spot_img
Home Blog Page 5993

ଆପତ୍ତିଜନକ ପୋଷ୍ଟ ପ୍ରସଙ୍ଗ, କେନ୍ଦ୍ର ସରକାର ଓ ଟ୍ୱିଟରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଟ୍ୱିଟରରେ ଫେକ୍ ଆକାଉଣ୍ଟ ଓ ଦେଶ ବିରୋଧୀ ପୋଷ୍ଟକୁ ନେଇ ସୁପ୍ରିମକୋର୍ଟଙ୍କ ନୋଟିସ୍ । ସର୍ବୋଚ୍ଚ ନ୍ୟାୟାଳୟ ଟ୍ୱିଟର୍ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ବିଜେପି ନେତା ବିନୀତ ଗୋୟନକାଙ୍କ ଆବେଦନର ଶୁଣାଣି କରି କେନ୍ଦ୍ର ସରକାର ଓ ଟ୍ୱିଟରକୁ ସୁପ୍ରିମକୋର୍ଟ ଜବାବତଲବ କରିଛନ୍ତି । ଟ୍ୱିଟରରେ ଭାରତ ବିରୋଧରେ ଆପତ୍ତିଜନକ ପୋଷ୍ଟ ନେଇ ସୁପ୍ରିମକୋର୍ଟରେ ଏକାଧିକ ମାମଲା ଦାଏର ହୋଇଛି । ସମସ୍ତ ଆବେଦନକୁ ଏକତ୍ର କରି ଶୁଣାଣି କରାଯାଇଥିବା କୋର୍ଟ କହିଛନ୍ତି ।

Abusive Content Supreme Court Issues Notice To Centre And Twitter

ବିନୀତ ଗୋୟନକା କରିଥିବା ଆବେଦନରେ କୁହାଯାଇଛି- ଟ୍ୱିଟରରେ ସାଧାରଣ ଲୋକ ନୁହେଁ ବରଂ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ନାମ ଓ ଫଟୋ ବ୍ୟବହାର କରାଯାଇ ମିଛ ପ୍ରୋଫାଇଲ୍ କରାଯାଇଛି । ଶିଖ୍ ଫର୍ ଜଷ୍ଟିସ୍ ଭଳି ଭାରତ ବିରୋଧୀ ସଂଗଠନକୁ ତା’ର ପ୍ରଚାର ପାଇଁ ମୁକ୍ତ ଭାବେ ଛାଡ଼ି ଦିଆଯାଇଛି । ଏଭଳି କାର୍ଯ୍ୟ ଉପରେ ସରକାରଙ୍କ ନିୟନ୍ତ୍ରଣ ଆଣିବାକୁ ଆବେଦନ କରାଯାଇଛି ।

Abusive Content Supreme Court Issues Notice To Centre And Twitter

ଏହା ପୂର୍ବରୁ ସୁପ୍ରିମକୋର୍ଟ ଏହା ସମ୍ବନ୍ଧିତ ଆବେଦନକୁ ଶୁଣାଣି ପାଇଁ ରାଜି ହୋଇଥିଲେ । ଗୋଟିଏ ଆବେଦନ ଆଇନଜୀବୀ ବୀନିତ ଜିନ୍ଦଲ କରିଥିଲେ । ଯାହା ଉପରେ ଫେବ୍ରୁଆରୀ ୧ରେ ନୋଟିସ୍ ଜାରି କରିଥିଲେ କୋର୍ଟ । ଆଇନ୍ ଛାତ୍ର ସ୍କନ୍ଦ ବାଜପେୟୀ ଓ ଅଭ୍ୟୁଦୟ ମିଶ୍ର କରିଥିବା ଆବେଦନ ଉପରେ ଗତବର୍ଷ ଅକ୍ଟୋବର ୧୩ରେ କୋର୍ଟ ନୋଟିସ୍ ଜାରି କରିଥିଲେ ।

ଜୟପୁର ଏୟାରଷ୍ଟ୍ରିପର ବିକାଶମୂଳକ କାର୍ଯ୍ୟର ତଦାରଖ

ଜୟପୁର: ଜୟପୁର ଏୟାରଷ୍ଟ୍ରିପରୁ ଉଡ଼ିବ ବିମାନ । ୬ ମାସ ଭିତରେ ସରିବ କାମ । ପ୍ରିନ୍ସିପାଲ ସେକ୍ରେଟାରୀ ମଧୁସୂଦନ ପାଢୀଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ଦଳ ଜୟପୁର ଏୟାରଷ୍ଟ୍ରିପରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉଡ଼ାଣ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପରୁ ବିମାନ ଉଡ଼ାଣ ହେବାକୁ ଥିବାବେଳେ ଆବଶ୍ୟକ ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ଶ୍ରୀ ପାଢ଼ୀ । ଖୁବଶୀଘ୍ର ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯିବ । ବିମାନ ଉଡ଼ାଣ ଲାଗି ସମସ୍ତ ଭିତ୍ତିଭୂମି ଥିବା ସେ କହିଛନ୍ତି ।

Principal Secretary Madhusudan Padhi Reviewed Development Works Of Jeypore Airstrip

ଏୟାରଷ୍ଟ୍ରିପ୍ ଭିତ୍ତିଭୂମି ଅନୁଧ୍ୟାନ ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ  ଜିଲ୍ଲାପାଳ ଅବୁଦୁଲ ଅଖତାର, ଜୟପୁର ଉପଜିଲ୍ଲାପାଳ ଏବଂ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଉପସ୍ଥିତ ଥିଲେ । ଚଳିତ ବର୍ଷ ଶେଷ ସୁଦ୍ଧା ଜୟପୁର ଏୟାରଷ୍ଟ୍ରିପରୁ ବ୍ୟବସାୟିକ ବିମାନ ଉଡ଼ିବା ନେଇ ସୂଚନା ଦିଆଯାଇଛି ।

Principal Secretary Madhusudan Padhi Reviewed Development Works Of Jeypore Airstrip

ପ୍ରଥମ ପର୍ଯ୍ୟାୟରେ ୧୯ ସିଟର ବିମାନ ଉଡ଼ାଣ କରିବ । ଆସନ୍ତା ମାର୍ଚ୍ଚ ମଧ୍ୟରେ 2C ପାଇଁ ଲାଇସେନ୍ସ ଆବେଦନ ହେବ ପରବର୍ତ୍ତୀ ସମୟ ରେ ଏହା 3Cରେ ପରିବର୍ତ୍ତିତ ହେବ ବୋଲି କହିଛନ୍ତି ଜୟପୁର ବିଧାୟକ । ଅନ୍ୟପଟେ ପରିବହନ ସଚିବଙ୍କ ନିର୍ଦ୍ଦେଶ ମୁତାବକ ଠିକ୍ ସମୟରେ ସମସ୍ତ କାର୍ଯ୍ୟ ଶେଷ ପାଇଁ ପ୍ରଶାସନ ଦୃଷ୍ଟି ଦେବ ବୋଲି କହିଛନ୍ତି ଜିଲ୍ଲାପାଳ କହିଛନ୍ତି ।

ମାଓବାଦୀଙ୍କ ଯୋଜନା ପଣ୍ଡ, ୪୦ କିଲୋ ଆଇଇଡି ନିଷ୍କ୍ରିୟ କଲେ ସିଆର୍‌ପିଏଫ୍

0

ରାଞ୍ଚି: ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ । ଯବାନଙ୍କ କ୍ଷତି ଘଟାଇବା ପାଇଁ ସାଙ୍ଘାତିକ ଷଡଯନ୍ତ୍ର । କମ୍ବିଂ କରୁଥିବା ରାସ୍ତାରେ ବିସ୍ଫୋରଣ ଘଟାଇବାର ଯୋଜନା ରଚିଛନ୍ତି ମାଓବାଦୀ । ଝାଡ଼ଖଣ୍ଡର ସିଂହଭୂମ ଜିଲ୍ଲା ଚାଇବାସା-ଗୋଇଲକେରା ରାସ୍ତାରେ ଏମିତି କିଛି ଘଟଣା ଘଟାଇବାକୁ ଚାଲ ରଚିଥିଲେ ମାଓବାଦୀ । କିନ୍ତୁ କିଛି ଘଟିବା ପୂର୍ବରୁ ଷଡଯନ୍ତ୍ରର ଗନ୍ଧ ବାରି ପାରିବାରେ ସକ୍ଷମ ହୋଇଥିଲେ ସିଆର୍‌ପିଏଫ୍ ।

ସୂଚନା ମୁତାବକ ନବନିର୍ମିତ ଚାଇବାସା-ଗୋଇଲକେରା ରାସ୍ତାରେ କମ୍ବି କରୁଥିଲେ ସିଆରପିଏଫ ବାହିନୀ । ହଠାତ୍ ମେଟାଲ ଡିଟେକ୍ଟର ଦ୍ବାରା ଠାବ କରାଯାଇଥିଲା ୪୦ କିଲୋ ଆଇଇଡି । ପରେ ଯବାନମାନେ ଏହାକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଥିଲେ । ଏହାକୁ ମାଓବାଦୀମାନେ ଖଞ୍ଜିଥିବା କୁହାଯାଉଛି । ନିଷ୍କ୍ରିୟ ବେଳେ ବିସ୍ଫୋରଣର ପ୍ରଭାବ ଏତେ ଥିଲା ଯେକୌଣସି ଗାଡ଼ିକୁ ସମ୍ପୂର୍ଣ୍ଣ ଖଣ୍ଡ ଖଣ୍ଡ କରିପାରିଥାନ୍ତା ।

କୋଟିଆ ବିବାଦ: ଆନ୍ଧ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋରାପୁଟ ଜିଲ୍ଲା କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ । ଆନ୍ଧ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ହୋଇଛି । ଓଡ଼ିଶାର ଆବେଦନ ଉପରେ ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି କୋର୍ଟ । ଆସନ୍ତା ୧୯ ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆନ୍ଧ୍ର ପ୍ରଦେଶ ଗଠନ ପୂର୍ବରୁ ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଓ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଦେଇ ଆସୁଛନ୍ତି । ୧୯୫୬ ମସିହାରେ ଆନ୍ଧ୍ର ପ୍ରଦେଶ ଗଠନ ହୋଇଛି । ୧୯୬୮ରେ ଏହି ସୀମା ବିବାଦର ଶୁଣାଣି କରି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଅବମାନନା କରି ଆନ୍ଧ୍ରପ୍ରଦେଶ ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆର ୩ଟି ପଞ୍ଚାୟତରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କୋଟିଆର ଫଗୁସେନାରୀ, ଫଟୁସେନାରୀ ଓ ଗଞ୍ଜେଇପଦର ଗାଁରେ ନିର୍ବାଚନ କରୁଛି ଆନ୍ଧ୍ର ସରକାର । ଏହି ୩ଟି ଗାଁ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲ ଅଧୀନରେ ଅଛି । ୨୦୦୬ରେ ସୁପ୍ରିମକୋର୍ଟ ମାମଲା ଖାରଜ କରିବା ସହ ୧୯୬୮ ମସିହାର ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ ।

ଏଥିସହିତ ପଢ଼ନ୍ତୁ: ସାରା ବିଶ୍ୱକୁ କବଳିତ କରିପାରେ କରୋନାର ୧.୧.୭ ଷ୍ଟ୍ରେନ୍: ୭୦ ପ୍ରତିଶତ ଅଧିକ ସଂକ୍ରମିତ ହୁଏ

କୋରାପୁଟରେ ବିଜେଡିର ଯୁବ ଓ ଛାତ୍ର ସମାବେଶ

0

କୋରାପୁଟ: ସୁନାବେଡ଼ାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସମାବେଶ । ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ସୁଦୃଢ଼ କରିଵା ଲକ୍ଷ୍ୟରେ ବିରାଟ ସମାବେଶ ଆୟୋଜନ କରାଯାଇଛି । କୋରାପୁଟ ଜିଲ୍ଲା ମିଗ୍‌ ସହର ସୁନାବେଡ଼ା ଦଶହରା ପଡ଼ିଆଠାରେ ଆୟୋଜନ ହୋଇଛି ସମାବେଶ । ଏଥିରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ପଦ୍ମିନୀ ଦିଆନ, ବିଜେଡି ଜିଲ୍ଲା ପ୍ରଭାରୀ ଚନ୍ଦ୍ର ସାରଥି ବେହେରା, ଜିଲ୍ଲା ବିଜୁ ଜନତା ଦଳ ସଭାପତି ଈଶ୍ବର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ତୃତୀୟ କିସ୍ତି ‘କାଳିଆ’ ଟଙ୍କା: ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆସନ୍ତାକାଲି ‘ଜାତି ନନ୍ଦିଘୋଷ କନକ୍ଲେଭ୍’

ଭୁବନେଶ୍ୱର: ଆସନ୍ତା କାଲି ଅର୍ଥାତ ଫେବୃଆରୀ‌ ୧୩ ତାରିଖରେ ନନ୍ଦିଘୋଷ ଟିଭିର ପ୍ରଥମ ଜନ୍ମ ବର୍ଷିକ। ଏହି ଅବସରରେ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଇଛି ଏକ ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ କନକ୍ଲେଭ୍’। ଜାଣନ୍ତୁ ଏହି ବିଶେଷ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ସୂଚୀ।

‘ଜାତି ନନ୍ଦିଘୋଷ କନକ୍ଲେଭ୍’

ଉଦଘାଟନ: ଦିନ ୧୧ଟା

ମୁଖ୍ୟ ଅତିଥି: ଏସ୍ ଭେଙ୍କଟନାରାୟଣ, ବରିଷ୍ଠ ସାମ୍ୱାଦିକ

ପ୍ରଥମ ଅଧିବେଶନ: ମଧ୍ୟାହ୍ଣ ୧୨ଟା ରୁ ୧୨.୪୫

ଆଲୋଚନା ପ୍ରସଙ୍ଗ: ‘ବିକାଶ ଧାରାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ’

ପ୍ୟାନେଲ୍: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଜେପି ସାଂସଦ ଖାରବେଳ ସ୍ୱାଇଁ, ବିଜେଡି ସାଂସଦ ଅମର ପଟ୍ଟନାୟକ

ଦ୍ୱିତୀୟ ଅଧିବେଶନ: ଦିନ ୧ଟା ରୁ ୧.୪୫

ଆଲୋଚନା ପ୍ରସଙ୍ଗ: ‘ମହାମାରୀ ପରର ଅର୍ଥନୀତି’

ପ୍ୟାନେଲ୍: ପ୍ରୋ ଭାଇସ୍ ଚ୍ୟାନେଲର ପ୍ରଫେସର କ୍ଷିତିଶ୍ ଭୂଷଣ ଦାସ କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟି, ଅର୍ଥନୀତିଜ୍ଞ ବିଜୟ କୁମାର ସାହୁ

ତୃତୀୟ ଅଧିବେଶନ: ଅପରାହ୍ଣ ୩ଟା ରୁ ୩.୪୫

ଆଲୋଚନା ପ୍ରସଙ୍ଗ: ‘ଓଡ଼ିଶାର ରୂପାନ୍ତର’

ପ୍ୟାନେଲ୍: ଓଡ଼ିଶାର ଉନ୍ନୟନ କମିଶନର ପ୍ରଦୀପ ଜେନା, ନାଲ୍କୋ ସିଏମଡି ଶ୍ରୀଧର ପଣ୍ଡା, ହକି ଖେଳାଳୀ ଦିଲ୍ଲୀପ ତ୍ତିର୍କୀ

ଚତୁର୍ଥ ଅଧିବେଶନ: ଅପରାହ୍ଣ ୪ଟା ରୁ ୪.୪୫

ଆଲୋଚନା ପ୍ରସଙ୍ଗ: ସିନେମା ଏବଂ ସୋସିଆଲ ମିଡିଆ

ପ୍ୟାନେଲ୍: ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସିନେମା ସମୀକ୍ଷକ ପିୟୁଷ ରାୟ

ପଞ୍ଚମ ଅଧିବେଶନ: ସନ୍ଧ୍ୟା ୫ଟା ରୁ ୫.୪୫

ଆଲୋଚନା ପ୍ରସଙ୍ଗ: ‘ଓଡ଼ିଆ ସାହିତ୍ୟ- ଆସନ୍ତା କାଲି’

ପ୍ୟାନେଲ୍: ଲେଖକ ବିଭୁତି ପଟ୍ଟନାୟକ, ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର, ଲେଖିକା ଅପର୍ଣ୍ଣା ମହାନ୍ତି

ଷଷ୍ଠ ଅଧିବେଶନ: ସନ୍ଧ୍ୟା ୬ଟା ରୁ ୭ଟା

ଆଲୋଚନା ପ୍ରସଙ୍ଗ: ବିଶିଷ୍ଟ ନିମନ୍ତ୍ରିତ ଅତିଥି ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ଅଭିଭାଷଣ

ପ୍ୟାନେଲ୍:  ଜବର ସିଂ ପନୱର,  ସିଇଓ ନନ୍ଦିଘୋଷଟିଭି,  ଶିଶିର ଭଟ୍ଟମିଶ୍ର, ସମ୍ପାଦକ ନ୍ଦିଘୋଷ ଟିଭି

ସାଂସ୍କୃତିକ କାର୍ଯ୍ୟକ୍ରମ: ସନ୍ଧ୍ୟା ୭ଟା

କଣ୍ଠଶିଳ୍ପୀ: ନାଜିଆ ଆଲମ୍, ମହାପ୍ରସାଦ କର, ସନ୍ଦିପ ପାଲିତ୍

ବାଇ ଲ’ ଲାଗୁ ହେଲେ ପ୍ରଭାବିତ ହେବେ ସେବାୟତ ପରିବାର

0

ଭୁବନେଶ୍ୱର:   ସାରା ବିଶ୍ୱର ଠାକୁର ଭାବରେ ପରିଗଣିତ ପ୍ରଭୁ ଲିଙ୍ଗରାଜ । ଏହା ସହିତ ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ଓ ପର୍ବପର୍ବାଣୀ ମଧ୍ୟ ରହିଛି । ଭକ୍ତି ଭାବର ସହିତ ସମସ୍ତେ ବନ୍ଧା । ସେ ସେବାୟତ ହୁଅନ୍ତୁ ବା ଭକ୍ତ । କିନ୍ତୁ NMAର ବିଜ୍ଞପ୍ତି ପ୍ରତ୍ୟାହାର ନ ହେଲେ ଏହା ସୌନ୍ଦର୍ଯ୍ୟକରଣ ଓ ପ୍ରଭୁଙ୍କ ନୀତିକାନ୍ତି ତଥା ସେବା ଓ ସେବାୟତ ପ୍ରଭାବିତ ହେବେ ।

ଲିଙ୍ଗରାଜ ମନ୍ଦିର ସହ ଯୋଡ଼ି ହୋଇଛି ରାଜ୍ୟବାସୀଙ୍କ ଭକ୍ତି ଓ ଭାବାବେଗର ସମ୍ପର୍କ । ଲିଙ୍ଗରାଜ ମନ୍ଦିର ହେଉଛି ଏକ ଶୈବପୀଠ । ଏଠାରେ କୋଟିକୋଟି ଭକ୍ତଙ୍କ ଭାବାବେଗ ଯୋଡ଼ି ହୋଇ ରହିଛି । ଏକାମ୍ର କ୍ଷେତ୍ରର ସମସ୍ତ ସମ୍ପତ୍ତି ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ଏହାର ସେବାୟତଙ୍କୁ ପ୍ରଭାବିତ କରିବ ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଲିଙ୍ଗରାଜ ମନ୍ଦିର ଓ ଆଖପାଖର ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର ବିକାଶ ପ୍ରକଳ୍ପ ଆରମ୍ଭ ହୋଇଛି । ଯାହା ଏବେ ମନ୍ଦିର ମାଳିନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି । ଆଉ ଏହି ସୌନ୍ଦର୍ଯ୍ୟକରଣ ଲାଗି ସ୍ୱଇଛାରେ ଜମି ଯୋଗାଇ ଦେଇଛନ୍ତି ସେବାୟତ ପରିବାର ଓ ଅଞ୍ଚଳବାସୀ । ଯଦି ବାଇ ଲ ଲାଗୁ ହେବ ତେବେ ପ୍ରକଳ୍ପର ଉନ୍ନତିକରଣରେ ବାଧାପ୍ରାପ୍ତ ହେବ ।

ଅବଶ୍ୟ ଏହି ବାଇ ଲ’ରେ ନିକଟ ଅତୀତରେ ଶ୍ରୀମନ୍ଦିରକୁ ମଧ୍ୟ ସାମିଲ କରାଯାଇଥିଲା । ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠିବାରୁ NMA ସଚିବ ଏହି ବାଇ ଲ’କୁ ପ୍ରତ୍ୟାହାର କରିଥିଲେ ।

ଆମେ କୌଣସି ରାଜନୈତିକ ଦଳ ସହିତ ଯଡ଼ିତ ନୁହେଁ । ଆମେ କେବଳ ସେବାୟତ ମାନଙ୍କର ସମସ୍ତ ସୁବିଧା ଓ ଅସୁବିଧାକୁ ନଜରରେ ରଖି ଉକ୍ତ ବାଇ ଲ’କୁ ପ୍ରତ୍ୟାହାର କରିବାକୁ କହୁଛୁ ବୋଲି ବୟାନ ଦେଇଛନ୍ତି ସେବାୟତଙ୍କ ସମ୍ପାଦକ । ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଗଣ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେବାୟତସଂଘ ପକ୍ଷରୁ କୁହାଯାଇଛି ।

ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା: ବଙ୍ଗୀୟ ଭକ୍ତଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ

ପୁରୀ: ବଙ୍ଗୀୟ ଭକ୍ତଙ୍କୁ ପୋଲିସର ମାଡ଼ ଅଭିଯୋଗ  । ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପଶ୍ଚିମବଙ୍ଗର ଜଣେ ଭକ୍ତଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ମାଡ଼ ମାରିବା ସହ ଭୁଲ ମଗାଇଥିବା ଭକ୍ତ ଅଭିଯୋଗ କରିଛନ୍ତି  । ବର୍ଦ୍ଧମାନ ଜିଲ୍ଲାର ପ୍ରିୟବ୍ରତ ସାହୁ ତାଙ୍କ ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ  । ଦର୍ଶନ ସାରି ପଶ୍ଚିମଦ୍ୱାର ଦେଇ ଫେରିଥିଲେ  । ତାଙ୍କ ସହ ଜଣେ ବୟସ୍କା ବୃଦ୍ଧା ଥିବା ବେଳେ ତାଙ୍କୁ ସେ ପଶ୍ଚିମଦ୍ୱାର ଗୁମୁଟ ତଳେ ବସାଇ ଅଟୋ ଡାକିବା ପାଇଁ ବାହାରକୁ  ଯାଇଥିଲେ  । ଅଟୋ ଡାକି ଗୁମୁଟ ତଳେ ବସିଥିବା ବୟସ୍କା ବୃଦ୍ଧାଙ୍କୁ ଆଣିବାକୁ ଯାଇଥିବା ବେଳେ ପୋଲିସ ପ୍ରିୟବ୍ରତଙ୍କୁ ଅଟକାଇ ଥିଲା  । ତେବେ ସେ ପୋଲିସକୁ ଅନୁରୋଧ କରିଥିଲେ ମଧ୍ୟ ପୋଲିସ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି ।

ଏଥିସହିତ ପଢ଼ନ୍ତୁ: ସୁପ୍ରିମକୋର୍ଟରେ ‘କୋଟିଆ’ ଶୁଣାଣି : ଅଦାଲତ ଅବମାନନା ନେଇ ଓଡ଼ିଶା ସରକାରଙ୍କ ଆବେଦନ

ପୁଣି ରାଜଧାନୀରୁ ୧୫୫ ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଧରାହେଲା ଧଳା ଜହର । ବ୍ରାଉନସୁଗାର ବିକ୍ରି ସମୟରେ ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୫୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଜଗବନ୍ଧୁ ବୈଠାରୁ ଓ ସଞ୍ଜୟ ସାହୁ । ସେମାନେ ବ୍ୟବହାର କରୁଥିବା ଏକ ୟମାହା ସ୍କୁଟର ମଧ୍ୟ ଜବତ କରାଯାଇଛି । ବାଲେଶ୍ଵରରୁ ସେମାନେ ବ୍ରାଉନସୁଗାର ଆଣି ରାଜଧାନୀରେ ବେପାର ଚଳାଇଥିବା ଅବକାରୀ ସ୍କ୍ବାର୍ଡ ନିକଟରେ ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସୁପ୍ରିମକୋର୍ଟରେ ‘କୋଟିଆ’ ଶୁଣାଣି : ଅଦାଲତ ଅବମାନନା ନେଇ ଓଡ଼ିଶା ସରକାରଙ୍କ ଆବେଦନ

ସୁପ୍ରିମକୋର୍ଟରେ ‘କୋଟିଆ’ ଶୁଣାଣି : ଅଦାଲତ ଅବମାନନା ନେଇ ଓଡ଼ିଶା ସରକାରଙ୍କ ଆବେଦନ

କୋରାପୁଟ: କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଅଦାଲତ ଅବମାନନା ନେଇ ଓଡ଼ିଶାର ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଛି ଓଡ଼ିଶା। ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ମାମଲା ରୁଜୁ କରିଛନ୍ତି । ଆନ୍ଧ୍ର ପ୍ରଦେଶ ଗଠନ ପୂର୍ବରୁ ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଓ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଦେଇ ଆସୁଛନ୍ତି । ୧୯୫୬ ମସିହାରେ ଆନ୍ଧ୍ର ପ୍ରଦେଶ ଗଠନ ହୋଇଛି । ୧୯୬୮ରେ ଏହି ସୀମା ବିବାଦର ଶୁଣାଣି କରି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଅବମାନନା କରି ଆନ୍ଧ୍ରପ୍ରଦେଶ ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆର ୩ଟି ପଞ୍ଚାୟତରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହା ବିରୋଧରେ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । କୋଟିଆର ଫଗୁସେନାରୀ, ଫଟୁସେନାରୀ ଓ ଗଞ୍ଜେଇପଦର ଗାଁରେ ନିର୍ବାଚନ କରୁଛି ଆନ୍ଧ୍ର ସରକାର । ଏହି ୩ଟି ଗାଁ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲ ଅଧୀନରେ ଅଛି । ୨୦୦୬ରେ ସୁପ୍ରିମକୋର୍ଟ ମାମଲା ଖାରଜ କରିବା ସହ ୧୯୬୮ ମସିହାର ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ । ଏବେ ପଞ୍ଚାୟତ ନିର୍ବାଚନ କରି ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରୁଛି ଆନ୍ଧ୍ର  । ସେପଟେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି, କୋଟିଆ ଆମର ଥିଲା, ଭବିଷ୍ୟତରେ ମଧ୍ୟ ଆମର ରହିବ। ଏଭଳି ବିସ୍ତାରବାଦ ନୀତିରୁ ଆନ୍ଧ୍ର ନିବୃତ୍ତ ରହିବାକୁ ସଞ୍ଜୟ ଦାସବର୍ମା କହିଛନ୍ତି ।

ଏଥିସହିତ ପଢ଼ନ୍ତୁ : ଦିନରେ ପାଠ ପଢୁଥିଲେ, ସନ୍ଧ୍ୟାରେ ବାସନ ମାଜୁଥିଲେ… ଜଣେ ରିକ୍ସା ଚାଳକ ଝିଅ ସାଜିଲେ ମିସ୍ ଇଣ୍ଡିଆ ରନର୍ସ ଅପ୍