୫ ମାସ ପରେ ବି ସୁସ୍ଥ ହେଉନାହାଁନ୍ତି ୭୦ ପ୍ରତିଶତ କରୋନା ରୋଗୀ

1 min read

ଲଣ୍ଡନ: ସୁସ୍ଥ ହେଉନାହାଁନ୍ତି କରୋନା ରୋଗୀ । ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବ୍ରିଟେନରେ ୭୦ ପ୍ରତିଶତ କରୋନା ରୋଗୀ ହସ୍ପିଟାଲରୁ ଡିସ୍ ଚାର୍ଜ ହେବାର ୫ ମାସ ପରେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି। ଏ ନେଇ ବ୍ରିଟେନର ଏକ ଜର୍ଣ୍ଣାଲରେ ଏକ ଖବର ପ୍ରକାଶ ପାଇଛି।

ଏହି ଖବର ଅନୁଯାୟୀ ଅନୁସନ୍ଧାନରେ ଜଣାପଡ଼ିଛି ଯେ, କୋଭିଡରୁ ସଂକ୍ରମିତ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବି ଏମାନଙ୍କଠାରେ ବିଭିନ୍ନ ସ୍ୱାସ୍ଥ୍ୟ ଓ ମାନସିକ ଜନିତ ସମସ୍ୟା ଦେଖାଦେଉଛି।  ପ୍ରତ୍ୟେକ ୫ ଜଣରେ ଜଣେ ବ୍ୟକ୍ତିଙ୍କ ଠାରେ ଏକ ନୂଆ ଅକ୍ଷମତା ବା ଅର୍ଗାନ ଫେଲ ହେବା ଭଳି ସମସ୍ୟା ଦେଖିବାକୁ ମିଳୁଛି।

ବିଶେଷ କରି ମଧ୍ୟ ବୟସ୍କା ମହିଳାଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଅଧିକ ଦେଖିବାକୁ ମିଳିଛି। ଯେଉଁମାନେକି ପୂର୍ବରୁ କୋଭିଡର ଗୁରୁତର ଆକ୍ରାନ୍ତ ହୋଇଥିଲେ। ଆଉ ଏମାନେ ଡାଇବେଟିସ୍, ଆଜମା କିମ୍ବା ହୃଦରୋଗ ଭଳି ଗୁରୁତର ରୋଗରୁ ଅତି କମରେ ୨ଟିରେ ପିଡ଼ୀତ। ଯାହାକି ଏମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ବିପଦ ସୃଷ୍ଟି କରୁଛି।

 

 

ବିଶେଷଜ୍ଞଙ୍କ କହିବା ମୁତାବକ ବିଷେଶ କରି ଯେଉଁମାନଙ୍କୁ କୋଭିଡ ଚିକିତ୍ସାବେଳେ ଆଇସିୟୁ କିମ୍ବା ଭେଣ୍ଟିଲେଟରରେ ରଖାଯାଇଥିଲା ସେମାନେ ସୁସ୍ଥ ହେବାକୁ ଅଧିକ ସମୟ ନେଉଛନ୍ତି।

ସୂଚନା ଅନୁଯାୟୀ, ବ୍ରିଟେନରେ ୨୦୨୦ ମାର୍ଚ୍ଚରୁ ନଭେମ୍ବର ଭିତରେ ପ୍ରାୟ ୧ ହଜାର ୭୭ ଜଣ କୋଭିଡ ଆକ୍ରାନ୍ତ ହସ୍ପଟିଟାଲରୁ ଡିସ୍ଚାର୍ଜ ହୋଇଥିଲେ । ତେବେ ୫ ମାସ ପରେ ଏମାନଙ୍କ ମଧ୍ୟରୁ ମାତ୍ର ୨୯ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଆଉ ଏକ ପ୍ରତିଶତ ଲୋକଙ୍କ ପାଖରେ ସାମାନ୍ୟ ଲକ୍ଷଣ ରହିଥିବାବେଳେ । ପାଖାପାଖି ୭୦ ପ୍ରତିଶତ ଲୋକଙ୍କଠାରେ ଏଭଳି ଗୁରୁତର ଲକ୍ଷଣ ସବୁ ଦେଖିବାକୁ ମିଳିଛି ।

ଏମାନଙ୍କ ଠାରେ ସାଧାରଣତ ୧୦ ଟି ଲକ୍ଷଣ ଦେଖାଦେଉଛି ସେଗୁଡ଼ିକ ହେଉଛି, ଶରୀର ଘୋଳା ବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଥକ୍କା ଲାଗିବା,  ନିଦ ନ ହେବା, ଗଣ୍ଠି ଫୁଲା ଓ ଯନ୍ତ୍ରଣା, ଅର୍ଗାନ୍ ଡ୍ୟାମେଜ୍, ଶ୍ୱାସକ୍ରିୟାରେ ସମସ୍ୟା, ସ୍ମୃତି ଶକ୍ତି ହ୍ରାସ ପାଇବା ଇତ୍ୟାଦି। କିଛି ଲୋକ ଡିପ୍ରେଶନର ଶିକାର ବି ହୋଇଛନ୍ତି ।

ତେବେ ବିଶେଷଜ୍ଞନଙ୍କ କହିବା କଥା ଯେ ଯେଉଁମାନଙ୍କଠାରେ ହସ୍ପିଟାଲରୁ ଡିସଚାର୍ଜର ପାଞ୍ଚ ମାସ ପରେ, ଗୁରୁତର ଲକ୍ଷଣ ଦେଖାଦେଉଛି, ସେହି ରୋଗୀମାନଙ୍କ ମଧ୍ୟରେ ସି-ରିଆକ୍ଟିଭ୍ ପ୍ରୋଟିନ୍ ନାମକ ଏକ ପ୍ରୋଟିନ୍ ଅଧିକ ରହିଛି, ଯାହାକି ଶରୀରର ରୋଗକୁ ସହଜରେ ଭଲ ହେବାକୁ ଦେଉନାହିଁ । ତେଣୁ ଏତେଦିନ ପରେ ମଧ୍ୟ ଏମାନେ ସୁସ୍ଥ ହୋଇପାରୁ ନାହାଁନ୍ତି ।

ତେବେ ବର୍ତ୍ତମାନ ବ୍ରିଟେନର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହା ଉପରେ ଗବେଷଣା କରୁଛନ୍ତି । ଏବଂ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ବି ଖୋଜୁଛନ୍ତି ।

Leave a Reply