ବହିରୁ ମିଳିଲା ହତ୍ୟା ଟ୍ରେନିଂ, ଶାଶୁକୁ ହତ୍ୟା, ସ୍ତ୍ରୀ କୋମାରେ

ନୂଆଦିଲ୍ଲୀ: ପୁସ୍ତକ ସାଜିଛି ଶିକ୍ଷକ । କିନ୍ତୁ କୌଣସି ମହାନ କାମ ପାଇଁ ନୁହେଁ ବରଂ ଅପରାଧ ପାଇଁ । ଦିନେ ରାଜନୈତିକ ବିରୋଧୀଙ୍କୁ ମାରିବା ପାଇଁ ଥିଲିୟମ ନାମକ ବିଷାକ୍ତ ପଦାର୍ଥ ବ୍ୟବହାର କରିଥିଲା ଏକଛତ୍ରବାଦ ଶାସକ ସଦ୍ଦାମ ହୁସୈନ । ଯାହାର କାହାଣୀକୁ ପୁସ୍ତକରେ ପଢି ହତ୍ୟା ପ୍ରଶିକ୍ଷଣ ନେଇଥିଲା ଦିଲ୍ଲୀ ସ୍ଥିତ ବିଲଡର ବରୁଣ ଅରୋରା । ପୁସ୍ତକରୁ ନେଇଥିବା ଜ୍ଞାନକୁ କାମରେ ବ୍ୟବହାର କରିଛି ସୈତାନ ବରୁଣ । ଶାଶୁ, ଶ୍ୱଶୁର, ଶାଳୀ ଏବଂ ପତ୍ନିକୁ ମାଛ ସହିତ ଦେଇଥିଲା ବିଷାକ୍ତ ଥିଲିୟମ ଗ୍ୟାସ୍‌। ଏହା ପ୍ରଭାବରେ ବରୁଣର ଶାଶୁ ଏବଂ ଶାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ କୋମାକୁ ଚାଲି ଯାଇଛନ୍ତି ବରୁଣର ପତ୍ନି ଅନିତା ଶର୍ମା ।

ଉକ୍ତ ମାମଲାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ବରୁଣର ଶ୍ୱଶୁର । ବରୁଣର ଶ୍ୱଶୁରଙ୍କ କହିବା ଅନୁସାରେ ତାଙ୍କ ପୂରା ପରିବାରକୁ ବରୁଣ ମାଛ ମାଧ୍ୟମରେ ବିଷାକ୍ତ ଥିଲିୟମ ଗ୍ୟାସ ଦେଇଥିବା ବେଳେ ନିଜେ ସେହି ମାଛ ଖାଇନଥିଲା । ବରୁଣର ଶାଶୁ ଅନିତାଙ୍କ ମୃତ ଶରୀରରୁ ଥିଲିୟମ ଗ୍ୟାସ ମିଳିଥିବା ପୋଷ୍ଟମର୍ଟମ ରିପୋର୍ଟର ଜଣାପଡ଼ିଛି । କେବଳ ସେତିକି ନୁହେଁ ବରୁଣର ପତ୍ନି ଦିବ୍ୟାଙ୍କ ଶରୀରରୁ ମଧ୍ୟ ଥିଲିୟମ ଗ୍ୟାସ୍‌ର ଅତ୍ୟଧିକ ମାତ୍ରା ମିଳିଛି ।

ପୋଲିସ ଉକ୍ତ ଘଟଣାର ତଦନ୍ତ ପରେ ଅଭିଯୁକ୍ତର ଲ୍ୟାପଟପ ଏବଂ କମ୍ପ୍ୟୁଟରକୁ ଜବତ କରିଛି । ଯେଉଁଥିରୁ ଅଭିଯୁକ୍ତ ହତ୍ୟା ପାଇଁ ରଦାମ ହୁସୈନଙ୍କ କାହାଣୀ ଇଂଣ୍ଟରନେଟରୁ ପଢିଥିବା ଜଣାପଡ଼ିଲା । ପୋଲିସ୍‌ଅଭିଯୁକ୍ତକୁ ଗିରଫ କରିସାରିଛି ।

ଥିଲିୟମ ହେଉଛି ଅତ୍ୟଧିକ ବିଷାକ୍ତ ରାସାୟନିକ ଗ୍ୟାସ୍‌। କୀଟାଣୁ ଏବଂ ମୂଷାକୁ ମାରିବା ପାଇଁ ଏହାକୁ ବ୍ୟବହାର କରାଯାଏ ।

Leave a Reply