ବେକାବୁ କରୋନା: ଦିନକରେ ୫୦ ହଜାର ଟପିଲା ସଂକ୍ରମଣ

1 min read

ଦେଶରେ ପୁଣି ୫୦ହଜାର ଟପିଲା ଦୈନିକ କରୋନା ସଂକ୍ରମଣ। ଦୀର୍ଘ ୫ମାସ ପରେ ଦୈନିକ କରୋନା ସଂକ୍ରମଣ ୫୦ ହଜାର ପାର୍ କରିଛି।  ଦେଶରେ ଗତ ୨୪ ଘଣ୍ଟାରେ ଆଉ ୫୩ ହଜାର ୪୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଗୋଟିଏ ଦିନରେ ୨୫୧ ଜଦଣଙ୍କ ଜୀବନ ବି ଯାଇଛି ।

ସେହିପରି ଦିନକରେ ୨୬ ହଜାର ୪୯୦ ଜଣ ଆକ୍ରାନ୍ତ  କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୮୭ ହଜାର ୫୩୪ରେ ପହଞ୍ଚିଛି ।  ଏବେ ସୁଦ୍ଧା ମୋଟ ୧ କୋଟି ୧୨ ଲକ୍ଷ ୩୧ ହଜାର ୬୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ,  ୩ ଲକ୍ଷ ୯୫ ହଜାର ୧୧୨ ସକ୍ରିୟ ମାମଲା ରହିଛି। ସେହିଭଳି ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ଜାର ୬୯୨ରେ ପହଞ୍ଚିଛି । ଅନ୍ୟପଟେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୫ କୋଟି ୩୧ ଲକ୍ଷ ୪୫ ହଜାର ୭୦୯ ଜଣ କରୋନା ଟିକା ନେଇସାରିଲେଣି।

ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ: ମହାରାଷ୍ଟରରେ ପ୍ରତିଦିନ କରୋନା ସଂକ୍ରମଣ ପୂରୁଣା ରେକର୍ଡ଼୍ ଭାଙ୍ଗୁଛି । ଗତ କିଛି ଦିନରେ ମହାରାଷ୍ଟ୍ରରେ ୩୧ ହଜାରରୁ ବି ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ତେବେ ବର୍ତ୍ତମାନ ରାଜ୍ୟରେ ଅଢ଼େଇ ଲକ୍ଷରୁ ଅଧିକ କରୋନା ମାମଲା ସକ୍ରିୟ ରହିଛି, ଯାହାକି ଦେଶର ମୋଟ ସକ୍ରିୟ ମାମଲାର ଅଧାରୁ ଅଧିକ। ଏହି କାରଣରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକଡାଉନ କରିଦିଆଯାଇଛି।

କେବଳ ମହାରାଷ୍ଟ୍ର ନୁହେଁ ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗରେ ମଧ୍ୟ କରୋନା ଗ୍ରାଫ ଉପରମୁହାଁ ହେଉଛି । ତେଣୁ ପ୍ରାୟ ରାଜ୍ୟରେ ପୁଣି ଥରେ କରୋନାକଟକଣା କୁ କଡ଼ା କଡ଼ି ଭାବେ ପାଳ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner