍ତିକୁ ଦମନ କରିଥିଲେ । ଆଉ କିଛି ବର୍ଷ ପରେ ଏ ଘଟଣାକୁ ୬୦୦ ବର୍ଷ ପୂରିବ ।

AP Panchayat Vote On Kotia, Odisha Govt. Knocked SC Door

ଏ ଭିତରେ ଦୁଇ ରାଜ୍ୟର ରାଜନୀତିକ ଇତିହାସରେ ଅନେକ ଉତ୍ଥାନ ପତନ ହୋଇଛି । ସ୍ୱାଧୀନ ଭାରତର ଦୁଇ ଅଙ୍ଗ ଭାବେ ଓଡ଼ିଶା ଏବଂ ପଡ଼ୋଶୀ ଆନ୍ଧ୍ର ଗଣାଯାଉଛନ୍ତି । ଭାରତର ସମ୍ବିଧାନ ଅନୁସାରେ ଉଭୟଙ୍କ ସୀମା, ଭାଷା, ସଂସ୍କୃତି ଓ ଅଧିବାସୀଙ୍କୁ ନିର୍ଦ୍ଧାରଣ କରାଯାଇଛି । ତଥାପି ଆନ୍ଧ୍ର ପ୍ରଦେଶର ବିଜୟ ନଗରମ୍ ପ୍ରଶାସନ ଓଡ଼ିଶାର ଭୂଇଁକୁ ଚୋରାଇ ନେବାର ଦୁଃସାହସ କରିଛି ।

ଏବେ ମହାମାରୀ କରୋନା ବିରୁଦ୍ଧରେ ଓଡ଼ିଶା ଲଢ଼ୁଥିବା ବେଳେ ବିଜୟ ନଗରମ୍ ଜିଲ୍ଲା ପ୍ରଶାସନ ଆମ ରାଜ୍ୟର କୋରାପୁଟ୍ ଜିଲ୍ଲା ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜର ତିନୋଟି ଗାଁର ନାଁ ବଦଳାଇ ସେଗୁଡ଼ିକୁ ନିଜ ସୀମା ସରହଦ ଭିତରେ ସ୍ଥାନିତ କରିବାକୁ ଚେଷ୍ଟା କରିଛି । ଖାଲି ସେତିକି ନୁହେଁ, ରାତି ଅଧିଆ ଭୂଇଁଚୋରି କରି ଏଠାରେ ଦୀର୍ଘଦିନ ଧରି ଓଡ଼ିଶାର ମାଟି, ପାଣି ପବନରେ ବଢ଼ିଥିବା ଲୋକକୁ ଆନ୍ଧ୍ର ପ୍ରଦେଶର ଦର୍ଶାଇ ପଞ୍ଚାୟତ ନିର୍ବାଚନ କରିବାକୁ ଚେଷ୍ଟା କରିଛି । ଏହା ଭାରତୀୟ ସମ୍ବିଧାନର ଉଲ୍ଲଂଘନ ହୋଇଥିବା ବେଳେ ସୁପ୍ରିମକୋର୍ଟଙ୍କ ରାୟର ଖୋଲାଖୋଲି ଉଲ୍ଲଙ୍ଘନ ବୋଲି ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଦର୍ଶାଇଛି । ଏହା ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଶୁଣାଣି କରିବାକୁ ଅନୁରୋଧ କରିଛି ।

ରାଜ୍ୟ ପକ୍ଷରୁ ଦାଖଲ ହୋଇଥିବା ଅଦାଲତ ଅବମାମନା ପିଟିସନରେ ଆଇନ ବିଭାଗର ସ୍ୱତନ୍ତ୍ର ସଚିବ ଅମ୍ବୁଜ ମୋହନ ଦାସ ଜଣାଇଛନ୍ତି ଯେ, ୧୯୬୮ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିଜୟନଗରମ୍ ଜିଲ୍ଲାପାଳ ତଥା ନିର୍ବାଚନ ରିଟଣ୍ଣିଂ ଅଧିକାରୀ ଉଲ୍ଲଘନ କରିଛନ୍ତି । ଓଡ଼ିଶାର ସୀମାକୁ ଜବରଦସ୍ତ ପଶି ଆସୁଛି ଏବଂ ଆନ୍ଧ୍ରକୁ ଏହିପରି କାର୍ଯ୍ୟରୁ ନିବୃତ୍ତ ରଖିବା ଲାଗି ଓଡ଼ିଶା ସେତେବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଓଡ଼ିଶା ଦାଖଲ କରିଥିବା ନଥି ପ୍ରମାଣକୁ ଆଖିରେ ରଖି ସୁପ୍ରିମକୋର୍ଟ ଆନ୍ଧ୍ରକୁ ସ୍ଥିତାବସ୍ଥା ବଜୟ ରଖିଥିଲେ । ୨୦୦୬ ମସିହାରେ ଆନ୍ଧ୍ର ପ୍ରଦେଶ ସମ୍ବିଧାନର ଧାରା ୧୩୧ ବଳରେ ସୁପ୍ରିମକୋର୍ଟଙ୍କୁ ଏହି ସ୍ଥିତାବସ୍ଥା ବଜାୟ ରଖିବା ଆଦେଶକୁ ଉଠାଇବା ଲାଗି ନିବେଦନ କରିଥିଲେ । କିନ୍ତୁ ଯେହେତୁ ଓଡ଼ିଶା ସରକାରଙ୍କ ଯୁକ୍ତି ୧ ଡିସେମ୍ବର ୧୯୨୦, ଅକ୍ଟୋବର ୮-୧୯୨୩ ଏବଂ ଅକ୍ଟୋବର ୧୫, ୧୯୨୭ ମସିହାରେ ଜାରି ହୋଇଥିବା ୩ଟି ସରକାରୀ ବିଜ୍ଞପ୍ତିକୁ ଆଧାର କରିଛି, ଆନ୍ଧ୍ର ପ୍ରଦେଶର ଏହି ଯୁକ୍ତି କୋର୍ଟରେ ଖାରଜ ହୋଇଥିଲା । ଅର୍ଥାତ୍ ଆଜି ଯାଏ କୋଟିଆ ଗ୍ରାମ ପୁଞ୍ଜର ୨୧ଟି ଯାକ ଗାଁ ଓଡ଼ିଶା ଭୂଇଁ ଅଧୀନରେ ରହିଥିବା ବେଳେ ଏହାର ତିନୋଟି ଗାଁ ନାଁକୁ ବଦଳାଇ ବିଜୟନଗରମ୍ ଜିଲ୍ଲା ପ୍ରଶାସନ ପଞ୍ଚୟତ ଭାବେ ଘୋଷଣା କରିଛନ୍ତି । ଏହାକୁ ଅଯୌକ୍ତିକ, ବେଆଇନ ଓ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି ଓଡ଼ିଶା ସରକାର ।

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କୋଟିଆ ଗ୍ରାମପୁଞ୍ଜର ସମସ୍ତ ୨୧ ଗ୍ରାମରେ ଓଡ଼ିଶା ପକ୍ଷରୁ ସରକାରୀ ସୁବିଧା ଓ ପ୍ରଶାସନିକ ସହାୟତା ପ୍ରଦାନ କରାଯାଉଛି । ସେଠାରେ ପୋଲିସ ଥାନା ରହିବା ସହ ଲୋକେ ଆବାସ ଯୋଜନାଠାରୁ ଆରମ୍ଭ କରି ପିଡିଏସ୍ ଓ ପେନ୍‌ସନ୍ ଯୋଜନାର ଲାଭ ଉଠାଉଛନ୍ତି । ସେଠାରେ ରାସ୍ତାଘାଟ ନିର୍ମାଣ ସହ ପିଇବା ପାଣି ଯୋଗାଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତ ସାଧାରଣ ନିର୍ବାଚନ ଯାଏଁ ମଧ୍ୟ ଏଠାର ସମସ୍ତ ଅଧିବାସୀ ଓଡ଼ିଶାର ସଂସଦୀୟ ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଭୋଟ୍ ଦେଇ ଆସୁଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶିତ ଭୋଟର ତାଲିକା ଓ ୨୦୧୧ ଜନସଂଖ୍ୟା ରିପୋର୍ଟ ଅନୁସାରେ ସେମାନେ ଓଡ଼ିଶାର ଅଧିବାସୀ । କିନ୍ତୁ ହଠାତ୍ ଓଡ଼ିଶା ସରକାରଙ୍କୁ ତଥା ସ୍ଥାନୀୟ ପ୍ରଶାସନର ଅଗୋଚରରେ ଗୋପନ ଭାବେ ଏହି ଅଞ୍ଚଳର ତିନୋଟି ଗ୍ରାମର ନା ବଦଳାଇ ପଞ୍ଚାୟତ ଘୋଷଣା କରିବା ଏବଂ ସେଠାରେ ନିର୍ବାଚନ କରାଇବା ଲାଗି ତାରିଖ ନିର୍ଦ୍ଧାରଣ କରିବା ସମ୍ବିଧାନ ବିରୋଧୀ । ଏହା ରାଜ୍ୟ-ରାଜ୍ୟ ଭିତରେ ସମ୍ପର୍କକୁ ହାନୀ ପହଞ୍ଚାଇବା ସହ ଆନ୍ଧ୍ର ପ୍ରଦେଶର ସୀମା ଉଲ୍ଲଂଘନ କାର୍ଯ୍ୟକଳାପ । ଏଣୁ ତୁରନ୍ତ ସମ୍ପୃକ୍ତ ପ୍ରଶାସନ ଓ ନିର୍ଦେଶ ଜାରି କରିଥିବା ଜିଲ୍ଲାପାଳଙ୍କୁ ଦଣ୍ଡିତ କରିବା ଲାଗି ରାଜ୍ୟ ସୁପ୍ରିମକୋର୍ଟଙ୍କ ପାଖରେ ପ୍ରାର୍ଥନା କରିଛି ।

ଓଡ଼ିଶାର ଯେଉଁ ତିନୋଟି ଗ୍ରାମର ନାଁକୁ ପରିବର୍ତ୍ତନ କରାଯାଇଛି ସେଗୁଡ଼ିକ ହେଲା ଗଞ୍ଜାଇପଦର, ଫାଟୁସେନାରୀ ଓ ଫଗୁସେନାରୀ । ଏହି ତିନୋଟି ଗ୍ରାମକୁ ଯଥାକ୍ରମେ ଗଞ୍ଜେଇବାଦ୍ରା, ଫଟ୍ଟୁଚେନାରୁ ଓ ଫଗୁଚେନ୍ନାରୁ ଭାବେ ଆନ୍ଧ୍ର ପ୍ରଦେଶ ନାମିତ କରିଛି । ଖାଲି ସେତିକି ନୁହେଁ ୨୦ କିଲୋମିଟର ଦୂର ଆନ୍ଧ୍ର ପରିସୀମାରେ ଏହି ଗ୍ରାମବାସୀଙ୍କୁ ଭୋଟ୍ ଦେବା ଲାଗି ବିଜ୍ଞପ୍ତି ଜାରି କରିଛି ଆନ୍ଧ୍ର ପ୍ରଦେଶ ପ୍ରଶାସନ ।

ତଣ୍ଟିଚିପି ମାରି ମୁଣ୍ଡ ଗାଏବ କରିଥିଲେ,ତେବେ କ’ଣ ପାଇଁ ହୋଇଥିଲା ହତ୍ୟା ?

ଭୁବନେଶ୍ୱର: କମିଶନରେଟ୍‌ ପୋଲିସକୁ ବଡ଼ ସଫଳତା । ଭୁବନେଶ୍ୱର ଅନ୍ଧାରୁଆରେ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାର ଖୁଲାସା କରିଛି ପୋଲିସ । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମହିଳାଙ୍କ ପରିଚୟ ମଧ୍ୟ ପ୍ରକାଶ କରିଛି । ପୋଲିସର ସୂଚନା ଅନୁଯାୟୀ ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ହେଉଛି ବିବାହ ବିବାଦ । ମହିଳାଙ୍କ ବିବାହ ନେଇ ବିବାଦ ରହିଥିଲା । ସେହି ଆକ୍ରୋଶରେ ତାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଲେ ସଞ୍ଜୟ ଓ ଚନ୍ଦୁ ।

ଭୁବନେଶ୍ୱର ଧିରିକୁଟି ବସ୍ତିରେ ମହିଳା ଜଣକ ସଞ୍ଜୟଙ୍କ ଘରେ ଭଡ଼ା ନେଇ ରହୁଥିଲେ । ମହିଳାଙ୍କ ନାମ ପୁଷ୍ପଲତା ରାଉଳ । ତାଙ୍କର ବୟସ ୨୮ । ସଞ୍ଜୟ ତାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ସହଯୋଗୀ ଚନ୍ଦୁ ସହ ମିଶି ମୃତଦେହକୁ ଏକ ବୋଲେରୋ ଗାଡ଼ିରେ ନେଇଯାଇଥିଲା । ଯୋଜନା ମୁତାବକ ମହିଳାଙ୍କ ମୁଣ୍ଡ କାଟିବା ପାଇଁ ସେମାନେ ଗ୍ଲୋବ୍‌ସ ଏବଂ ଛୁରି କିଣିଥିଲେ । ସେଥିରେ ମୁଣ୍ଡ କାଟି ଏକ ଭିନ୍ନ ସ୍ଥାନରେ ଫିଙ୍ଗିଦେଇଥିଲେ । ମୃତଦେହଠାରୁ କଟା ମୁଣ୍ଡ ଦୁଇ କିଲୋମିଟର ଦୂରରେ ପଡ଼ିଥିଲା । ଘଟଣାସ୍ଥଳକୁ ଦୁଇ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା ପୋଲିସ । ପରିଚୟ ଲୁଚାଇବା ପାଇଁ ହତ୍ୟାକାରୀ ମୁଣ୍ଡକୁ ଦୂରରେ ଫିଙ୍ଗିଥିଲେ ।

ଗତ ୯ ତାରିଖ ଅପରାହ୍ନରେ ପୋଲିସକୁ ନିର୍ଦ୍ଧିଷ୍ଟ ତଥ୍ୟ ମିଳିଥିଲା । ଗତ ମାସେ ହେବ ସଞ୍ଜୟଙ୍କ ସହ ପୁଷ୍ପଲତା ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ । କିଛି ଦିନ ତଳେ ପ୍ରୀତିରଞ୍ଜନଙ୍କୁ ସେ ବାହା ହୋଇଥିଲେ । ଘରେ ପ୍ରୀତିରଞ୍ଜନଙ୍କୁ ଛାଡ଼ି ସଞ୍ଜୟ ସହ ଆସି ପୁଷ୍ପଲତା ଧିରିକୁଟି ବସ୍ତିରେ ରହୁଥିଲେ । ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ପ୍ରୀତିରଞ୍ଜନଙ୍କୁ ପୁଷ୍ପଲତା ବିବାହ କରିଥିବାରୁ ସଞ୍ଜୟ ତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା । ହତ୍ୟାକାଣ୍ଡ ଘଟଣା ପରେ ଉଭୟ ଅଭିଯୁକ୍ତ ଦଶପଲ୍ଲା ଯାଇ ଲୁଚିଥିଲେ । ତେବେ ଗୁରୁବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଟାମୁଣ୍ଡ ଜବତ କରିଛି ପୋଲିସ । ଭରତପୁର ଜଙ୍ଗଲରୁ ଉକ୍ତ କଟା ମୁଣ୍ଡକୁ ପୋଲିସ ଠାବ କରିଛି ।

ସୂଚନା ଅନୁଯାୟୀ, ଗତ ୪ ତାରିଖ ଦିନ ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରୁ ପୁଷ୍ପଲତାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ମହିଳାଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଓ ଆଖପାଖ ଥାନାକୁ ପୋଲିସ ଖବର ଦେଇଥିଲା । ଜଣେ ଆଡିସିନାଲ୍‌ ଏସ୍‌ପି ରାଙ୍କର ଅଫିସରଙ୍କ ତତ୍ତ୍ୱାବଧାନରେ ଏକ ୫ ଜଣିଆ ଟିମ୍‌ ଘଟଣାର ତଦନ୍ତ କରୁଥିବା ବେଳେ ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମଧ୍ୟ ମରାଯାଇଥିଲା । ମହିଳାଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ପୋଲିସ ଘୋଷଣା କରିଥିଲା।

୧୬ ତାରିଖରୁ ଓଡ଼ିଶାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଦେଶବ୍ୟାପୀ ଶୁଖିଲା ପାଗ ରହିଥିବା ବେଳେ ଶୀଘ୍ର ପରିବର୍ତ୍ତନ ଦେଖିବାକୁ ମିଳିପାରେ । ପାଣିପାଗ ବିଜ୍ଞାନୀଙ୍କ ଅନୁମାନ ଅନୁସାରେ, ଦେଶର କେତେକ ରାଜ୍ୟରେ ଅଦିନିଆ ବର୍ଷା ଆରମ୍ଭ ହୋଇପାରେ । ପାଣିପାଗରେ ଏହି ପରିବର୍ତ୍ତନ ଫେବ୍ରୁଆରୀ ମଧ୍ୟ ଭାଗରୁ ଆସିବ । ଯାହ ଫଳରେ କେତକ ରାଜ୍ୟରେ ଅଦିନିଆ ବର୍ଷା ସହ ବଜ୍ରପାତ ହେବା ନେଇ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

 Unseasonal Rains Are Going To Start Across India Soon, Odisha May Affected

ପାଣିପାଗ ପୂର୍ବାନୁମାନକାରୀ ଘରୋଇ ସଂସ୍ଥା ସ୍କାଏମେଟ୍ ପାଣିପାଗ ମୁଖ୍ୟ ବୈଜ୍ଞାନିକ ମହେଶ ପାଲାୱତ କହିଛନ୍ତି- ‘ଫେବ୍ରୁଆରୀ ୧୬ରୁ ୨୦ ତାରିଖ ମଧ୍ୟରେ ବର୍ଷା ଅଥବା ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଏହାକୁ ଆମେ ଅଦିନିଆ ବର୍ଷା କହୁ ।’

Unseasonal Rains Are Going To Start Across India Soon, Odisha May Affected

ଏହି ଅଦିନିଆ ବର୍ଷାରେ ଓଡ଼ିଶା ସହ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ, ତେଲଙ୍ଗାନା ଓ ତାମିଲନାଡ଼ୁ ଆଦ ରାଜ୍ୟ ପ୍ରଭାବିତ ହୋଇପାରେ । ତେବେ, ଏହି ଅଦିନିଆ ବର୍ଷା ପ୍ରାକ୍-ମୌସୁମୀ ବର୍ଷା ନୁହେଁ । କାରଣ ପ୍ରାକ୍-ମୌସୁମୀ ବର୍ଷା ତାପମାତ୍ରା ଏକ ନିର୍ଦ୍ଧାରିତ ସୀମା ଉପରକୁ ଆସିବା ପରେ ହୋଇଥାଏ । ଏବେ କେତେକ ରାଜ୍ୟରେ ପାରଦ ସ୍ୱାଭାବିକ ଠାରୁ ତଳେ ରହିଛି ।

 Unseasonal Rains Are Going To Start Across India Soon, Odisha May Affected

ପୂର୍ବ ମଧ୍ୟପ୍ରଦେଶ ଓ ଏହାକୁ ଲାଗି ରହିଥିବା ଛତିଶଗଡ଼ ତଥା ବିଦର୍ଭ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଆଉ ଏହା ତେଲଙ୍ଗାନା ଦେଇ ଦକ୍ଷିଣ ତାମିଲନାଡ଼ୁ ଉପରେ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଭାରତର ଦୁଇ ସମୁଦ୍ର ଆରବ ସାଗର ଓ ବଙ୍ଗୋପସାଗର ଉପକୂଳର ଆଦ୍ରତା ସୃଷ୍ଟି ହୋଇ ପାଗ ପରିବର୍ତ୍ତନ ହୋଇ ବର୍ଷା ହୋଇପାରେ ।

ପୈଙ୍ଗୋଙ୍ଗ୍ ହ୍ରଦରୁ କେତେ ପଛକୁ ହଟୁଛି ଚୀନ୍ ସେନା ? ଜାଣନ୍ତୁ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ଥମିବାରେ ଲାଗିଛି। ପ୍ରଥମଥର ପାଇଁ ପୈଙ୍ଗୋଙ୍ଗ୍ ହ୍ରଦର ଫିଙ୍ଗର ୪ରୁ ଉଭୟ ଦେଶ ନିଜ ନିଜର ସେନା ପଛକୁ ହଟାଇଛନ୍ତି।  ଭାରତର କୂଟନୀତି ଏବଂ ସୀମାରେ ଠିଆ ହୋଇଥିବା ଯବାନମାନଙ୍କ ସାହସିକତା ଯୋଗୁଁ ଚୀନ୍ ବର୍ତ୍ତମାନ ପାଙ୍ଗୋଙ୍ଗ ହ୍ରଦରୁ ଫଛକୁ ହଟିଛି। ଗୁରୁବାର ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ବୁଧବାର ଠାରୁ ସେନା ପ୍ରତ୍ୟାହାର ଆରମ୍ଭ ହୋଇଛି। ପୂର୍ବ ଲଦାଖରେ LAC ଉପରେ ଚୀନ୍ ଏବଂ ଭାରତ ମଧ୍ୟରେ ସେନା ପ୍ରତ୍ୟାହାର କରିବାକୁ ଏକ ଚୁକ୍ତି ହୋଇଛି।  ସେନା ପ୍ରତ୍ୟାହାର ନେଇ ସେ ରୋଡମ୍ୟାପ ଏବଂ ଗ୍ରାଉଣ୍ଡ ସ୍ଥିତିକୁ ବି ଦେଶ ସାମ୍ନାରେ ରଖିଛନ୍ତି। ଆସନ୍ତୁ ୭ଟି ପଏଣ୍ଟରେ ବୁଝିବା ଚୀନ୍ ସେନା କେମିତି ଓ କାହିଁକି ସୀମାରୁ ପଛକୁ ହଟୁଛି।

. ଭାରତ ରଖିଛି ୩ଟି ସର୍ତ୍ତ: ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଚୀନ୍ ସହ ଆଲୋଚନାରେ ଭାରତ ତିନୋଟି ସର୍ତ୍ତ ରଖିଛି। ପ୍ରଥମେ – ଉଭୟ ପକ୍ଷ LAC କୁ ମାନିବା ଓ ସମ୍ମାନ କରିବା ଉଚିତ୍। ଦ୍ୱିତୀୟତ  ଉଭୟ ପକ୍ଷ  ସୀମା ସ୍ଥିତି ପରିବର୍ତ୍ତନ କରିବାକୁ ଏକପାଖିଆ ପ୍ରୟାସ କରିବା ଉଚିତ୍ ନୁହେଁ। ଏବଂ ତୃତୀୟତ ସମସ୍ତ ଚୁକ୍ତିନାମା ଉଭୟ ପକ୍ଷ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ପାଳନ କରାଯିବା ଉଚିତ୍।

. ୪୮ ଘଣ୍ଟାର ସମୟ ସୀମା: ରାଜନାଥ ରାଜ୍ୟସଭାରେ କହିଛନ୍ତି ଯେ ପୈଙ୍ଗୋଙ୍ଗ୍ ହ୍ରଦର ଦକ୍ଷିଣ ଏବଂ ଉତ୍ତର ଦୀଗରୁ ସେନା ପ୍ରତ୍ୟାହାର କରିବାକୁ ଚୁକ୍ତି ହୋଇଛି। ପ୍ୟୋଙ୍ଗୋଙ୍ଗ ହ୍ରଦରୁ ସେନା ପ୍ରତ୍ୟାହାରର ୪୮ ଘଣ୍ଟା ମଧ୍ୟରେ ସିନିୟର କମାଣ୍ଡର ସ୍ତରୀୟ ବୈଠକ ହେବ। ଏଥିରେ ଚୀନ୍ ସେନା ମଧ୍ୟ ସହମତ। ଏଥିରେ ଅବଶିଷ୍ଟ ସମସ୍ୟାର ସମାଧାନ ହେବ।

. ଫିଙ୍ଗର ରୁ ପଛକୁ ହଟିବ ଚୀନ୍ ସେନା: ଭାରତ ଓ ଚାନ ମଧ୍ୟରେ ସେନା ପ୍ରତ୍ୟାହାରର ଏହି ଚୁକ୍ତିନାମା  ହୋଇଛି। ଏହା ଅନୁଯାୟୀ ପୈଙ୍ଗୋଙ୍ଗ୍ ହ୍ରଦ ଅଞ୍ଚଳରେ ଉଭୟ ପକ୍ଷ ସେନାକୁ ଫେରାଇ ଆଣିବେ। ଚୀନ୍ ନିଜର ସେନାର ସେନାକୁ ହ୍ରଦର ଉତର ଦୀଗରେ ଥିବା ଫିଙ୍ଗର 8ର ପୂର୍ବ ପାର୍ଶ୍ୱକୁ ପଠାଇବ।

. ଧାନ ସିଂ ଥାପା ପୋଷ୍ଟକୁ ଫେରିବ ଭାରତୀୟ ସେନା: ଏହି ଚୁକ୍ତିନାମା ଅନୁଯାୟୀ ଭାରତ  ଫିଙ୍ଗର ୩ ନିକଟସ୍ଥ ସ୍ଥାୟୀ ବେସ ଧାନ ସିଂ ଥାପା ପୋଷ୍ଟରେ ନିଜ ସେନାକୁ ମୁତୟନ କରିବ। ପୈଙ୍ଗୋଙ୍ଗ୍ ହ୍ରଦର ଦକ୍ଷିଣ କୂଳର ପୋଷ୍ଟରେ ମଧ୍ୟ ଉଭୟ ସେନା ସମାନ ପଦକ୍ଷେପ ନେବ।

. ଚୀନ୍ ବେଆଇନ ନିର୍ମାଣକୁ ହଟାଇବ: ରାଜନାଥ ସଂସଦରେ କହିଛନ୍ତି ଯେ ୨୦୨୦ ରେ ହ୍ରଦର ଦକ୍ଷିଣ ଦୀଗରେ ଯାହା ବି ନିର୍ମାଣ କାର୍ଯ୍ୟ କରାଯାଇଛି ସବୁ ହଟାଯିବ ଏବଂ ସ୍ଥିତି ପୁରୁଣା ଅବସ୍ଥାକୁ ଫେରିଯିବ।

. ପାଟ୍ରୋଲିଂ ଉପରେ ଅସ୍ଥାୟୀ ପ୍ରତିବନ୍ଧକ: ଉଭୟ ପକ୍ଷ ପେଟ୍ରୋଲିଂ ସମେତ ହ୍ରଦର ଉତର କୂଳରେ ସମସ୍ତ କାର୍ଯ୍ୟକଳାପକୁ ସାମୟିକ ଭାବେ ବନ୍ଦ କରିବେ। ପେଟ୍ରୋଲିଂ ସେତେବେଳେ ଆରମ୍ଭ ହେବ ଯେତେବେଳେ ସେନା କୂଟନୈତିକ ସ୍ତରରେ ବୁଝାମଣା କରି ଚୁକ୍ତି କରିବ। ବୁଧବାରଠାରୁ ଚୀନ୍ ଏବଂ ଭାରତ ଏହି ଚୁକ୍ତି ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି।

. ଆମେ କିଛି ହରାଇ ନାହୁଁ: ରାଜନାଥ କହିଛନ୍ତି ଯେ ଏହି ଆଲୋଚନାରେ ଭାରତ କିଛି ହରାଇ ନାହିଁ। ସେ କହିଛନ୍ତି ଯେ ଏବେ ବି  LAC ରେ କିଛି ପୁରୁଣା ସମସ୍ୟା ବାକି ଅଛି। ସରକାର ଏଗୁଡିକ ଉପରେ ଧ୍ୟାନ ଦେବେ। ଏବଂ ପରବର୍ତ୍ତୀ ବାର୍ତ୍ତାରେ ଏହା ଉପରେ ଆଲୋଚନା କରାଯିବ।

 

ଦେଶଦ୍ରୋହ ଅପରାଧରେ ଈଶ୍ୱର ଚନ୍ଦ୍ର ବେହେରାକୁ ଆଜୀବନ କାରାଦଣ୍ଡାଦେଶ

ବାଲେଶ୍ୱର: ଦେଶଦ୍ରୋହ ଅପରାଧରେ ଈଶ୍ୱର ଦୋଷୀ । ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ଦେଉଥିଲେ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ । ବାଲେଶ୍ୱର ଏଡିଜେ କୋର୍ଟ ଈଶ୍ୱରଚନ୍ଦ୍ର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ଶୁାଣଇଛନ୍ତି । ତାଙ୍କ ବିରୋଧରେ ୧୨୦ ଏ, ବି, ୧୨୧ ସେକସନ ୩ ଓ ସେକସନ ୪ ଅଫିସିଆଲ ସିକ୍ରେଟ୍ ଆକ୍ଟ ଲାଗିଛି ।  ଅନ୍ୟମାନଙ୍କ ସହ ଈଶ୍ୱର କଥା ହୋଇଥିବା ରେକର୍ଡ ଅଛି । କୋର୍ଟରେ ଉପସ୍ଥାପିତ ୬୦୦ରେକର୍ଡର ସତ୍ୟତା ରହିଛି । ପ୍ରତିରକ୍ଷା ବିଭାଗର ମିସାଇଲ ପରୀକ୍ଷା ସଂକ୍ରାନ୍ତୀୟ ତଥ୍ୟ ପରୀକ୍ଷା ପରେ ବିଭାଗ ପକ୍ଷରୁ ଘୋଷଣା କରାଯାଏ । ଈଶ୍ୱର ଏହି ସବୁ ସୂଚନା ପରୀକ୍ଷଣ ପୂର୍ବରୁ ଦେଇଥିବାରୁ ସେ ଦୋଷୀ ବୋଲି କୋର୍ଟ କହିଛନ୍ତି । ଏଥିସହ ଈଶ୍ୱରକୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

Baleswar ADJ Court Convicted Iswar Chandra Behera Treason

ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହ ଲିଙ୍କରେ ଈଶ୍ୱରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଚାନ୍ଦିପୁର ପୋଲିସ ଗତ ୨୦୧୪ ମସିହା ଡିସେମ୍ବର ୨୨ ତାରିଖରେ ଈଶ୍ୱର ବେହେରାଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଈଶ୍ୱର ବେହେରା ବାରମ୍ବାର ଜାମିନ ଆବେଦନ କରିଥିଲେ ମଧ୍ୟ ଖାରଜ ହୋଇଯାଇଥିଲା । ଜାମିନ ଆବେଦନ ଖାରଜ ହେଇ ଯାଉଥିବାରୁ ଗତ ୭ ବର୍ଷ ଧରି ଈଶ୍ୱର ବିଚାରାଧୀନ କଏଦୀ ଭାବେ ବାଲେଶ୍ୱର ଜେଲ୍‌ରେ ଅଛି ।

Baleswar ADJ Court Convicted Iswar Chandra Behera Treason

ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ଜଣେ ଠିକା କ୍ୟାମେରା ମ୍ୟାନ୍‌ ଭାବେ ନିଯୁକ୍ତି ପାଇଥିଲେ ଈଶ୍ୱର । ଏହି ସମୟରେ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ପର୍କିତ ତଥ୍ୟ ଶତ୍ରୁ ପକ୍ଷର ଜଣେ ଏଜେଣ୍ଟଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ବାଲେଶ୍ୱର ଏଡିଜେ କୋର୍ଟ ଈଶ୍ୱର ଚନ୍ଦ୍ର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ, ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଆସନ୍ତାକାଲି ତଥା ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଓଡ଼ିଶାର ଅଦାଲତ ଅବମାନନା ଆବେଦନ ଉପରେ ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ ।

ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲା ଓଡ଼ିଶା । ଓଡ଼ିଶା ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ମାମଲା ରୁଜୁ କରିଛନ୍ତି। ୧୯୬୮ରେ ଏହି ସୀମା ବିବାଦର ଶୁଣାଣି କରି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ଅବମାନନା କରି ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆର ୩ଟି ପଞ୍ଚାୟତରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଯାହା ଫଳରେ ଏହା ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋଟିଆର ଫଗୁସେନାରୀ, ଫାଟୁସେନାରୀ ଓ ଗଞ୍ଜିଆପଦର ଗାଁରେ ନିର୍ବଚନ କରୁଛି ଆନ୍ଧ୍ର ସରକାର । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲ ଅଧିନରେ ଏହି ୩ଟି ଗାଁ ରହିଛି।

ଉଲ୍ଲେଖଯୋଗ୍ୟ, ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୦୬ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ଅଭିଯୋଗ କରିଛି ଓଡ଼ିଶା । ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି ଆନ୍ଧ୍ରର ମୁଖ୍ୟ ଶାସନ ସଚିବ । ଆନ୍ଧ୍ର ବିରୋଧରେ କାହିଁକି ଅବମାନନା ମାମଲା ରୁଜୁ ହୋଇଛି ସେନେଇ ଓଡ଼ିଶା ବସ୍ତୃତ ତଥ୍ୟ ରଖିଛି ।

ଛବିରେ ଦେଖନ୍ତୁ ଏକାମ୍ର କ୍ଷେତ୍ରର ବଦଳିଥିବା ରୂପ

ଭୁବନେଶ୍ୱର: ବଦଳିଛି ଏକାମ୍ର କ୍ଷେତ୍ରର ରୂପରେଖ । ବିକାଶମୂଳକ କାର୍ଯ୍ୟ ପରେ ଝଲସୁଛି ଲିଙ୍ଗରାଜ ମନ୍ଦିର ଚର୍ତୁପାର୍ଶ୍ୱ । ବିକାଶ ପରେ ବଦଳିଥିବା ଲିଙ୍ଗରାଜ ମନ୍ଦିର ଚାରିପଟର ଦୃଶ୍ୟ ହିଁ କହୁଛି ଏହା କେତେ ଜରୁରୀ ଥିଲା । ପୂର୍ବରୁ ଭଜନମଣ୍ଡପ ଯୋଗୁଁ ଲିଙ୍ଗରାଜ ମନ୍ଦିରର ପଛଭାଗ ଦୃଶ୍ୟମାନ ହେଉନଥିଲା । ଉଚ୍ଛେଦ ପରେ ଏବେ ଦୂରରୁ ସୁନ୍ଦର ଦିଶୁଛି ଶ୍ରୀଲିଙ୍ଗରାଜ ମନ୍ଦିର ।

See How Ekamra Kshetra Look Changed After Development Work

ପୂର୍ବରୁ ବିନ୍ଦୁସାଗରର ଉତ୍ତର ପାର୍ଶ୍ୱରୁ ଲିଙ୍ଗରାଜ ମନ୍ଦିର ଦେଖାଯାଉନଥିଲା । ଏବେ ଉଚ୍ଛେଦ ପରେ ଲିଙ୍ଗରାଜ ମନ୍ଦିର ସମ୍ପୂର୍ଣ୍ଣ ଭାବେ ଦେଖାଯାଉଛି ।

See How Ekamra Kshetra Look Changed After Development Work

ସେହିଭଳି ବିନ୍ଦୁସାଗରର ଉତ୍ତର ପାର୍ଶ୍ୱରେ ଥିବା ମାର୍କେଟ୍ ବିଲ୍ଡିଂ ଯୋଗୁଁ ଲିଙ୍ଗରାଜ ମନ୍ଦିର ମଧ୍ୟରେ ଥିବା ପାର୍ଶ୍ୱ ଦେବାଦେବୀ ମନ୍ଦିର ଦେଖାଯାଉ ନଥିଲା । ଏବେ ଉଚ୍ଛେଦ ପରେ ଏହା ସୁନ୍ଦର ଦେଖାଯାଉଛି । ଉଚ୍ଛେଦ ସ୍ଥାନରେ ରାସ୍ତା ନିର୍ମାଣ କରାଯାଇଛି ।

See How Ekamra Kshetra Look Changed After Development Work

ବିଏମସି ମେଡିକାଲ ପଶ୍ଚିମ ପାର୍ଶ୍ୱରେ ରାସ୍ତାକଡ଼ରେ ଥିବା ଦୋକାନ ଉଚ୍ଛେଦ ପରେ ମନ୍ଦିର ସମ୍ପୂର୍ଣ୍ଣ ଦେଖାଯିବା ସହ ଉକ୍ତ ରାସ୍ତା ସୁନ୍ଦର ଦିଶୁଛି ।

See How Ekamra Kshetra Look Changed After Development Work

ସେହିଭଳି ଶୁକସାରୀ ପଛଭାଗରୁ ପୂର୍ବରୁ ଲିଙ୍ଗରାଜ ମନ୍ଦିର ଦେଖାଯାଉ ନଥିଲା । ଏବେ ଉଚ୍ଛେଦ ପରେ ତାହା ସ୍ପଷ୍ଟ ଭାବେ ପ୍ରତୀୟ ହେଉଛି ।

See How Ekamra Kshetra Look Changed After Development Work

ଉତ୍ତର ପାର୍ଶ୍ୱ ରାସ୍ତାକଡ଼ରେ ଥିବା ଜବରଦଖଲ ଯୋଗୁଁ ରାସ୍ତାରୁ ଲିଙ୍ଗରାଜ ମନ୍ଦିର ଦେଖାଯାଉ ନଥିଲା । ଜବରଦଖଲ ଉଚ୍ଛେଦ ପରେ ରାସ୍ତା ଫାଙ୍କା ହେବ ସହ ଦୂରରୁ ମନ୍ଦିର ଦୃଶ୍ୟମାନ ହେଉଛି ।

See How Ekamra Kshetra Look Changed After Development Work

ଏସବୁ ଦେଖିଲେ କେନ୍ଦ୍ର ସରକାର ଏନଏମଏ ଆଳରେ ବିକାଶକୁ ରୋକିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହେଉଛି ।